ଗ୍ଲୋବାଲ ବିଜ୍‌ନେସ୍‌ ଫୋରମରେ ମୋଦି: ‘ଭାରତରେ ନିବେଶ ଲାଗି ସୁବର୍ଣ୍ଣ ସୁଯୋଗ’

ନ୍ୟୁୟର୍କ,୨୬।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଏଠାରେ ବ୍ଲୁମ୍‌ବର୍ଗ ଗ୍ଲୋବାଲ ଇନ୍‌ଭେଷ୍ଟର ଫୋରମ୍‌ରେ ଯୋଗ ଦେଇଛନ୍ତି। ଭାରତରେ ରାଜନୈତିକ ସ୍ଥିରତା ରହିଥିବା ବେଳେ ନିବେଶ ଲାଗି ଅନୁକୂଳ ବାତାବରଣ ରହିଛି। ତଥାପି ଏଥିରେ କୌଣସି ତ୍ରୁଟି ରହିଥିଲେ ସେ ତାହାକୁ ସେତୁ ଭାବେ ପୂରଣ କରିବେ ବୋଲି ଉଲ୍ଲେଖ କରି ମୋଦି ବିଶ୍ୱର ନିବେଶକଙ୍କୁ ଆହ୍ବାନ ଦେଇଛନ୍ତି। ଦେଶର ଅଭିବୃଦ୍ଧିରେ ସେ ୪ଟି ମୌଳିକ କାରଣକୁ ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି ଯେ, ଗଣତନ୍ତ୍ର(ଡେମୋକ୍ରାସି), ଜନସଂଖ୍ୟାତତ୍ତ୍ୱ(ଡେମୋଗ୍ରାଫି), ଚାହିଦା(ଡିମାଣ୍ଡ) ଓ ଦୃଢ଼ତା (ଡିସାଇସିଭ୍‌ନେସ୍‌) ଯୋଗୁ ଭାରତ ଦ୍ରୁତଗତିରେ ଆଗକୁ ବଢ଼ୁଛି। ଭାରତରେ ନିବେଶ ଲାଗି ସୁବର୍ଣ୍ଣ ସୁଯୋଗ ରହିଛି ବୋଲି ସେ କହିଛନ୍ତି।
ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ, ଏନ୍‌ଡିଏ ସରକାର ସମ୍ପତ୍ତି ସୃଷ୍ଟିକାରୀ ଓ ବ୍ୟବସାୟୀ ଗୋଷ୍ଠୀକୁ ସମ୍ମାନ କରୁଛି। ସରକାର କର୍ପୋରେଟ ଟିକସ ହ୍ରାସ କରିବା ଭଳି ଯୁଗାନ୍ତକାରୀ ନିଷ୍ପତ୍ତି ନେଇଛନ୍ତି। ସମସ୍ତ ବ୍ୟବସାୟିକ ନେତୃତ୍ୱ ଏହାକୁ ଐତିହାସିକ ମନେକରୁଛନ୍ତି। ନିବେଶ ବଢ଼ାଇବା ଲାଗି ସରକାର ଗୋଟିଏ ପରେ ଗୋଟିଏ ନିଷ୍ପତ୍ତି ନେଇ ଘୋଷଣା କରିଚାଲିଛନ୍ତି। ନୂଆ ସରକାର ଗଠନ ପରେ ବାଧା ଉତ୍ପନ୍ନ କରୁଥିବା ୫୦ରୁ ଅଧିକ ଆଇନକୁ ରଦ୍ଦ କରାଯାଇଛି। ନୂଆ ସରକାରକୁ ମାତ୍ର ୩-୪ ମାସ ହୋଇଛି। ତାଙ୍କ ମତରେ ବ୍ୟବସାୟିକ ପରିବେଶ ସୃଷ୍ଟି ଲାଗି ଏହା ଅୟମାରମ୍ଭ ମାତ୍ର। ଆହୁରି ଲମ୍ବା ସମୟ ପଡିଛି। ଭାରତ ସହିତ ପାର୍ଟନରଶିପ୍‌ କରିବା ଲାଗି ବିଶ୍ୱ ନିକଟରେ ଏହାହିଁ ସୁବର୍ଣ୍ଣ ସୁଯୋଗ। ସାରା ବିଶ୍ୱର ନିବେଶକଙ୍କୁ ଭାରତ ଆସିବାକୁ ଆହ୍ବାନ ଜଣାଇ ମୋଦି କହିଛନ୍ତି ଯେ, ଦେଶର ମଧ୍ୟବିତ୍ତ ଶ୍ରେଣୀଙ୍କ ଆକାଂକ୍ଷା ବଢ଼ିବାରେ ଲାଗିଛି ଓ ସେମାନଙ୍କର ଦୃଷ୍ଟିକୋଣ ବିଶ୍ୱ ସ୍ତରର ବୋଲି କୁହାଯାଇପାରେ। ଏଣୁ ନୂଆ ଟ୍ରେଣ୍ଡ ସହିତ ନିବେଶ କରିବାକୁ ଚାହୁଁଥିବା ନିବେଶକ ଭାରତ ଆସନ୍ତୁ। ଦେଶର ଯୁବବର୍ଗ ଆପ୍‌ ଅର୍ଥନୀତିର ସବୁଠାରୁ ବଡ଼ ବ୍ୟବହାରକାରୀ। ଆପ୍‌ ଷ୍ଟାର୍ଟଅପ୍‌ରେ ବଡ଼ ମାର୍କେଟ ସହିତ ନିବେଶ କରିବାକୁ ଚାହୁଁଥିଲେ ଭାରତ ଆସନ୍ତୁ ବୋଲି ସେ ନିବେଶକମାନଙ୍କୁ ଆହ୍ବାନ ଜଣାଇଛନ୍ତି। ଏଥିସହିତ ସେ ଭିତ୍ତିଭୂମି, ସହର ବିକାଶ ଓ ମେକ୍‌ ଇନ୍‌ ଇଣ୍ଡିଆରେ ନିବେଶ ପାଇଁ ବ୍ୟବସାୟିକ ଗୋଷ୍ଠୀଙ୍କୁ ନିମନ୍ତ୍ରଣ ଦେଇଛନ୍ତି। ସେ କହିଛନ୍ତି ଯେ, ଏନ୍‌ଡିଏ ସରକାର ଦେଶରେ ଭିତ୍ତିଭୂମି କ୍ଷେତ୍ରରେ ୧୦୦ ଲକ୍ଷ କୋଟି ଡଲାର ନିବେଶ କରିବାକୁ ଯାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ପୁଟିନଙ୍କ ଘର ଉପରେ ଏମିତି ‘ଡ୍ରୋନ୍ ଆକ୍ରମଣ’ର କରିଥିଲା ୟୁକ୍ରେନ, ଭୟଙ୍କର ଭିଡିଓ ଜାରି କଲା ରୁଷ

ନୂଆଦିଲ୍ଲୀ,୩୧।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବାସଭବନକୁ ଲକ୍ଷ୍ୟ କରି ଡ୍ରୋନ୍ ମାଡ଼ କରିଛି ୟୁକ୍ରେନ। ଏହି ଖବର ପରେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବିଗିଡିଲା ଭୁବନେଶ୍ୱର ବାୟୁ ଗୁଣବତ୍ତା, ଓଡ଼ିଶାର ୪ ସହରର ସ୍ଥିତି ସଙ୍ଗିନ

ଭୁବନେଶ୍ବର,୩୧ା୧୨: ଓଡ଼ିଶାର ବାୟୁ ପ୍ରଦୂଷଣ ସ୍ତର ଏବେ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ପକ୍ଷରୁ ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ,...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri