Posted inଫୁରସତ

ଗୋଟିଏ ଘର ଥିବା ସବୁଠୁ ଛୋଟ ଦ୍ୱୀପ

ବେଳେ ବେଳେ ଅନେକଙ୍କ ଇଚ୍ଛା ହେଉଥିବ ଏକ ନିରୋଳା ଦ୍ୱୀପରେ, ଏକ ସୁନ୍ଦର ଘରେ କିଛି ନିରୋଳା ମୁହୂର୍ତ୍ତ ବିତାଇବାକୁ। ହେଲେ ତାହା କେବଳ ଭାବନାରେ ରହିଯାଏ। ତେବେ ଏମିତି ଏକ ଦ୍ୱୀପ ଅଛି, ଯାହାକୁ ଦେଖିଲେ ସେ ସ୍ବପ୍ନ ପୁଣିଥରେ ଉଜାଗର ହୋଇ ଉଠିବ। ଏହି ଦ୍ୱୀପଟି ଆମେରିକା ଓ କାନାଡା ମଧ୍ୟରେ ଥିବା ହଜାର ହଜାର ଦ୍ୱୀପପୁଞ୍ଜ ମଧ୍ୟରେ ଅନ୍ୟତମ। ୩,୩୦୦ ବର୍ଗଫୁଟ୍‌ ପରିମିତ ଏହି ଦ୍ୱୀପରେ ଅଛି ଗୋଟିଏ ମାତ୍ର ଘର ଓ କିଛି ଗଛ। କାରଣ ଏହା ବ୍ୟତୀତ ଆଉ କିଛି ରହିବା ପାଇଁ ଏଠାରେ ଜାଗା ନାହିଁ। ଦ୍ୱୀପର ଆକାର ଏକ ଟେନିସ୍‌ କୋର୍ଟ ସହ ସମାନ । ତେଣୁ ଏହା ‘ଜଷ୍ଟ ରୁମ୍‌ ଏନଫ୍‌’ ନାମରେ ବି ପରିଚିତ। ଯଦିଓ ପୂର୍ବରୁ ଏହା ‘ହବ୍‌ ଆଇଲାଣ୍ଡ’ ନାମରେ ପରିଚିତ ଥିଲା। ୧୯୫୦ଦଶକରେ ସାଇଜ୍‌ଲାଣ୍ଡ ପରିବାର ଏହି ଦ୍ୱୀପକୁ କିଣିଥିଲେ। ପରେ ଏହି ପରିବାରର ଲୋକ ଏଠାରେ ଏହି ଛୋଟଘର ତିଆରି କରିଥିଲେ। ଉଦ୍ଦେଶ୍ୟ ଥିଲା ଛୁଟିରେ ଏଠାକୁ ଆସି ଶାନ୍ତିରେ କିଛି ସମୟ ବିତାଇବେ। କିନ୍ତୁ ପରବର୍ତ୍ତୀ ସମୟରେ ଏହା ଅନ୍ତର୍ଜାତୀୟ ସ୍ତରରେ ପର୍ଯ୍ୟଟକଙ୍କ ଆକର୍ଷଣ ପାଲଟିଗଲା। ସୂଚନାଯୋଗ୍ୟ ଯେ, ପୂର୍ବରୁ ‘ବିଶପ୍‌ ରକ୍‌’ ଥିଲା ପୃଥିବୀର ସବୁଠାରୁ ଛୋଟ ଦ୍ୱୀପ। ହେଲେ ଏବେ ଏହାର ଅଧା ଆକାରର ‘ଜଷ୍ଟ ରୁମ ଏନଫ୍‌’ ପୃଥିବୀର ସବୁଠୁ ଛୋଟ ଦ୍ୱୀପ ଭାବେ ପରିଚିତ।


Enter your email to get our daily news in your inbox.

All Right Reserved By Dharitri.Com

ବାହା ହେଉ ହେଉ ଭାଙ୍ଗିଲା ସମ୍ପର୍କ, ଚତୁର୍ଥୀ ରାତିରେ ଛାଡ଼ପତ୍ର ପେପରରେ ସାଇନ୍‌ କଲେ କନ୍ୟା

ଲକ୍ଷ୍ନୌ,୪ା୧୨: ଉତ୍ତରପ୍ରଦେଶର ଦେଓରିଆରୁ ଏକ ଅଜବ ମାମଲା ସାମ୍ନାକୁ ଆସିଛି, ଯାହା ଲୋକଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି। ଚତୁର୍ଥୀରେ ଜଣେ ନବବିବାହିତା କନ୍ୟା ସମ୍ପର୍କ ଭାଙ୍ଗି ତାଙ୍କ...

ବିଶ୍ୱର ସବୁଠୁ ମହଙ୍ଗା ଅଣ୍ଡା: ଏହା ମୂଲ୍ୟରେ କିଣିହୋଇଯିବ ୧୦୦ ହେଲିକପ୍ଟର

ଗୋଟିଏ ଅଣ୍ଡାର ମୂଲ୍ୟ କେତେ ହୋଇପାରେ? ୮ ଟଙ୍କା, ୧୦ ଟଙ୍କା, କିମ୍ବା ସର୍ବାଧିକ ୨୫ ଟଙ୍କା। କିନ୍ତୁ ବିଶ୍ୱରେ ଏମିତି ଏକ ଅଣ୍ଡା ଅଛି,...

ଗାଁର ନାଁ କିଡ୍‌ନୀ ଭ୍ୟାଲି, ଏହା ପଛର କାରଣ ଜାଣିଲେ ନିଶ୍ଚିତ ହେବେ ଚକିତ

ବିଶ୍ୱରେ ଏପରି ଅନେକ ସ୍ଥାନ ଅଛି, ଯାହା ସେମାନଙ୍କର ଅନନ୍ୟତା ପାଇଁ ଅତ୍ୟନ୍ତ ପ୍ରସିଦ୍ଧ। ଏହି କାରଣରୁ ଦେଶ ଏବଂ ବିଶ୍ୱର ସବୁଠି ଚର୍ଚ୍ଚା। ଆଜି...

ରହସ୍ୟମୟ ଜାଙ୍ଗବେଟୋ ନୃତ୍ୟ, ଜାଣିଲେ ହେବେ ଆଶ୍ଚର୍ଯ୍ୟ

ବିଶ୍ୱର ପ୍ରତ୍ୟେକ ଦେଶର କିଛି ନା କିଛି ଇତିହାସ ଥାଏ, ଯାହା ଏହାକୁ ସ୍ବତନ୍ତ୍ର କରିଥାଏ। ଆଫ୍ରିକା ଅନେକ ଦୃଷ୍ଟିରୁ ସ୍ବତନ୍ତ୍ର ଏବଂ ଏହାକୁ ମାନବ...

ଭାରତରେ ମଦ୍ୟପାନବେଳେ ଅଧିକ ଖିଆଯାଏ ଏହି ଚାଖାଣା, ନାଁ ଜାଣିଲେ ହସି ଉଠିବେ…

ନୂଆଦିଲ୍ଲୀ,୨।୧୨: ଭାରତରେ, ଚାଖାଣା ବିନା ମଦ୍ୟପାନ ଅସମ୍ପୂର୍ଣ୍ଣ। ଲୁଣିଆ ଏବଂ ମସଲାଯୁକ୍ତ ଖାଇବା ବିନା ମଦ୍ୟପାନ ଆସର ଅସମ୍ପୂର୍ଣ୍ଣ। ଫ୍ୟାନ୍ସି ବାର୍‌ ହେଉ କିମ୍ୱା ଏକ...

୩ ଫୁଟର ଡାକ୍ତର, ଯାହାଙ୍କୁ ୫ ଲକ୍ଷ ଟଙ୍କାରେ କିଣିବାକୁ ଚାହୁଁଥିଲେ ସର୍କସ ବାଲା, ଜାଣନ୍ତୁ ତାଙ୍କ ସଂଘର୍ଷର କାହାଣୀ

ଗାନ୍ଧିନଗର,୨।୧୨: ଗୁଜରାଟର ଭାବନଗରର ସାର୍‌ ତଖତ ସିଂହ ଜୀ ହସ୍ପିଟାଲର ଟ୍ରମା ସେଣ୍ଟରରେ ମଧ୍ୟାହ୍ନ ସମୟ। ଜଣେ ମହିଳାଙ୍କୁ ଷ୍ଟ୍ରେଚରରେ ଅଣାଯାଉଛି। ଏକ ବିଶାଳ ଭିଡ଼ର...

‘ଫ୍ଲାଇଂ କ୍ରେମଲିନ’ ଜେଟରେ ଭାରତ ଆସିବେ ପୁଟିନ: ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ନୂଆଦିଲ୍ଲୀ,୧।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଡିସେମ୍ବର ୪ ଏବଂ ୫ରେ ୨୩ତମ ବାର୍ଷିକ ଶିଖର ସମ୍ମିଳନୀ ପାଇଁ ଭାରତ ଗସ୍ତରେ ଆସୁଛନ୍ତି। ଏଥିପାଇଁ ସୁରକ୍ଷା...

ଏହି ଦେଶରେ ସାନିଟାରୀ ପ୍ୟାଡ୍‌ ମନା: ପିରିୟଡ୍ସ ହେଲେ ମହିଳା ପିନ୍ଧନ୍ତି….

ନୂଆଦିଲ୍ଲୀ,୧।୧୨: ବିଶ୍ୱର ଅନେକ ଦେଶର ଅଜବ ଆଇନ ରହିଛି। ବେଳେବେଳେ ଏହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରେ। ବିଶ୍ୱରେ ଏପରି ଗୋଟିଏ ଦେଶ ଅଛି,ଯେଉଁଠାରେ ମହିଳାମାନଙ୍କୁ ସାନିଟାରୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri