ଗୋପାଳପୁର ବେଳାଭୂମି ରାସ୍ତାରୁ ଜବରଦଖଲ ଉଚ୍ଛେଦ

ଗୋପାଳପୁର,୧୬।୧୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଗୋପାଳପୁର ବେଳାଭୂମି ରାସ୍ତାକୁ ଦୀର୍ଘବର୍ଷ ଧରି ଜବରଦଖଲକାରୀ କବ୍‌ଜାରେ ରଖିଥିଲେ। ଏ ନେଇ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ବେଳାଭୂମିର ଉନ୍ନତୀକରଣ ଓ ସ୍ବଚ୍ଛତାକୁ ଗୁରୁତ୍ୱ ଦେଇ ଉକ୍ତ ରାସ୍ତାରେ ଥିବା ଜବରଦଖଲକାରୀଙ୍କୁ ହଟାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ତେବେ ଶନିବାର ପୂର୍ବାହ୍ନ ପ୍ରାୟ ୭.୩୦ ମି. ସମୟରେ ବ୍ରହ୍ମପୁର ଉପଜିଲାପାଳ ତଥା ପ୍ରଶାସକ ସିନ୍ଧେ ଦତ୍ତାତ୍ରୟ ଭାଉସାହେବ ଓ କାର୍ଯ୍ୟନିର୍ବାହୀ ଅଧିକାରୀ ଉମା ଶଙ୍କର ସେଠୀଙ୍କ ନେତୃତ୍ୱରେ ପ୍ରଥମେ ଏନ୍‌ଏସି ଗେଟ୍‌କୁ ଭଙ୍ଗାଯାଇ ସମସ୍ତ ଦୋକାନ ଓ ଜବରଦଖଲକାରୀଙ୍କୁ ଉଚ୍ଛେଦ କରାଯାଇଥିଲା। ବେଳାଭୂମିର ମୁଖ୍ୟରାସ୍ତାଠାରୁ ସିଶେଡ୍‌ ପର୍ଯ୍ୟନ୍ତ ଉଚ୍ଛେଦ କାର୍ଯ୍ୟ ଚାଲିଥିଲା। ଆଇନଶୃଙ୍ଖଳାକୁ ଦୃଷ୍ଟିରେ ରଖି ଗୋପାଳପୁର ଥାନାଧିକାରୀ ବିବେକାନନ୍ଦ ମହନ୍ତଙ୍କ ନେତୃତ୍ୱରେ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା। ଆଗାମୀ ଦିନରେ ଅନ୍ୟ ଅଞ୍ଚଳରେ ଥିବା ଜବରଦଖଲକାରୀଙ୍କୁ ଉଚ୍ଛେଦ କରାଯିବ ବୋଲି କାର୍ଯ୍ୟନିର୍ବାହୀ ଅଧିକାରୀ ସୂଚନା ଦେଇଛନ୍ତି। ସରକାରଙ୍କ ନୀତି ନିୟମ ପ୍ରକାରେ ଜବରଦଖଲ ଉଚ୍ଛେଦ କରାଯାଇଛି ବୋଲି ସେ କହିଛନ୍ତି। ଏହି ଅବସରରେ ବିଡିଏର କର୍ମଚାରୀ, ଏନ୍‌ଏସି କର୍ମଚାରୀ, ରାଜସ୍ବ ବିଭାଗ କର୍ମଚାରୀ ଓ ଅନ୍ୟ ବିଭାଗର କର୍ମଚାରୀମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ନାଁରେ ଠକେଇ: ଖୋର୍ଦ୍ଧା କୋର୍ଟରେ ଜାମିନ ଆବେଦନ କଲେ ଗିରଫ ଜୟଦୁର୍ଗା ଫାଉଣ୍ଡେଶନ ଅଧ୍ୟକ୍ଷା, ୨୦ରେ… 

ହାଟଡିହୀ,୧୭l୨(ଶୁଭକାନ୍ତ ନାୟକ): ୨୨ ଲକ୍ଷ ଟଙ୍କା  ଠକେଇ ମାମଲାରେ ଗିରଫ ହୋଇଥିବା ଜୟଦୁର୍ଗା ଫାଉଣ୍ଡେଶନ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଗିରଫ ପରେ ଜାମିନ ପାଇଁ ଖୋର୍ଦ୍ଧା…

ଜାତୀୟ ରାଜପଥରେ ପଡି ରହିଛି ପୋଡ଼ା କାର୍‌: ନିଆଁ ଲଗାଇ ଦିଆଯାଇଥିବା ସନ୍ଦେହ

ଧୂଷୁରୀ,୧୭।୨(ଦୀପ୍ତି ରଞ୍ଜନ ନାୟକ): ଧୂଷୁରୀ ଥାନା ଆରଡି ଫାଣ୍ଡି ଅଧୀନ ସାଠିବାଙ୍କୁଡା ନିକଟରେ ୨୦ ନମ୍ବର ଜାତୀୟ ରାଜପଥ ପାଶର୍‌ବରେ ଏକ କାର୍‌ ପୋଡିଯାଇ ପଡି ରହିଥିବା…

ଜଙ୍ଗଲରେ ଚାଲିଥିଲା ବଡ଼ ଧରଣର ଜୁଆ ଆଡ୍ଡା: ଗୋଡ଼ାଇ ଗୋଡ଼ାଇ ୨୦ ଜୁଆଡ଼ିଙ୍କୁ ଗିରଫ କଲା ପୋଲିସ

ଖୋର୍ଦ୍ଧା,୧୭।୨(ପ୍ରଭାତ ): ଟାଙ୍ଗୀ ପୋଲିସ ମଙ୍ଗଳବାର ଏକ ବଡ଼ଧରଣର ଜୁଆ ଆଡ୍ଡା ଉପରେ ଚଢାଉ କରିଛି। ଚଢାଉ ବେଳେ ପୋଲିସ ଜୁଆ ଆଡ୍ଡାରୁ ୧୦ଲକ୍ଷ ୩୮ ହଜାର…

କାନାଡ଼ାକୁ ପରାସ୍ତ କରି ସୁପର ୮ରେ ପହଞ୍ଚିଲା ନ୍ୟୁଜିଲ୍ୟାଣ୍ଡ

ଚେନ୍ନାଇ,୧୭।୨: ଏମ୍‌ଏ ଚିଦାମ୍ବରମ ଷ୍ଟାଡିୟମରେ ମଙ୍ଗଳବାର ଖେଳାଯାଇଥିବା ଟି୨୦ ବିଶ୍ୱକପ ଏକ ମ୍ୟାଚ୍‌ରେ ନ୍ୟୁଜିଲ୍ୟାଣ୍ଡ କାନାଡାକୁ 8 ଉଇକେଟରେ ପରାସ୍ତ କରି ସୁପର-୮ରେ ସ୍ଥାନ ପକ୍କା କରିଛି।…

ପାକିସ୍ତାନ ସହ ତିକ୍ତତା ପରେ ବି ଇମ୍ରାନଙ୍କ ପାଇଁ ଚିଠି ଲେଖିଲେ ସୁନିଲ ଗାଭାସ୍କର, କପିଳ ଦେବଙ୍କ ସହ ୧୪ କ୍ୟାପଟେନ

ନୂଆଦିଲ୍ଲୀ,୧୭।୨: ଜେଲରେ ଥିବା ପୂର୍ବତନ ପାକିସ୍ତାନ ଅଧିନାୟକ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବା ନେଇ ୧୪ଜଣ ପୂର୍ବତନ ଅଧିନାୟକ ପାକିସ୍ତାନ ସରକାରଙ୍କୁ…

ICUରେ ସଲିମ ଖାନ, ପିତାଙ୍କୁ ଦେଖିବାକୁ ହସ୍ପିଟାଲରେ ପହଞ୍ଚିଲେ ସଲମାନ

ମୁମ୍ବାଇ,୧୭।୨: ବରିଷ୍ଠ ସ୍କ୍ରିନ ରାଇଟର ଏବଂ ସୁପରଷ୍ଟାର ସଲମାନ ଖାନଙ୍କ ପିତା ସଲିମ ଖାନଙ୍କୁ ମୁମ୍ବାଇର ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସଲିମ ଖାନଙ୍କ ସ୍ବାସ୍ଥ୍ୟାବସ୍ଥା ହଠାତ…

ଆଉ ୨ଦିନ କଲବଲ କରିବ କୁହୁଡ଼ି

ଭୁବନେଶ୍ୱର,୧୭।୨: ପାଣିପାଗ କେନ୍ଦ୍ର ପକ୍ଷରୁ ମଙ୍ଗଳବାର ଏକ ବଡ଼ ସୂଚନା ଜାରି କରାଯାଇଛି। ରାଜ୍ୟର ବିଭିନ୍ନ ଜିଲାରେ ଆଉ ୨ ଦିନ ପର୍ଯ୍ୟନ୍ତ ଘନ କୁହୁଡ଼ି ରହିବ…

ପାକିସ୍ତାନ କ୍ରିକେଟରଙ୍କ ଉପରେ ନିଜ ସନ୍ତାନଙ୍କୁ ହତ୍ୟା ଭଳି ଅଭିଯୋଗ ଆଣିଲେ ପୂର୍ବତନ ପତ୍ନୀ, ଦ୍ୱିତୀୟ ବିବାହ…

ଇସଲାମାବାଦ,୧୭।୨: ପାକିସ୍ତାନ କ୍ରିକେଟ ଦଳର ଅଲରାଉଣ୍ଡର ଇମାଦ ୱାସିମ ପୁଣିଥରେ ଖବରର ଶିରୋନାମାରେ ଅଛନ୍ତି, କିନ୍ତୁ ଏଥର କାରଣ ପଡ଼ିଆରେ ତାଙ୍କର ପ୍ରଦର୍ଶନ ନୁହେଁ, ବରଂ ତାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri