ଚଉ କାଠ ଜବତ, ୨ ଗିରଫ

ବଇଣ୍ଡା,୩।୧୧(ଡି.ଏନ.ଏ.)-କିଶୋରନଗର ବ୍ଲକ ହଣ୍ଡପା ରେଞ୍ଜ ଚାର ଖେମୁଣ୍ଡି ଜଙ୍ଗଲରେ ରବିବାର ବନବିଭାଗ ପକ୍ଷରୁ ଚଢାଉ କରାଯାଇ ୨୦ ହଜାର ଟଙ୍କାର ଶାଳ ଚଉକାଠ ଜବତ କରାଯାଇଛି। ଏହି ଘଟଣାରେ କିଶୋରନଗର ଥାନା କରଡିଂବାହାଳ ଗ୍ରାମର ଦୁଃଖିଶ୍ୟାମ ବାଦି, ରେଢାଖୋଲ ଥାନା କଳିନ୍ଦର ଗ୍ରାମର ଅଜୟ ପ୍ରଧାନଙ୍କୁ ଗିରଫ କରାଯାଇଛି। ଏଥିସହିତ ସେମାନଙ୍କ ନିକଟରୁ ଏକ କରତ, ଟାଙ୍ଗିଆ, ଲୁହା ପଦାର୍ଥ ବନବିଭାଗ ଜବତ କରିଛି। ସେମାନେ ଉକ୍ତ ଜଙ୍ଗଲରୁ ଶାଳ ଚଉକାଠ କାଟୁଥିବାବେଳେ ଖବରପାଇ ହଣ୍ଡପା ରେଞ୍ଜର ଚୈତନ୍ୟ ବେହେରା, ଫରେଷ୍ଟର ନନ୍ଦକିଶୋର ତ୍ରିପାଠୀ, ସଞ୍ଜୟ କୁମାର ବେହେରା, ଦୀପ୍ତିରଞ୍ଜନ ବିଶ୍ୱାଳ, ଫରେଷ୍ଟର ଗାର୍ଡ ସନ୍ତୋଷ କୁମାର ନାୟକଙ୍କ ସମେତ ଏକ ଟିମ ଚଢାଉ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକାଙ୍କୁ ବଳାତ୍କାର, ଅଭିଯୁକ୍ତ ଗିରଫ: ନିରପେକ୍ଷ ତଦନ୍ତ ଦାବି କଲା ଭାଜପା ମହିଳା ମୋର୍ଚ୍ଚା

ହିଞ୍ଜିଳିକାଟୁ,୨୧ା୧୧(ଡି.ଏନ୍‌.ଏ): ହିଞ୍ଜିଳି ଥାନା ଅଞ୍ଚଳରେ ଗତ ଶନିବାର ଜଣେ ୧୦ବର୍ଷୀୟ ନାବାଳିକାଙ୍କୁ ନିଜ ଦୋକାନରେ ବଳାତ୍କାର କରିଥିବା ଅଭିଯୁକ୍ତଙ୍କୁ ପୋଲିସ ଗୁରୁବାର ଗିରଫ କରିଛି। ସେ...

ଲକ୍‌ଡାଉନ୍‌ ସମୟରେ ଅସହାୟଙ୍କ ସାହାରା ପାଲଟିଛନ୍ତି ଯୁବଗୋଷ୍ଠୀ

ଝାରସୁଗୁଡ଼ା ଅଫିସ,୨୬।୩: ସମଗ୍ର ଦେଶରେ କରୋନା କଟକଣା ଯୋଗୁ ଯାନବାହନ ସମେତ ହୋଟଲଗୁଡ଼ିକ ବନ୍ଦ ରହିଛି। ଏପରିସ୍ଥିତିରେ ବହୁ ସ୍ଥାନରେ ଲୋକେ ଫସି ରହିଛନ୍ତି। ଦୁଇ...

ଅଣ୍ଡିଲୋ ଗାଁରେ ଆଣ୍ଠୁଏ ପାଣି

ବାଲିଅନ୍ତା,୨୭ା୮(ଡି.ଏନ୍‌.ଏ): ୨ଦିନ ଧରି ଲଘୁଚାପ ଜନିତ ଲଗାଣ ବର୍ଷା ହେବା ଯୋଗୁ ବାଲିଅନ୍ତା ପଞ୍ଚାୟତର ଅଣ୍ଡିଲୋ ଗ୍ରାମର ରାସ୍ତା ଉପରେ ଆଣ୍ଠୁଏ ଉଚ୍ଚର ପାଣି ଜମି...

ନୀଳଗିରି ଉପକାରାଗାରରେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ

ସଜନାଗଡ,୧୦।୭(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ନୀଳଗିରି ଜେଲ ଉପକାରାଗାରରେ ବୁଧବାର ଜଣେ ବିଚାରାଧୀନ କଏଦୀଙ୍କର ମୃତ୍ୟୁ ଘଟିଛି। ସେ ହେଲେ ହାଡ଼ିବନ୍ଧୁଙ୍କ ପୁଅ ପାଗୁଲୁ ଖଣ୍ଡେଇ(୨୫)। ସୂଚନା...

ଦ୍ୱିତୀୟ ଥର ଖିଲାପ କଲେ ମାସେ ବନ୍ଦ ହେବ ଦୋକାନ: ଜିଲାପାଳ

ଛତ୍ରପୁର,୨ା୯(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ କୋଭିଡ୍‌-୧୯ ଗାଇଡ୍‌ଲାଇନ୍‌କୁ ଆହୁରି କଡ଼ାକଡ଼ି ପାଳନ କରାଯିବ। ଜିଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା କମୁଥିବା ବେଳେ ସେପ୍ଟେମ୍ବରରେ ସତର୍କତା ଜରୁରୀ। ସବୁ...

ଆଖଣ୍ଡଳମଣିଙ୍କ ବେଢ଼ା ସମ୍ପ୍ରସାରଣ କାର୍ଯ୍ୟ ତ୍ୱରାନ୍ବିତ

ଭଦ୍ରକ,୧୯ା୧୦(ଡି.ଏନ୍‌.ଏ): ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ବାବା ଆଖଣ୍ଡଳମଣିଙ୍କ ମନ୍ଦିର ବେଢ଼ା ସଂପ୍ରସାରଣ କାର୍ଯ୍ୟ ସୋମବାର ଆରମ୍ଭ ହୋଇଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ମନ୍ଦିର ବେଢ଼ାରେ ଥିବା...

ଓଡିଆ ପ୍ରବାସୀଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ; ୬ ଗୁରୁତର

ବଇଣ୍ଡା,୧୪।୫(ଡି.ଏନ୍‌.ଏ.)-ଅନୁଗୋଳ ଜିଲା ବଇଣ୍ଡା-ଆଠମଲ୍ଲିକ ପୂର୍ତ୍ତବିଭାଗ ରାସ୍ତାର ଠାକୁରଗଡ଼ ଥାନା ଷୋଳପଦା କଲେଜ ପରିସରରେ ଆନ୍ଧ୍ରରୁ ଫେରନ୍ତା ଓଡ଼ିଆ ପ୍ରବାସୀ ଶ୍ରମିକଙ୍କୁ ନେଇ ଆସୁଥିବା ଏକ ଉଇଁଗର...

ଘରୋଇ କଳି: ମଝିଆ ଭାଇଙ୍କୁ ହତ୍ୟା କଲେ ସାନ

ନାଉଗାଁ,୧୯ା୧(ସ୍ବ.ପ୍ର.): ଘରୋଇ କଳହକୁ ନେଇ ଶନିବାର ଜଗତ୍‌ସିଂହପୁର ଜିଲା ନାଉଗାଁ ଥାନା ଅନ୍ତର୍ଗତ ହରିଶପୁର ଗ୍ରାମରେ ସାନ ଭାଇ ମଝିଆ ଭାଇଙ୍କୁ ଶିଳପୁଆରେ ଛେଚି ହତ୍ୟା...

Play 250+ Trending Games
Archives

Model This Week

Why Dharitri