ଘର ଖର୍ଚ୍ଚ ପାଇଁ ଗହଣା ବିକିଲେ ଅଭିନେତ୍ରୀ

ନୂଆଦିଲ୍ଲୀ: ପଞ୍ଜାବ ଆଣ୍ଡ ମହାରାଷ୍ଟ୍ର କୋ-ଅପରେଟିଭ୍‌ (ପିଏମ୍‌ସି)ବ୍ୟାଙ୍କର ମାନ୍ଦାବସ୍ଥା ଏହାର ଗ୍ରାହକଙ୍କ ଜୀବନଶୈଳୀକୁ ପ୍ରଭାବିତ କରିଛି। ପରିସ୍ଥିତି ଏପରି ହୋଇଛି ଯେ, କେବଳ ସାଧାରଣ ଗ୍ରାହକ ନୁହେଁ, ଟିଭି ଅଭିନେତ୍ରୀ ମଧ୍ୟ ଏହାଦ୍ୱାରା ପ୍ରଭାବିତ ହୋଇଛନ୍ତି। ‘ଅଗ୍‌ଲେ ଜନମ୍‌ ମୋହେ ବିଟିୟା ହି କିଜୋ’, ‘ସ୍ବରାଗିଣି’ ଭଳି ଅନେକ ଶୋ’ ରେ ଅଭିନୟ କରିଥିବା ଟେଲିଭିଜନ୍‌ ଅଭିନେତ୍ରୀ ନୂପୁର୍‌ ଅଳଙ୍କାର ପିଏମ୍‌ସି ବ୍ୟାଙ୍କ୍‌ର ଜଣେ ଆକାଉଣ୍ଟଧାରୀ ଥିବାବେଳେ ସେ ମଧ୍ୟ ଗୁରୁତର ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପ୍ରକାଶ କରିଛନ୍ତି। କିଛିବର୍ଷ ତଳେ ଅନ୍ୟ ବ୍ୟାଙ୍କରେ ରହିଥିବା ଜମା ଟଙ୍କାକୁ ସେ ପିଏମ୍‌ସି ବ୍ୟାଙ୍କ୍‌କୁ ଟ୍ରାନ୍ସଫର୍‌ କରିଥିଲେ। ଫଳରେ ଅନ୍ୟ ବ୍ୟାଙ୍କ ଆକାଉଣ୍ଟ ଅଚଳ ହୋଇଯାଇଥିଲା। ଏଭଳି ପରିସ୍ଥିତିରେ ପିଏମ୍‌ସି ବ୍ୟାଙ୍କର ମାନ୍ଦାବସ୍ଥା ଯୋଗୁ ଦୈନନ୍ଦିନ ଆବଶ୍ୟକତା ପୂରଣ ପାଇଁ ଘରେ ଟଙ୍କା ନାହିଁ। ଫଳରେ ସେ ନିଜ ଗହଣା ବିକ୍ରି କରିବାକୁ ବାଧ୍ୟ ହୋଇଛନ୍ତି ବୋଲି ନୂପୁର କହିଛନ୍ତି। ଏପରକି ସେ ଘର ଖର୍ଚ୍ଚ ପାଇଁ ସାଙ୍ଗସାଥୀଙ୍କ ଠାରୁ ଏ ପର୍ଯ୍ୟନ୍ତ ୫୦ ହଜାର ଟଙ୍କା କରଜ ମଧ୍ୟ ନେଇଥିବା କହିଛନ୍ତି। ବ୍ୟାଙ୍କ୍‌ର ଏହି ପରିସ୍ଥିତି କେବେ ସୁଧୁରିବ ସେ ନେଇ କୌଣସି ସୂଚନା ଦିଆଯାଉ ନ ଥିବାରୁ ନିଜ ଜମା ଟଙ୍କା ହରାଇବା ଆଶଙ୍କାରେ ରହିଛନ୍ତି ନୂପୁର୍‌। ଠିକ୍‌ ସମୟରେ ଆୟ କର ଦେଇ ମଧ୍ୟ ନିଜ କଷ୍ଟ ଅର୍ଜିତ ଧନ ସେ କାହିଁକି ପାଇପାରୁନାହାନ୍ତି। ଏପରିକି ତାଙ୍କ କ୍ରେଡିଟ୍‌ ଏବଂ ଡେବିଟ୍‌ କାର୍ଡ ମଧ୍ୟ ଅଚଳ ହୋଇପଡ଼ିଛି ଏବଂ ପିଏମ୍‌ସି ବ୍ୟାଙ୍କରେ ଆକାଉଣ୍ଟ ଥିବା ଯୋଗୁ ସେ ଋଣ ମଧ୍ୟ ପାଇପାରୁ ନ ଥିବା କହିଛନ୍ତି। ପ୍ରକାଶ ଯେ, ଗତ ସେପ୍ଟେମ୍ବରରୁ ଏହି ବ୍ୟାଙ୍କରେ ମାନ୍ଦାବସ୍ଥା ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୀପିକାଙ୍କ ସହ ବ୍ରେକ୍‌ଅପ୍‌କୁ ନେଇ ମୁହଁ ଖୋଲିଲେ ରଣବୀର

ଅଭିନେତ୍ରୀ ଦୀପିକା ପାଦୁକୋନ ଆଜିକାଲି ଅସୁସ୍ଥ ଅଛନ୍ତି। ନିକଟରେ ସାମାନ୍ୟ ଦୁର୍ବଳ ଅନୁଭବ କରିବା ପରେ ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ସେ...

ବାହା ହେବେ କାଜଲଙ୍କ ଭଉଣୀ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କାଜଲ ତଥା ଅଜୟ ଦେବଗନଙ୍କ ଶାଳୀ ତନିଷା ମୁଖାର୍ଜୀ ବିବାହ କରିବେ। ତନିଶା ତାଙ୍କ ପ୍ରେମ ଏବଂ ବିବାହକୁ ନେଇ ନୀରବତା...

ଅଲଗା ହେଲେ ସାଉଥ୍‌ର ଲୋକପ୍ରିୟ ଯୋଡ଼ି

ମୁମ୍ବାଇ: ବେଶ୍‌ କିଛିଦିନ ହେବ ସାଉଥ୍‌ର ଲୋକପ୍ରିୟ ଯୋଡ଼ି ସମନ୍ଥା -ନାଗାଚୈତନ୍ୟଙ୍କ ବୈବାହିକ ସମ୍ପର୍କକୁ ନେଇ ଚର୍ଚ୍ଚା ଜୋର୍‌ ଧରିଥିଲା। ତେବେ ଆଜି ସମନ୍ଥା ପରସ୍ପରଠାରୁ...

ନେହାଙ୍କୁ ଭୁଲି ପୁଣି ପ୍ରେମରେ ପଡ଼ିଛନ୍ତି ହିମାଂଶ

ବମ୍ବେ: ଅଭିନେତା ହିମାଂଶ କୋହଲିଙ୍କ ଗାୟିକା ନେହା କକ୍କଡଙ୍କ ସହ ସମ୍ପର୍କ କାହାକୁ ବା ଅଛପା। ଦୀର୍ଘଦିନ ଧରି ପରସ୍ପରକୁ ଡେଟ୍‌ କରିବା ପରେ ଦୁହେଁ...

କରୋନାକୁ ହରାଇଲେ ଅମିତାଭ ବଚ୍ଚନ

କରୋନା ଆକ୍ରାନ୍ତ ହୋଇ ଚିକତ୍ସିତ ହେଉଥିବା ମେଗାଷ୍ଟାର ଅମିତାଭ ବଚ୍ଚନ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ପୁଅ ଅଭିଷେକ ଟୁଇଟରରେ ସୂଚନା ଦେଇଛନ୍ତି। ପିତା...

ଅଜୟ ଦେବଗନଙ୍କ ଅବିକଳ ଚେହେରା

ମୁମ୍ବାଇ: ସୋସିଆଲ ମିଡିଆରେ ବଲିଉଡ୍‌ ସେଲିବ୍ରିଟିମାନଙ୍କ ପରି କିଛି ଲୋକଙ୍କ ଚେହେରା ମେଳ ଖାଉଥିବା ଦେଖିଥିବେ ନିଶ୍ଚିତ। ପୂର୍ବରୁ କରିସ୍ମା କପୁର, କରୀନା କପୁର, ରାଣୀ...

ଇହ୍ନି ଲୋଗୋ ନେ ଲେ ଲିନା ଦୁପଟ୍ଟା ମେରା….

ମୁମ୍ବାଇ: ଫିଲ୍ମ ପରଦାରେ ନିଖୁଣ ଅଭିନୟ କରି ପ୍ରଶଂସା ସାଉଁଟିଥିବା ବଲିଉଡ୍‌ ଅଭିନେତ୍ରୀ ମୀନା କୁମାରୀଙ୍କ ଦୁଃଖଭରା କାହାଣୀ ଶୁଣିଲେ ମନରେ ସମବେଦନା ଜାତ ହୋଇଥାଏ।...

ଏକ୍ସ-ଗର୍ଲଫ୍ରେଣ୍ଡଙ୍କୁ ପିଟୁଥିଲେ ସଲମାନ, ଅଭିନେତ୍ରୀ କହିଲେ ଏମିତି…

ମୁମ୍ବାଇ: ସୁପରଷ୍ଟାର ସଲମାନ୍‌ ଖାନ ଏପର୍ଯ୍ୟନ୍ତ ବିବାହ କରିନାହାନ୍ତି, କିନ୍ତୁ ତାଙ୍କ ପ୍ରେମ କାହାଣୀ ସବୁବେଳେ ଚର୍ଚ୍ଚାରେ ରହିଥାଏ। ସଲମାନ୍‌ଙ୍କ ବହୁ ଗର୍ଲଫ୍ରେଣ୍ଡ ଥିଲେ। ସେଥିମଧ୍ୟରୁ...

Advertisement
Archives

Model This Week