ଗୋଟିଏ ନମ୍ବରରେ ଚାଲୁଥିଲା ଏକାଧିକ ଟାଟା ଏସିଇ: ୧୩ ଗାଡ଼ି ଜବତ, ୬ଟିର ନମ୍ବର ଜାଲ

ଭୁବନେଶ୍ୱର,୨୬।୧୦(ବ୍ୟୁରୋ): ଫାଇନାନ୍ସ ଓ ଜରିମାନା ଫାଙ୍କିବାକୁ ଜଣେ ଟ୍ରାଭେଲ୍‌ ଏଜେନ୍ସି ମାଲିକ କରିଥିଲେ ଚଞ୍ଚକତା। ଗୋଟିଏ ନମ୍ବରରେ ଚଳାଉଥିଲେ ଏକାଧିକ ଗାଡ଼ି। ଏପରି କି ୩ଟି ଟାଟା ଏସିଇ ଗାଡ଼ିିର ନମ୍ବରରେ ଅନ୍ୟ ଗାଡ଼ିି ମଧ୍ୟ ଚଲାଉଥିଲେ। ତେବେ ନୀହାର ରଞ୍ଜନ ରାଉତରାୟ ନାମକ ସଚେତନ ନାଗରିକ ଏ ନେଇ ପୋଲିସ କମିଶନରଙ୍କୁ ଟୁଇଟ କରିବା ପରେ ଶୁକ୍ରବାର ଏହି ଘଟଣା ପଦାକୁ ଆସିଛି। ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀଙ୍କ ନିର୍ଦ୍ଦେଶକ୍ରମେ ପୋଲିସ ଏହି ଟ୍ରାଭେଲ ସଂସ୍ଥାର ୧୩ଟି ଟାଟା ଏସିଇ ଗାଡ଼ିିକୁ ଜବତ କରିଛି। ଏହି ୧୩ଟି ଗାଡ଼ି ମଧ୍ୟରୁ ୬ଟିର ନମ୍ବର ଜାଲ ଥିବା ଜଣାପଡ଼ିଛି। ୩ଟି ଗାଡ଼ିର ନମ୍ବର ଠିକ୍‌ ଥିବାବେଳେ ସେହି ଏକା ନମ୍ବରରେ ଅନ୍ୟ ୩ଟି ଗାଡ଼ିି ଚାଲୁଥିଲା। ବାକି ୭ଟି ଗାଡି ଏକାନମ୍ବରରେ ଚାଲୁଥିଲା କି ନାହିଁ ସେ ନେଇ ପୋଲିସ ତଦନ୍ତ କରୁଛି। ଜବତ ଗାଡ଼ିର ଆର୍‌ସି ବୁକ୍‌ ଅନୁଯାୟୀ, ମାଲିକ ଅଜୟ ରାହୁଲ କୁମାର ଥିବାବେଳେ ପାର୍ଟନର ସଞ୍ଜୟ କୁମାର ଅଗ୍ରଓ୍ବାଲ ରହିଛନ୍ତି। ପୋଲିସ ପକ୍ଷରୁ ମାଲିକଙ୍କୁ ଡକରା ଯାଇଥିଲେ ମଧ୍ୟ ସେ ବାହାରେ ଥିବା କହି ଥାନାରେ ହାଜର ହୋଇ ନ ଥିଲେ। ତେଣୁ ପୋଲିସ ତାଙ୍କୁ ଉଠାଇ ଆଣି ପଚରାଉଚରା କରିଥିବା ଜଣାପଡ଼ିିଛି। ଅପରପକ୍ଷେ, ଆର୍‌ଟିଓଙ୍କ ସହ ଟ୍ରାଫିକ ପୋଲିସ ଯୋଗାଯୋଗ କରି ଜବତ ଗାଡ଼ିଗୁଡ଼ିକର ପ୍ରକୃତ ମାଲିକଙ୍କୁ ଖୋଜୁଛି। ସୂଚନାଯୋଗ୍ୟ, ମାଲିକ ଜଣକ କଟକରେ ରହୁଥିବା ବେଳେ ସାମନ୍ତରାପୁର ଛକ ଓ କଟକ ମହତାବ ରୋଡରେ ଟ୍ରାଭେଲ ଏଜେନି୍ସ ଅଫିସ ଖୋଲି ଟାଟା ଏସିଇ ଗାଡ଼ି ଭଡ଼ା ଦେଉଥିଲେ। ଫାଇନାନ୍ସରେ ଗାଡ଼ି ଅଣାଯାଇଥିଲେ ମଧ୍ୟ ଫାଇନାନ୍ସ କମ୍ପାନୀକୁ ଟଙ୍କା ନ ଦେଇ ଠକୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମମତାଙ୍କ ପରେ ଉଦ୍ଧବଙ୍କ ପାଳି, ଦଳ ଛାଡିବେ ୧୬ ବିଧାୟକ ୭ ଏମପି…

ମୁମ୍ୱାଇ,୧୬।୬: ମହାରାଷ୍ଟ୍ରର ପୂର୍ୱତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ନେତୃତ୍ୱାଧୀନ ଶିବସେନା(ୟୁବିଟି) ପୁଣିଥରେ ଭାଙ୍ଗିପାରେ ବୋଲି ଚର୍ଚ୍ଚା ହେଉଛି। ୧୪ରୁ ୧୬ ଜଣ ବିଧାୟକ ଏବଂ ୭ ଜଣ…

E100 ଇଥାନଲ ନା ପେଟ୍ରୋଲ? କେଉଁ ଇନ୍ଧନରେ ଅଧିକ ମାଇଲେଜ୍ ଦେବ ଗାଡ଼ି, ଜାଣନ୍ତୁ…

ନୂଆଦିଲ୍ଲୀ,୧୬।୬: ଇଥାନଲ ଫୁଏଲକୁ ନେଇ ଭାରତରେ ଚର୍ଚ୍ଚା ଲାଗି ରହିଛି । ସରକାରଙ୍କଠୁ ନେଇ ଗାଡି ନିର୍ମାତା କମ୍ପାନୀ ଯାଏ ସମସ୍ତେ ଏହାକୁ ଭବିଷ୍ୟତର ଇନ୍ଧନ ରୁପେ…

ରାତି ପାହିଲେ ଖୋଲିବ ସ୍କୁଲ, କାଳବୈଶାଖୀ ଯୋଗୁ ଉଡିଯାଇଛି ୩ ଶ୍ରେଣୀ ଗୃହ ଛପର; ଚିନ୍ତାରେ ବିଦ୍ୟାର୍ଥୀ

ତୁମୁଡିବନ୍ଧ, ୧୬।୬ (ଦିପକ କୁମାର ପରାସେଠ): କାଳବୈଶାଖୀର ସାଙ୍ଘାତିକ ପ୍ରଭାବ ଯୋଗୁ କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ମାଲିପଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ (ୟୁପି ସ୍କୁଲ)ର ଶିକ୍ଷାଦାନ…

ତିଖିରି ସରପଞ୍ଚ ଚାମେଲିଙ୍କୁ ମିଳିଲା ଜାମିନ୍‌, କୋର୍ଟ ଦେଲେ ଏଭଳି ନିର୍ଦ୍ଦେଶ

କେନ୍ଦ୍ରାପଡ଼ା/ମହାକାଳପଡା, ୧୬।୬ (ଜଗନ୍ନାଥ ଧଳ/ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ତିଖିରି ପଞ୍ଚାୟତର ସରପଞ୍ଚ ଚାମେଲି ଓଝାଙ୍କୁ କୋର୍ଟରୁ ଆଶ୍ୱସ୍ତି ମିଳିଛି। ପୋଲିସକୁ ଆକ୍ରମଣ କରିବା ଭଳି…

ଟ୍ରେସ୍‌ ମ୍ୟାପ୍‌ ପାଇଁ ଲାଞ୍ଚ ମାଗି ଫସିଗଲେ କୋସାଗୁଡ଼ା RI; ମାଡ଼ି ବସିଲା ଭିଜିଲାନ୍ସ, ଦୁଇ ସ୍ଥାନରେ ଚାଲିଛି…

କୋରାପୁଟ,୧୬।୬(ଅମିତାଭ ବେହେରା): କୋରାପୁଟ ଜିଲାରେ ପୁଣି ଜଣେ ସରକାରୀ କର୍ମଚାରୀ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ବୋରିଗୁମ୍ମା ତହସିଲ ଅଧୀନ କୋସାଗୁଡ଼ା ଆର୍‌ଆଇ(RI) ସର୍କଲର ରେଭିନ୍ୟୁ ଇନ୍ସପେକ୍ଟର (ଆର୍‌ଆଇ)…

ଦ୍ରୁତ ଗତିରେ ଆସୁଥିଲେ, ମୁହାଁମୁହିଁ ପିଟି ହୋଇଗଲେ ଦୁଇ ବାଇକ୍‌; ଚାଲିଗଲା ୨ ଜୀବନ, ୩ ଜଣ…

ବଞ୍ଚୋ, ୧୬।୬(ପ୍ରଦୋଷ ବିଶ୍ୱାଳ): କେନ୍ଦୁଝର ଜିଲା ବଞ୍ଚୋ ଛକ ନିକଟରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଦ୍ରୁତଗତିରେ ଆସୁଥିବା ଦୁଇ ବାଇକ୍‌ ମଧ୍ୟରେ ମୁହାଁମୁହିଁ…

ଚାଷୀଙ୍କ ପାଇଁ ଖୁସି ଖବର, ଏହି ଦିନ ମିଳିବ PM KISANର ୨୩ତମ କିସ୍ତି

ନୂଆଦିଲ୍ଲୀ,୧୬।୬: ପ୍ରଧାନମନ୍ତ୍ରୀ କୃଷକ ସମ୍ମାନ ନିଧି ଯୋଜନାର ୨୩ତମ କିସ୍ତିକୁ ନେଇ ସାରା ଦେଶର ଚାଷୀ ଅପେକ୍ଷା କରିଛନ୍ତି । ଏବେ ଦେଶର କୋଟି କୋଟି ଚାଷୀଙ୍କୁ…

୧୬ମାସ ପରେ ଟ୍ରମ୍ପଙ୍କୁ ଭେଟିଲେ ମୋଦି, ଦେଖୁଦେଖୁ କରିଦେଲେ…

ନୂଆଦିଲ୍ଲୀ,୧୬।୬: ଫ୍ରାନ୍ସର ଏଭିଆନଠାରେ ଆୟୋଜିତ G7 ଶିଖର ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ସାକ୍ଷାତ ହୋଇଛି। ଦୁଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri