Posted inରାଜ୍ୟ

ଘରଭଙ୍ଗା ତଦନ୍ତରେ ଅନିୟମିତତା: ତହସିଲ କାର୍ଯ୍ୟାଳୟ ଘେରିଲେ ବାତ୍ୟା ବିପନ୍ନ

ବାଲିଆ,୮।୬: ଫନୀ ବାତ୍ୟା ପ୍ରଭାବରେ ବିରିଡ଼ି ତହସିଲ ଅଞ୍ଚଳରେ ବହୁ ଲୋକଙ୍କ ଘର ଭାଙ୍ଗିଯାଇଥିଲେ ମଧ୍ୟ ଅଦ୍ୟାବଧି ସେମାନଙ୍କୁ ପଲିଥିନ୍‌ ଖଣ୍ଡେ ମିଳିପାରିଲା ନାହିଁ। ଏପରି କି ଘରଭଙ୍ଗା ତଦନ୍ତ ଠିକ୍‌ ଭାବେ ନ ହେବାରୁ ବିପନ୍ନ ପରିବାର ଆରଆଇଙ୍କ ଦ୍ୱାରା ପ୍ରସ୍ତୁତ କ୍ଷତିଗ୍ରସ୍ତ ତାଲିକାରୁ ବାଦ୍‌ପଡିଛନ୍ତି। ଏହାର ପ୍ରତିବାଦରେ ଶୁକ୍ରବାର ପୂର୍ବାହ୍ନ ୧୧ଟାରେ ବାଲିଆ ଗୋପୀନାଥପୁର ପଞ୍ଚାୟତର ଶତାଧିକ ବିପନ୍ନ ପରିବାର ତହସିଲ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଛନ୍ତି। ଏହି ଧାରଣାରେ ରିଆନା ବିବି, ସଞ୍ଜୁକ୍ତା ବେହେରା, ପୁନି ଦାସ, ବାସନ୍ତୀ ବେହେରା, ରଜୋ ବିବି, ହସିନା ବିବି, ମୁସ୍ତରି ବିବି, ପାଲୁଣି ଦେଈ, ନୟନୁ ବିବି, ସାହିଦା ବିବି, ଅମାତୁନ ବିବି, ଜାନି ବିବି, ଉର୍ମିଳା ଭୋଇ, ତିଳ ବେୱା, ବିପନ୍ନ ଭୋଇ, ଦେବେନ୍ଦ୍ର ବେହେରା, ସୁଧିର ବେହେରା, ତାରୁନ ବିବିଙ୍କ ସମେତ ବହୁ ବିପନ୍ନ ପରିବାର ସାମିଲ ହୋଇଥିଲେ। ବାତ୍ୟାରେ ସେମାନଙ୍କ ଘର ଛପର ଉଡ଼ିଯାଇଛି। କେତେଜଣଙ୍କ ଘର କାନ୍ଥ ଭାଙ୍ଗି ସମ୍ପୂର୍ଣ୍ଣ ଭୁଶୁଡ଼ି ପଡିଛି। ବହୁ ଲୋକ ଖୋଲା ଆକାଶ ତଳେ ବସବାସ କରୁଛନ୍ତି। ମାତ୍ର ଏ ପର୍ଯ୍ୟନ୍ତ ସେମାନଙ୍କୁ ତହସିଲ ପ୍ରଶାସନ ପକ୍ଷରୁ ପଲିଥିନ ଖଣ୍ଡିଏ ମିଳିଲାନାହିଁ। ବର୍ଷା ହେଲେ ଘର ଭିତରେ ପାଣି ଲଡଡ଼ି ମାରୁଛି। ବାଲିଆ ଗୋପୀନାଥପୁର ପଞ୍ଚାୟତରେ ଘରଭଙ୍ଗା ତଦନ୍ତ ଦାୟିତ୍ୱରେ ଥିବା ଆରଆଇ ସୁନାକର ବେହେରା କେତେଜଣ ମୁଷ୍ଟିମେୟ ଲୋକଙ୍କ ପ୍ରରୋଚନାରେ ରିପୋର୍ଟ ପ୍ରସ୍ତୁତ କରିଥିବା ଅଭିଯୋଗ ହୋଇଛି। ଏଥିରେ ଥିଲାବାଲା ଲୋକଙ୍କ ନଁା ଥିବାବେଳେ ପ୍ରକୃତ କ୍ଷତିଗ୍ରସ୍ତ ବାଦ୍‌ପଡିଛନ୍ତି। ଥିଲାବାଲା ଲୋକଙ୍କ ଗୁହାଳ, ରୋଷେଇ ଘର ଆଦି ଦେଖି ରିପୋର୍ଟରେ ସ୍ଥାନ ଦିଆଯାଇଛି। ବିଜୁ ପକ୍କାଘର ଓ ଇନ୍ଦିରା ଆବାସ ଆଦି ପାଇଥିବା ଲୋକଙ୍କ ଘର ଭାଙ୍ଗିଥିବା ଦର୍ଶାଯାଇଛି। ତେଣୁ ଏହାର ପୁନର୍ବାର ତଦନ୍ତ କରିବାକୁ ଧାରଣାରତ ବିପନ୍ନ ପରିବାର ଦାବି କରିଥିଲେ। ୪୫ ମିନିଟ୍‌ ଧାରଣା ପରେ ଆରଆଇ ବେହେରା ପହଞ୍ଚତ୍ବାରୁ ବିପନ୍ନ ଲୋକେ ତାଙ୍କୁ ଘେରିଯାଇ କାହିଁକି ସେମାନଙ୍କ ଘର ତଦନ୍ତ କରାଯାଇନାହିଁ ବୋଲି ପ୍ରଶ୍ନ କରିଥିଲେ। ମାତ୍ର ଆରଆଇ ଏଥିରେ ଉତ୍‌କ୍ଷୀପ୍ତ ହୋଇ ତୁମ ଘର ତଦନ୍ତ ହେବ ନାହିଁ, ଯାଅ ମୋ ବିରୋଧରେ ଜିଲାପାଳଙ୍କ ନିକଟରେ ଅଭିଯୋଗ କରିବ ବୋଲି ରୋକଠୋକ୍‌ କହିଥିଲେ। ଫଳରେ ଧାରଣାକାରୀମାନେ ତୀବ୍ର ବିରୋଧ କରିଥିଲେ। ଏପରି କି ଆରଆଇଙ୍କ ସହ ଧସ୍ତାଧସ୍ତି ପର୍ଯ୍ୟନ୍ତ କଥା ଯାଇଥିଲା। ଶେଷରେ ଆରଆଇ ଲୋକଙ୍କ ଆକ୍ରୋଶରୁ ବର୍ତ୍ତିବା ପାଇଁ ତହସିଲଦାରଙ୍କ କକ୍ଷ ଭିତରେ ପଶିଯାଇଥିଲେ। ତହସିଲଦାର ନ ଥିବାରୁ ଅନ୍ୟ କର୍ମଚାରୀମାନେ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ପୁନର୍ବାର ବାଲିଆ ଗୋପୀନାଥପୁର ପଞ୍ଚାୟତରେ ଘରଭଙ୍ଗା ତଦନ୍ତ ହେବ ବୋଲି କର୍ମଚାରୀମାନେ ପ୍ରତିଶ୍ରୁତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ଯୁଗଳଙ୍କ ଉପରେ ଆସ୍ଥା ପ୍ରକଟ କଲେ ନବୀନ: କଳାହାଣ୍ଡି ଜିଲା ସମ୍ପାଦକ ପାଇଁ ମନୋନୀତ…

ରିଷିଡା,୩୧।୧୨ (ସୁଶାନ୍ତ ମଲ୍ଲିକ ): କଳାହାଣ୍ଡି ଜିଲା ବିଜୁ ଜନତା ଦଳର ସମ୍ପାଦକ ଭାବେ କର୍ଲାମୁଣ୍ଡା ବ୍ଲକର ଯୁବନେତା ତଥା ନାଟ୍ୟ ନିର୍ଦ୍ଦେଶକ ଯୁଗଳ କିଶୋର...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ବିଗିଡିଲା ଭୁବନେଶ୍ୱର ବାୟୁ ଗୁଣବତ୍ତା, ଓଡ଼ିଶାର ୪ ସହରର ସ୍ଥିତି ସଙ୍ଗିନ

ଭୁବନେଶ୍ବର,୩୧ା୧୨: ଓଡ଼ିଶାର ବାୟୁ ପ୍ରଦୂଷଣ ସ୍ତର ଏବେ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ପକ୍ଷରୁ ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ,...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri