Posted inଫୁରସତ

ଗୋଟିଏ ଦିନରେ ଜନ୍ମ ନେଇଥିଲେ ୫ ଭାଇଭଉଣୀ : ଏକାସାଙ୍ଗରେ ହେବେ ବାହା

ଗୋଟିଏ ଦିନରେ ଜନ୍ମ ନେଇଥିବା ୫ ଭାଇଭଉଣୀଙ୍କ ମଧ୍ୟରୁ ଏକାଦିନରେ ୪ ଭଉଣୀଙ୍କର ବିବାହ ସ୍ଥିର ହୋଇଥିବାବେଳେ ଭାଇଙ୍କ ବିବାହ ଏହି ଦିନରେ କରିବା ପାଇଁ କିଛିଦିନ ସମୟ ନେଇଛନ୍ତି ଭଉଣୀମାନେ। ଏପରି ଘଟଣା ଦେଖିବାକୁ ମିଳିଛି କେରଳରେ। ଚାରି ଭଉଣୀ ଉଥ୍‌ରାଜା, ଉଥାରା, ଉଥମା, ଉଥ୍‌ରା ଏବଂ ଭାଇ ଉଥ୍‌ରାଜନଙ୍କ ଜନ୍ମ ୧୯୯୫ ନଭେମ୍ବର ୧୮ରେ ହୋଇଥିଲା। ଆସନ୍ତା ୨୦୨୨ ଏପ୍ରିଲ ୨୬ରେ ଶ୍ରୀକୃଷ୍ଣ ମନ୍ଦିରରେ ବିବାହ ବନ୍ଧନରେ ୪ ଭଉଣୀ ଆବଦ୍ଧ ହେବେ। ଯେଉଁଦିନ ଏମାନେ ଜନ୍ମ ନେଇଥିଲେ ତାଙ୍କ ପିତା ଘରର ନାମ ‘ପଞ୍ଚ ରତ୍ନମ୍‌’ ରଖିଥିଲେ। ସମ୍ପର୍କୀୟ କୁହନ୍ତି, ୯ ବର୍ଷ ପର୍ଯ୍ୟନ୍ତ ୫ ପିଲାଙ୍କୁ ତାଙ୍କ ପିତା ଏକାପ୍ରକାର ସ୍କୁଲ ବ୍ୟାଗ୍‌, ଛତା, ଜୋତା ଏବଂ ଅନ୍ୟାନ୍ୟ ଜିନିଷ ଦେଇଆସୁଥିଲେ। ୨୦୦୪ ମସିହାରେ ମା’ ହୃଦ୍‌ପିଣ୍ଡ ଜନିତ ରୋଗରେ ଆକ୍ରାନ୍ତ ହୋଇପଡ଼ିଲେ। ଏଥିରେ ବହୁ ଅର୍ଥ ଖର୍ଚ୍ଚ କରି ପରିସ୍ଥିତି ଅତ୍ୟନ୍ତ ଖରାପ ହୋଇପଡ଼ିଲା। ଏଥିରେ ଭାଙ୍ଗିପଡ଼ି ଆତ୍ମହତ୍ୟା କରିଦେଲେ ପିତା। ମାଆ କୁହନ୍ତି, ସ୍ବାମୀଙ୍କ ମୃତ୍ୟୁ ପରେ ସେ ଅସହାୟା ହୋଇପଡ଼ିଥିଲେ। ତେଣୁ ପିଲାମାନଙ୍କ ପାଇଁ ବଞ୍ଚିବେ ବୋଲି ସଂଘର୍ଷ ଜାରି ରଖିଲେ। ନିଜେ କଷ୍ଟ କରି ପିଲାମାନଙ୍କୁ ପାଠ ପଢ଼ାଇଲେ। ଆଜି ସେମାନେ ନିଜ ଗୋଡ଼ରେ ନିଜେ ଠିଆ ହୋଇପାରିଛନ୍ତି। ୪ ଝିଅଙ୍କ ମଧ୍ୟରୁ ଜଣେ ଫେଶନ ଡିଜାଇନର, ଦୁଇଜଣ ଆନାସ୍ଥେସିଆ ଟେକ୍ନିସିଆନ୍‌ ଅନ୍ୟ ଜଣେ ଅନ୍‌ଲାଇନ୍‌ ଲେଖକ। ସେହିପରି ଭାଇ ସଫ୍ଟଓ୍ବେୟାର ଇଞ୍ଜିନିୟର। ଏବେ ୪ ଭଉଣୀଙ୍କର ବିବାହ ହେବ। ସେମାନେ କୁହନ୍ତି, ଆମେ ଗୋଟିଏ ଦିନରେ ଜନ୍ମ ହୋଇଥିଲୁ ଗୋଟିଏ ଦିନରେ ବିବାହ କରିବୁ ବୋଲି ଭାଇର କନ୍ୟାପତ୍ର ଠିକ୍‌ ହେବା ପର୍ଯ୍ୟନ୍ତ ୨୦୨୨କୁ ଅପେକ୍ଷା କରିଛୁ।


Enter your email to get our daily news in your inbox.

All Right Reserved By Dharitri.Com

New Year ୨୦୨୬: ନୂଆବର୍ଷର ପ୍ରଥମ ସନ୍ଧ୍ୟାରେ କରନ୍ତୁ ଏହି ବିଶେଷ ଉପଚାର, ଘରେ ଦେବୀ ଲକ୍ଷ୍ମୀଙ୍କ…

୨୦୨୬ ବର୍ଷ ଆରମ୍ଭ ହୋଇଛି। ଆଜି ନୂତନ ବର୍ଷର ପ୍ରଥମ ଦିନ। ସମସ୍ତେ ନିଜ ପରିବାର ଏବଂ ବନ୍ଧୁମାନଙ୍କୁ ନୂତନ ବର୍ଷର ଶୁଭେଚ୍ଛା ଜଣାଉଛନ୍ତି ।...

ଏମିତି ଗାଁ: ଯେଉଁଠି ଲୋକେ ନାଁ ଧରି ନୁହେଁ, ସିଟି ବଜାଇ ପରସ୍ପରକୁ ଡାକନ୍ତି , କାରଣ ବି ଖୁବ୍‌ ଅଜବ…

ସାରା ବିଶ୍ୱରେ ଅନେକ ଗାଁ ଅନନ୍ୟ କାରଣ ପାଇଁ ଜଣାଶୁଣା। ଭାରତରେ ଏପରି ଏକ ଗାଁ ଅଛି, ଯାହା ଏହାର ଅନନ୍ୟ ଶୈଳୀ ପାଇଁ ବେଶ୍‌...

ଏବେ ୨୪ଘଣ୍ଟା ନୁହେଁ ୨୫ଘଣ୍ଟା ହୋଇଯିବ ଗୋଟିଏ ଦିନ, ୨୦୨୬ରେ ହେବ କି ବଡ଼ ପରିବର୍ତ୍ତନ!

ଆପଣଙ୍କର ଘଣ୍ଟା କେବେ ଗୋଟିଏ ଘଣ୍ଟା ଲେଟ୍‌ ହେବ କି? ଭବିଷ୍ୟତରେ ସୂର୍ଯ୍ୟ ଅସ୍ତ ହେବ ଏବଂ ରାତି ଲମ୍ୱା ହେବ କି? ଏହା ଏକ...

ଏମିତି ସ୍ଥାନ, ଯେଉଁଠି ବିବାହ ପରେ କନ୍ୟା ନୁହନ୍ତି, ବର ଯାଆନ୍ତି ଶାଶୁଘର

ଭାରତରେ ଜାତି, ଧର୍ମ, ବର୍ଣ୍ଣ ସମେତ ବିଭିନ୍ନ ସ୍ଥାନରେ ଭିନ୍ନଭିନ୍ନ ପରମ୍ପରା ରହିଛି। ଏହି ଅନନ୍ୟ ପରମ୍ପରା ଭାରତକୁ ଅନ୍ୟ ଦେଶଠାରୁ ସ୍ବତନ୍ତ୍ର କରେ। ଭାରତରେ...

AI’ରେ ଭିଡିଓ କରି ବର୍ଷକରେ ୩୫ କୋଟିରୁ ଅଧିକ ରୋଜଗାର: ୟୁଟ୍ୟୁବ୍‌ରେ ଚହଳ ସୃଷ୍ଟି କଲା ଭାରତର ଏହି ଚ୍ୟାନେଲ

ନୂଆଦିଲ୍ଲୀ,୩୦।୧୨: ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ସାହାଯ୍ୟରେ କମ୍ ପରିଶ୍ରମରେ କୋଟି କୋଟି ଟଙ୍କା ରୋଜଗାର କରାଯାଇପାରେ, ଏହା ପ୍ରମାଣ କରିଛି ଭାରତର ଏକ ୟୁଟ୍ୟୁବ୍ ଚ୍ୟାନେଲ।...

ସମୁଦ୍ରକୂଳରୁ ମିଳିଲା ଅଜବ ଜିନିଷ: ଲୋକେ ବିସ୍ମିତ

ସମ୍ପ୍ରତି ୱେଲ୍ସ କାଉଣ୍ଟିର ଏକ ଅଜବ ଏବଂ ରହସ୍ୟମୟ ଘଟଣା ସ୍ଥାନୀୟ ଲୋକଙ୍କୁ ବିସ୍ମିତ କରିଦେଇଛି। ଦକ୍ଷିଣ ୱେଲ୍ସର ଗ୍ଲାମୋର୍ଗାନ ଉପତ୍ୟକାର ଓଗମୋର୍‌-ବାଇ-ସି ବିଚ୍‌ରେ ଶହ...

ଏହି ଦେଶଗୁଡ଼ିକରେ ନାଗରିକତା ପାଇବା ବହୁତ କଷ୍ଟକର, ଅପେକ୍ଷା କରିବାକୁ ପଡେ ୨୦ରୁ ୨୫ ବର୍ଷ

ନୂଆଦିଲ୍ଲୀ,୩୦।୧୨: ପ୍ରତିବର୍ଷ, ଭାରତରୁ ଲକ୍ଷ ଲକ୍ଷ ଲୋକ ସେମାନଙ୍କର ନାଗରିକତା ପରିତ୍ୟାଗ କରି ବିଦେଶରେ ବସବାସ କରନ୍ତି। ସରକାର ନିକଟରେ ଏହି ବିଷୟରେ ତଥ୍ୟ ପ୍ରକାଶ...

ଡାଲୋଲ ସବୁଠୁ ଗରମ ସ୍ଥାନ

ଲୋକମାନେ ଯେବେ ଅତ୍ୟଧିକ ଗରମ ସ୍ଥାନ ବିଷୟରେ କଥା ହୁଅନ୍ତି, ସେମାନେ ସାଧାରଣତଃ ସାହାରା କିମ୍ବା ମଧ୍ୟପ୍ରାଚ୍ୟର ସହରଗୁଡ଼ିକ ପରି ମରୁଭୂମି ବିଷୟରେ ଚିନ୍ତା କରନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri