ଗ୍ରେଟ ଇଷ୍ଟର୍ନ ପକ୍ଷରୁ ପାର୍ବଣ ଅଫର

ଭୁବନେଶ୍ୱର,୪-୧୦: ଇଲେକଟ୍ରୋନିକ୍ସ ରିଟେଲ ଚେନ୍‌ ଗ୍ରେଟ୍‌ ଇଷ୍ଟର୍ନ ପକ୍ଷରୁ ପାର୍ବଣ ଅଫର ଘୋଷଣା କରାଯାଇଛି। ଏହି ସମୟରେ ଗ୍ରାହକ ଷ୍ଟୋରରୁ ପ୍ରତି କ୍ରୟ ଉପରେ ୨୦% ପର୍ଯ୍ୟନ୍ତ କ୍ୟାଶବ୍ୟାକ ପାଇପାରିବେ। ଏହାବାଦ ପ୍ରତି କ୍ରୟ ଉପରେ ଫ୍ରି ଗିଫ୍ଟ ବ୍ୟବସ୍ଥା କରାଯାଇଛି। ଷ୍ଟୋର ଦିନ ୧୦ରୁ ରାତି ୧୦ଟା ଯାଏ ଖୋଲା ରହୁଛି। ୧୦୦ କିମି ମଧ୍ୟରେ ମାଗଣାରେ ସାମଗ୍ରୀ ଡେଲିଭରୀ ବ୍ୟବସ୍ଥା କରାଯାଇଛି। ଗ୍ରାହକ ସହଜ କିସ୍ତିରେ ବିଭିନ୍ନ ସାମଗ୍ରୀ ଘରକୁ ନେଇପାରିବେ। ଡେବିଟ କାର୍ଡ କ୍ରୟ ଉପରେ ୧୦% କ୍ୟାଶବ୍ୟାକ, କ୍ରେଡିଟ କାର୍ଡରେ ରିଓ୍ବାର୍ଡ ପଏଣ୍ଟ, ବଛାବଛା ବ୍ରାଣ୍ଡ ଉପରେ ୧୦% ପର୍ଯ୍ୟନ୍ତ ଅତିରିକ୍ତ ରିହାତି ରହିଛି। ଗ୍ରାହକଙ୍କୁ ବିଭିନ୍ନ ପ୍ରଡକ୍ଟ ଉପରେ ଅତିରିକ୍ତ ଓ୍ବାରେଣ୍ଟି ପ୍ରଦାନ କରାଯାଉଛି। ଫ୍ରି ଇନହୋମ ଇନଷ୍ଟାଲେଶନ ଏବଂ ଡେମୋ ବ୍ୟବସ୍ଥା କରାଯାଇଛି। ଏହବାଦ ଗ୍ରାହକ ବେଷ୍ଟ ଏକ୍ସଚେଞ୍ଜ ଭାଲ୍ୟୁ ଲାଭ କରିପାରିବେ।
ଅଫର ଶୁଭାରମ୍ଭ ଅବସରରେ କମ୍ପାନୀର ନିର୍ଦ୍ଦେଶକ ପୁଲକିତ ବୈଦ କହିଛନ୍ତି ଯେ, ଗ୍ରାହକ ଏସ୍‌ବିଆଇ କାର୍ଡ ଉପରେ ୪,୫୦୦ ଟଙ୍କାର ରିହାତି ପାଇପାରିବେ। ସେହିଭଳି ଏଚ୍‌ଡିଏଫ୍‌ସି ଡେବିଟ୍‌ କାର୍ଡରେ ୭.୫%, ବଜାଜ କାର୍ଡରେ ୧୦,୦୦୦ ଟଙ୍କା ପର୍ଯ୍ୟନ୍ତ ଗିଫ୍ଟ ଭାଉଚର ସୁବିଧା ମିଳିବ। ଗତ ୪ ବର୍ଷ ହେବ ଓଡ଼ିଶା ବଜାରରେ ସେବା ଯୋଗାଣ ଧାରା ଜାରି ରଖିଛୁ। ଏଠାରେ ଗ୍ରାହକଙ୍କଠାରୁ ଭଲ ରେସପନ୍ସ ମିଳିଛି। ବର୍ତ୍ତମାନ ମୋଟ ୮ ଷ୍ଟୋରରେ ଗ୍ରାହକ ଏହି ଅଫର ଲାଭ କରିପାରିବେ। ଭୁବନେଶ୍ୱରରେ ଏବଂ କଟକରେ ୪ ଷ୍ଟୋର ସହ ବାଲେଶ୍ୱର, ବ୍ରହ୍ମପୁର, ରାଉରକେଲା ଏବଂ ଯାଜପୁର ଭଳି ସ୍ଥାନଗୁଡିକରେ ଗ୍ରେଟ୍‌ ଇଷ୍ଟର୍ନ ଷ୍ଟୋର ରହିଛି। ସେ ଆହୁରି ମଧ୍ୟ କହିଛନ୍ତି, ଷ୍ଟୋରଗୁଡିକରେ ଅଭିଜ୍ଞ ସେଲସ ଟିମ୍‌ ଦ୍ୱାରା ସେବା ଯୋଗାଣ ହେଉଛି। ଗ୍ରାହକଙ୍କ ଲାଗି ସର୍ବବୃହତ୍ତ ଡିସ୍ପଲେ ବ୍ୟବସ୍ଥା କରାଯାଇଛି। ଚଳିତ ଆର୍ଥତ୍କ ବର୍ଷ ଓଡିଶାରୁ ୨୦ କୋଟି ଟଙ୍କା ବାଣିଜ୍ୟ କାରବାର ନେଇ ଲକ୍ଷ୍ୟ ରଖାଯାଇଛି। ପାର୍ବଣରେ ଭଲ କାରବାର ନେଇ ଆଶାବାଦୀ ଥିବା ସେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସାଧାରଣ ଲୋକଙ୍କ ପାଇଁ ଜରୁରୀ ଖବର, ୧୦ହଜାରରୁ ଅଧିକ ପେମେଣ୍ଟ କଲେ ହୋଇଯିବ ହୋଲ୍ଡ…

ନୂଆଦିଲ୍ଲୀ,୧୦।୪: ଡିଜିଟାଲ୍ ଯୁଗରେ ପେମେଣ୍ଟ ସହଜ ହୋଇଥିବା ହେତୁ, ଅନଲାଇନ୍ ଠକେଇ ମାମଲା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଠକମାନଙ୍କଠାରୁ ଆପଣଙ୍କ କଠିନ ଅର୍ଜିତ ଟଙ୍କାକୁ…

କୃଷି ଜମି ବିକ୍ରୟ କଲେ ଦେବାକୁ ପଡିବ କି ଟ୍ୟାକ୍ସ? ଜାଣନ୍ତୁ କଣ ରହିଛି ନିୟମ

ନୂଆଦିଲ୍ଲୀ,୧୦।୪: ଲୋକମାନେ ପ୍ରାୟତଃ ବିବାହ ପାଇଁ ପାଣ୍ଠି ଯୋଗାଡିବା, ଘର ନିର୍ମାଣ କରିବା କିମ୍ବା ଜରୁରୀକାଳୀନ ପରିସ୍ଥିତିର ସମାଧାନ କରିବା ପାଇଁ ନିଜର କୃଷି ଜମି ବିକ୍ରି…

ଅନନ୍ତ ଅମ୍ବାନୀଙ୍କ ଜନ୍ମଦିନରେ ବଡ଼ ଘୋଷଣା: କିସ୍‌ ଶିକ୍ଷାନୁଷ୍ଠାନର ଛାତ୍ରୀଛାତ୍ରଙ୍କ ପାଇଁ ରିଲାଏନ୍ସର ଚାକିରି ସୁଯୋଗ

ଭୁବନେଶ୍ୱର,୧୦।୪(ଅନୁରାଧା ମହାରଣା): ଅନନ୍ତ ଅମ୍ବାନୀଙ୍କ ଜନ୍ମଦିନ ଅବସରରେ ଭୁବନେଶ୍ୱରସ୍ଥିତ କିସ୍‌ ଶିକ୍ଷାନୁଷ୍ଠାନର ଛାତ୍ରୀଛାତ୍ରଙ୍କ ପାଇଁ ରିଲାଏନ୍ସର ଚାକିରି ସୁଯୋଗ, ଚଳିତ ଶିକ୍ଷାବର୍ଷରେ କିସ୍‌ ଛାତ୍ରୀଛାତ୍ରଙ୍କ ପାଇଁ ଛାତ୍ରବୃତ୍ତି,…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ,୩୩୦୦ଟଙ୍କା କମିଲା ଦାମ୍

ନୂଆଦିଲ୍ଲୀ,୯।୪:  ଘରୋଇ ଫ୍ୟୁଚର୍ସ ବଜାରରେ ଗୁରୁବାର ସୁନା ଏବଂ ରୂପାର ମୂଲ୍ୟ ହ୍ରାସ ପାଇଛି । ବାଣିଜ୍ୟ ଆରମ୍ଭ ହେବା ସମୟରେ, ସୁନା ଏବଂ ରୂପା ଉଭୟର…

ବ୍ୟାଙ୍କରେ ଆକାଉଣ୍ଟ ନ ଥିଲେ ମଧ୍ୟ ନେଇପାରିବେ ଲୋନ୍‌, ଜାଣନ୍ତୁ ପୂରା ବିବରଣୀ

ପ୍ରତ୍ୟେକ ବ୍ୟକ୍ତି ନିଜର ଦୈନନ୍ଦିନ ଆବଶ୍ୟକତା ପୂରଣ କରିବା ପାଇଁ ଲୋନ୍‌ ବା ଋଣ ନିଅନ୍ତି। କେତେବେଳେ ଗାଡ଼ି ପାଇଁ ତ କେତେବେଳେ ଘର ପାଇଁ। ଆଉ…

ଉତ୍ପାଦର ଗୁଣବତ୍ତା ସହ ବୁଝାମଣା କରନ୍ତୁ ନାହିଁ: ଇଂ. ସମ୍ୱିତ ରଞ୍ଜନ ସାହୁ

ପ୍ର- ଅର୍ଗାନିକ୍‌ ମା’ ପ୍ରତିଷ୍ଠା ଚିନ୍ତାଧାରା କିପରି ମନକୁ ଆସିଥିଲା ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ଯାତ୍ରା କିପରି ରହିଛି? ଉ- ବ୍ୟକ୍ତି ଜୀବନର କିଛି ଘଟଣାକୁ ନେଇ…

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri