ଚକାଫାଟିବାରୁ ଦୁର୍ଘଟଣା: ଡିଭାଇଡର ଡେଇଁ ଅନ୍ୟ କାର ସହ ପିଟିହେଲା ଓ୍ବାଗ୍‌ନର, ୩ ଗୁରୁତର

ଭୁବନେଶ୍ୱର,୧୯।୫(ବ୍ୟୁରୋ)- ଶହୀଦନଗର ଥାନା ଅନ୍ତର୍ଗତ ଆଚାର୍ଯ୍ୟବିହାର ଓଭରବ୍ରିଜ୍‌ ଉପରେ ଶନିବାର ରାତି ପ୍ରାୟ ୯ଟାରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଚକା ଫାଟିଯିବାରୁ ଏକ ଓ୍ବାଗନର କାର (ଓଆର୦୨ବିଭି୯୦୦୮) ଭାରସ୍ୟାମ ହରାଇ ଡିଭାଇଡର ଡେଇଁ ଅନ୍ୟ ଏକ ଜୁପିଟର କାର (ଓଆର୦୨ବିଏ୬୩୯୯)କୁ ଜୋର୍‌ରେ ଧକ୍କା ଦେଇ ଓଲଟି ପଡିଛି। ଫଳରେ ଉଭୟ ଗାଡିରେ ଥିବା ୩ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରାଯାଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ସଂକଟାପନ୍ନ ଥିବାରୁ କଟକ ବଡ଼ ମେଡିକାଲକୁ ପଠାଇ ଦିଆଯାଇଛି। ଆହତଙ୍କ ମଧ୍ୟରେ ଓ୍ବାଗନର ଡ୍ରାଇଭର ନୟାପଲ୍ଲୀ ନିଉ କଲୋନୀ ଏଲ୍‌ଆଇଜି-୨୫୫ରେ ରହୁଥିବା ଆରିୟାନ ସାମଲ, ସେଥିରେ ବସିଥିବା ସୁବଳ ଦଳେଇ ଓ ଜୁପିଟର କାର୍‌ ଡ୍ରାଇଭର ଜାଗମରାର ସନ୍ତୋଷ କୁମାର ପଣ୍ଡା। ଦୁର୍ଘଟଣାଗ୍ରସ୍ତ ଦୁଇ କାର୍‌ ରାସ୍ତା ଉପରେ ପଡ଼ି ରହିବାରୁ ଅଧଘଣ୍ଟା ଧରି ସେଠାରେ ଗାଡି ମୋଟର ଅଟକି ରହିଥିଲା। ଖବର ପାଇ ଶହୀଦନଗର ପୋଲିସ ପହଞ୍ଚତ୍ ରାସ୍ତା ଉପରୁ ଗାଡି ହଟାଇବା ପରେ ଚଳାଚଳା ସ୍ବାଭାବିକ ହୋଇଥିଲା।

ସୂଚନା ଅନୁଯାୟୀ, ଓ୍ବାଗ୍‌ନର କାର୍‌ଟି ଦ୍ରୁତ ଗତିରେ ଜୟଦେବ ବିହାର ପଟୁ ରସୁଲଗଡ ଅଭିମୁଖେ ଯାଉଥିଲା। ଆଚାର୍ଯ୍ୟବିହାର ଛକ ନିକଟରେ ଓ୍ବାଗନର କାର୍‌ର ଡାହାଣ ଚକା ହଠାତ୍‌ ଫାଟି ଯାଇଥିଲା। ଫଳରେ କାର୍‌ଟି ଭାରସ୍ୟାମ ହରାଇ ବାରମ୍ବାର ଓଲଟି ଡିଭାଇଡର ପାରହୋଇ ଅପରପାର୍ଶ୍ୱ ରାସ୍ତାରେ ଜୟଦେବବିହାର ଅଭିମୁଖେ ଯାଉଥିବା ଜୁପିଟର କାର ଉପରେ ପଡିଥିଲା। ଫଳରେ ଜୁପିଟର କାର ପୂରା ଚେପା ହୋଇ ଚୁର୍‌ମାର ହୋଇଯାଇଥିଲା। ଡ୍ରାଇଭର ସନ୍ତୋଷ ପଣ୍ଡା ଭିତରେ ଚାପି ହୋଇଯାଇଥିଲେ। ତାଙ୍କ ମୁଣ୍ଡ, ମୁହଁ ସମେତ ଅନ୍ୟ ସ୍ଥାନରେ ପ୍ରବଳ ମାଡ଼ ହୋଇଥିଲା। ଦୁଇଟି କାର୍‌ରେ ଥିବା ୩ଜଣ ଚିତ୍କାର କରୁଥିବା ଦେଖି ଲୋକେ ପୋଲିସକୁ ଖବର ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସୁସ୍ଥ ହେଲେ ୬୭ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୨୫।୨ : ଓଡ଼ିଶାରେ ଗୁରୁବାର ୬୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ସୁସ୍ଥ ହୋଇଥିବା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୩୪,୪୦୦ରେ...

ଯାଜପୁରରେ ୫୪ରେ ପହଞ୍ଚିଲା କରୋନା ପଜିଟିଭ୍‌ଙ୍କ ସଂଖ୍ୟା: ନୂଆ ଆକ୍ରାନ୍ତ ୬୫ ବର୍ଷୀୟ ବୃଦ୍ଧ,କୋଲକାତାରୁ ଫେରିଥିଲେ

ଭୁବନେଶ୍ୱର(ବ୍ୟୁରୋ),୬।୫: ଯାଜପୁରରେ ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତ ୬୫ ବର୍ଷୀୟ ବୃଦ୍ଧ। ସେ କୋଲକାତାରୁ ଫେରି କ୍ୱାରାଣ୍ଟାଇନ୍‌ରେ ରହିଥିଲେ। ବୁଧବାର ସେ ପଜିଟିଭ୍‌ ଜଣାପଡ଼ିବା ପରେ...

ଅଂଶୁପ୍ରଜ୍ଞାଙ୍କୁ ‘ଆର୍ଥ ହିରୋ ପୁରସ୍କାର’

ଭୁବନେଶ୍ୱର, ୩।୧୦(ବ୍ୟୁରୋ): ଓଡ଼ିଶାର ବନ ଅଧିକାରୀ ଅଂଶୁପ୍ରଜ୍ଞା ଦାସ ନାଟ୍‌ୱେଷ୍ଟ ଗ୍ରୁପ୍‌ ଆର୍ଥ ହିରୋ ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଛନ୍ତି। ଅଂଶୁପ୍ରଜ୍ଞା ସାତକୋଶିଆର ମହାନଦୀ...

ସମ୍ବଲପୁର ହିଂସାକାଣ୍ଡ ଘଟଣା: ୪ ଜଣିଆ ଯାଞ୍ଚ ଟିମ ଗଠନ କଲା ଭାଜପା

ଭୁବନେଶ୍ୱର,୨୮।୪(ବ୍ୟୁରୋ): ହନୁମାନ ଜୟନ୍ତୀ ପୂର୍ବରୁ ସମ୍ବଲପୁରରେ ଘଟିଥିବା ବ୍ୟାପକ ହିଂସାକାଣ୍ଡର ତଦନ୍ତ ନିମନ୍ତେ ଭାଜପା ଏକ ୪ ଜଣିଆ ଯାଞ୍ଚ ଟିମ ଗଠନ କରିଛି। ଏହି...

ଏପ୍ରିଲ ୩୦ ପରେ ହେବ ନବମ ଶ୍ରେଣୀ ପରୀକ୍ଷା!

ଭୁବନେଶ୍ୱର,୧୧।୪(ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କରୋନା ଚିନ୍ତା ବଢ଼ାଉ ଥିବା ବେଳେ ପରିସ୍ଥିତି ସଙ୍ଗିନ ହୋଇପଡ଼ିଛି। ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର ନବମ ଓ ଏକାଦଶ...

ରାଜଧାନୀରେ କଡ଼ାକଡ଼ି ହେବ କରୋନା କଟକଣା

ଭୁବନେଶ୍ୱର,୨୧।୨(ବ୍ୟୁରୋ): ଆଉ କିଛିଦିନ ପରେ କରୋନା ମହାମାରୀକୁ ବର୍ଷେ ପୂରିବାକୁ ଯାଉଛି। ଦୀର୍ଘଦିନର ଲକ୍‌ଡାଉନ୍‌ ଓ ଶଟ୍‌ଡାଉନ ଯନ୍ତ୍ରଣା ପରେ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇଥିବାବେଳେ...

ସବୁ ଜିଲାରେ ହେବ ସାଇନ୍ସ ପାର୍କ

ଭୁବନେଶ୍ୱର,୨୮।୨(ବ୍ୟୁରୋ): ରାଜ୍ୟର ପ୍ରତ୍ୟେକ ଜିଲାରେ ସାଇନ୍ସ(ବିଜ୍ଞାନ) ପାର୍କ ନିର୍ମାଣ କରାଯିବ। ପ୍ରଥମେ ୨୦ଟି ଜିଲାରେ ପାର୍କ ନିର୍ମାଣ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ପ୍ରଥମ...

ପୋଖରୀରେ ପଡ଼ିଥିଲା ବିଷ

ଭୁବନେଶ୍ୱର, ୧୧।୩(ବ୍ୟୁରୋ):ବରଗଡ଼ ବନଖଣ୍ଡ ଅଧୀନ ଭଟଲି ରେଞ୍ଜ ଅନ୍ତର୍ଗତ ଦେଉଚୁଆଁ ସଂରକ୍ଷିତ ଜଙ୍ଗଲରେ ଥିବା ଏକ ପୋଖରୀରେ ଅନେକ ମାଛ ମରି କୂଳରେ ଲାଗିଥିଲେ। ଏଥିସହ...

Advertisement
Archives

Model This Week