ଘରେ ଏକୁଟିଆ ପାଇ ମହିଳାଙ୍କୁ ବଳାତ୍କାର, ଅଭିଯୁକ୍ତକୁ ଗିରଫ କଲା ଦୈତାରୀ ଥାନା ପୋଲିସ

କେନ୍ଦୁଝର,୨୦।୧୧(ସ୍ବ.ପ୍ର.): ଜଣେ ମହିଳାଙ୍କୁ ବଳାତ୍କାର ଅଭିଯୋଗରେ ଦୈତାରୀ ଥାନା ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଥିବା ଜଣାପଡ଼ିଛି। ସେ ହେଲେ ସିକନ ପିଙ୍ଗୁଆ। ପୋଲିସ ଅଭିଯୋଗ ଆଧାରରେ ସିକନଙ୍କୁ ଗିରଫ କରି ଡାକ୍ତରୀ ମାଇନା ପାଇଁ ପଠାଇଥିବା ଜଣାପଡ଼ିଛି।

ଉକ୍ତ ଯୁବକ ଘରେ କେହି ନ ଥିବାର ସୁଯୋଗ ନେଇ ଦୂଆର ବନ୍ଧ ଭାଙ୍ଗି ପଶି ଉକ୍ତ ବିଧବା ମହିଳାଙ୍କୁ ବଳାତ୍କାର କରିଥିଲେ ବୋଲି ଅଭିଯୋଗ ହୋଇଛି। ଏପରିକି ଏକଥା କାହାକୁ କହିଲେ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ। ଏନେଇ ଦୈତାରୀ ଥାନାରେ ମହିଳାଜଣଙ୍କ ଅଭିଯୋଗ କରିବା ପରେ ଦୈତାରୀ ପୋଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତଙ୍କ ମେଡିକାଲ ଯାଞ୍ଚ କରାଯାଇ ତଦନ୍ତ କରାଯାଉଥିବା ଏସ୍‌ଡିପିଓ ରବୀନ୍ଦ୍ର ମଲ୍ଲିକ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଳିଲାନି ମ୍ୟାଚୁରିଟି ଟଙ୍କା: ଅର୍ଥାଭାବରୁ ଦିବ୍ୟାଙ୍ଗ ଝିଅଙ୍କ ବିବାହ ବନ୍ଦ, ସାହାରା ଇଣ୍ଡିଆ କାର୍ଯ୍ୟାଳୟରେ ତାଲା ପକାଇଲେ ଜମାକାରୀ

ନିରାକାରପୁର,୨୬ା୬(ଡି.ଏନ୍‌.ଏ.)-ଖୋର୍ଦ୍ଧା ଜିଲା ନିରାକାରପୁର ପଞ୍ଚାୟତସ୍ଥ ଶ୍ରୀରାମ ବଜାର ସ୍ଥିତ ସାହାରା ଇଣ୍ଡିଆ କାର୍ଯ୍ୟାଳୟ ଫାଟକରେ ମଙ୍ଗଳବାର ଜମାକାରୀମାନେ ତାଲା ପକାଇଦେଇଛନ୍ତି। ମ୍ୟାଚୁରିଟି (ପୂର୍ଣ୍ଣ ଅବଧି) ପରେ...

ସୁରକ୍ଷା ମିଳିଲେ ସମୃଦ୍ଧ ହେବେ

ଢେଙ୍କାନାଳ ଅଫିସ,୩।୩(ରତନ ନାୟାର): ଜୈବ ବିବିଧତାରେ ଭରପୂର ଢେଙ୍କାନାଳ ବନଖଣ୍ଡକୁ ସମୃଦ୍ଧ କରିଛନ୍ତି ବିଭିନ୍ନ ପ୍ରଜାତିର ବନ୍ୟପ୍ରାଣୀ। ହାତୀ, ହରିଣ, ଶମ୍ବର, ବାର୍‌ହା, କୁଟୁରା, ଗୟଳ,...

ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ଉଚ୍ଛେଦ ଅଭିଯାନ: ଶଙ୍କରାଚାର୍ଯ୍ୟ, ସେବାୟତଙ୍କ ପରାମର୍ଶ ନିଅ

ନୂଆଦିଲ୍ଲୀ,୪-୧୦:ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ଚତୁଃପାର୍ଶ୍ୱ ଉଚ୍ଛେଦ କାର୍ଯ୍ୟରେ ସୁପ୍ରିମକୋର୍ଟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଉଚ୍ଛେଦ ପୂର୍ବରୁ ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟ ଓ ବରିଷ୍ଠ ସେବାୟତମାନଙ୍କ ସହ ପରାମର୍ଶ...

‘ପାଠକ କମୁ ଥିବାରୁ ପତ୍ରପତ୍ରିକା ପ୍ରସାରଣ କମୁଛି’

ଫୁଲବାଣୀ ଅଫିସ, ୧୮ା୨ – ‘ଉତ୍କଳ ଦୀପିକା’ ଓଡିଶାରେ ପ୍ରଥମ ଓଡ଼ିଆ ଖବରକାଗଜ। ବର୍ତ୍ତମାନ ଖାଲି ଖବରକାଗଜ ନୁହେଁ, ଅନେକ ପତ୍ରପତ୍ରିକା ପ୍ରକାଶ ପାଉଛି। ହେଲେ...

ବ୍ଲୁଇସ୍‌କୁ ଜାତୀୟ ଇ-ଗଭର୍ନାନ୍ସ ସ୍ବର୍ଣ୍ଣ ପୁରସ୍କାର

ଭୁବନେଶ୍ୱର,୮ା୧(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ୨୦୨୦ ଜୁଲାଇରେ ଲୋକାର୍ପଣ ହୋଇଥିବା ଭୁବନେଶ୍ୱର ଲ୍ୟାଣ୍ଡ ୟୁଜ୍‌ ଇଣ୍ଟେଲିଜେନ୍ସ ସିଷ୍ଟମ୍‌ (ବ୍ଲୁଇସ୍‌) ଜାତୀୟ ଇ-ଗଭର୍ନାନ୍ସ ସ୍ବର୍ଣ୍ଣ ପୁରସ୍କାର...

କୋଇଲା ବୋଝେଇ ପିକ୍‌ଅପ ଜବତ: ଡ୍ରାଇଭର ଗିରଫ

ପଦ୍ମପୁର,୧।୩(ଡି.ଏନ୍‌.ଏ.): ଭଦ୍ରକ ଜିଲା ନାୟକାଣିଡିହି ପୋଲିସ ଶନିବାର ବିଳମ୍ବିତ ରାତିରେ ଗେଡ଼ବାଟିଆ ହତାସିଆ ରାସ୍ତାରୁ ଏକ ଚୋରା କୋଇଲା ବୋଝେଇ ପିକ୍‌ଅପ ଗାଡ଼ି ଜବତ କରିଛି।...

ଭଣ୍ଡାରିପୋଖରୀରେ କେନ୍ଦ୍ରୀୟ ଟିମ୍‌

ଭଣ୍ଡାରିପୋଖରୀ, ୧୯।୧୨ (ଡି.ଏନ.ଏ.)- କେନ୍ଦ୍ର ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରାଳୟ ପକ୍ଷରୁ ଗୁରୁବାର ଏଡବ୍ଲ୍ୟୁଏଡିଏଚ୍‌ ରିସର୍ଚ ଫାଉଣ୍ଡେଶନ ଦ୍ୱାରା କେନ୍ଦ୍ରୀୟ ଏଡବ୍ଲ୍ୟୁଏଡିଏଚ୍‌ ସଂସ୍ଥାର ଏକ ଟିମ୍‌...

ଅସଲି ନାଁରେ ନକଲି କାରବାର

ବରଗଡ଼ ଅଫିସ୍‌,୫।୧: ବରଗଡ଼ ଜିଲାରେ ଅସଲି ବ୍ରାଣ୍ଡ୍‌ ଆଳରେ ନକଲି କାରବାର ଚାଲିଛି। ସାର, ବିହନ, କୀଟନାଶକକୁ ଅସଲି ବ୍ରାଣ୍ଡ୍‌ ଦର୍ଶାଇ ବିଭିନ୍ନ କମ୍ପାନୀ ଏଭଳି...

Advertisement
Archives

Model This Week