ଚକ ନିର୍ମାଣ ଶେଷ, ଚାଲିଛି ଦଣ୍ଡା କାମ

ପୁରୀ ଅଫିସ,୨୫ା୫: ଏଥର ଅନୁକୂଳର ୧୨ଦିନ ବିଳମ୍ବରେ ରଥ ନିର୍ମାଣ କାମ ଆରମ୍ଭ ହୋଇଛି। ତଥାପି ଠିକଣା ସମୟକୁ ମହାପ୍ରଭୁଙ୍କ ତିନିରଥ ପ୍ରସ୍ତୁତ କରିବା ପାଇଁ ସମ୍ପୃକ୍ତ ସେବକମାନେ ଲାଗିପଡ଼ିିଛନ୍ତି। ମହାରଣା ସେବକ, ଭୋଇ ଓ ରୂପକାର ସେବକ ରଥଖଳାରେ ଚଳଚଞ୍ଚଳ ଥିବାବେଳେ ଦୋଳବେଦି ପରିସରରେ କରତି ଏବଂ କମାର ସେବକ କାମରେ ଲାଗିଛନ୍ତି। ସୋମବାର ସୁଦ୍ଧା ତିନିରଥର ୪୨ଟି ଯାକ ଚକ କାମ ସରିଥିବାବେଳେ ଏବେ ଦଣ୍ଡା କାମ ଚାଲିଛି। ତାଳଧ୍ୱଜ ରଥର ୯ଟି, ଦେବଦଳନ ରଥର ୭ଟି ଏବଂ ନନ୍ଦିଘୋଷର ୯ଟି ଦଣ୍ଡା ମଧ୍ୟରୁ ପ୍ରତ୍ୟେକର ୫ଟି ଲେଖାଏ ଦଣ୍ଡା ଚଉପଟ ସରିଛି। ରୂପକାର ସେବକ ଗୁଜରେ ସିଂହବିରାଳ ରୂପ ଖୋଦେଇ କରୁଛନ୍ତି। ତିନିରଥର ପ୍ରାୟ ୭୫ ପ୍ରତିଶତ ଖୋଦେଇ ଶେଷ ହୋଇଛି। ଅନ୍ୟପକ୍ଷରେ ନାଟଗୋଡ଼ କାମ ଆରମ୍ଭ ହୋଇଛି। ପ୍ରତି ରଥରେ ୮ଟି ଲେଖାଏ ନାଟଗୋଡ଼ ଲାଗିଥାଏ। ଏଥିରେ ରୂପକାର ସେବକମାନେ ରାହୁରୂପ ଖୋଦେଇ କରିବେ। ସେହିପରି ରଥଖଳାରେ ମୁହଁାଟ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ପ୍ରତି ରଥରେ ୪ଟି ଲେଖାଏ ମୁହଁାଟ ଲାଗିଥାଏ। ଆଗ ମୁହଁାଟ, ପଛ ମୁହଁାଟ ଏବଂ ୨ଟି ପାର୍ଶ୍ୱ ମୁହଁାଟ ଲାଗିଥାଏ ବୋଲି ମହାରଣା ସେବକ କହିଛନ୍ତି। ଦୋଳବେଦି ପରିସରରେ କରତି ସେବକଙ୍କ ଦ୍ୱାରା ପୋଲୋ ଗୟଳ ଚିରଟ କରାଯାଉଛି। ରଥରେ ଦୁଇପ୍ରକାର ଗୟଳ ଯଥା ପୋଲୋ ଗୟଳ ଏବଂ ଛନ୍ଦା ଗୟଳ ଲାଗିଥାଏ। ସେହିପରି ଦୋଳବେଦି ପରିସର ଅସ୍ଥାୟୀ କମାରଶାଳରେ ଓଝା ସେବକଙ୍କ ଦ୍ୱାରା ଦଣ୍ଡା କଣ୍ଟା, ଗୟଳ କଣ୍ଟା, ଯୋଖା ଆଦି ତିଆରି ହେଉଛି। ସୋମବାର ସକାଳେ ରଥଖଳାରେ କାମ ଆରମ୍ଭ ପୂର୍ବରୁ ସମ୍ପୃକ୍ତ ସେବକମାନଙ୍କର ଥର୍ମାଲ ସ୍କ୍ରିନିଂ କରାଯାଇଥିଲା। ସମସ୍ତ ସେବକ ସୁସ୍ଥ ଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀଙ୍କୁ ସମସ୍ୟା ଜଣାଇଲେ ଏମ୍‌ପି

ଆସିକା,୩।୮(ଡି.ଏନ୍‌.ଏ)ଆସିକା ଏମ୍‌ପି ପ୍ରମିଳା ବିଷୋୟୀ ନିଜ ଲୋକ ସଭା ନିର୍ବାଚନ ମଣ୍ଡଳୀର କେତେକ ସମସ୍ୟା କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀଙ୍କ ଦୃଷ୍ଟିକୁ ଆଣିଛନ୍ତି। ସେହିପରି...

ସମସ୍ୟା ଘେରରେ କଣ୍ଟିଲୋ ମହାବିଦ୍ୟାଳୟ : ପାଚେରି ନିର୍ମାଣ ଓ ପାନୀୟ ଜଳ ବ୍ୟବସ୍ଥା ନେଇ ବିଧାୟକଙ୍କ ପ୍ରତିଶ୍ରୁତି

ଖଣ୍ଡପଡ଼ା,୮ା୭(ସ୍ବ.ପ୍ର.): ଖଣ୍ଡପଡ଼ା ବ୍ଲକ ଅନ୍ତର୍ଗତ କଣ୍ଟିଲୋ ନୀଳମାଧବ ମହାବିଦ୍ୟାଳୟ ପରିସରରେ ଶନିବାର ବ୍ଲକସ୍ତରୀୟ ବନ ମହୋତ୍ସବ ପାଳିତ ହୋଇଯାଇଛି। ଉକ୍ତ ବୈଠକରେ ମୁଖ୍ୟଅତିଥି ଭାବେ ଖଣ୍ଡପଡ଼ା...

ବୁଦୁଲିପଦର ଘାଟିରୁ ୨ ଯୁବକଙ୍କ ମୃତଦେହ ଉଦ୍ଧାର: ପରିବାର ଲୋକ ଆଣିଲେ ହତ୍ୟା ଅଭିଯୋଗ

ବାଲିଗୁଡା,୧୮।୧୦(ଡି.ଏନ.ଏ.)-କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ତୁମୁଡ଼ିବନ୍ଧ ଥାନା ବୁଦୁଲିପଦର ଘାଟିରୁ ରବିବାର ପୋଲିସ ଦୁଇ ଜଣ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି। ମୃତକ ହେଲେ ତୁମୁଡ଼ିବନ୍ଧର...

ଝିଅକୁ ହତ୍ୟା ପରେ ମା’ର ଆତ୍ମହତ୍ୟା: ଜଙ୍ଗଲରୁ ମିଳିଲା ସ୍ବାମୀଙ୍କ ମୃତଦେହ

ବଣାଇ/ବଡ଼ବିଲ/ଟେନ୍‌ସା,୨୯।୪: ରାସ୍ତାକଡ଼ ଶାଳ ଜଙ୍ଗଲରୁ ସ୍ବାମୀ ଏବଂ ଭଡ଼ାଘରୁ ମିଳିଲା ସ୍ତ୍ରୀ ଓ ଝିଅଙ୍କ ମୃତଦେହ। ଗୋଟିଏ ଦିନରେ ପରିବାରର ୩ ସଦସ୍ୟଙ୍କ ଏଭଳି ସନ୍ଦେହଜନକ...

କେନ୍ଦ୍ରୀୟ ବିଦ୍ୟାଳୟରେ ଏକାଦଶ ଶ୍ରେଣୀ ଖୋଲିବା ଦାବି ଜିଲାପାଳଙ୍କୁ ଭେଟିଲେ ଅଭିଭାବକ ସଂଘ ପ୍ରତିନିଧି

ନୂଆଗାଁ(ଡି.ଏନ.ଏ.)/ନୟାଗଡ଼ ଅଫିସ, ୧୧।୬-ନୟାଗଡ କେନ୍ଦ୍ରୀୟ ବିଦ୍ୟାଳୟରେ ଏକାଦଶ ଶ୍ରେଣୀ ଖୋଲିବା ପାଇଁ ଦାବି କରାଯାଇଛି। ସୋମବାର ଭୁବନେଶ୍ୱର ଓଡ଼ିଶା ଅଭିଭାବକ ସଂଘର ୪ ଜଣିଆ ପ୍ରତିନିଧି...

ସୋର-ଗୋପୀନାଥପୁର ରାସ୍ତା ମରଣଯନ୍ତା

ସୋର, ୭ା୭(ଡି.ଏନ.ଏ.): ବାଲେଶ୍ୱର ଜିଲା ସୋର- ବାଗୁଡି ରାସ୍ତା ମରଣଯନ୍ତା ପାଲଟିଛି। ସୋର ତହସିଲ ଅଧୀନ ବାଗୁଡି ଖଞ୍ଜାମାହାଲ ପଥର ଖାଦାନର ପଥର ଓ ପାହାଡ ମାଟିରେ...

ସଂଘବଦ୍ଧ ଆକ୍ରମଣ ମାମଲା: ଅଭିଯୁକ୍ତଙ୍କୁ ୨ ବର୍ଷ ସଶ୍ରମ କାରାଦଣ୍ଡ

ଦିଗପହଣ୍ଡି,(ଡି.ଏନ.ଏ.)/ପାଟପୁର,୧୧ା୧୨-ସାନଖେମୁଣ୍ଡି ବ୍ଲକ ପ୍ରତାପଗିରି ଗ୍ରାମରେ ୨୦୦୪ ଏପ୍ରିଲ ୧୨ ରେ ଘଟିଥିବା ସଂଘବଦ୍ଧ ଆକ୍ରମଣ ମାମଲାରେ ସମ୍ପୃକ୍ତ ଅଭିଯୁକ୍ତମାନଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି। ଗତ କିଛିଦିନ...

ଘର ମାଲିକଙ୍କୁ ମରଣାନ୍ତକ ଆକ୍ରମଣ, ୪ ଗିରଫ

ବ୍ରହ୍ମପୁର ଅଫିସ,୨୨ା୫- ଘରଭଡ଼ାକୁ କେନ୍ଦ୍ରକରି ଘର ମାଲିକଙ୍କୁ ହୋଇଥିବା ମରଣାନ୍ତକ ଆକ୍ରମଣ ଘଟଣାରେ ଗୋଷାଣୀନୂଆଗଁା ପୋଲିସ ୪ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ଗୋଷାଣୀନୂଆଗଁା...

Advertisement
Archives

Model This Week