ଗୋଷାଣୀନୂଆଗାଁ କାଳୁଆ ଯାତ୍ରା ଉଦ୍‌ଯାପିତ ସବୁ ସାହି ପରିକ୍ରମା କରି ମା’ଙ୍କ ମନ୍ଦିର ବିଜେ

ବ୍ରହ୍ମପୁର ଅଫିସ,୧୪ା୧୦-ଆଶ୍ୱିନ କୃଷ୍ଣପକ୍ଷ ମହାଳୟା ଅମବାସ୍ୟାରୁ ଆରମ୍ଭ ହୋଇଥିବା ସ୍ଥାନୀୟ ଗୋଷାଣୀନୂଆଗାଁର ପାରମ୍ପରିକ ମା’ କାଳୁଆ ଯାତ୍ରା ରବିବାର କୁମାର ପୂର୍ଣ୍ଣିମା ରାତିରେ ଉଦ୍‌ଯାପିତ ହୋଇଯାଇଛି । ମା’ଙ୍କ ନିଜସ୍ବ ମନ୍ଦିର ବାହୁଡ଼ା ଯାତ୍ରା ପାଇଁ ଗୋଷାଣୀନୂଆଗାଁ ଉତ୍ସବମୁଖର ହୋଇଥିଲା। ନାଚଗୀତ, ଭଜନ ସମାରୋହ, ଭାରତଲୀଳା, ଅପେରା ଓ ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମରେ ସମଗ୍ର ଅଞ୍ଚଳ ଦୁଲୁକିଥିଲା ।
ଗୋଷାଣୀନୂଆଗାଁ ଅଞ୍ଚଳରେ ବିଏମ୍‌ସିର ୪ ୱାର୍ଡ ରହିଛି ଏବଂ ସାହି ବସ୍ତି ସଂଖ୍ୟା ୭୦ ଟପିଛି । କୁମାର ପୂର୍ଣ୍ଣିମା ଯୋଗୁ ପୁରୁଣା ପରମ୍ପରା ପ୍ରକାରେ ଲୋକେ ତାସ ଓ କଉଡ଼ି ଖେଳରେ ବ୍ୟସ୍ତ ଥିବା ବେଳେ ଯାତ୍ରା ଦାଣ୍ଡରେ ଜୁଆଡ଼ିଙ୍କ ଜୁଆ ଖେଳ ଚାଲିଥିଲା। ଅପରାହ୍ନରେ କେତେକ ଅଞ୍ଚଳରେ ସାମାନ୍ୟ ବର୍ଷା ହୋଇଥିଲେ ମଧ୍ୟ ସନ୍ଧ୍ୟା ପରଠାରୁ ପାଗ ଅନୁକୂଳ ଥିବାରୁ ଯାତ୍ରା ଦେଖିବା ପାଇଁ ବ୍ରହ୍ମପୁର ସହର ଓ ଆଖପାଖ ଅଞ୍ଚଳରୁ ଲୋକଙ୍କ ସୁଅ ଛୁଟିଥିଲା ।
ଯାତ୍ରା ପରିଚାଳନା କମିଟି ସଭାପତି ଜଗନ୍ନାଥ ଚୌଧୁରୀ କହିବାନୁସାରେ କେଉଁ ଆବାହମାନ କାଳରୁ ପ୍ରତିବର୍ଷ ଆଶ୍ୱିନ ମାସର ଗୋଟିଏ ପକ୍ଷ କାଳୁଆ ଯାତ୍ରା ଅନୁଷ୍ଠିତ ହେଉଛି । ମହାଳୟା ଅମବାସ୍ୟା ରାତ୍ର ଅଞ୍ଚଳବାସୀ ବାଦ୍ୟ ବାଜଣା ସହ ଶୋଭାଯାତ୍ରାରେ ମନ୍ଦିରକୁ ଯାଇ ମା’ କାଳୁଆ ଗାଁ ଦାଣ୍ଡକୁ ଆସିବା ପାଇଁ ଆବାହନ କରିଥାନ୍ତି । ସେଠାରେ ମା’ଙ୍କ ମସ୍ତକରେ ମୁଖ୍ୟତଃ ଇଟମଳା ସମେତ ଅନ୍ୟ ଫୁଲର ମାଳ ସ୍ଥାପନ ସହ ଚଣ୍ଡୀପାଠ ଆଦି କରାଯାଏ । କିଛି ସମୟ ପରେ ମସ୍ତକରୁ ଫୁଲମାଳ ଆପେ ଖସିବାରୁ ତାହାକୁ ଖଟୁଳିରେ ରଖି ବଡ଼ ସାହି ମଣ୍ଡପ ଅଭିମୁଖେ ଆଣିବା ପାଇଁ ଯାତ୍ରା ଶୁଭାରମ୍ଭ ହୁଏ । ପ୍ରଥମ ଦିନ କାଳୁଆ ଠାକୁରାଣୀ ଗୋଷାଣୀନୂଆଗାଁର ସମସ୍ତ ସାହି ପରିକ୍ରମା ବେଳେ ସବୁ ଘର ଦୁଆରେ ମହିଳାମାନେ ପୂର୍ଣ୍ଣକୁମ୍ଭ ରଖି ଓ ଦୀପ ଜଳାଇ ମା’ଙ୍କ ପ୍ରିୟ ଗଇଁଠା (ଖିରି) ଭୋଗ ଲଗାଇଥାନ୍ତି । ଯାତ୍ରା ଶେଷ ପର୍ଯ୍ୟନ୍ତ ଅର୍ଥାତ କୁମାର ପୂର୍ଣ୍ଣିମା ପର୍ଯ୍ୟନ୍ତ କେବଳ ମଣ୍ଡପରେ ଭକ୍ତଙ୍କୁ ଦର୍ଶନ ଦିଅନ୍ତି କାଳୁଆ। ବାହୁଡ଼ାଣି ପର୍ବରେ ମଧ୍ୟ ସବୁ ସାହି ବୁଲି ମା’ ମନ୍ଦିରକୁ ଯାଇଥାନ୍ତି । ପୁଣି ପୂଜାର୍ଚ୍ଚନା ଏବଂ ହୋମ ପରେ ଖଟୁଲିରେ ସତେଜ ଭାବେ ଥିବା ଫୁଲମାଳ କାଳୁଆଙ୍କ ବିଗ୍ରହରେ ସ୍ଥାପନ କରାଯାଇ ଚଳିତ ବର୍ଷର ଯାତ୍ରା ସମାପନ ହୋଇଥାଏ ବୋଲି ସଭାପତି ସୂଚାଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ରାଶନକାର୍ଡ ଦାବି: ଝାରସୁଗୁଡ଼ା ପୌର କାର୍ଯ୍ୟାଳୟ ଘେରାଉ

ଝାରସୁଗୁଡା ଅଫିସ,୨୮।୪: କରୋନା ମୁକାବିଲା ନେଇ ଜାରି ହୋଇଥିବା ଲକ୍‌ଡାଉନ ସମୟରେ ରାଜ୍ୟର ରାଶନକାର୍ଡ ଧାରୀଙ୍କୁ ସରକାର ବିଭିନ୍ନ ସାମଗ୍ରୀ ପ୍ରଦାନ କରୁଛନ୍ତି। ତେବେ ଯେଉଁ...

ବାଇକ ଲୁଟେରାଙ୍କୁ କାବୁକରି ପୋଲିସ ଜିମାଦେଲେ ଗ୍ରାମବାସୀ

ତିହିଡ଼ି,୧୯।୧୦(ଡି.ଏନ୍‌.ଏ.):ଭଦ୍ରକ ଜିଲା ତିହିଡି ଥାନା ସିନ୍ଦୋଳ ପଞ୍ଚାୟତ ସେନବାଡ଼ ଗ୍ରାମରୁ ଜଣେ ବାଇକ୍‌ ଲୁଟେରାଙ୍କୁ ଶନିବାର ଗ୍ରାମବାସୀ କାବୁକରି ପୋଲିସ ଜିମା ଦେଇଛନ୍ତି। ଶୁକ୍ରବାର ବିଳମ୍ବିତ...

ସାନ ରାମଚନ୍ଦ୍ରପୁରରେ ଗୋଷ୍ଠୀ ସଂଘର୍ଷ: ପୋଲିସର ମୃଦୁ ଲାଠିଚାଳନା, ୭୦ରୁ ଉର୍ଦ୍ଧ୍ୱ ଅଟକ

ଗଞ୍ଜାମ,୨୩ା୬(ଡି.ଏନ.ଏ.)-ରମ୍ଭା ଥାନା ଗଞ୍ଜାମ ବ୍ଲକ ସାନ ରାମଚନ୍ଦ୍ରପୁର ଗ୍ରାମରେ ଓଡିଆର୍‌ପି ଯୋଜନାରେ ମିଳୁଥିବା ଗୃହକୁ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ୪ ବର୍ଷରୁ ଉର୍ଦ୍ଧ୍ୱ ହେବ ଛକାପଞ୍ଝା...

ମମତା ଆଗରେ ଅସହାୟ ମା’ : ଆଜି ବିଶ୍ୱ ମାତୃ ଦିବସ

କେନ୍ଦୁଝର, ୧୨ା୫ (ସ୍ବ.ପ୍ର.)-ଏ ମହିଳାଙ୍କୁ ଦୁନିଆ କହେ ମା’। ମୁଣ୍ଡରେ ପରିବାରର ବୋଝ। କାନିରେ ବନ୍ଧା ହୋଇଛି ମମତାର ଫୁଲ କଢ଼ି। ଗୋଟିଏ ପଟେ ଦାୟିତ୍ୱ,...

କାଙ୍କରାରେ ଅଗ୍ନିକାଣ୍ଡ: ଜଳିଗଲା ୭ ବଖରା

ଭଦ୍ରକ ଅଫିସ,୧୦।୧୧(ଡି.ଏନ୍‌.ଏ.): ଭଦ୍ରକ ଜିଲା ଧାମନଗର ବ୍ଲକ କାଙ୍କରା ଗ୍ରାମରେ ଶନିବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଗ୍ରାମର ସୁଦାମ ପାତ୍ର ଓ ନିରଞ୍ଜନ...

ହାତୀ ଉଜାଡିଲେ ଧାନ ଫସଲ

ଠାକୁରମୁଣ୍ଡା,୬ା୮(ଡି.ଏନ୍‌.ଏ.)-ଠାକୁରମୁଣ୍ଡା ରେଞ୍ଜ ଅନ୍ତର୍ଗତ ଚମ୍ପାଝର ବିଟ ଜରକ ପଞ୍ଚାୟତ ଘଣ୍ଟିଆଦର ଓ ଖୁଦଶୀଳା ଗ୍ରାମରେ କିଛିଦିନ ହେଲା ହାତୀ ଉପଦ୍ରବରେ ବ୍ୟାପକ ଫସଲ ନଷ୍ଟ ହୋଇଛି।...

ବଢ଼ି ଚାଲିଛି ଗୋଠଛଡ଼ା ଦନ୍ତାର ଉତ୍ପାତ

ଝୁମ୍ପୁରା, ୨୬।୭ (ଡି.ଏନ.ଏ.)-ବଢି ଚାଲିଛି ଗୋଠଛଡା ଦନ୍ତା ହାତୀର ଉତ୍ପାତ। ଘର ଭାଙ୍ଗିବା, ଫସଲ ଉଜାଡିବା ସହିତ ମଣିଷଙ୍କୁ ଆକ୍ରମଣ କରିବା ଘଟଣା ପ୍ରତ୍ୟେହ ଘଟୁଛି।...

ଜରୁରୀ ସେବାରେ ଏନ୍‌ଜେନର ମନମାନି:ସନ୍ଦେହରେ ପ୍ରଶାସନର ନୀରବତା

ତାଳଚେର, ୧୫ା୬(ମନୋଜ ନନ୍ଦ)କାର୍ଯ୍ୟରତ ଜଣେ କର୍ମଚାରୀଙ୍କ ମୃତ୍ୟୁ ପରେ କ୍ଷତିପୂରଣ ଦାବି କରି ତାଳଚେର ବିଦ୍ୟୁତ୍‌ ସବ୍‌ଡିଭିଜନ ଚାଇଁପାଳ ଅଧୀନରେ କାର୍ଯ୍ୟ କରୁଥିବା ଏନ୍‌ଜେନର ୩୯୩...

Play 250+ Trending Games
Archives

Model This Week

Why Dharitri