ଘରୋଇ ହସ୍ପିଟାଲରେ ଯୁବକ ମୃତ: ଚିକିତ୍ସା ଅବହେଳା ଅଭିଯୋଗ ଆଣିଲେ ବାପା

କଟକ ଅଫିସ, ୮ା୬: ଦୁର୍ଘଟଣା ଘଟିବା ପରେ ମୋ ପୁଅକୁ ଏସ୍‌ସିବି ମେଡିକାଲ ନେଇଥିଲି। ସେଠାରେ ଡାକ୍ତର ମୋତେ ଘରୋଇ ହସ୍ପିଟାଲ ନେବାକୁ ପରାମର୍ଶ ଦେଇଥିଲେ। ତାଙ୍କ ପରାମର୍ଶ ଅନୁଯାୟୀ, ମୁଁ ଉକ୍ତ ଘରୋଇ ହସ୍ପିଟାଲକୁ ପୁଅକୁ ନେଇଥିଲି। ହେଲେ ଚିକିତ୍ସା ଅବହେଳା ଯୋଗୁ ମୋ ପୁଅର ମୃତ୍ୟୁ ଘଟିଲା। ମୋଠାରୁ ଚିକିତ୍ସା ବାବଦକୁ ୧ ଲକ୍ଷ ୭୦ହଜାର ଟଙ୍କା ନେଲେ, ହେଲେ ମୋ ପୁଅକୁ ମାରିଦେଲେ ବୋଲି ଶୁକ୍ରବାର ମାଲଗୋଦାମ ଥାନାରେ ଅଭିଯୋଗ କରିଛନ୍ତି ଜଗତ୍‌ସିଂହପୁର ଜିଲା ବିରିଡି ଥାନା ଅନ୍ତର୍ଗତ ହାଜିପୁର ଅଞ୍ଚଳର ପ୍ରବୀର ସ୍ବାଇଁ।
ଅଭିଯୋଗ ଅନୁଯାୟୀ, ପ୍ରବୀରଙ୍କ ପୁଅ ପ୍ରଦ୍ୟୁମ୍ନ(୨୭) ଗତ ମେ ୨୮ ତାରିଖରେ ବାଇକ୍‌ରେ ହାଜିପୁର ଯାଉଥିବାବେଳେ ସେଠାରେ ତାଙ୍କର ଦୁର୍ଘଟଣା ଘଟିଥିଲା। ଏଥିରେ ତାଙ୍କ ମୁଣ୍ଡରେ ଆଘାତ ଲାଗିଥିଲା। ଫଳରେ ଚିକିତ୍ସା ପାଇଁ ପ୍ରଦ୍ୟୁମ୍ନଙ୍କୁ ପ୍ରବୀର ଏସ୍‌ସିବି ମେଡିକାଲ ଆଣିଥିଲେ। ସେଠାରେ ଆଇସିୟୁର ବ୍ୟବସ୍ଥା ନ ଥିବାରୁ ଏସ୍‌ସିବିର ଜଣେ ମହିଳା ଡାକ୍ତର ତାଙ୍କୁ ମାଲଗୋଦାମ ଅଞ୍ଚଳରେ ଥିବା ଏକ ଘରୋଇ ହସ୍ପିଟାଲ ନେଇଯିବାକୁ କହିଥିଲେ। ପରେ ମୁଁ ସେଠାକୁ ମୋ ପୁଅକୁ ନେଇ ଯାଇଥିଲି। ଉକ୍ତ ଡାକ୍ତର ସେଠାରେ ପହଞ୍ଚତ୍ ସେହିଦିନ ରାତିରେ ପ୍ରଦ୍ୟୁମ୍ନଙ୍କ ମୁଣ୍ଡରେ ଅସ୍ତ୍ରୋପଚାର ହେବ ବୋଲି କହିଥିଲେ। ଏଥିପାଇଁ ମୁଁ ମଧ୍ୟ ଟଙ୍କା ପଇଠ କରିଥିଲି। ହେଲେ ତା’ ପରଦିନ ଅର୍ଥାତ୍‌ ମେ ୨୯ ତାରିଖରେ ଅସ୍ତ୍ରୋପଚାର କରିଥିଲେ। ସେବେଠାରୁ ମୋ ପୁଅ ସେଠାରେ ରହି ଚିକିତ୍ସିତ ହେଉଥିଲା। ହେଲେ ଶୁକ୍ରବାର ମୋ ପୁଅର ମୃତ୍ୟୁ ହୋଇଥିବା ହସ୍ପିଟାଲ କର୍ତ୍ତୃପକ୍ଷ କହିଥିଲେ। ତେବେ ମୋଟ୍‌ ଉପରେ ଚିକିତ୍ସା ବାବଦକୁ ମୁଁ ୧ ଲକ୍ଷ ୭୦ ହଜାର ଟଙ୍କା ପଇଠ କରିଥିଲି। କିନ୍ତୁ ଚିକିତ୍ସାରେ ଡାକ୍ତର ଓ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁ ମୋ ପୁଅର ମୃତ୍ୟୁ ଘଟିଛି ବୋଲି ସେ ଅଭିଯୋଗ କରିଛନ୍ତି। ଏ ନେଇ ମାଲଗୋଦାମ ଥାନା ଅଧିକାରୀ ରବିନାରାୟଣ ଭଞ୍ଜଙ୍କୁ ପଚାରିବାରୁ ସେ କହିଲେ, ଅଭିଯୋଗ ଆଧାରରେ ତଦନ୍ତ ହେବ। ଯିଏ ଦୋଷୀ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଖର୍ଚ୍ଚ ପାଇଁ ତରବର

ଭୁବନେଶ୍ୱର,୫ା୩(ବ୍ୟୁରୋ) ୨୦୨୧-୨୨ ଆର୍ଥିକ ବର୍ଷ ଶେଷ ହେବାକୁ ବସିବସିଥିବାବେଳେ ଅନେକ ବିଭାଗ ବଜେଟ ଅର୍ଥ ଖର୍ଚ୍ଚ କରିବାରେ ସକ୍ଷମ ହୋଇନାହାନ୍ତି। ଏପରି କି କେତେକ ବିଭାଗ...

ଥାନାଧିକାରୀଙ୍କୁ ମିଳିଲା ଅଧିକ କ୍ଷମତା: ଲକ୍‌ଡାଉନ୍‌ ନିୟମ ଉଲ୍ଲଂଘନ କଲେ ସାଧାରଣ ଜନତା, ସରକାରୀ ଅଧିକାରୀଙ୍କ ଉପରେ ନେଇପାରିବେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୧୭।୪(ବ୍ୟୁରୋ): କରୋନାର ମୁକାବିଲା ଲାଗି ରାଜ୍ୟରେ ଲକ୍‌ଡାଉନ୍‌ କଟକଣା ବଳବତ୍ତର ରହିଛି। ସଚେତନତା ସତ୍ତ୍ୱେ ଅନେକେ ଏହାକୁ ଉଲ୍ଲଂଘନ କରୁଥିବା ଦେଖାଯାଉଛି। ଏହାକୁ ଦୃଷ୍ଟିରେ ରଖି...

ମା’ଙ୍କ ଶୁଦ୍ଧିକ୍ରିୟା ପାଇଁ ଜେଲ୍‌ରୁ ବାହାରିଲେ ପୁଞ୍ଜିଲାଲ

ବଲାଙ୍ଗୀର ଅଫିସ,୨୪ା୧: ବଲାଙ୍ଗୀର ଜିଲା ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ଘଟଣାରେ ଗିରଫ ହୋଇ ଜେଲ ଯାଇଥିବା ମୁଖ୍ୟ ଅଭିଯୁକ୍ତ ଅଧ୍ୟାପକ ପୁଞ୍ଜିଲାଲ ମେହେର ଜାମିନ...

ଭବିଷ୍ୟତ ପାଇଁ ପ୍ରସ୍ତୁତ ହୁଅନ୍ତୁ ପିଲା

କୋଭିଡ୍‌ ମହାମାରୀ ସମୟରେ ଏନ୍‌ଆଇଆଇଏସ୍‌ ପକ୍ଷରୁ ଛାତ୍ରୀଛାତ୍ରଙ୍କୁ କି ସୁବିଧା ପ୍ରଦାନ କରାଯାଇଛି? ମହାମାରୀ ବେଳେ ସମସ୍ତ ଶାଖାରେ ଛାତ୍ରୀଛାତ୍ରଙ୍କୁ ଶିକ୍ଷା ସୁବିଧା ଯୋଗାଇବା ଏକ...

ରାଜଧାନୀକୁ ପୁଣି ଫେରିଲା କଣ୍ଟେନ୍‌ମେଣ୍ଟ

ଭୁବନେଶ୍ୱର,୬ା୧୦(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରକୁ ପୁଣି ଫେରିଛି କଣ୍ଟେନମେଣ୍ଟ। ଫରେଷ୍ଟ ପାର୍କ ଅଞ୍ଚଳର ୫୨ ନମ୍ବର ଓ୍ବାର୍ଡ ରାଜେନ୍ଦ୍ର ବିହାର ଆପାର୍ଟମେଣ୍ଟକୁ କଣ୍ଟେନ୍‌ମେଣ୍ଟ ଘୋଷଣା କରିଛି ବିଏମ୍‌ସି।...

ବାନ୍ଧବୀଙ୍କ ସମେତ ୩ ଯୁବତୀ ଖୋଲିଥିଲେ ହ୍ବାଟ୍ସଆପ୍‌ ଗ୍ରୁପ୍‌

ଭୁବନେଶ୍ୱର,୨୫।୩(ବ୍ୟୁରୋ): ଲୋକପ୍ରିୟ ଡିଜେ ଆଜେକ୍ସ ଓରଫ ଅକ୍ଷୟ କୁମାର ମହାରଣାଙ୍କ ଆତ୍ମହତ୍ୟା ଘଟଣାକୁ ଶୁକ୍ରବାର ସପ୍ତାହେ ପୂରିଛି। ଏହି ମାମଲାକୁ ନେଇ ପୋଲିସ ତଦନ୍ତ ଜାରି...

୨ ବର୍ଷ ତିଷ୍ଠିଲାନି ୮ କୋଟିର ରାସ୍ତା

ବଇଣ୍ଡା, ୨୧।୫(ଡି.ଏନ.ଏ.) ଗ୍ରାମାଞ୍ଚଳବାସୀଙ୍କ ଗମନାଗମନ ସୁଗମ କରିବାକୁ ପ୍ରାୟ ୮କୋଟି ଟଙ୍କାରେ ନିର୍ମାଣ କରାଯାଇଥିଲା ରାସ୍ତା। ଏହାର ଗ୍ୟାରେଣ୍ଟି ଅବଧି ସରିନାହିଁ, ଅଥଚ ପିଚୁ ଉଠି...

‘ଆମ ନେତା କାମ ନ କରି ଶୋଇଲେ’

ଭୁବନେଶ୍ୱର, ୧୨।୧୧ (ବ୍ୟୁରୋ):ବାଲେଶ୍ୱର ଏବଂ ତିର୍ତ୍ତୋଲ ବିଧାନସଭା ଆସନରେ ହୋଇଥିବା ଉପନିର୍ବାଚନର ଫଳ ବିଜେଡି ସପକ୍ଷରେ ଯାଇଛି। ଦୁଇଟି ଯାକ ଆସନରେ ଶାସକ ଦଳର ବିଜୟ...

Advertisement
Archives

Model This Week