Posted inଖେଳ

ଚକିତ କଲା ଜର୍ଜ ବେଲିଙ୍କ ନୂଆ ବ୍ୟାଟିଂ ଷ୍ଟାନ୍ସ

ହାବର୍ଟ,୧।୧୧- ଅଷ୍ଟ୍ରେଲିଆର ପୂର୍ବତନ ବ୍ୟାଟ୍ସମ୍ୟାନ ଜର୍ଜ ବେଲି ପୁଣି ଥରେ ବ୍ୟାଟିଂ ଷ୍ଟାନ୍ସରେ ପ୍ରୟୋଗ କରିଛନ୍ତି। ଅଷ୍ଟ୍ରେଲିଆର ଘରୋଇ କ୍ରିକେଟ ଶେଫିଲ୍ଡ ଶିଲ୍ଡ ଟୁର୍ନାମେଣ୍ଟରେ ଟାସ୍‌ମାନିଆ ଓ ଭିକ୍ଟୋରିଆ ମଧ୍ୟରେ ହାବର୍ଟଠାରେ ଅନୁଷ୍ଠିତ ମ୍ୟାଚ୍‌ରେ ଭେଟେରାନ ବ୍ୟାଟ୍ସମ୍ୟାନ ବେଲିଙ୍କ ଅସାଧାରଣ ବ୍ୟାଟିଂ ଷ୍ଟାନ୍ସ ଦେଖିବାକୁ ମିଳିଛି। ୪ର୍ଥ କ୍ରମରେ ବ୍ୟାଟିଂ ଆସିଥିବା ବେଲି ୨୫ତମ ଓଭରରେ ଭିକ୍ଟୋରିଆ ପେସର ଖ୍ରିସ୍‌ ଟ୍ରେମେନଙ୍କ ଆଡ଼କୁ ପିଠିକରି ଛିଡ଼ାହୋଇଥିଲେ। ମିଡ୍‌ଲ ଷ୍ଟମ୍ପରେ ବାମ ଗୋଡ଼ ରଖି ଥିବାବେଳେ ତାଙ୍କର ଡାହାଣ ଗୋଡ଼ ଲେଗ୍‌ ଷ୍ଟମ୍ପ ବାହାରେ ଥିଲା। ଅନ୍ତିମ ମୁହୂର୍ତ୍ତରେ ସାଧାରଣ ବ୍ୟାଟିଂ ସ୍ଥିତିକୁ ଆସି ପୁଲ୍‌ ଶଟ୍‌ ଖେଳିଥିଲେ। ଟୁଇଟରରେ ଶେୟାର ହୋଇଥିବା ଏହାର ଭିଡିଓ କ୍ରିକେଟ ପ୍ରଶଂସକଙ୍କୁ ଚକିତ କରିଛି। ସେ ୬୭ ବଲର ସମ୍ମୁଖୀନ ହୋଇ ୬ ଚୌକା ସହାୟତାରେ ୪୧ ରନ୍‌ କରି ଆଉଟ୍‌ ହୋଇଥିଲେ। ସେ ପ୍ରତିପକ୍ଷ ଦଳର ସ୍ପିନର ଜନ୍‌ ହୋଲାଣ୍ଡଙ୍କ ବଲରେ କ୍ୟାଚ୍‌ ଆଉଟ୍‌ ହୋଇଥିଲେ। ୩୭ ବର୍ଷୀୟ ବ୍ୟାଟ୍ସମ୍ୟାନ ଭିନ୍ନ ଷ୍ଟାନ୍ସରେ ଛିଡ଼ାହେବା କିଛି ନୂଆ ଘଟଣା ନୁହେଁ। ଅନ୍ତର୍ଜାତୀୟ କ୍ରିକେଟରେ ମଧ୍ୟ ସେ ଭିନ୍ନ ଷ୍ଟାଇଲରେ ଛିଡ଼ାହୋଇ ବୋଲରଙ୍କୁ ଚକିତ କରିବାର ଦୃଷ୍ଟାନ୍ତ ରହିଛି। ଜାତୀୟ ଦଳ ପାଇଁ ସେ ୫ ଟେଷ୍ଟ ସହ ୯୦ ଦିନିକିଆ ଖେଳିଛନ୍ତି। ୭ ଶତକ ସହ ଦିନିକିଆ କ୍ୟାରିୟରରେ ୩୦୪୪ ରନ୍‌ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଦିଲ୍ଲୀ କ୍ୟାପିଟାଲ୍ସରେ ଖେଳିବେ ରାହାନେ

ନୂଆଦିଲ୍ଲୀ,୧୪।୧୧- ଭାରତୀୟ ଟେଷ୍ଟ ଦଳର ଉପ ଅଧିନାୟକ ଅଜିଙ୍କ୍ୟ ରାହାନେ ଆଇପିଏଲର ଆଗାମୀ ସଂସ୍କରଣରେ ଦିଲ୍ଲୀ କ୍ୟାପିଟାଲ୍ସ ଖେଳିବେ। ଅଦଳବଦଳ ପ୍ରକ୍ରିୟାର ଅନ୍ତିମ ଦିନ ରାହାନେଙ୍କ...

ମାତ୍ର ୩୧ ବଲ୍‌ରେ ଶତକ ମାରି ରେକର୍ଡ କରିଥିଲେ ଏହି ମହାନ ବ୍ୟାଟ୍ସମ୍ୟାନ୍‌, ଶୂନରେ ଆଉଟ୍‌ କରିବା…

ନୂଆଦିଲ୍ଲୀ,୧୭।୨: ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଧିନାୟକ ଏବି ଡି ଭିଲିୟର୍ସ ବୁଧବାର ନିଜର ୩୭ତମ ଜନ୍ମଦିନ ପାଳନ କରୁଛନ୍ତି। ୧୯୮୪ ଫେବୃୟାରୀ ୧୭ରେ ଦକ୍ଷିଣ ଆଫ୍ରିକାର...

ଆଇପିଏଲ ଫାଇନାଲର ଦୁଇ ଦିନ ପରେ ଟି୨୦ ବିଶ୍ୱକପ୍‌

ନୂଆଦିଲ୍ଲୀ,୨୫।୬: ଆଗାମୀ ଟି୨୦ ବିଶ୍ୱକପ୍‌ ଭାରତରେ ହେବ ନାହିଁ। ୧୬ ଦଳକୁ ନେଇ ଖେଳାଯିବାକୁ ଥିବା ଇଭେଣ୍ଟ ୟୁନାଇଟେଡ୍‌ ଆରବ ଏମିରେଟ୍ସ (ୟୁଏଇ)ରେ ଖେଳାଯିବ। ଅକ୍ଟୋବର...

ଲକ୍ଷ୍ନୌରେ ଏଲଏସଜି-ସିଏସକେ ଲଢ଼େଇ…

ଲକ୍ଷ୍ନୌ,୩।୫ : ଆଇପିଏଲ ସିଜିନ ୧୬ର ୪୪ ତମ ମ୍ୟାଚରେ ଲକ୍ଷ୍ନୌ ସୁପର ଜ୍ୟାଣ୍ଟ୍ସ(ଏଲଏସଜି) ଏବଂ ଚେନ୍ନାଇ ସୁପର କିଙ୍ଗ୍ସ(ସିଏସକେ) ବୁଧବାର ଅପରାହ୍ନ ସାଢ଼େ ୩ଟାରେ...

୩୨ ବର୍ଷରେ ପ୍ରଥମ ଥର ପାଇଁ ଲଜ୍ଜିତ ହେଲା କଙ୍ଗାରୁ ଟିମ୍‌

ଗାବା,୧୯।୧: ଇତିହାସ ରଚିଛି ଭାରତୀୟ ଦଳ। ଅଷ୍ଟ୍ରେଲିଆ ବିପକ୍ଷ ନିର୍ଣ୍ଣାୟକ ଟେଷ୍ଟରେ ବିଜୟ ହାସଲ ସହ ୩୨ ବର୍ଷର ଗର୍ବ ଭାଙ୍ଗିଛି ଟିମ୍‌ ଇଣ୍ଡିଆ। ଗାବାର...

ସନ୍ତୋଷ ଟ୍ରଫି ଫୁଟ୍‌ବଲ

ଘରୋଇ ଫୁଟ୍‌ବଲର ମର୍ଯ୍ୟାଦାଜନକ ଟୁର୍ନାମେଣ୍ଟ ସନ୍ତୋଷ ଟ୍ରଫି ୨୦୨୨-୨୩ ସିଜନର ସେମିଫାଇନାଲ ପର୍ଯ୍ୟାୟ ଶେଷ ହୋଇଛି। ଏଥର ପ୍ରତିଯୋଗିତାର ନକ୍‌ଆଉଟ ମ୍ୟାଚଗୁଡ଼ିକ ସାଉଦି ଆରବର କିଙ୍ଗ୍‌...

ହାଇଦ୍ରାବାଦ୍‌କୁ ହରାଇଲା ପଞ୍ଜାବ

ଦୁବାଇ,୨୫।୧୦(ପି.ଟି.): ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୪୩ତମ ମ୍ୟାଚ୍‌ରେ ଶନିବାର କିଙ୍ଗ୍ସ ଏକାଦଶ ପଞ୍ଜାବ ୧୨ ରନରେ ସନରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ...

କିଲିମାଞ୍ଜାରୋ ଆରୋହଣ କରିବେ ମଧୁସ୍ମିତା

ଭୁବନେଶ୍ୱର,୬ା୨(ସ୍ପୋଟର୍‌ସ ବ୍ୟୁରୋ): ଗଞ୍ଜାମ ଜିଲାର ଗୋଶାଣନୂଆଗାଁ ଗ୍ରାମର ପର୍ବତାରୋହୀ ମଧୁସ୍ମିତା ପାତ୍ର ଆଫ୍ରିକା ମହାଦେଶର ଉଚ୍ଚତମ ଗିରିଶୃଙ୍ଗ ମାଉଣ୍ଟ କିଲିମାଞ୍ଜାରୋ ଆରୋହଣ କରିବେ। ରବିବାର ବ୍ରହ୍ମପୁର...

Advertisement
Archives

Model This Week