ଗ୍ରୀସ୍‌ର ପ୍ରଥମ ମହିଳା ରାଷ୍ଟ୍ରପତି

ବ୍ୟକ୍ତିତ୍ୱ/ଶିବ ପ୍ରସାଦ ପୁହାଣ
କ୍ୟାଟେରିନା ସାକେଲାରୋପୋଲୋଉ ଗ୍ରୀସ୍‌ର ପ୍ରଥମ ମହିଳା ରାଷ୍ଟ୍ରପତି ଭାବେ ୧୩ ମାର୍ଚ୍ଚ,୨୦୨୦ରେ ଶପଥ ନେଇଛନ୍ତି। ସେ ୫ ବର୍ଷ ପାଇଁ ଏହି ପଦରେ ରହିବେ। ଗତ ଜାନୁୟାରୀରେ ୩୦୦ ଜଣିଆ ପାର୍ଲାମେଣ୍ଟ ସଦସ୍ୟଙ୍କ ମଧ୍ୟରୁ ୨୬୧ ଜଣଙ୍କ ସମର୍ଥନ ପାଇ ସେ ନିର୍ବାଚିତ ହୋଇଥିଲେ। ବିଭିନ୍ନ ରାଜନୈତିକ ଦଳଗୁଡିକ ଦ୍ୱାରା ଏହା ଗ୍ରୀସ ଇତିହାସରେ ସବୁଠୁ ବଡ ସମର୍ଥନ ବୋଲି କୁହାଯାଉଛି। ତାଙ୍କ ବିପକ୍ଷରେ ମାତ୍ର ୩୩ ଖଣ୍ଡ ଭୋଟ ପଡିଥିଲା ଓ ୬ ଜଣ ଭୋଟରୁ ନିରତ ରହିଥିଲେ। ତେବେ ଗ୍ରୀସ୍‌ର ପ୍ରଧାନମନ୍ତ୍ରୀ କିରିଆକୋସ୍‌ ମିଟ୍‌ସୋଟାକିସ ତାଙ୍କୁ ଜଣେ ନିର୍ଦ୍ଦଳୀୟ ପ୍ରାର୍ଥୀଭାବେ ମନୋନୀତ କରିବା ପରେ ତାଙ୍କର ଏହି ବିଜୟ ସୂଚାଇ ଦେଇଥିଲା ଯେ, ତାଙ୍କ ପକ୍ଷରେ ସବୁ ଦଳର ଦୃଢ ସହଯୋଗ ଥିଲା। ଗ୍ରୀସ୍‌ରେ କରୋନା ସଂକ୍ରମଣ ବ୍ୟାପୁଥିବାରୁ ଶପଥ ଗ୍ରହଣ ଉତ୍ସବରେ ମାତ୍ର ୧୫୦ ଜଣ ଉପସ୍ଥିତ ରହିଥିଲେ। ବିଦାୟୀ ରାଷ୍ଟ୍ରପତି ପ୍ରୋକୋପିସ୍‌ ପାଭଲୋପୋଉଲସ୍‌ଙ୍କ ପରେ କ୍ୟାଟେରିନାଙ୍କ ଠାରୁ ଗ୍ରୀସ୍‌ ଏକ ନୂଆ ଭବିଷ୍ୟତ ଭିତରକୁ ପ୍ରବେଶ କରିବ, ଏହି ଆଶା ରହିଛି ଦେଶବାସୀଙ୍କର। ରାଷ୍ଟ୍ରପତି ହେବା ପୂର୍ବରୁ ସେ ଗ୍ରୀସ୍‌ର କାଉନ୍‌ସିଲ ଅଫ୍‌ ଷ୍ଟେଟର ମୁଖ୍ୟ ରହିଥିଲେ। ପ୍ରଥମ ମହିଳା ଭାବେ ମଧ୍ୟ ସେ ଏହି ସୌଭାଗ୍ୟର ଅଧିକାରିଣୀ ହୋଇଥିଲେ।
୩୦ ମେ’୧୯୫୬ରେ ଥସାଲୋନିକିରେ କ୍ୟାଟେରିନାଙ୍କ ଜନ୍ମ । ୧୯୭୮ରେ ଏଥେନ୍ସର ନ୍ୟାସନାଲ ଆଣ୍ଡ୍‌ କାପୋଡିଷ୍ଟ୍ରିଆନ୍‌ ବିଶ୍ୱବିଦ୍ୟାଳୟଲରୁ ଆଇନ୍‌ରେ ଶିକ୍ଷା ଶେଷ କରିବା ପରେ ପ୍ୟାରିସ୍‌-୨ ବିଶ୍ୱବିଦ୍ୟାଳୟ(ଫ୍ରାନ୍ସ)ରୁ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ। ସେ କାଉନ୍‌ସିଲ ଅଫ୍‌ ଷ୍ଟେଟ୍‌ରେ କାର୍ଯ୍ୟରତ ସମୟରେ ଛୁଟିରେ ରହି ୧୯୮୯ରୁ ୧୯୯୦ ମଧ୍ୟରେ ଏହି ବିଶ୍ୱବିଦ୍ୟାଳୟରୁ ଲିଗାଲ ଟ୍ରେନିଂ ମଧ୍ୟ ଲାଭ କରିଥିଲେ। ଅକ୍ଟୋବର, ୨୦୧୮ରେ ସେ ସମୟର ସରକାରଙ୍କ ପ୍ରସ୍ତାବ କ୍ରମେ କାଉନ୍‌ସିଲ ଅଫ୍‌ ଷ୍ଟେଟ୍‌ର ମୁଖ୍ୟ ହୋଇଥିଲେ। ସେ ଏହି ପଦରେ ୧୧ ଫେବୃୟାରୀ ୨୦୨୦ ଯାଏ ରହିଥିଲେ। ୨୦୧୫ରୁ ହେଲେନିକ୍‌ ସୋସାଇଟି ଫର୍‌ ଏନ୍‌ଭାଇରନମେଣ୍ଟାଲ ଲ’ର ଅଧ୍ୟକ୍ଷ ଭାବେ ବି ଦାୟିତ୍ୱ ନିର୍ବାହ କରିଛନ୍ତି। ପରିବେଶ ସମ୍ବନ୍ଧିତ ବହୁ ଗୁରୁତ୍ୱପୂର୍ଣ୍ଣ ମାମଲାରେ ତାଙ୍କ ସକ୍ରିୟ ଯୋଗଦାନ ପରିବେଶବିତ୍‌ମାନଙ୍କୁ ନୂଆ ଉତ୍ସାହ ଯୋଗାଇଆସିଛି। ଆକେଲେସ ନଦୀର ଗତିପଥ ବଦଳାଇବା ଘଟଣାଠାରୁ ଆରମ୍ଭ କରି ଏଥେନ୍ସସ୍ଥିତ ଶରଣାର୍ଥୀଙ୍କ ପାଇଁ ଉଦ୍ଦିଷ୍ଟ ବିଲ୍‌ଡିଂ ଆଲେକ୍‌ଜାଣ୍ଡ୍ରାସ୍‌ ଆଭେନ୍ୟୁର ସୁରକ୍ଷା ଲାଗି ତାଙ୍କ ଲଢେଇ ସ୍ବରଣଯୋଗ୍ୟ। ଏହା ବ୍ୟତୀତ ନାଗରିକ ଅଧିକାର, ଶରଣାର୍ଥୀ ଅଧିକାର ଓ ସମଲିଙ୍ଗୀ ବିବାହ ଉପରେ ତାଙ୍କ ଉଦାରବାଦୀ କାର୍ଯ୍ୟପନ୍ଥା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିପାରିଛି।
ଜଣେ ସକାରାମତ୍କ ଶକ୍ତି ଭାବେ ଗ୍ରୀସ ରାଜନୀତିରେ ଉଭା ହୋଇଥିବା ୬୩ ବର୍ଷୀୟା ସାକେଲାରୋପୋଲୋଉ ଗ୍ରୀସ୍‌ର ଅର୍ଥନୈତିକ ସଂକଟ ଦୂରକରିବା, ଜଳବାୟୁ ପରିବର୍ତ୍ତନ ଉପରେ ଗୁରୁତ୍ୱ ଦେବା ସହ ଦେଶ ଛାଡି ବାହାରକୁ ପଳାଇଯାଉଥିତ୍ବା ସଂଖ୍ୟାଧିତ୍କ ଲୋକମାନଙ୍କ ପରିସ୍ଥିତି ଉପରେ ପ୍ରାଧାନ୍ୟ ଦେବା ଲାଗି ସେ ଲକ୍ଷ୍ୟ ରଖିଛନ୍ତି। ଜଣେ ସାମ୍ବିଧାନିକ ତଥା ପରିବେଶଗତ ଆଇନ ବିଶେଷଜ୍ଞ ଭାବେ ଦୀର୍ଘଦିନର ଅଭିଜ୍ଞତାକୁ ଆଧାର କରି ରାଷ୍ଟ୍ରପତି ଭାବେ ସେ ଏହି ଲକ୍ଷ୍ୟ ହାସଲ କରିବା ନିଶ୍ଚିତ ସହଜ ହେବ ବୋଲି କୁହାଯାଇପାରେ।
କ୍ୟାଟେରିନାଙ୍କୁ ରାଷ୍ଟ୍ରପତି ପଦ ପାଇଁ ମନୋନୀତ କରାଯିବା ପରେ ବିଭିନ୍ନ ମହଲରୁ ସମାଲୋଚନାର ସ୍ବର ଉଠିଥିଲା। ତେବେ ଗ୍ରୀସର ପଡୋଶୀ ରାଷ୍ଟ୍ର ବୁଲଗେରିଆ ଓ ଆଲବାନିଆରେ ମହିଳା ଅଧିକାର ଲାଗି ଲଢେଇ ଜାରି ରହିଥିବାବେଳେ ରାଷ୍ଟ୍ରପତି ଭାବେ କ୍ୟାଟେରିନାଙ୍କ ଶପଥ ମହିଳା ଅଧିକାର କ୍ଷେତ୍ରରେ ପ୍ରତୀକାମତ୍କ ପ୍ରଗତିର ସଂକେତ ଦେଇଛି। ଆମେରିକା କଂଗ୍ରେସରେ ଏକଚତୁର୍ଥାଂଶଠାରୁ କମ୍‌, ୧୧ଟି ୟୁରୋପୀୟ ରାଷ୍ଟ୍ରରେ ୩୦ ପ୍ରତିଶତରୁ ସାମାନ୍ୟ ଅଧିକ ପାର୍ଲାମେଣ୍ଟ ସଦସ୍ୟ ମହିଳା ରହିଥିବା ବେଳେ ୧୮ ପ୍ରତିଶତ ମହିଳା ସାଂସଦ ଥିବା ଗ୍ରୀସ୍‌ ଏବେ ପ୍ରଥମ ମହିଳା ରାଷ୍ଟ୍ରପତି ପଦରେ କ୍ୟାଟେରିନାଙ୍କୁ ଅଧିଷ୍ଠିତ କରାଇ ବିଶ୍ୱକୁ ମହିଳା ସଶକ୍ତୀକରଣର ବାର୍ତ୍ତା ଦେଇଛି। ତାଙ୍କ କାର୍ଯ୍ୟକାଳ ମଧ୍ୟରେ ପରିବାର ଓ ସମାଜରେ ମହିଳାମାନଙ୍କୁ ଜୀବନରେ ଉନ୍ନତି ଆଣିବା ଲାଗି ପ୍ରୟାସ କରିବେ ବୋଲି କହିଛନ୍ତି କ୍ୟାଟେରିନା। ରାଷ୍ଟ୍ରପତି ଭାବେ ସେ ଏବେ ଗ୍ରୀସ୍‌ରେ କରୋନା ଭାଇରସକୁ ଆୟତ୍ତ କରାଯିବା ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି।
ଜୀବନର ଉତ୍‌ଥାନ ପତନ ଦେଇ ଆଗକୁ ଯାଇଥିବା କ୍ୟାଟେରିନାଙ୍କ କାହାଣୀ କିଛି କମ୍‌ ନୁହେଁ। ବୈବାହିକ ଜୀବନରେ ତାଙ୍କର ବିଚ୍ଛେଦ ବିି ଘଟିଛି। ହେଲେ ସେତେବେଳକୁ ସେ ଗୋଟିଏ ସନ୍ତାନର ମା’ ହୋଇସାରିଥିଲେ। ପରେ ପାଭୋଲୋସ କୋଟସୋନିସ୍‌ଙ୍କୁ ବିବାହ କରି ରହୁଛନ୍ତି ଏଥେନ୍ସରେ। ଏହି ନିର୍ବିବାଦୀୟ ମହିଳା ଜଣକ ଅବସର ସମୟରେ ବି ଲେଖାଲେଖିରେ ବ୍ୟସ୍ତ ରହନ୍ତି। ସେ ଅନେକ ବହି ଲେଖିଛନ୍ତି। ଇଂଲିଶ ବ୍ୟତୀତ ଫ୍ରେଞ୍ଚ ଭାଷାରେ ଭଲ ଭାବେ ବି କଥା ହୋଇପାରନ୍ତି କ୍ୟାଟେରିନା ।


Enter your email to get our daily news in your inbox.

All Right Reserved By Dharitri.Com

ଏବର ଚାଷବାସ

କୃଷି ବିନା ସମ୍ଭବ ନୁହେଁ ଖୁସି। ଖୁସି ସେହିଠାରୁ ଆସେ ଯେଉଁଠି ଥାଏ ଅନ୍ନ। ଅନ୍ନଗ୍ରହଣ ନାଶକରେ ଭୋକ। ଭୋକରୁ ଉତ୍ତୀର୍ଣ୍ଣ ହେବାକୁ ହେଲେ ମାଟି...

ସଙ୍କଟରେ ଗ୍ରାମୀଣ ଶ୍ରମିକଙ୍କ ରୋଜଗାର

ବହୁଚର୍ଚ୍ଚିତ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମାଞ୍ଚଳ ରୋଜଗାର ଗ୍ୟାରେଣ୍ଟି ଆଇନ ବା ଏମ୍‌ଜିଏନ୍‌ଆର୍‌ଇଜିଏ କୁ ସମାପ୍ତ କରି ତା’ ସ୍ଥାନରେ ‘ବିକଶିତ ଭାରତ ରୋଜଗାର ଓ...

ଭେଜାଲ ପାଇଁ ମୃତ୍ୟୁଦଣ୍ଡ

ବିଶ୍ୱରେ ସମ୍ଭବତଃ ଭାରତ ଏକମାତ୍ର ଦେଶ ଯେଉଁଠାରେ ଜୀବନରକ୍ଷାକାରୀ ଔଷଧ ଓ ଖାଦ୍ୟରେ ଅପମିଶ୍ରଣ ବା ଭେଜାଲ ବଢ଼ିଚାଲିଛି। ଏଭଳି ଖବର ଅନ୍ୟ ଦେଶରୁ ଆସୁଥିବା...

ଏଇ ଭାରତରେ

ମହାରାଷ୍ଟ୍ରର ୨୦୪ଟି ମରୁଡ଼ିପ୍ରବଣ ଗାଁରେ ଜଳ ସଙ୍କଟ ଦୂର କରିବାକୁ ପ୍ରୟାସ ଜାରି ରଖିଛନ୍ତି ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ।...

ମୋବାଇଲ ସ୍କ୍ରିନ୍‌ ଆସକ୍ତି

କାଳେ ନିଦରୁ ଉଠିବାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ, ଆଖି ସବୁଠାରୁ ଅଧିକ ଯେଉଁ ବସ୍ତୁଟିକୁ ଦେଖୁଛି, ତାହା ହେଉଛି ଆମ ମୋବାଇଲ୍‌ ସ୍କ୍ରିନ୍‌।...

ଗଣତନ୍ତ୍ର କାହିଁକି ଦୋଷୀ ହେବ

ସନ ପଦ୍ଧତି ମଧ୍ୟରୁ ଗଣତନ୍ତ୍ର ହିଁ ସର୍ବୋତ୍କୃଷ୍ଟ। ଗଣତନ୍ତ୍ର ଶାସନର ଅର୍ଥ ଗଣଙ୍କର ଶାସନ, ନିଜକୁ ଶାସନ କରିବା। ହେଲେ ଏଥିରେ ଜନତାର ଶାସନ ପ୍ରତ୍ୟକ୍ଷ...

ବାଂଲାଦେଶ ପରେ ବର୍ମା

ପ୍ରାୟ ଦେଢ଼ ବର୍ଷ ପରେ ପୁଣି ବାଂଲାଦେଶ ଅଶାନ୍ତ ହୋଇପଡ଼ିଛି। ଏବର ଅସ୍ବାଭାବିକ ସ୍ଥିତି ସେଠାକାର ଉଗ୍ର ଯୁବ ନେତା ଶରିଫ୍‌ ଓସ୍‌ମାନ ହାଦିଙ୍କୁ ଅଚିହ୍ନା...

ଏଇ ଭାରତରେ

ସୁନ୍ଦରବନର ହେନ୍ତାଳବନରେ ମହୁ ସଂଗ୍ରହ କରିବାକୁ ଯାଇ ଅନେକ ପୁରୁଷ ବାଘ ଆକ୍ରମଣ ଯୋଗୁ ମୃତ୍ୟୁମୁଖରେ ପଡ଼ନ୍ତି। ଏହିସବୁ ମୃତ ପୁରୁଷଙ୍କ ବିଧବା ସ୍ତ୍ରୀଙ୍କୁ କୁହାଯାଉଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri