ଗ୍ରାଉଣ୍ଡ ଜିରୋରେ କରୋନା ମୁକାବିଲା, ସରପଞ୍ଚଙ୍କ ସହ ଆଲୋଚନା କଲେ ଜିଲାପାଳ

ଛତ୍ରପୁର,୧୨ା୪(ଡି.ଏନ୍‌.ଏ.)- ଗଞ୍ଜାମରେ କରୋନା ମୁକାବିଲାର ସ୍ଥିତି ଜାଣିବା ପାଇଁ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ସରପଞ୍ଚମାନଙ୍କ ସହିତ ଭିଡିଓ କନଫରେନ୍ସିଂରେ ଆଲୋଚନା କରିଛନ୍ତି। କରୋନା ପ୍ରତିହତ ପାଇଁ ଚାଲିଥିବା ଳଢ଼େଇରେ ସରପଞ୍ଚମାନେ ପ୍ରତ୍ୟେକ୍ଷ ଭାବେ ସାମିଲ ହେବାକୁ ସେ କହିଛନ୍ତି। ଜିଲାର ଯେଉଁମାନେ ବାହାର ରାଜ୍ୟରେ ଅଟକି ରହିଛନ୍ତି ସେମାନେ ଲକ୍‌ଡାଉନ୍‌ ଉଠିବା ପରେ ଫେରିବାକୁ କୁହାଯିବ। ବାହାରୁ କୌଣସି ଲୋକ ଗାଁକୁ ଆସିଲେ ସରପଞ୍ଚମାନେ ତୁରନ୍ତ ପ୍ରଶାସନକୁ ଜଣାଇବେ। ଲକ୍‌ଡାଉନ ସମୟରେ ଚାଷକାର୍ଯ୍ୟ, ଦୁଗ୍ଧ ଉତ୍ପାଦନ, ମତ୍ସ୍ୟଚାଷ ଓ କୁକୁଡା ପାଳନ ଆଦି ଚାଲିବ। ପଞ୍ଚାୟତରେ ଥିବା ସାମୟିକ ସ୍ବାସ୍ଥ୍ୟକେନ୍ଦ୍ରଗୁଡିକୁ ସମ୍ପୂର୍ଣ୍ଣ ସଜାଗ ରହିବ। ବର୍ତ୍ତମାନ ଯେଉଁ ସମୂହ ସ୍ବାସ୍ଥ୍ୟ ଯାଞ୍ଚ ଚାଲିଛି, ସେଥିରେ ସହଯୋଗ ପାଇଁ ସରପଞ୍ଚମାନେ ଲୋକଙ୍କୁ ବୁଝାଇବେ। ଯାଞ୍ଚ ବେଳେ ଯେଉଁମାନଙ୍କର ସାମାନ୍ୟତମ ଲକ୍ଷଣ ଦେଖାଯିବ ତାଙ୍କୁ ଡାକ୍ତରୀ ଦଳ ତୁରନ୍ତ ସ୍ବାସ୍ଥ୍ୟ ପରୀକ୍ଷା କରିବେ। ମୁହଁକୁ ଆବୃତ୍ତ କରି ରଖିବା ପାଇଁ ଜନସଚେତନ କରାଯିବ। ଏଥିସହ ପୋଖରୀରେ ଗାଧୋଇବା ଓ ବିନା କାରଣରେ ବାହାରେ ବୁଲିବାକୁ ବାରଣ କରାଯିବ। ପଞ୍ଚାୟତରେ ଅସହାୟମାନଙ୍କୁ ରନ୍ଧାଖାଦ୍ୟ ଦିଆଯିବ। ଖାଦ୍ୟର ସ୍ବଚ୍ଛତା ଗୁଣବତ୍ତା ଉପରେ ଅଧିକ ଧ୍ୟାନ ଦିଆଯିବ। ଭତ୍ତା ଓ ଖାଦ୍ୟ ସୁରକ୍ଷା ଚାଉଳ ବଣ୍ଟନ ସୂଚାରୁ ରୂପେ କରାଯିବ। କୌଣସି ଅସୁବିଧା ହେଲେ ସରପଞ୍ଚମାନେ ଜିଲାପାଳଙ୍କ ସହିତ ଯୋଗାଯୋଗ କରିବାକୁ କୁହାଯାଇଛି । ଟ୍ରାଫିକ ନିୟମ ନ ମାନି ବାଇକ୍‌ ଚଲାଇଲେ ବିନା ହେଲମେଟ ପାଇଁ ୫୦୦ଟଙ୍କା, ଡ୍ରାଇଭିଂ ଲାଇସେନ୍ସ ନ ଥିଲେ ୫୦୦ ଟଙ୍କା ଓ ପଲ୍ୟୁଶନ ସାର୍ଟିଫିକେଟ ନ ଥିଲେ ୫୦୦ ଟଙ୍କା ଆଦାୟ କରାଯିବ। ମାସ୍କ ପିନ୍ଧି ନ ଥିବା ଗ୍ରାହକଙ୍କୁ ଦୋକାନୀମାନେ ସଉଦା ଦେବେ ନାହିଁ। କଳାବଜାର ଓ ଅଧିକ ଦାମରେ ଜିନିଷ ବିକ୍ରି କଲେ କାର୍ଯ୍ୟାନୁଷ୍ଠାନ ହେବ। ବାହାର ଫେରନ୍ତା ଯେ କୌଣସି ବ୍ୟକ୍ତିଙ୍କୁ କ୍ବାରେଣ୍ଟାଇନରେ ରଖାଯିବ। ଚୋରା ମଦ କାରବାର ଉପରେ ନଜର ରଖାଯିବ। ଏଥିରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ମଧ୍ୟ ୧୪ ଦିନିଆ କ୍ବାରାଣ୍ଟାଇନରେ ରଖାଯିବ। ଲକ୍‌ଡାଉନକୁ ସମସ୍ତେ ଯେଭଳି ମାନିବେ ସେ ନେଇ ସରପଞ୍ଚମାନେ ଲୋକଙ୍କୁ ବୁଝାଇବେ। ଆଲୋଚନାରେ ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଅତିରିକ୍ତ ଜିଲାପାଳ କବୀନ୍ଦ୍ର କୁମାର ସାହୁ, ସୁଦାମ ଚରଣ ମଣ୍ଡଳ, ଅମୀୟ କୁମାର ସାହୁ, ବ୍ରହ୍ମପୁର ଉପଜିଲାପାଳ ସିନ୍ଧେ ଦତ୍ତାତ୍ରେୟ ଭାଉ ସାହେବ, ଛତ୍ରପୁର ଉପଜିଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି ଓ ଅନ୍ୟ ଅଧିକାରୀମାନେ ଅଂଶ ଗ୍ରହଣ କରିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଜରି ଅଖାରେ ଧାନ ନେଲାନି ସୋସାଇଟି, ଚାଷୀ ରାସ୍ତା ଅବରୋଧ କରି…

ବୌଦ୍ଧ,୩୧ା୧୨(ଅଜିତ କୁମାର ବାରିକ): ସୋସାଇଟି ପକ୍ଷରୁ ଜରି ଅଖାରେ ଧାନ ନେବାକୁ ମନା କରାଯିବାରୁ ଏହାର ପ୍ରତିବାଦରେ ଚାଷୀ ରାସ୍ତାରୋକୋ କରିଛନ୍ତି। ସୂଚନା ମୁତାବକ ବୌଦ୍ଧ...

ଅନ୍ୟ ଧର୍ମର ହୋଇଥିବାରୁ ଗାଁ ଶ୍ମଶାନରେ ସମାଧି ଦେବାକୁ ମନା, ପ୍ରଶାସନ ଉପସ୍ଥିତିରେ…

ପାଟଣା,୩୧ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଡୁମୁରିଆ ପଞ୍ଚାୟତ ବାଇଦବଜାରେ ଡିସେମ୍ବର ୧୬ ତାରିଖ ରାତି ୧୨ଟାରେ ଟିବି ରୋଗରେ ଆକ୍ରାନ୍ତ ହୋଇଥିବା ତଥା...

ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ବିତ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇ ଜିଲାପାଳ କହିଲେ…

ଧର୍ମଶାଳା,୩୧ା୧୨(ଶିବ ପ୍ରସାଦ ମହାନ୍ତି): ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ମଙ୍ଗଳବାର ଧର୍ମଶାଳା ବିଧାନସଭା ନିର୍ବାଚନ ମଣ୍ଡଳୀ ଉନ୍ନୟନ କମିଟି ବୈଠକ ବିଳମ୍ବିତ ରାତି ପର୍ଯ୍ୟନ୍ତ ଅନୁଷ୍ଠିତ...

ମହମ୍ମଦ ମୋକିମଙ୍କୁ ଭେଟିଲେ ଭଦ୍ରକ ପୌରାଧ୍ୟକ୍ଷା: ସବୁଠି ଚର୍ଚ୍ଚା

ଭଦ୍ରକ,୩୧।୧୨(ସନାତନ ରାଉତ): ମହମ୍ମଦ ମୋକିମଙ୍କୁ ଭେଟିଲେ ଭଦ୍ରକ ପୌରାଧ୍ୟକ୍ଷା ଗୁଲମକି ଦଲୱାଜ। ସାଧୀନ ଭାବେ ଜିତି ବିଜେଡିରେ ଯୋଗ ଦେଇଥିଲେ ଗୁଲମକି। ବର୍ତ୍ତମାନ ଗୁଲମକି ମୋକିମଙ୍କ...

PEOଙ୍କୁ ପଚରାଉଚରା କରୁଛି ଭିଜିଲାନ୍ସ: ଚଢାଉବେଳେ ମିଳିଥିଲା ପୁଳାପୁଳା ଟଙ୍କା

ହାଟଡିହୀ,୩୧l୧୨(ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ପିଇଓ ଜିତେନ୍ଦ୍ର ଜେନାଙ୍କ ଘର, ବ୍ୟବସାୟ ପ୍ରତିଷ୍ଠାନ ଏବଂ କାର୍ଯ୍ୟରତ ପଞ୍ଚାୟତ କାର୍ଯ୍ୟାଳୟ ଉପରେ ଗତ ମଙ୍ଗଳବାରରୁ ଭିଜିଲାନ୍ସ...

ଭଦ୍ରକ ଏସପି ଅଫିସକୁ ନୂଆ ବର୍ଷରେ ଫୁଲତୋଡ଼ା ମନା: ଲାଗିଲା ନୋଟିସ

ଭଦ୍ରକ,୩୧।୧୨(ସନାତନ ରାଉତ): ଭଦ୍ରକ ଏସ୍‌ପି ଅଫିସକୁ ନୂଆବର୍ଷରେ ଫୁଲ ତୋଡ଼ା ନେଇ ଯିବାକୁ ବାରଣ କରାଯାଇଛି। ନୂଆ ବର୍ଷରେ ଶୁଭେଚ୍ଛା ଜଣାଇବା ପାଇଁ ବହୁ ବହୁ...

ଭିତରେ ମିଟିଂ କରୁଥିଲେ ସିଏସଓ: ଅଫିସ ଭିତରେ ଧାରଣା ଦେଲେ ଚାଷୀ, ଧାନ ନ ଉଠିବାରୁ…

ବଲାଙ୍ଗୀର, ୩୧।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଳକ କୁସମେଲ ପ୍ୟାକ୍ସରେ ଚାଷୀମାନଙ୍କ ଧାନ କିଣା ନ ଥିବାରୁ ଏହି ପ୍ୟାକ୍ସ ଅନ୍ତର୍ଗତ ବିଭିନ୍ନ...

ବାଇକ୍‌ରେ ଗଲା ବେଳେ ପିଉସୀଅ-ପୁତୁରାଙ୍କ ବେକରେ ଲାଗିଲା ମାଞ୍ଜା ସୂତା: ପରେ…

 କଟକ ସଦର,୩୧।୧୨(ସୁଶାନ୍ତ କୁମାର ଜେନା): କଟକ ଜିଲା  ୪୨ ମୌଜା ଥାନା ଅନ୍ତର୍ଗତ  ବ୍ରହ୍ମପୁର ଗ୍ରାମରେ ବୁଧବାର ସକାଳେ ଅଭାବନୀୟ ଘଟଣା ଘଟିଛିି। ବାଇକରେ ପିଉସୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri