ଘରୋଇ ସହାୟକ ପାଇବେ କର୍ମଚାରୀଙ୍କ ଭଳି ସୁବିଧା

ନୂଆଦିଲ୍ଲୀ,୨୬-୬: ମୋଦି ସରକାର ସାମାଜିକ କ୍ଷେତ୍ରରେ କାର୍ଯ୍ୟରତ ପରିଚାରିକା/ପରିଚାରକ, ଡ୍ରାଇଭରଙ୍କ ଭଳି ଶ୍ରମିକଙ୍କ ପାଇଁ ଏକ ରାଷ୍ଟ୍ରୀୟ ନୀତି ଆଣିବେ। କେନ୍ଦ୍ର ଶ୍ରମମନ୍ତ୍ରୀ ସନ୍ତୋଷ ଗଙ୍ଗଓ୍ବାର ଏ ସମ୍ପର୍କରେ ସଂସଦରେ ସୂଚନା ଦେଇଛନ୍ତି। ସରକାରଙ୍କ ନୂଆ ପଲିସି ଦ୍ୱାରା ପ୍ରାୟ ୫୦ ଲକ୍ଷ ଲୋକଙ୍କୁ ଫାଇଦା ମିଳିବ। ଘରୋଇ କ୍ଷେତ୍ରରେ କାର୍ଯ୍ୟରତ ସହାୟକମାନଙ୍କୁ ସହାୟତା କରିବା ସରକାରଙ୍କ ଉଦ୍ଦେଶ୍ୟ ରହିଛି ବୋଲି ସେ ମତପ୍ରକାଶ କରିଛନ୍ତି।
ପ୍ରାପ୍ତ ସୂଚନାରୁ ଜଣାପଡିଛି ଯେ, ସରକାର ଯେଉଁ ନୀତି ଅଧୀନରେ ପରିଚାରିକା/ପରିଚାରକ, ଡ୍ରାଇଭର ଆଦିଙ୍କ ପାଇଁ ସୁଦିନ ଆସୁଛି। ସଂଗଠିତ କ୍ଷେତ୍ରର କର୍ମଚାରୀଙ୍କ ଭଳି ସେମାନଙ୍କୁ ସମସ୍ତ ପ୍ରକାର ସୁବିଧା ମିଳିବ। ସେମାନଙ୍କୁ ଇଏସ୍‌ଆଇ, ଇପିଏଫ୍‌, ସବେତନ ଛୁଟି, ମାତୃତ୍ୱ ଛୁଟି ଭଳି ସୁବିଧା ସବୁକୁ ଉପଲବ୍ଧ କରାଯିବ। ଉଲ୍ଲେଖ କରାଯାଇପାରେ ଯେ, ୨୦୧୫ରେ ସର୍ବପ୍ରଥମେ ‘ନ୍ୟାଶନାଲ ପଲିସି ଫର୍‌ ଡୋମେଷ୍ଟିକ୍‌ ଓ୍ବର୍କର୍ସ’ ଶୀର୍ଷକ ଏକ ରିପୋର୍ଟ ଆସିଥିଲା। ଏଥିରେ ଘରୋଇ ସହାୟକମାନଙ୍କୁ ସଂଗଠିତ କ୍ଷେତ୍ରର ଶ୍ରମିକଙ୍କ ଭଳି ସମସ୍ତ ସୁବିଧା ପ୍ରଦାନ କରିବାକୁ ସୁପାରିସ୍‌ କରାଯାଇଥିଲା। ଏହି ନୀତି ଲାଗୁ ହେବା ପରେ ମାଲିକଙ୍କ ପକ୍ଷରୁ ଘରୋଇ ପରିଚାରକ, ଡ୍ରାଇଭରଙ୍କୁ ଅଧିକ ଦରମା ଦେବାକୁ ପଡିବ ଏବଂ ଦସ୍ତାବେଜ୍‌ ପ୍ରସ୍ତୁତ କରିବାକୁ ହେବ। ଏଣୁ ଗତ ୪ ବର୍ଷ ହେଲା ଏହାକୁ ସମସ୍ତ ଆଡୁ ବିରୋଧ କରାଯାଇଥିଲା। ଏହି କାରଣରୁ ସରକାର ଏହି ପ୍ରସ୍ତାବକୁ ଲାଗୁ କରିପାରୁ ନ ଥିଲେ। ଗଙ୍ଗଓ୍ବାର କହିଛନ୍ତି ଯେ, ଘରୋଇ ସହାୟକଙ୍କ ପାଇଁ ଏକ ରାଷ୍ଟ୍ରୀୟ ନୀତି ଫର୍ମାଟ୍‌ ପ୍ରସ୍ତୁତ ହୋଇସାରିଛି। ଏହା ବର୍ତ୍ତମାନ ବିଚାରାଧୀନ ରହିଛି। ସେମାନଙ୍କୁ ରେଜିଷ୍ଟ୍ରେଶନ କରାଯିବା ସହ ବୈଧ କର୍ମଚାରୀ ଭାବେ ସମସ୍ତ ଅଧିକାର ଦିଆଯିବ। ଏଥିସହିତ ଘରୋଇ ସହାୟକମାନଙ୍କୁ ନିଜସ୍ବ ସଂଗଠନ ଏବଂ ୟୁନିୟନ ଗଠନ କରିବାକୁ ଅଧିକାର ମିଳିବ। ଏହାଦ୍ୱାରା ସହାୟକ,ଡ୍ରାଇଭରଙ୍କୁ ସର୍ବନିମ୍ନ ବେତନ ଅଧିକାର, ସାମାଜିକ ସୁରକ୍ଷା ଯୋଜନାର ଲାଭ ହାସଲ କରିବା ତଥା ଦୁର୍ବ୍ୟବହାର, ନିଯର୍ର୍ାତନା, ହିଂସା ଆଦିଠାରୁ ସେମାନଙ୍କୁ ସୁରକ୍ଷା ମିଳିବ। ପ୍ରସ୍ତାବରେ କୁହାଯାଇଛି ଯେ, ଘରୋଇ ସହାୟକଙ୍କୁ ନିଯୁକ୍ତି ପ୍ରଦାନ ନେଇ ଗଠିତ ହେବାକୁ ଥିବା ପ୍ଲେସମେଣ୍ଟ ଏଜେନ୍ସିଙ୍କୁ ନିୟନ୍ତ୍ରିତ କରାଯିବ। ସେମାନଙ୍କୁ ଅଦାଲତ ତଥା ଟ୍ରିବ୍ୟୁନାଲ ସେବାର ଲାଭ ଯେପରି ମିଳିବ ସେ ଦିଗରେ ସୁବିଧା ପ୍ରଦାନ କରାଯିବ। ଏହାଛଡ଼ା ଘରୋଇ ସହାୟକଙ୍କ ଦକ୍ଷତା ମଧ୍ୟ ବୃଦ୍ଧି ପାଇ ପଦକ୍ଷେପ ନିଆଯିବ। ସୂଚନାଥାଉ କି, ବର୍ତ୍ତମାନ ଦେଶରେ ଘରୋଇ ସହାୟକଙ୍କ ଲାଗି କୌଣସି ନିୟମକାନୁନ ନାହିଁ। ଲୋକେ ନିଜ ଇଚ୍ଛାରେ ମାଲିକଙ୍କ ଘରେ କାମ କରିଥାନ୍ତି। ତାଙ୍କର ବେତନ,ଛୁଟି ଆଦି ମାଲିକଙ୍କ ମର୍ଜିରେ ଚାଲେ ଅଥବା ପାରସ୍ପରିକ ବୁଝାମଣାରେ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଆଜିଠୁ ବରଗଡ଼ ଧନୁଯାତ୍ରା: ବରଗଡ଼ ହେବ ମଥୁରା ନଗରୀ, ଅମ୍ବାପାଲି ପାଲଟିବ ଗୋପପୁର

ବରଗଡ଼,୨୩।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାରରୁ ଆରମ୍ଭ ହେବ। ପରମ୍ପରା ଅନୁଯାୟୀ, ବରଗଡ଼ ଏମ୍‌ପି ପ୍ରଦୀପ କୁମାର ପୁରୋହିତ ଏବଂ...

ଆସାମର ହାତୀ-ଟ୍ରେନ୍‌ ଧକ୍କା

ଶନିବାର(୨୦-୧୨-୨୫) ବିଳମ୍ବିତ ରାତିରେ ଆସାମରେ ଘଟିଥିବା ହାତୀ-ଟ୍ରେନ୍‌ ଧକ୍କା ଏକ ବଡ଼ ଘଟଣା। ଗୋଟିଏ ଧକ୍କାରେ ୮ଟି ହାତୀଙ୍କ ମୃତ୍ୟୁ ହୋଇଛି। ଆସାମରେ ଏହା ଏପର୍ଯ୍ୟନ୍ତ...

ଦିଲ୍ଲୀରୁ ଯିବ ରାଜଧାନୀ

ଦିଲ୍ଲୀ ଭାରତର ରାଜଧାନୀ ହୋଇଥିବାରୁ ଦେଶର ବିଭିନ୍ନ ପ୍ରାନ୍ତର ଲୋକ ସେଠାରେ ରହିବାକୁ କିମ୍ବା ବୁଲିଯିବାକୁ ପସନ୍ଦ କରିଥାଆନ୍ତି। ସେଠି ପାର୍ଲାମେଣ୍ଟ, ଲାଲ୍‌କିଲ୍ଲା, ସୁପ୍ରିମକୋର୍ଟ, ଇଣ୍ଡିଆ...

ଟ୍ୟୁସନ ସାରି ଫେରୁଥିଲେ ନାବାଳିକା, ବଳାତ୍କାର ପରେ ବୁଦା ମୂଳେ କରିଦେଲେ…

ଭଦ୍ରକ, ୨୪।୧୨(ଅଶୋକ ପଣ୍ଡା/ସନାତନ ରାଉତ): ଭଦ୍ରକ ଜିଲା ଚାନ୍ଦବାଲିରେ ଏକ ଲଜ୍ୟାଜନକ ଘଟଣା ଘଟିଯାଇଛି l ଜଣେ ୧୧ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା...

ସମସ୍ୟା ଘେରରେ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ, ଶ୍ରେଣୀଗୃହ ଅଭାବ

ନୂଆପଡ଼ା/କୋମନା,୨୪ା୧୨ (ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ବ୍ଲକ ଅନ୍ତର୍ଗତ ସିଆଲଲଟି ପଞ୍ଚାୟତ ହଲୁଆପାଲି ପ୍ରାଥମିକ ବିଦ୍ୟାଳୟ ସମ୍ପ୍ରତି ବିଭିନ୍ନ ସମସ୍ୟା ମଧ୍ୟରେ ଗତିକରୁଛି।...

ବଡ଼ଦିନରୁ ଥରିବ ଓଡ଼ିଶା

ଭୁବନେଶ୍ୱର,୨୪।୧୨: ରାଜ୍ୟକୁ ଫେରିବ ହାଡ଼ଭଙ୍ଗା ଶୀତ। ବଡ଼ଦିନରୁ ଥରିବ ଓଡ଼ିଶା। ଶୀତ ପ୍ରକୋପରେ କଲବଲ ହେବେ ରାଜ୍ୟବାସୀ। କାଲିଠୁ ହାଡ଼ଭଙ୍ଗା ଶୀତ ସହିତ ଆଗାମୀ ୫ଦିନ...

ଟ୍ୟୁଶନ ହେବେ ରାଜସ୍ବ ବାବୁ: ଯୋଜନାର କାର୍ଯ୍ୟକାରିତା ଉପରେ ସରକାରଙ୍କ ଫୋକସ୍‌

ଭୁବନେଶ୍ୱର,୨୪।୧୨(ରବିନାରାୟଣ ଜେନା): ରାଜ୍ୟ ସରକାରଙ୍କ ପକ୍ଷରୁ ଗତ ୧୮ ମାସ ମଧ୍ୟରେ ରାଜସ୍ବସେବାକୁ ଲୋକଙ୍କ ନିକଟତର କରିବା ପାଇଁ ଭୂ-ବନ୍ଦୋବସ୍ତ ଆଇନଠାରୁ ଆରମ୍ଭକରି ଜମି ପଞ୍ଜୀକରଣ...

ମାସେ ପରେ ବି ତୁଟିନି ଧାନ କିଣାବିକା ସମସ୍ୟା: ପୋଲିସ-ଚାଷୀ ଧସ୍ତାଧସ୍ତି

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାକୁ ଏକମାସରୁ ଊଦ୍ଧର୍‌ବ ବିତିଗଲାଣି। ଏହାସତ୍ତ୍ୱେ ଧାନ କିଣାବିକା ନେଇ ନାନା ସମସ୍ୟା ଅସମାହିତ ରହିଛି। ଧାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri