ଘରଭଡ଼ା, ମେଡିକାଲ ଆଲାଉନ୍ସ ଟଙ୍କା ଆତ୍ମସାତ୍‌ ଅଭିଯୋଗ:  ସରକାରୀ କ୍ୱାର୍ଟର୍ସରେ ରହି କର୍ମଚାରୀ ନେଉଛନ୍ତି ଭଡ଼ା

ବ୍ରହ୍ମପୁର ଅଫିସ,୨୪ା୧୦-ବ୍ରହ୍ମପୁର ମହାନଗର ନିଗମରେ ଲକ୍ଷ ଲକ୍ଷ ଟଙ୍କା ଆମତ୍ସାତ ଅଭିଯୋଗ ହୋଇଛି । ବୁଧବାର ବିଜିପୁର ସନ୍ତୋଷୀ ମା’ମନ୍ଦିର କଲ୍ୟାଣ ମଣ୍ଡପରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଏଭଳି ଅଭିଯୋଗ କରିଛି ଭାରତୀୟ ବିକାଶ ପରିଷଦ। ପରିଷଦ ଅଭିଯୋଗ ପ୍ରକାରେ, ବିଏମ୍‌ସିରେ କାର୍ଯ୍ୟରତ କର୍ମଚାରୀମାନେ କ୍ୱାର୍ଟର୍ସରେ ରହିବା ସତ୍ତ୍ୱେ ଘରଭଡା ଆଲାଉନ୍ସ, ମେଡିକାଲ ଆଲାଉନ୍ସ ଟଙ୍କା ସହ ବାର୍ଦ୍ଧକ୍ୟ ଭତ୍ତା ପାଣ୍ଠିରୁ ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ ହୋଇଥିବା ନେଇ ଅଡିଟ ରିପୋର୍ଟରେ ଦର୍ଶାଯାଇଥିବା ପରିଷଦ ସମ୍ମିଳନୀରେ ପ୍ରକାଶ କରିଛି ା ସରକାରୀ କାର୍ଯ୍ୟାଳୟରୁ ୮ କି.ମି. ବ୍ୟାସାର୍ଦ୍ଧ ମଧ୍ୟରେ ଘର ଭଡା ନେଇ ରହୁଥିବା କିମ୍ବା ନିଜ ଘରେ ରହୁଥିବା କର୍ମଚାରୀମାନେ ଘରଭଡା ଆଲାଉନ୍ସ ପାଇବା ନେଇ ଅର୍ଥ ବିଭାଗର ନିଦ୍ଦେଶନାମା ରହିଛି ା କିନ୍ତୁ ବିଏମ୍‌ସିର ୩୯ କର୍ମଚାରୀ ସରକାରୀ କ୍ୱାର୍ଟର୍ସରେ ରହିବା ସତ୍ତ୍ୱେ ଦରମା ସହିତ ଘରଭଡା ଆଲାଉନ୍ସ ପାଇଛନ୍ତି ା ୨୦୧୬-୧୭ ପାଇଁ ୩୯ କର୍ମଚାରୀ ଘରଭଡା ଆଲାଉନ୍ସ ବାବଦକୁ ପ୍ରାୟ ୪ ଲକ୍ଷ ୭୬ ହଜାର ୩୧୩ ଟଙ୍କା ପାଇଥିବା ଲୋକାଲ ଫଣ୍ଡ ଅଡିଟ ତାର ରିପୋର୍ଟରେ ଦର୍ଶାଇଛି ା
ସେହିପରି ମ୍ୟୁନିସିପାଲିଟି ଓ ଏନ୍‌ଏସିର କୌଣସି କର୍ମଚାରୀ ମେଡିକାଲ ଆଲାଉନ୍ସ ଗ୍ରହଣ କରିପାରିବେ ନାହିଁ ବୋଲି ଗୃହ ଓ ନଗର ଉନ୍ନୟନ ବିଭାଗ ମେ ୨୦୦୮ରେ ନିର୍ଦ୍ଦେଶନାମା ଜାରି କରିଛି। ଏହାସତ୍ତ୍ୱେ ୨୦୧୫-୧୬ରେ ବିଏମ୍‌ସି କର୍ମଚାରୀମାନଙ୍କୁ ମେଡିକାଲ ଆଲାଉନ୍ସ ବାବଦକୁ ୧୭ ଲକ୍ଷ ୩୯ ହଜାର ୮୦୫ ଟଙ୍କା ପ୍ରଦାନ କରାଯାଇଥିବା ମଧ୍ୟ ଅଡିଟ ରିପୋର୍ଟରେ ଦର୍ଶାଯାଇଛି। କେବଳ ସେତିକି ନୁହେଁ, ବିଏମ୍‌ସିରୁ ପ୍ରଦାନ କରାଯାଉଥିବା ବାଦ୍ଧକ୍ୟ ଭତ୍ତା, ମଧୁବାବୁ ପେନସନ ଯୋଜନା, ବିଧବା ଭତ୍ତା, ଅକର୍ମଣ୍ୟ ଭତ୍ତା ଟଙ୍କା ମଧ୍ୟ ଆତ୍ମସାତ କରାଯାଇଥିବା ଅଡିଟ ରିପୋର୍ଟରୁ ଜଣାପଡିଛି ା ଅକ୍ଟୋବର ୨୦୧୬ରେ ମୃତ୍ୟୁବରଣ କରିଥିବା ଜନୈକ ବିଧବାଙ୍କ ନାମରେ ଅକ୍ଟୋବର ୨୦୧୬ ରୁ ଏପ୍ରିଲ ୨୦୧୭ ପର୍ଯ୍ୟନ୍ତ ଭତ୍ତା ଟଙ୍କା ପ୍ରଦାନ କରାଯାଇଛି। ବାର୍ଦ୍ଧକ୍ୟ ଭତ୍ତା ତଥା ମଧୁବାବୁ ପେନସନ ଯୋଜନାରେ ୩୦ କେସରେ ୧୦ ୱାର୍ଡରେ ଅଧିକ ଉତ୍ତରାଧିକାରୀଙ୍କୁ ବଣ୍ଟାଯାଇଥିବା ଦର୍ଶାଇ ୪୬ ହଜାର ଟଙ୍କା ଆତ୍ମସାତ କରାଯାଇଥିବା ଲୋକାଲ ଫଣ୍ଡ ଅଡିଟ ରିପୋର୍ଟରେ ଦର୍ଶାଇଥିବା ପରିଷଦ ସଭାପତି ଖବରଦାତା ସମ୍ମିଳନୀରେ ପ୍ରକାଶ କରିଛନ୍ତି। ତେବେ ବେନିୟମ ଭାବେ ନେଇଥିବା ଘରଭଡା ଓ ମେଡିକାଲ ଆଲାଉନ୍ସ ଟଙ୍କା ଆଦାୟ ସହ ବାର୍ଦ୍ଧକ୍ୟ ଭତ୍ତା ଟଙ୍କା ଆତ୍ମସାତ କରିଥିବା ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ଅଡିଟ ପକ୍ଷରୁ ନିର୍ଦ୍ଦେଶ ପ୍ରଦାନ କରାଯାଇଥିଲେ ମଧ୍ୟ ନିଗମ ପକ୍ଷରୁ ଏ ଦିଗରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିବା ପରିଷଦ କହିଛି ା ତେଣୁ ଏହି ଆତ୍ମସାତ୍‌ ଟଙ୍କା ସୁଧ ସହ ଆଦାୟ କରାଯିବା ସହ ଏଥିରେ ସମ୍ପୃକ୍ତ କର୍ମଚାରୀ, ଅଧିକାରୀଙ୍କ ବିରୋଧରେ ଫୌଜଦାରି ମକଦ୍ଦମା ୭ ଦିନ ମଧ୍ୟରେ ରୁଜୁ କରିବାକୁ ପରିଷଦ ସଭାପତିି ସୁରେନ୍ଦ୍ର ପାଣିଗ୍ରାହୀ ଦାବି କରିଛନ୍ତି। ଦାବିପୂରଣ ନ ହେଲେ ପରିଷଦ ପକ୍ଷରୁ ଫୌଜଦାରୀ ମକଦ୍ଦମା ରୁଜୁ କରିବାକୁ ସମ୍ମିଳନୀରେ ଚେତାବନୀ ଦିଆଯାଇଛି ା ଖବରଦାତା ସମ୍ମିଳନୀରେ ସୁଧାଂଶୁ ଶେଖର ପଣ୍ଡା, ଡ. ଶିବ ପ୍ରସାଦ ମିଶ୍ର, ମୋହନ ସିଙ୍ଗାରୀ, ଲଳିତ ମୋହନ ପାଢୀ, କୈଳାସ ପାଣିଗ୍ରାହୀ, ସମାଜିକ କର୍ମୀ କିଶୋର ଚନ୍ଦ୍ର ପାତ୍ର, ବାସୁଦେବ ସାହୁକାର, ସଫିକ ଅହମ୍ମଦ ପ୍ରମୁଖ ମଞ୍ଚାସୀନ ଥିଲୋ


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri