Posted inଫୁରସତ

ଘର ତିଆରି ପାଇଁ ଗଛକୁ ନ କାଟି କରିନେଲେ ନିଜ ପରିବାର ସଦସ୍ୟ

ଯଦି ଘର ତିଆରି କରିବାର ଥାଏ ଆମେ ପ୍ରଥମେ ସେହି ଜାଗାରେ ଥିବା ଗଛ କାଟି ସଫା କରିଥାଉ। ବୃକ୍ଷ ହିଁ ଜୀବନ ଜାଣି ମଧ୍ୟ ଆମେ ଏହା କରିବାକୁ ପଛାଇ ନ ଥାଉ। କିନ୍ତୁ ଏପରି ଗୋଟେ ପରିବାର ଅଛି, ଯିଏକି ଗଛ ନ କାଟି ତା ସହ ରହିବାକୁ ପସନ୍ଦ କରିଛନ୍ତି। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ମଧ୍ୟପ୍ରଦେଶର ଜବଲପୁରରେ। ଯେଉଁଠାରେ ଘର କରିବା ପାଇଁ ପରିବାର ଲୋକ ଗଛ ନ କାଟି ଗଛରେ ହିଁ ଘର କରି ରହୁଛନ୍ତି। ଘର ନର୍ମାଣ ସମୟରେ ଗଛ କାଟିବା ବଦଳରେ ତାକୁ ନିଜ ପରିବାରର ଏକ ସଦସ୍ୟ ଭାବେ ଗ୍ରହଣ କରିନେଇଛନ୍ତି।
୧୯୯୪ରୁ ଘରେ ରହିଛି ଗଛ
ଜବଲପୁରରେ ଯେ କୌଣସି ଲୋକଙ୍କୁ ଏହି ଘର ବିଷୟରେ ପଚାରିବେ ତାହା ସମସ୍ତଙ୍କୁ ଜଣାଥିବ। ସେହି ଘରକୁ ପୁରାପୁରି ଅଶ୍ୱସ୍ତ ଗଛ ଢାଙ୍କିକି ରହିଛି। ଯୋଗେସ କେସରବାନି ନାମକ ବ୍ୟକ୍ତି ପୂରା ପରିବାର ସହ ସେଠାରେ ରହୁଛନ୍ତି। ତାଙ୍କ କହିବା ଅନୁସାରେ ୧୯୯୪ରୁ ସେଠାରେ ଅଶ୍ୱସ୍ତ ଗଛ ରହିଛି। ଘର ତିଆରି କରିବା ସମୟରେ ଯୋଗେସଙ୍କ ମା ବାପା ଜଣେ ଇଞ୍ଜିନିୟରଙ୍କୁ ଡାକି ଏହି ଘର ତିଆରି କରିଥିଲେ।

ଗଛକୁ ହୋଇସାରିଛି ୧୫୦ ବର୍ଷ
ଯୋଗେସ କୁହନ୍ତି, ତାଙ୍କ ମା ବାପା ପ୍ରକୃତିକୁ ବହୁତ ଭଲ ପାଆନ୍ତି। ଘର ତିଆରି ସମୟରେ ହିଁ ତାଙ୍କ ବାପା ଗଛ ନ କାଟିବା ପାଇଁ ନିଷ୍ପତି ନେଇଥିଲେ। ଏବେ ସେହି ଗଛକୁ ୧୫୦ ବର୍ଷ ହୋଇସାରିଛି। ଗଛଟିକୁ କାଟିବା ବହୁତ ସହଜ କିନ୍ତୁ ଏହାକୁ ବଢ଼ାଇବା ବହୁତ କଷ୍ଟ ବୋଲି ସେ କୁହନ୍ତି।
ଯୋଗେଶଙ୍କ ଗଛ ଚିନ୍ତା
ଗଛ ଏବେ ଯୋଗେସଙ୍କ ପରିବାର ସଦସ୍ୟ ହୋଇଯାଇଛି। ଏହି ଗଛ ଯୋଗୁ ବିଭିନ୍ନ ପ୍ରକାର ପକ୍ଷୀ ମଧ୍ୟ ଆସି ବସା ବାନ୍ଧିଛନ୍ତି। ଏହି ଗଛ ଲୋକମାନଙ୍କୁ ଆକର୍ଷିତ କରିଥାଏ। ବାଟରେ ଯାଉଥିବା ଲୋକେ ଗଛ ସହ ସେଲଫି ମଧ୍ୟ ଉଠାଇଥାନ୍ତି। ତେବେ ଗଛ ନ କାଟି ଏଭଳି ଭାବେ ପ୍ରକୃତିକୁ ରକ୍ଷା କରାଯାଇପାରିବ ବୋଲି ଯୋଗେଶ ଭାବନ୍ତି।


ଗଛ ପାଇଁ ହୋଇନି କୌଣସି ଅସୁବିଧା
ଘର ତିଆରି ହେଲା ପରେ କିଛି ଇଞ୍ଜିନିୟରିଂ ଛାତ୍ର ସେହି ସ୍ଥାନକୁ ଆସି ଘରର ଡିଜାଇନ ବିଷୟରେ ଅଧ୍ୟୟନ କରନ୍ତି। ଏହି ଗଛ ପାଇଁ ପରିବାରକୁ କୌଣସି ଅସୁବିଧା ହୁଏ କି ବୋଲି ଛାତ୍ରମାନେ ପଚାରନ୍ତି। ଆଉ ଏହାର ଉତ୍ତରରେ ଯୋଗେସ କୁହନ୍ତି ଏଠାରେ ଗଛ ଅଛି ବୋଲି ଆମକୁ ଜଣାପଡ଼େ ନାହିଁ। ତେବେ ଜବଲପୁରରେ ଥିବା ଏହି ଘର ଏବେ ଚର୍ଚ୍ଚାର ବିଷୟ ପାଲଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌

କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…

କାଲିଠୁ ଏହି ୫ ରାଶିର ଫିଟିବ ଭାଗ୍ୟ, ଧନ ବର୍ଷା କରିବେ ଶୁକ୍ର-ଶନି; ଆପଣଙ୍କ ରାଶି…

ଆସନ୍ତାକାଲି ଅର୍ଥାତ ୨୦୨୬ ଏପ୍ରିଲ ୧୦ ତାରିଖ ସକାଳ ୪ଟା ୩୯ ମିନିଟ୍‌ରେ ମହାକାଶରେ ଏକ ବିରଳ ଜ୍ୟୋତିଷୀୟ ଘଟଣା ଘଟିବାକୁ ଯାଉଛି। ଶୁକ୍ର ଏବଂ ଶନି…

‘ଆମ ଆଙ୍ଗୁଠି ଏବେବି ଟ୍ରିଗର ଉପରେ ଅଛି…’, ପାକିସ୍ତାନରେ ଆମେରିକା ସହିତ ବୈଠକ ପୂର୍ବରୁ ଇସ୍ରାଏଲକୁ ଖୋଲା ଧମକ ଦେଇଛି ଇରାନ

ତେହରାନ,୯।୪: ଶୁକ୍ରବାର (୧୦ ଏପ୍ରିଲ) ପାକିସ୍ତାନର ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ହେବାକୁ ଯାଉଛି। ଏହା ପୂର୍ବରୁ, ଇରାନ ଇସ୍ରାଏଲକୁ ଏକ ଧମକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri