Posted inଜାତୀୟ

ଚନ୍ଦ୍ରୟାନ-୨ ଚନ୍ଦ୍ରର ତୃତୀୟ କକ୍ଷପଥରେ ପ୍ରବେଶ କଲା: ୧୧ ଦିନ ପରେ କରିବ ଅବତରଣ

ଶ୍ରୀହରିକୋଟା,୨୮।୮: ଚନ୍ଦ୍ରୟାନ-୨ ବୁଧବାର ପୂର୍ବାହ୍ନ ୯ଟା ୪ରେ ଚନ୍ଦ୍ରର ତୃତୀୟ କକ୍ଷପଥରେ ପ୍ରବେଶ କରିଛି। ଇସ୍ରୋ ବୈଜ୍ଞାନିକ ଚନ୍ଦ୍ରୟାନ-୨କୁ ତୃତୀୟ କକ୍ଷପଥରେ ପ୍ରବେଶ କରାଇଛନ୍ତି। ୧୧ ଦିନ ପରେ ସେପ୍ଟେମ୍ବର ୭ରେ ଏହା ଚନ୍ଦ୍ର ପୃଷ୍ଠରେ ଅବତରଣ କରିବ। ଅଗଷ୍ଟ ୩୦ ସନ୍ଧ୍ୟା ୬ଟାରୁ ୭ଟା ମଧ୍ୟରେ ଚତୁର୍ଥ କକ୍ଷପଥରେ ପ୍ରବେଶ କରିବ। ସେହିପରି ସେପ୍ଟେମ୍ବର ୧ ସନ୍ଧ୍ୟା ୬ଟାରୁ ୭ଟା ମଧ୍ୟରେ ଏହା ୫ମ କକ୍ଷପଥରେ ପ୍ରବେଶ କରିବ ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି। ସେପ୍ଟେମ୍ବର ୨ରେ ଚନ୍ଦ୍ରୟାନ-୨ରୁ ଲ୍ୟାଣ୍ଡର ବିକ୍ରମ ଏବଂ ରୋଭର ପ୍ରଜ୍ଞା ଅଲଗା ହୋଇଯିବେ। ବିକ୍ରମ ଚନ୍ଦ୍ରପୃଷ୍ଠ ଆଡ଼କୁ ଅଗ୍ରସର ହେବ। ୩ ସେପ୍ଟମ୍ବରରେ ବିକ୍ରମର ସ୍ଥିତି ଯାଞ୍ଚ୍‌ କରାଯିବ। ଏହି ସମୟରେ ଇସ୍ରୋ ବୈଜ୍ଞାନିକ ୩ ସେକେଣ୍ଡ ପାଇଁ ଏହାର ଇଞ୍ଜିନ୍‌ ଚାଲୁ କରିବା ସହିତ ଏହାର କକ୍ଷରେ କେତେକ ପରିବର୍ତ୍ତନ କରିବେ। ସେପ୍ଟେମ୍ବର ୪ରେ ବିକ୍ରମ ଚନ୍ଦ୍ରର ସବୁଠାରୁ ନିକଟତମ କକ୍ଷ ପଥରେ ପ୍ରବେଶ କରି ୩ ଦିନ ପର୍ଯ୍ୟନ୍ତ ସେଠାରେ ଘୁରିବ। ୭ ସେପ୍ଟମ୍ବର ମଧ୍ୟ ରାତ୍ର ୧ଟା ୪୦ରେ ବିକ୍ରମ ଚନ୍ଦ୍ରର ଦକ୍ଷିଣ ମେରୁରେ ୩୫ କିଲୋମିଟର ଉଚ୍ଚତାରୁ ଅବତରଣ କରିବା ଆରମ୍ଭ କରିବ। ରାତ୍ର ୧ଟା ୫୫ରେ ଏହା ପ୍ରତି ସେକେଣ୍ଡରେ ୨ ମିଟର ଅବତରଣ କରିବ। ଏହି କାର୍ଯ୍ୟ ୧୫ ମିନିଟ୍‌ ପର୍ଯ୍ୟନ୍ତ ଜାରି ରହିବ। ଭୋର୍‌ ୩ଟା ୫୫ରେ ଅବତରଣର ପ୍ରାୟ ୨ ଘଣ୍ଟା ପରେ ଲ୍ୟାଣ୍ଡର ବିକ୍ରମର କବାଟ(ରୈମ୍ପ୍‌) ଖୋଲିବ ଏବଂ ଏହା ମଧ୍ୟ ଦେଇ ୬ ଚକା ବିଶିଷ୍ଟ ରୋଭର ପ୍ରଜ୍ଞା ବାହାରକୁ ବାହାରିବ। ଭୋର୍‌ ୫ଟା ୫ରେ ପ୍ରଜ୍ଞାର ସୋଲାର ପ୍ୟାନେଲ୍‌ ଖୋଲିବ। ଭୋର୍‌ ୫ଟା ୧୦ରେ ଏହା ଚନ୍ଦ୍ରପୃଷ୍ଠରେ ଚାଲିବା ଆରମ୍ଭ କରିବ। ଏହା ପ୍ରତି ସେକେଣ୍ଡରେ ଏକ ସେଣ୍ଟିମିଟର ଗତି କରିବ। ଏହା ୧୪ ଦିନ ପର୍ଯ୍ୟନ୍ତ ଘରିବୁଲି ୫ଶହ ମିଟର ଗତି କରିବ। ଅର୍ବିଟରରେ ଥିବା ଅବଶିଷ୍ଟ ଇନ୍ଧନ ଯୋଗୁ ଏହା ଚନ୍ଦ୍ର ଚାରିପଟେ ଘୁରିବୁଲି ୨ ବର୍ଷ ପର୍ଯ୍ୟନ୍ତ ବିଭିନ୍ନ ତଥ୍ୟ ସଂଗ୍ରହ କରିବାକୁ ସକ୍ଷମ ହେବ ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ IAS ସ୍ତରରେ ବଡ଼ଧରଣ ଅଦଳବଦଳ, ବଦଳାଇଲେ ଏହି ଜିଲାପାଳ

ଭୁବନେଶ୍ୱର,୧।୧: ନୂଆବର୍ଷର ପ୍ରଥମ ଦିନରେ ରାଜ୍ୟ ପ୍ରଶାସନିକ ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରାଯାଇଛି। ବରିଷ୍ଠ IAS ଅଧିକାରୀମାନଙ୍କୁ ନୂତନ ଦାୟିତ୍ୱ ପ୍ରଦାନ କରିଛନ୍ତି ରାଜ୍ୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...

ଫେବୃଆରୀ ୧ରୁ FASTag ନିୟମରେ ହେବ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ,୧।୧: କେନ୍ଦ୍ର ସରକାର FASTag ନିୟମରେ ବଡ଼ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏହା ଅଧୀନରେ, ଗାଡ଼ି ମାଲିକଙ୍କୁ FASTag ପାଇବା ପାଇଁ ଆଉ KYC ପୂରଣ...

ସାବରିମାଲା ଦୁର୍ନୀତିର ବଡ଼ ପର୍ଦ୍ଦାଫାଶ

କୋଚି,୧ା୧: କେରଳ ହାଇକୋର୍ଟଙ୍କ ତରଫରୁ ସାବରିମାଲା ମନ୍ଦିରର ସୁନା ଚୋରି ଘଟଣାର ତଦନ୍ତ ଆରମ୍ଭ କରିଥିବା ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍‌ (ଏସ୍‌ଆଇଟି) ମନ୍ଦିର ଗର୍ଭଗୃହର ଦ୍ୱରାପାଳକ...

ଏହି ଦିନ ଗଡ଼ିବ ଭାରତର ପ୍ରଥମ ବୁଲେଟ୍ ଟ୍ରେନ୍: ବୁକ୍ କରନ୍ତୁ ଟିକେଟ୍

ନୂଆଦିଲ୍ଲୀ,୧।୧: ଭାରତୀୟ ପରିବହନ କ୍ଷେତ୍ରରେ ଏକ ଐତିହାସିକ ଅଧ୍ୟାୟ ଯୋଡ଼ି ହେବାକୁ ଯାଉଛି। ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଘୋଷଣା ଅନୁଯାୟୀ, ଆସନ୍ତା ଅଗଷ୍ଟ ୧୫,...

ନୂଆବର୍ଷରେ କର୍ମୀଙ୍କ ବ୍ୟାନର ଓ୍ବାର, ନୂଆନୂଆ ଚେହେରା ଦେଖି…

ଧର୍ମଶାଳା,୧ା୧(ଶିବପ୍ରସାଦ ମହାନ୍ତି): ବିଦାୟ ନେଇଛି ବର୍ଷ ୨୦୨୫, ଆରମ୍ଭ ହୋଇଛି ନବବର୍ଷ ୨୦୨୬। ଏଥିପାଇଁ ଅନେକ ପ୍ରସ୍ତୁତି ମଧ୍ୟ ହୋଇଛି। ସବୁଠି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri