Posted inଜାତୀୟ

ଘରଭଡ଼ା ଦେଇପାରୁନାହାନ୍ତି କମଲନାଥ ସରକାର: ବନ୍ଦ ହେବ ୨୬ ହଜାର ଅଙ୍ଗନଓ୍ବାଡି କେନ୍ଦ୍ର

ଭୋପାଳ,୨୭ା୬ (ଆଇଏଏନ୍‌ଏସ୍‌)L ଛୋଟ ଛୋଟ ପିଲାଙ୍କ ମାନସିକ, ଶାରୀରିକ, ଶୈକ୍ଷିକ ଓ ବୌଦ୍ଧିକ ବିକାଶ ଲାଗି ଅଙ୍ଗନଓ୍ବାଡ଼ି କେନ୍ଦ୍ରଗୁଡ଼ିକର ଭୂମିକା ଅତୁଳନୀୟ। ହେଲେ ମଧ୍ୟପ୍ରଦେଶର କମଲନାଥ ସରକାର ଏକ୍ଷେତ୍ରରେ ସେତେଟା ଆନ୍ତରିକତା ଦେଖାଉନାହାନ୍ତି। ଅନେକ ସ୍ଥାନରେ ଅଙ୍ଗନଓ୍ବାଡ଼ି କେନ୍ଦ୍ର ଲାଗି ସରକାର ଘରଟିଏ ଯୋଗାଇ ପାରିନାହାନ୍ତି। ଭଡ଼ା ଘରେ ଏହି କାର୍ଯ୍ୟ ଚାଲୁଥିବାବେଳେ ଠିକ୍‌ଭାବେ ଭଡ଼ା ପୈଠ ନ ହେବାରୁ ସେଠାରେ ତାଲା ଝୁଲିବା ପରିସ୍ଥିତି ଦେଖାଯାଉଛି।
ମୋଟ ୯୭,୧୩୯ ଅଙ୍ଗନଓ୍ବାଡ଼ି କେନ୍ଦ୍ର ମଧ୍ୟରୁ ୨୯,୩୮୩ କେନ୍ଦ୍ର ଭଡ଼ାଘରେ ଚାଲୁଛି। ସେଥିମଧ୍ୟରୁ ୨୬ ହଜାର କେନ୍ଦ୍ରରେ ମାସିକ ୩ ହଜାର ଟଙ୍କା ଘର ଭଡ଼ା କେବେଠାରୁ ପୈଠ କରାଯାଇନାହିଁ। ଘର ମାଲିକଙ୍କ ମର୍ଜିରେ ଏହି କେନ୍ଦ୍ର ଚାଲୁଥିବାବେଳେ ଅନେକ ବନ୍ଦହୋଇ ଗଲାଣି। ସେହିଭଳି ଅଙ୍ଗନଓ୍ବାଡ଼ି କର୍ମୀଙ୍କୁ ମାସିକ ଦରମା ମଧ୍ୟ ଠିକ୍‌ଭାବେ ମିଳୁ ନ ଥିବା ଅଭିଯୋଗ ହୋଇଛି। ମଧ୍ୟପ୍ରଦେଶର ଜବଲ୍‌ପୁରରେ ଅଙ୍ଗନଓ୍ବାଡ଼ି କର୍ମୀ ମାସିକ ଘରଭଡ଼ା ସରକାର ପୈଠ କରିବା ଦାବିରେ ବିକ୍ଷୋଭ କରିଛନ୍ତି। ରାଜ୍ୟ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଇମର୍ତ୍ତୀ ଦେବୀ ଏନେଇ ସରକାର ବ୍ୟବସ୍ଥା କରୁଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରୁଷିଆ ତେଲକୁ ନେଇ ଆସିଲା ବଡ଼ ଅପଡେଟ୍‌, ଭାରତର ବଡ଼ ଗେମ୍‌!

ମସ୍କୋ,୧୪।୩: ଇରାନରେ ଚାଲିଥିବା ସଂଘର୍ଷ ଏବଂ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବୃଦ୍ଧି ଯୋଗୁଁ, ଅଶୋଧିତ ତୈଳ ମୂଲ୍ୟରେ ତୀବ୍ର ବୃଦ୍ଧି ପରିଲକ୍ଷିତ ହେଉଛି। ସମ୍ପ୍ରତି, ବିଶ୍ୱ ବଜାରରେ ତୈଳ…

ବିରାଟ କୋହଲି ନୁହେଁ, ଏହି ଖେଳାଳି RCBର ଅଧିନାୟକ! ଦିନେଶ କାର୍ତ୍ତିକ ବାଝିଲେ ପ୍ଲେ-୧୧

ନୂଆଦିଲ୍ଲୀ,୧୪।୩: ଇଣ୍ଡିଆନ ପ୍ରିମିୟର ଲିଗ (IPL) ୨୦୨୬ ପୂର୍ବରୁ, RCB ବ୍ୟାଟିଂ ପ୍ରଶିକ୍ଷକ ଦିନେଶ କାର୍ତ୍ତିକ ତାଙ୍କର ପସନ୍ଦର “RCB ଅଲ-ଟାଇମ ଏକାଦଶ” ଚୟନ କରିଛନ୍ତି। ଐତିହାସିକ…

ଆମେରିକୀୟ ଦୂତାବାସ ଉପରେ ଆକ୍ରମଣ କଲା ଇରାନ: ଚାରିଆଡ଼େ ଧୂଆଁମୟ

ଓ୍ବାଶିଂଟନ୍‌,୧୪।୩: ଇସ୍ରାଏଲ ଏବଂ ଆମେରିକା ନିରନ୍ତର ଇରାନ ଉପରେ ଆକ୍ରମଣ କରୁଛନ୍ତି। ଯୁଦ୍ଧକୁ ୧୫ ଦିନ ହୋଇଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ଶେଷ ହେବାର କୌଣସି ସଙ୍କେତ ନାହିଁ।…

ଶୋଷ ମେଣ୍ଟାଇବା ପାଇଁ ରୋଗକୁ ଆମନ୍ତ୍ରଣ! ବିକ୍ରି ହେଉଥିବା ପାଣିର ବିଶୁଦ୍ଧତାକୁ ନେଇ ଉଠିଲା ପ୍ରଶ୍ନ

ଧର୍ମଶାଳା ୧୪।୩(ଶିବ ପ୍ରସାଦ ମହାନ୍ତି): ଜଳ ହିଁ ଜୀବନ। ଶୋଷ ମେଣ୍ଟାଇବାକୁ ଆମେ ଜଳକୁ ପିଇଥାଉ। ତେବେ ବଜାରରେ ବିକ୍ରି ହେଉଥିବା ପାଣିର ବିଶୁଦ୍ଧତାକୁ ନେଇ ଏବେ…

ଡ୍ରୋନ ସର୍ଭେ ଦ୍ୱାରା ଜଙ୍ଗଲ ନିଆଁ ଚିହ୍ନଟ, ରାତିସାରା ଅକ୍ଲାନ୍ତ ଉଦ୍ୟମ ପରେ ନିଆଁକୁ ଆୟତ୍ତ କଲା ବନବିଭାଗ

ପାଟଣା,୧୪।୩(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ରେଞ୍ଜ ପାଟଣା ସେକ୍ସନ ତଣ୍ଡ ବିଟ ଅଟେଈ ସଂରକ୍ଷିତ ଜଙ୍ଗଲରେ ଶୁକ୍ରବାର ରାତି ୨ଟାରେ ଲାଗିଥିବା ନିଆଁକୁ ବନବିଭାଗ କର୍ମଚାରୀ…

ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ: ସଙ୍କଟରେ ବନ୍ୟଜନ୍ତୁ

ଉଦଳା,୧୪।୩(ସନ୍ତୋଷ କୁମାର ବାଛିନୀ): ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ। ଶିମିଳିପାଳର ଆଭ୍ୟନ୍ତରୀଣ ଅଞ୍ଚଳରେ ଲାଗିଛି ନିଆଁ। ୩ ରୁ ୪ ଘଣ୍ଟା ହେବ ଜଳି ଚାଲିଛି ନିଆଁ।…

ଧୈର୍ଯ୍ୟ, କ୍ଷମା ଲୋଡ଼ା

ହୃଦୟରେ ଅନ୍ୟ ପ୍ରତି ଏପରିକି ପରମ ଶତ୍ରୁ ପ୍ରତି କୌଣସି ପରିସ୍ଥିତିରେ ଘୃଣାଭାବ ପୋଷଣ ନ କରି କ୍ଷମା, ଅନୁକମ୍ପା, କରୁଣା, ତିତିକ୍ଷା, ଦୟା ଭାବ ପ୍ରଦର୍ଶନକରିବା…

ଜଳ ହିଁ ଜୀବନ

ଜଳର ଅନ୍ୟ ନାମ ଜୀବନ। ମଣିଷପାଇଁ ଉପଲବ୍ଧ ଅତ୍ୟାବଶ୍ୟକ ପ୍ରାକୃତିକ ଉପାଦାନ ମଧ୍ୟରେ ଜଳ ଅନ୍ୟତମ। କେବଳ ମଣିଷ ନୁହେଁ, ସମଗ୍ର ପ୍ରାଣୀ ଓ ଉଦ୍ଭିଦଜଗତ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri