ଗ୍ୟାସ୍‌ କର୍ମଚାରୀଙ୍କଠାରୁ ଟଙ୍କା ଲୁଟ୍‌ ଘଟଣା: ୩ ଗିରଫ

ତିହିଡ଼ି, ୨୮ା୫(ଡି.ଏନ.ଏ.)-ଭଦ୍ରକ ଜିଲା ତିହିଡ଼ି ଥାନା ଅଧୀନ ପାଳିଆବିନ୍ଧାସ୍ଥିତ ରାଉତ ଗ୍ୟାସ ଏଜେନ୍ସିର କର୍ମଚାରୀଙ୍କୁ କେତେକ ଦୁର୍ବୃତ୍ତ ଆକ୍ରମଣ କରି ୧୧ଲକ୍ଷ ୯ହଜାର ୭ଶହ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଥିଲା। ପୋଲିସ ଏହି ଘଟଣାର ତଦନ୍ତ କରି ଗୁରୁବାର ୩ଜଣ ଲୁଟେରାଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବାସୁଦେବପୁର ଥାନା ଅଧିନ ଅଲବଗା ଗ୍ରାମର ମନୋରଞ୍ଜନ ପାଣି, ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନ ବରାଳପୋଖରୀ ଗ୍ରାମର ପପୁଧଡ଼ା ଓ ଜଳଙ୍ଗା ଗ୍ରାମର ସୋମନାଥ ମଳିକ। ପୋଲିସ ସେମାନଙ୍କଠାରୁ ୨ଲକ୍ଷ ୭୬ହଜାର ଟଙ୍କା ଓ ୩ଟି ବାଇକ୍‌ ଜବତ କରିଛି।
ଗତ ୪ତାରିଖ ପୂର୍ବାହ୍ନରେ ଗ୍ୟାସ କର୍ମଚାରୀ ପ୍ରମୋଦ ଭଞ୍ଜ ଟଙ୍କା ନେଇ ବ୍ୟାଙ୍କରେ ଜମା କରିବାକୁ ତିହିଡ଼ି ଯାଉଥିଲେ। ଧାମରା ରେଳପଥର ଜିଝାରପୁର ନିକଟରେ ୩ଜଣ ଦୁର୍ବୃତ୍ତ ତାଙ୍କୁ ଭୁଜାଲିରେ ଆକ୍ରମଣ କରି ଟଙ୍କା ଲୁଟି ନେଇଥିଲେ। ଗ୍ୟାସ ଏଜେନ୍ସିର ମାଲିକ ଚକ୍ରଧର ରାଉତଙ୍କ ଅଭିଯୋଗକ୍ରମେ ପୋଲିସ ଏକ ମାମଲା(ନଂ.୧୭୩/୨୦) ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ଏସ୍‌ପି ରାଜେଶ ପଣ୍ଡିତଙ୍କ ନିର୍ଦ୍ଦେଶରେ ଅତିରିକ୍ତ ଏସ୍‌ପି କୈଳାସ ପରିଡା, ତିହିଡ଼ି ଥାନା ଆଇଆଇସି ରମେଶ ଚନ୍ଦ୍ର ସିଂ ଘଟଣାର ତଦନ୍ତ କରୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜଳଭଣ୍ଡାର ପାର ହୋଇ ରାଶନ ବାଣ୍ଟିଲା ପ୍ରଶାସନ

ପାତ୍ରପୁର:୧୫ା୪(ଡି.ଏନ୍‌.ଏ.)- ପାତ୍ରପୁର ବ୍ଲକର ଦୁର୍ଗମ ଆଙ୍କୁଲି ପଞ୍ଚାୟତର କିଛି ଗ୍ରାମରେ ବ୍ଲକ ପ୍ରଶାସନ ପହଞ୍ଚତ୍ ରାଶନ ସାମଗ୍ରୀ ବଣ୍ଟନ କରିବା ସହ କରୋନା ଭୂତାଣୁରୁ କେମିତି...

ଟୋକନ ନାହିଁ, ମଣ୍ଡିରେ ପଡିଛି ଧାନ

ଗଣ୍ଡତୁରୁମ, ୪।୨ (ଡି.ଏନ.ଏ) – ବରଗଡ ଜିଲା ଅତାବିରା ଆରଏମସି ଅଧୀନ ଭେଡେନ ବ୍ଲକରେ ଟୋକନ ଓ ଆଲର୍ଟମେଣ୍ଟ ଅଭାବରୁ ବିକ୍ରି ହୋଇ ନ ପାରି...

ରେଞ୍ଜସ୍ତରୀୟ ବନସୁରକ୍ଷା ସମିତି କମିଟି ବୈଠକ

କେସିଙ୍ଗା,୧।୧୦(ଡି.ଏନ.ଏ.) କଳାହାଣ୍ଡି ଜିଲା କେସିଙ୍ଗାସ୍ଥିତ ରେଞ୍ଜ କାର୍ଯ୍ୟାଳୟ ପରିସରରେ ରେଞ୍ଜସ୍ତରୀୟ ବନ ସୁରକ୍ଷା ସମିତି କମିଟି ବୈଠକ ସୋମବାର ଅନୁଷ୍ଠିତ ହୋଇଯାଇଛି । ରେଞ୍ଜର ଦୀନବନ୍ଧୁ...

କରୋନା ସହାୟତା: ସତ୍ୟବାଦୀ ବ୍ଲକର ମହିଳା ମହାସଂଘ ଦେଲେ ୧ ଲକ୍ଷ ଟଙ୍କା

ସାକ୍ଷୀଗୋପାଳ, ୨୧।୪(ଡି.ଏନ୍‌.ଏ): କରୋନା ସହାୟତା ପାଇଁ ସତ୍ୟବାଦୀ ବ୍ଲକର ମହିଳା ମହାସଂଘଗୁଡିକ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ୧ ଲକ୍ଷ ୬ ହଜାର ୭ଶହ ଟଙ୍କା ପ୍ରଦାନ...

ହୋମ୍‌ କ୍ୱାରାଣ୍ଟାଇନ୍‌ରେ ରହିପାରିବେ ପ୍ରବାସୀ ଗର୍ଭବତୀ: ଗଞ୍ଜାମ ଜିଲାପାଳ

ଛତ୍ରପୁର, ୬।୫(ଡି.ଏନ୍‌.ଏ.)- ଗଞ୍ଜାମ ଜିଲାକୁ ସୁରଟ, କେରଳରୁ ପ୍ରବାସୀମାନେ ଆସିବାରେ ଲାଗିଛନ୍ତି। ଏହି ପ୍ରବାସୀମାନଙ୍କ ମଧ୍ୟରେ କେତେକ ଗର୍ଭବତୀ ରହିଥିବା ଦେଖାଯାଇଛି। ଆବଶ୍ୟକ ହେଲେ କ୍ୱାରାଣ୍ଟାଇନ...

ସଙ୍ଗରୋଧ କେନ୍ଦ୍ର ଦାୟିତ୍ୱରେ ଥିବା ଶିକ୍ଷକଙ୍କୁ ଆକ୍ରମଣ ଘଟଣା,୪ ଜଣଙ୍କ ନାମରେ ମାମଲା

ଖଇରା,୨୫।୫(ଡି.ଏନ୍‌.ଏ.): ବାଲେଶ୍ବର ଜିଲା ଖଇରା ବ୍ଲକ ସିମୁଳିଆ ଥାନା ଅଧୀନ ତୋଟାପଡ଼ା ହାଇସ୍କୁଲ ସଙ୍ଗରୋଧ କେନ୍ଦ୍ର ଦାୟିତ୍ୱରେ ଥିବା ଖେଳ ଶିକ୍ଷକ ଲକ୍ଷ୍ମୀଧର ପରିଡ଼ାଙ୍କୁ ରବିବାର...

ତେଜରାତି ଦୋକାନରେ ଅଗ୍ନିକାଣ୍ଡ

ବ୍ରହ୍ମପୁର ଅଫିସ,୨୩ା୧୧: ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ଗୋଦାବରୀଶ ନଗର ତୃତୀୟ ଲାଇନରେ ଥିବା ଏକ ତେଜରାତି ଦୋକାନରେ ଶୁକ୍ରବାର ସକାଳେ ଅଗ୍ନିକାଣ୍ଡ ଘଟିଛି। ସ୍ଥାନୀୟ ଲୋକେ...

ଜଳଖିଆ ଦୋକାନରୁ ଅଗ୍ନିକାଣ୍ଡ: ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ

ଜଗତ୍‌ସିଂହପୁର ଅଫିସ,୨୩।୨: ଜଗତ୍‌ସିଂହପୁର ଥାନା ଅନ୍ତର୍ଗତ ଢିଅସାହି ବଜାର ଓ ସ୍ଥାନୀୟ ଗାନ୍ଧୀଛକସ୍ଥିତ ଏକ ହୋଟେଲରେ ରବିବାର ଅଗ୍ନିକାଣ୍ଡ ଘଟିଛି। ସିଙ୍ଗିପୁରର ବାବନ ସାହୁଙ୍କ ଜଳଖିଆ...

Coronavirus Update


Archives

Model This Week

Why Dharitri