ଘାରିଛି ଅଜବ ନିଶା: ପାଲା ପ୍ରେମରେ ୯୦ ବର୍ଷୀୟ ବିଷ୍ଣୁଚରଣ

ରସୁଲପୁର,୪ା୧(ଡି.ଏନ.ଏ): ଏକଦା ହିନ୍ଦୁ ସଂସ୍କୃତି ଓ ପରମ୍ପରାର ପ୍ରଚାର, ପ୍ରସାର ଦିଗରେ ପାଲା ଏକ ବଳିଷ୍ଠ ମାଧ୍ୟମ ଥିଲା। ସାଂସ୍କୃତିକ କାର୍ଯ୍ୟକ୍ରମରେ ପାଲା ପରିବେଷଣକୁ ଅଧିକ ଗୁରୁତ୍ୱ ଦିଆଯାଉଥିଲା। ଆଧୁନିକ ଚାକଚକ୍ୟ ଭିତରେ ପାଲା ଗୁରୁତ୍ୱହୀନ ହୋଇପଡିଛି। ଏବେ ବିଭିନ୍ନ ସ୍ଥାନରେ ସାଂସ୍କୃତିକ ମଞ୍ଚଗୁଡିକରେ ପାଲା ପରିବେଷଣ କ୍ୱଚିତ ଦେଖିବାକୁ ମିଳୁଛି। ଏଭଳି ସ୍ଥିତିରେ ପାଲା ପ୍ରେମରେ ବନ୍ଧା ପଡିଛନ୍ତି ବିଷ୍ଣୁଚରଣ ଜେନା। ବୟସ ୯୦ ଛୁଇଁଲାଣି, ହେଲେ ତାଙ୍କର ପାଲା ପ୍ରତି ଆକର୍ଷଣ ଏବେ ବି ଅତୁଟ ରହିଛି। ଜୀବନ କାଳରେ ସେ ସମଗ୍ର ରାଜ୍ୟ ବୁଲି ପାଲା ଦର୍ଶକ ସାଜିବାକୁ ଆଶା ବାନ୍ଧିଛନ୍ତି। ତେବେ ପାଲା ପ୍ରତି ବିଷ୍ଣୁଚରଣଙ୍କ ପ୍ରବଳ ଇଚ୍ଛା, ପାଲା ପରିବେଷଣ ସମୟରେ ଗାୟକ ଓ ବାହକଙ୍କ ଛାନ୍ଦ ଓ ଶ୍ଲୋକ ଅଂଶକୁ ଆବୃତ୍ତି କରି ସାଧାରଣରେ ପ୍ରଶଂସିତ ହୋଇପାରିଛି। ବୟସର ଅପରାହ୍ନରେ ବି ତାଙ୍କ ସ୍ମରଣ ଶକ୍ତି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।
ରସୁଲପୁର ବ୍ଲକ ସୀମାବର୍ତ୍ତୀ ଅଞ୍ଚଳରେ ଅବସ୍ଥିତ ଯାଜପୁର ବ୍ଲକ ଅଧୀନ ବେରୁଦା ପଞ୍ଚାୟତରେ ବିଷ୍ଣୁଙ୍କ ଘର। ସେ ପେଶାରେ ଯାଜପୁର ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ପିଅନ ଭାବେ କାମ କରୁଥିଲେ। ଛୋଟବେଳୁ ତାଙ୍କର ମନରେ ପାଲା ପ୍ରତି ଅତ୍ୟନ୍ତ ଦୁର୍ବଳତା ରହିଛି। ୨୦ବର୍ଷ ବୟସରୁ ସେ ପାଲା ଦେଖିବା ପାଇଁ ଜିଲା ବାହାରକୁ ଯାଇଛନ୍ତି। ସେବେଠାରୁ ସେ ବିଭିନ୍ନ ସ୍ଥାନକୁ ବୁଲି ପାଲା ଦେଖି ଆସୁଛନ୍ତି। ଏବେ ସୁଧା ଯାଜପୁର ଜିଲା ଛଡା କେନ୍ଦ୍ରାପଡା, ଜଗତସିଂହପୁର, ଖୋର୍ଦ୍ଦା, କଟକ, ଭଦ୍ରକ, କେନ୍ଦୁଝର, ପୁରୀ, ଢେଙ୍କାନାଳ ଭଳି ୧୩ଟି ଜିଲା ବୁଲି ପାଲା ଦେଖି ସାରିଲେଣି। ସେ ଦୈନିକ ଅଫିସ କାର୍ଯ୍ୟ ସାରିବା ପରେ ଯାଜପୁର ଓ ପଡୋଶୀ ଜିଲାର ଯେଉଁଠି ପାଲା ହେଉଥାଏ ସେଠାକୁ ଯାଇ ରାତିରେ ପାଲା ଦେଖି ଫେରି ଆସି ସକାଳେ ଅଫିସ କାର୍ଯ୍ୟରେ ଯୋଗ ଦେଇଥାନ୍ତି। ଏହା ଭିତରେ ସେ ୩୦ଜଣ ଗାହାଣଙ୍କ ପାଲା ପରିବେଷଣ ଦେଖି ସାରିଛନ୍ତି। ଅବସର ପରେ ତାଙ୍କୁ ପେନସନ୍‌ ବାବଦକୁ ମିଳୁଥିବା ଟଙ୍କାରୁ ଅଧା ଅର୍ଥ ସେ ଘରକୁ ଦେଉଛନ୍ତି। ବଳକା ଅର୍ଥକୁ ସେ ବିଭିନ୍ନ ସ୍ଥାନ ବୁଲି ପାଲା ଦେଖିବାରେ ବ୍ୟୟ କରୁଛନ୍ତି। ଏ ଦିଗରେ ତାଙ୍କର ପରିବାରର କୌଣସି ଆପତ୍ତି ନାହିଁ। ଆରମ୍ଭରୁ ସ୍ତ୍ରୀଙ୍କ ବାରଣ ରହୁଥିଲା, ମାତ୍ର ପରେ ସେ ଏ ଦିଗରେ ତାଙ୍କୁ ସହଯୋଗ କରିଆସୁଛନ୍ତି ବୋଲି ବିଷ୍ଣୁଚରଣ ଧରିତ୍ରୀକୁ କହିଛନ୍ତି। ତେବେ ପାଲା ପ୍ରତି ତାଙ୍କର ଅଜବ ନିଶା ଆଗରେ ସବୁ କିଛି ହାର ମାନିଛି ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri