ଘର ଛାଡ଼ିଲେ ୨ହଜାରରୁ ଊର୍ଦ୍ଧ୍ୱ ଲୋକ : ୩ ଏନ୍‌ଡିଆର୍‌ଏଫ୍‌, ୨ ଓଡ୍ରାଫ୍‌ ଟିମ୍‌ ମୁତୟନ

ଭଦ୍ରକ ଅଫିସ, ୧୯।୫- ସମ୍ଭାବ୍ୟ ବାତ୍ୟା ଅମ୍ଫନ ମୁକାବିଲା ପାଇଁ ଭଦ୍ରକ ଜିଲା ପ୍ରଶାସନ ସମସ୍ତ ପ୍ରକାର ପ୍ରସ୍ତୁତି ଚୂଡ଼ାନ୍ତ କରିଛି। ଜିଲାରେ ମୋଟ ୩ଟି ଏନ୍‌ଡିଆର୍‌ଏଫ୍‌ ଓ ୨ଟି ଓଡ୍ରାଫ୍‌ ଟିମ୍‌ ମୁତୟନ ହୋଇଛନ୍ତି। ଏହା ବ୍ୟତୀତ ଅଗ୍ନିଶମ ବିଭାଗ ମଧ୍ୟ ସଜାଗ ରହିଛି। ସମୁଦ୍ରକୂଳିଆ ଅଞ୍ଚଳ ବାସୁଦେବପୁର ଓ ଚାନ୍ଦବାଲି ବ୍ଲକର ୭୨ଟି ଗାଁକୁ ହାଇଆଲର୍ଟ ଜାରି କରାଯାଇଛି। ଆବଶ୍ୟକ ପଡ଼ିଲେ ପ୍ରାୟ ୧ ଲକ୍ଷ ୬୦ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯିବ ବୋଲି ପ୍ରଶାସନ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି। ରିପୋର୍ଟ ଲେଖା ହେବା ସୁଦ୍ଧା ଧାମରା ଅଞ୍ଚଳର ପ୍ରାୟ ୨ହଜାର ମହିଳା ଓ ପୁରୁଷ ଘର ଛାଡ଼ି ବାତ୍ୟାଶ୍ରୟସ୍ଥଳୀକୁ ସ୍ଥାନାନ୍ତରିତ ହୋଇଛନ୍ତି। ୧୦୪ଟି ବାତ୍ୟାଶ୍ରୟସ୍ଥଳୀ ମଧ୍ୟରୁ ୩୦ଟି ବାତ୍ୟାଶ୍ରୟସ୍ଥଳୀକୁ କ୍ୱାରାଣ୍ଟାଇନ୍‌ ସେଣ୍ଟର ଭାବେ ବ୍ୟବହାର କରାଯାଉଛି। ଅନ୍ୟ ୭୪ଟି ବାଦ୍‌ ପଡ଼ିଥିବା ବାତ୍ୟାଶ୍ରୟସ୍ଥଳୀ ଓ ୫୫୮ଟି ସ୍କୁଲ ଗୃହକୁ ପ୍ରଶାସନ ପକ୍ଷରୁ ଅସ୍ଥାୟୀ କ୍ୟାମ୍ପ ଭାବେ ପ୍ରସ୍ତୁତ କରାଯାଇଛି। ମଙ୍ଗଳବାର ଅପରାହ୍ନରେ ଝିପିଝିପି ବର୍ଷା ଓ କୋହଲା ପବନ ଆରମ୍ଭ ହୋଇଛି। ସମୁଦ୍ର ଅଶାନ୍ତ ହୋଇ ପଡ଼ିଥିବା ଦେଖିବାକୁ ମିଳିଛି। ପ୍ରଶାସନ ପକ୍ଷରୁ ପ୍ରାୟ ୩ଶହ ଜଣ ଗର୍ଭବତୀଙ୍କୁ ପ୍ରାଥମିକତା ଭିତ୍ତିରେ ସ୍ଥାନାନ୍ତର କରାଯିବ ବୋଲି ଚିହ୍ନଟ କରାଯାଇଛି। ବାତ୍ୟା ମୁକାବିଲା ପାଇଁ ୯୨ଟି ପାଣି ଟାଙ୍କି, ୫୦ଟି ଜେସିବି ମେସିନ, ୩ଶହ ଜଣ ଇଲେକ୍ଟ୍ରିସିଆନ ପ୍ରସ୍ତୁତ ହୋଇ ରହିଥିବା ପ୍ରଶାସନ ସୂଚନା ଦେଇଛି। ୨୦୧୯ ‘ଫନୀ’ ବାତ୍ୟା ମୁକାବିଲାରେ ପ୍ରଶାସନ ସଫଳତା ହାସଲ କରିଥିବାରୁ ଚଳିତ ବାତ୍ୟା ଅମ୍ଫନ୍‌କୁ ମଧ୍ୟ ସଫଳତାର ସହ ମୁକାବିଲା କରିପାରିବ ବୋଲି ଜିଲା ପ୍ରଶାସନ ଆଶା ରଖିଛି। କରୋନା ମହାମାରୀ ଆତଙ୍କ ଥମି ନ ଥିବା ବେଳେ ଏବେ ଅମ୍ଫନ୍‌ର କମ୍ପନକୁ ନେଇ ସମୁଦ୍ରକୂଳିଆ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶୀତ ମହୋତ୍ସବ:ପ୍ରଥମ ଦିନରେ କଳାହାଣ୍ଡି କଟପ୍ପାଙ୍କ ପାରମ୍ପରିକ ନୃତ୍ୟ-ଶୋଭାଯାତ୍ରାରେ ଦର୍ଶକ ମୁଗ୍ଧ

ଦାରିଙ୍ଗବାଡି, ୮।୧ (ଅରୁଣ ସାହୁ ): ବହୁ ପ୍ରତିକ୍ଷିତ ଶୀତ ମହୋତ୍ସବ -୨୦୨୬ ଗୁରୁବାର ଉଦଘାଟିତ ହୋଇଯାଇଛି । କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷ ସୁଶାନ୍ତ କୁମାର...

ଆନ୍ଦୋଳନରୁ ଓହରିଲେ ମିଲର୍ସ

ଜୟପୁର,୮ା୧(ପବନ ପାଣିଗ୍ରାହୀ): ମିଲର୍ସମାନେ ଆନ୍ଦୋଳନରୁ ଓହରିବା ପରେ କୋରାପୁଟ ଜିଲା ଜୟପୁର ଉପଖଣ୍ଡରେ ଧାନ କିଣା ଗୁରୁବାର ସ୍ୱାଭାବିକ ହୋଇଛି। ବର୍ତ୍ତମାନ ସୁଦ୍ଧା ଜିଲାର ୧୦...

ଓଡ଼ିଶାର ଏହି ଜିଲାରେ ହେବ ନୂଆ ମେଗା ଷ୍ଟିଲ୍ ପ୍ଲାଣ୍ଟ, ସୃଷ୍ଟି ହେବ ୧୪ ହଜାରରୁ ଉର୍ଦ୍ଧ ନିଯୁକ୍ତି ସୁଯୋଗ

ଭୁବନେଶ୍ୱର,୮ା୧: ଓଡ଼ିଶାର ଶିଳ୍ପାୟନ କ୍ଷେତ୍ରରେ ବିକାଶ ପାଇଁ ରାଜ୍ୟ ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଜିଲା କେନ୍ଦୁଝରରେ ମେଗା ଷ୍ଟିଲ୍ ପ୍ଲାଣ୍ଟ ପ୍ରତିଷ୍ଠା...

ସତେକି ଦିନିକିଆ ନୁହେଁ ଟେଷ୍ଟ: ଗୋଟିଏ ଉଇକେଟ ପାଇଁ  ଲୁଟାଇଲେ ୩୨୬ ରନ୍‌; ୬ ମ୍ୟାଚ୍‌ରେ ଫେଲ ହେଲେ…

ନୂଆଦିଲ୍ଲୀ,୮।୧: କ୍ରିକେଟର ଅର୍ଜୁନ ତେନ୍ଦୁଲକରଙ୍କ ପାଇଁ ଚଳିତ ବିଜୟ ହଜାରେ ଟ୍ରଫିର ଏହି ସିଜନ ଅତ୍ୟନ୍ତ ଖରାପ ହୋଇଛି। ବାମହାତି ଏହି ଅଲରାଉଣ୍ଡର ଉଭୟ ବୋଲିଂ...

ମଧ୍ୟାହ୍ନରେ ଘରକୁ ଖାଇବାକୁ ଆସି ନ ଥିଲେ, ପୋଖରୀରେ ବୁଡ଼ି ଚାଲିଗଲା ଚାଷୀଙ୍କ ଜୀବନ

ଦିଗପହଣ୍ଡି,୮।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଦସେଇପୁର ଗ୍ରାମର ଜଣେ ଚାଷୀ ଗ୍ରାମ ନିକଟ ଏକ ପୋଖରୀ ରେ ବୁଡି ମୃତ୍ୟୁବରଣ କରିଛନ୍ତି।...

ଟାଓ୍ୱାର ଉପରେ ଚଢ଼ିଗଲେ ଯୁବକ, ଆଉ ତା’ପରେ…

ତରଭା,୮ା୧(ମାନଭଞ୍ଜନ ମିଶ୍ର): ସୁବର୍ଣ୍ଣପୁର ଜିଲା ତରଭା ସହରସ୍ଥିତ ମାରୱାଡି ଧର୍ମଶାଳା ପଛପଟେ ଥିବା ଏକ ଘରୋଇ ମୋବାଇଲ କମ୍ପାନୀ ଟାଓ୍ୱାର ଉପରେ ଗୁରୁବାର ଜଣେ ଯୁବକ...

ଦିଗପହଣ୍ଡିରେ ଖୋଲିଲା ଧାନମଣ୍ଡି, ପ୍ରଥମ ଦିନରେ…

ଦିଗପହଣ୍ଡି,୮ା୧(ଅଶେଷ ନାଥ ମିଶ୍ର)-ଗଞ୍ଜାମ ଜିଲା ଦିଗପହଣ୍ଡି ପ୍ରାଥମିକ ସେବା ସମବାୟ ସମିତି ପରିସରରେ ଗୁରୁବାର ଧାନମଣ୍ଡି ଉଦଘାଟିତ ହୋଇଯାଇଛି। ସମବାୟ ସମ୍ପାଦକ ସୁରେଶ କୁମାର ନନ୍ଦଙ୍କ...

ଚୂନଘାଟି ଜଙ୍ଗଲରେ ପଡ଼ିଛି ଯୁବକଙ୍କ ଦରପୋଡ଼ା ମୃତଦେହ, ପରିଚୟ ମିଳିବା ପରେ ପୋଲିସ… 

ବାଲିଗୁଡା, ୮।୧(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ଥାନା ଚକାପାଦ ବ୍ଲକର ଲାଇନପଡ଼ା-ପସରା ଗ୍ରାମ ରାସ୍ତାରେ ଥିବା ଚୂନଘାଟି ଜଙ୍ଗଲରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri