ଭଦ୍ରକ ଅଫିସ, ୨୯ା୩- ଲକ୍ଡାଉନ୍ ପରିସ୍ଥିତିରେ ଜନସାଧାରଣଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦେବାକୁ ଜିଲା ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରି ରହିଛି। ନେହେରୁ ଷ୍ଟାଡିୟମରେ ପରିବା ଦୋକାନରେ କିଣାବିକାରେ ଶୃଙ୍ଖଳା ସହିତ ସାମାଜିକ ଦୂରତା ବଜାୟ ରଖିବା ଏବଂ ଆର୍ଏମ୍ସି ମାର୍କେଟରେ ମାଛ, ମାଂସ ବିକ୍ରୟ କରାଯିବା ପାଇଁ ବ୍ୟବସ୍ଥା କରାଯାଇଛି। ଭିଡ଼କୁ ନଜରରେ ରଖି ଲୋକେ ଗ୍ରସେରି ସାମଗ୍ରୀ ଏବଂ ଯେଉଁମାନେ ଖାଦ୍ୟ ମଗାଇ ଖାଇବାକୁ ଚାହାନ୍ତି ସେମାନଙ୍କ ପାଇଁ ନିର୍ଦ୍ଧାରିତ ଦୋକାନର ଫୋନ ନମ୍ବର ଜନସାଧାରଣଙ୍କୁ ଅବଗତ କରାଯାଇଛି। ଜନସାଧାରଣ ବାହାରକୁ ବାହାରି ଅଯଥା ଗ୍ରସେରି ଦୋକାନ ଆଗରେ ଭିଡ଼ ନ କରିବାକୁ କୁହାଯାଇଛି। ଲକ୍ଡାଉନ୍ ଆଇନର ଅମାନ୍ୟ ହେଲେ ପ୍ରଶାସନ କଠୋର ପଦକ୍ଷେପ ନେବ ବୋଲି ମଧ୍ୟ ସୂଚନା ଦିଆଯାଇଛି।
‘ଘରେ ଯୋଗାଇ ଦିଆଯିବ ରାଶନ, ଖାଦ୍ୟ’ ନିର୍ଦ୍ଦେଶନାମା ଜାରି କଲା ପ୍ରଶାସନ
Posted inଆମ ଜିଲା ଖବର, କରୋନା ଭାଇରସ୍, ଭଦ୍ରକ View All

ଆଜି ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୧୨୨କୁ ବୃଦ୍ଧି
ଭୁବନେଶ୍ୱର,୧୭ା୯(ବ୍ୟୁରୋ): ଶୁକ୍ରବାର ରାଜ୍ୟରୁ ଆଉ ୪ ଜଣଙ୍କ ଜୀବନ ନେଇଛି କରୋନା। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।...

ଦିନକରେ ୯୦ ହଜାର ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା
ନୂଆଦିଲ୍ଲୀ, ୬।୯: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ଆତଙ୍କ ଜାରି ରହିଛି। ପ୍ରତିଦିନ ନୂଆ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି।...

ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟରେ ପ୍ରସୂତିଙ୍କଠାରୁ ନର୍ସଙ୍କ ଟଙ୍କା ଶୋଷଣ କରୁଥିବା ଅଭିଯୋଗ: ସ୍ଥାୟୀ ସମାଧାନ ନ ହେଲେ ଆନ୍ଦୋଳନ ଚେତାବନୀ
ବାଲେଶ୍ୱେର ଅଫିସ, ୧୭।୫: ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟରେ ନର୍ସମାନେ ବିଭିନ୍ନ ସମୟରେ ପ୍ରସୂତିମାନଙ୍କଠାରୁ ବେଆଇନ ଟଙ୍କା ଶୋଷଣ କରୁଥିବା ଅନେକଥର ଅଭିଯୋଗ ହୋଇଆସୁଛି। ତେବେ...

ଭକ୍ତଙ୍କ ପାଇଁ କାଳିଜାଇ ବନ୍ଦ
ଖୋର୍ଦ୍ଧା ଅଫିସ, ୧୩।୧: ଭକ୍ତଙ୍କ ପାଇଁ ମା’ କାଳିଜାଇ ମନ୍ଦିର ଶୁକ୍ରବାର ବନ୍ଦ ରହିବ। ମକର ସଂକ୍ରାନ୍ତିରେ ପ୍ରବଳ ଭିଡକୁ ଦୃଷ୍ଟିରେ ରଖି ଶ୍ରଦ୍ଧାଳୁଙ୍କ ପାଇଁ...

କୋହଲି ପାଳିବେ ୩୧ତମ ଜନ୍ମଦିନ
ନୂଆଦିଲ୍ଲୀ,୪।୧୧- ଭାରତୀୟ ଅଧିନାୟକ ବିରାଟ କୋହଲି ମଙ୍ଗଳବାର ୩୧ତମ ଜନ୍ମଦିନ ପାଳିବାକୁ ଯାଉଛନ୍ତି। ଏହି ମହାନ ବ୍ୟାଟ୍ସମ୍ୟାନ ୧୯୮୮ ମସିହା ନଭେମ୍ବର ୫ ତାରିଖରେ ଦିଲ୍ଲୀର...

ମାହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଉପଲକ୍ଷେ ବ୍ଲକସ୍ତରୀୟ ପ୍ରତିଯୋଗିତା
ଖଡିଆଳ,୧୭।୯(ଡି.ଏନ.ଏ.) ନୂଆପଡା ଜିଲା ଖଡିଆଳ ରାଜା ଆର୍ତ୍ତତ୍ରାଣ ଉଚ୍ଚ ବିଦ୍ୟାଳୟରେ ମାହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଉପଲକ୍ଷେ ଖଡିଆଳ ବ୍ଲକସ୍ତରୀୟ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି...

ପ୍ରମୁଖ ଦଳ ମଧ୍ୟରେ ହେବ ଲଢ଼େଇ
ଖୋର୍ଦ୍ଧା ଅଫିସ,୨୪।୧: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନପତ୍ର ଯାଞ୍ଚ ଶେଷ ପରେ ରବିବାର ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ଖୋର୍ଦ୍ଧା ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ଜିଲା...

ଜଙ୍ଗଲକୁ ଟୋଲ ସଂଗ୍ରହ କରିବାକୁ ଯାଇ ହାତୀ ଆକ୍ରମଣରେ ବୃଦ୍ଧା ମୃତ
କେନ୍ଦୁଝର,୪।୬ (ସ୍ବ.ପ୍ର.): କେନ୍ଦୁଝର ଜିଲା ତେଲକୋଇ ବନାଞ୍ଚଳ ଆକୁଳ ଅଞ୍ଚଳରେ ବଣୁଆ ହାତୀ ଆକ୍ରମଣରେ ମଙ୍ଗଳବାର ସକାଳେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି। ସେ ହେଲେ କଦଳୀ...