ଚନ୍ଦକା-ଡମପଡ଼ା ଅଭୟାରଣ୍ୟ: ବର୍ଷସାରା ନାଇଟ୍‌, ଫୁଟ୍‌ ପାଟ୍ରୋଲିଂ ପାଇଁ ନିର୍ଦ୍ଦେଶ

ଭୁବନେଶ୍ୱର,୨୧ା୯(ବ୍ୟୁରୋ): ଚନ୍ଦକା-ଡମପଡ଼ା ଅଭୟାରଣ୍ୟରେ ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ତତ୍ପର ହୋଇଛି ବନ ବିଭାଗ। ବର୍ଷ ସାରା ଏହି ଅଭୟାରଣ୍ୟରେ ନାଇଟ୍‌ ପାଟ୍ରୋଲିଂ ଏବଂ ଫୁଟ୍‌ ପାଟ୍ରୋଲିଂ ନିୟମିତ ଭାବେ କରିବାକୁ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ନିର୍ଦ୍ଦେଶ ଦେଇଛନ୍ତି। ସେହିଭଳି ଅଭୟାରଣ୍ୟରେ ହାତୀଙ୍କ ସୁରକ୍ଷା ଓ ପରିଚାଳନା ପାଇଁ ଆସୁଥିବା ଅର୍ଥର ସୁବିନିଯୋଗ କରିବା ଏବଂ ଅର୍ଥ ବ୍ୟୟ ସମୟରେ ସ୍ବଚ୍ଛତା ଅବଲମ୍ବନ କରିବା ପାଇଁ ମନ୍ତ୍ରୀ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ବର୍ତ୍ତମାନ ଅଭୟାରଣ୍ୟରେ ୧୨ଟି ଓ୍ବାଚ୍‌ ଟାଓ୍ବାର ଅଛି, ଯାହାକି ପର୍ଯ୍ୟାପ୍ତ ନୁହେଁ। ତେଣୁ ହଜବନ୍ଧଠାରେ ଆଉ ଏକ ଓ୍ବାଚ୍‌ ଟାଓ୍ବାର ନିର୍ମାଣ ନିମନ୍ତେ ଅନୁମୋଦିତ ୨୦ଲକ୍ଷ ଟଙ୍କା ତୁରନ୍ତ ଉପଯୋଗ କରି ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ମନ୍ତ୍ରୀ ଆରୁଖ ନିର୍ଦ୍ଦେଶ ଦେଇଥିଲେ। ଶୁକ୍ରବାର ଅଚାନକ ମନ୍ତ୍ରୀ ପରିଦର୍ଶନରେ ଆସି ଅଭୟାରଣ୍ୟ ସ୍ଥିତ ଗୋଡ଼ିବାରି, କୁମାରଖୁଣ୍ଟି, ଡେରାସ ଏବଂ ଅମ୍ବିଲୋ ପ୍ରଭୃତି ସ୍ଥାନ ବୁଲି ଦେଖିଥିଲେ। ଏଥିସହ ଅଭୟାରଣ୍ୟର ପରିଚାଳନା ବ୍ୟବସ୍ଥା ସମ୍ପର୍କରେ ସମୀକ୍ଷା କରିଥିଲେ। ଏହି ସମୟରେ ବନଖଣ୍ଡ ଅଧିକାରୀ, ସହକାରୀ ବନ ସଂରକ୍ଷକ, ରେଞ୍ଜ ଅଫିସର, ଫରେଷ୍ଟର ତଥା ଅନ୍ୟାନ୍ୟ ବନ କର୍ମଚାରୀ ଉପସ୍ଥିତ ଥିଲେ। ଅଭୟାରଣ୍ୟର ସୁରକ୍ଷା, ଜୀବଜନ୍ତୁଙ୍କ ସୁରକ୍ଷା, ମଣିଷ ଓ ବନ୍ୟପ୍ରାଣୀ ସଂଘର୍ଷର ଠିକ୍‌ ପରିଚାଳନା, ବନୀକରଣ, ପରିବେଶ ପର୍ଯ୍ୟଟନ ପ୍ରଭୃତି ବିଭିନ୍ନ ପ୍ରସଙ୍ଗ ଉପରେ ମନ୍ତ୍ରୀ ସମୀକ୍ଷା କରିଥିଲେ। ଜଙ୍ଗଲ ନିଆଁ ନିର୍ବାପକ ସ୍କ୍ବାଡ୍‌ ଆବଶ୍ୟକୀୟ ସାମଗ୍ରୀ ସହ ସର୍ବଦା ପ୍ରସ୍ତୁତ ରହିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଶାସନ ନ ଶୁଣିବାରୁ ସାହିବାସୀ ନିର୍ମାଣ କଲେ

କବିସୂର୍ଯ୍ୟନଗର,୧୧ା୪ (କୃପାସିନ୍ଧୁ ସ୍ବାଇଁ): ପ୍ରଶାସନ ନ ଶୁଣିବାରୁ ନିଜର ସୁବିଧା ପାଇଁ ସାହିବାସୀ କଲଭର୍ଟ ନିର୍ମାଣ କରିଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲା କବିସୂର୍ଯ୍ୟନଗର…

ରୋଷେଇ ପାଇଁ ଗ୍ୟାସ ଲଗାଉଥିଲେ ମହିଳା, ଲାଇଟର ମାରୁମାରୁ ବଡ଼ ଅଘଟଣ

ଭଞ୍ଜନଗର,୧୧।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାଗ୍‌ଦେବୀ ରୋଡରେ ଶନିବାର ମଧ୍ୟାହ୍ନରେ ରନ୍ଧନ ଗ୍ୟାସ ଲିକ୍‌ ହୋଇ ନିଆଁ ଲାଗି ଜଣେ ମହିଳା ଗୁରୁତର ହୋଇଛନ୍ତି। ସେହେଲେ…

ଜଙ୍ଗଲକୁ ଶିକାର ପାଇଁ ଯାଇ ହଟହଟା: ଏଆଇ କ୍ୟାମେରାରେ…

ଉଦଳା,୧୧।୪(ସନ୍ତୋଷ କୁମାର ବାଛିନୀ): ଜଙ୍ଗଲକୁ ଯାଇଥିଲେ ଶିକାର ପାଇଁ। ଜଙ୍ଗଲ ଭିତରେ ଲାଗିଥିବା ଏଆଇ କ୍ୟାମେରାରେ କଏଦ ହେଲେ ଶିକାରୀ। ପୋଡାଡିହା ରେଞ୍ଜ ଶିମିଳିପାଳ ଆଭ୍ୟନ୍ତରୀଣ ଅଞ୍ଚଳରେ…

ଘରେ କେହି ନ ଥିବାବେଳେ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କଲେ ଯୁବତୀ, ପଡ଼ୋଶୀ ଆସିବାବେଳକୁ…

ପାରଳାଖେମୁଣ୍ଡି,୧୧ା୪(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ସଦରମହକୁମା ପାରଳାଖେମୁଣ୍ଡିର ଖଞ୍ଜା ସାହିରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଖଞ୍ଜା ସାହିରେ ଶୁଭ୍ର ସାମଲ ନାମକ ଜଣେ…

ଆଦିବାସୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ +୨ ଅନ୍‌ଲାଇନ୍‌-ଅଫ୍‌ଲାଇନ୍‌ ମୂଲ୍ୟାୟନ କେନ୍ଦ୍ର

ବାଲିଗୁଡ଼ା,୧୧ା୪(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ାସ୍ଥିତ ଆଦିବାସୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ +୨ ବିଜ୍ଞାନ, ବାଣିଜ୍ୟ ବିଭାଗର ଅନ୍‌ଲାଇନ୍‌ ମୂଲ୍ୟାୟନ କେନ୍ଦ୍ର ହୋଇଥିବାବେଳେ ଗତ…

ବିଜେଡି ନଗର ସଭାପତିଙ୍କ ପିତୃ ବିୟୋଗ: ଝୁରୁଛି ଗାଁ ମାଟି

ଗଞ୍ଜାମ,୧୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ଏନ୍‌ଏସି ବିଜେଡି ନଗର ସଭାପତି ତଥା ଯୁବ ସ୍ବେଚ୍ଛାସେବୀ ସୁଧୀର କୁମାର ପାଢ଼ୀଙ୍କ ବାପା କାଶୀନାଥ ପାଢ଼ୀଙ୍କ ୭୮ ବର୍ଷ ବୟସରେ…

କେନ୍ଦୁଝରରେ ଖରିଫ ଧାନ ସଂଗ୍ରହରେ ଐତିହାସିକ ସଫଳତା : ଚାଷୀ ସଂଖ୍ୟା , ଉତ୍ପାଦନରେ ନୂଆ ମାଇଲଷ୍ଟୋନ

କେନ୍ଦୁଝର,୧୧।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ଚଳିତ ବର୍ଷ ଖରିଫ ଧାନ ସଂଗ୍ରହରେ ଐତିହାସିକ ରେକର୍ଡ ସୃଷ୍ଟି ହୋଇଛି। ଭାଜପା ରାଜ୍ୟ ସ୍ବତନ୍ତ୍ର ନିମନ୍ତ୍ରିତ କାର୍ଯ୍ୟକାରିଣୀ ସଦସ୍ୟ…

ଭୁବନେଶ୍ୱରରେ ପାକିସ୍ତାନ ଆତଙ୍କୀ ଲିଙ୍କ: ପୁଅକୁ ଦିଲ୍ଲୀ ପୋଲିସ ନେବା ପରେ ଏମିତି କହିଲେ ବାପା

ଭୁବନେଶ୍ୱର,୧୧।୪: ମୋ ପୁଅ ନିର୍ଦ୍ଦୋଷ କହିଲେ ଇମ୍ରାନଙ୍କ ବାପା। ପୁଅକୁ ଦିଲ୍ଲୀ ପୋଲିସ ଉଠାଇ ନେବା ପରେ ଏମିତି କହିଲେ ବାପା। ମୋ ପୁଅ ନିର୍ଦ୍ଦୋଷ, ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri