ଗୋଟିଏ ଗାଁରେ ୨୪ ଘଣ୍ଟା ମଧ୍ୟରେ ଡବଲ ମର୍ଡର

ମହାକାଳପଡ଼ା,୨୮।୧୧(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ଥାନା ଅଧୀନ ଜଅଁରା ଗ୍ରାମରେ ୨୪ ଘଣ୍ଟା ମଧ୍ୟରେ ଡବଲ ମର୍ଡର ହୋଇଥିବାବେଳେ ପୃଥକ୍‌ ପୃଥକ୍‌ ଥାନାରେ ଲିଖିତ ଅଭିଯୋଗ ହୋଇଛି।
ସୂଚନାଯୋଗ୍ୟ, ବୁଧବାର ପ୍ରଶାନ୍ତ ସାହୁ(୨୩)ଙ୍କ ମୃତଦେହ  ଝୁଲନ୍ତା ଅବସ୍ଥାରେ ମିଳିଥିବାବେଳେ ମୃତ ପ୍ରଶାନ୍ତଙ୍କ ବାଡ଼ି ପୋଖରୀରେ ଅଶୋକ ପରିଡ଼ା(୩୦)ଙ୍କ ମୃତଦେହ ଭାସୁଥିବା ଖବର ପ୍ରଚାର ପରେ ଅଶୋକଙ୍କ ପରିବାର ଲୋକେ ଏନେଇ ଥାନାରେ ଅଭିଯୋଗ କରିଛନ୍ତି। ମୃତ ଅଶୋକଙ୍କ ପିତା ଫକୀର ପରିଡ଼ା (୬୨) ଏହି ଅଭିଯୋଗ କରିଛନ୍ତି। ମୃତ ପ୍ରଶାନ୍ତଙ୍କ ପରିବାର ଲୋକେ ମିଶି ଅଶୋକଙ୍କୁ ହତ୍ୟାକରି ଫିଙ୍ଗି ଦେଇଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ଖବର ପାଇ କେନ୍ଦ୍ରାପଡ଼ା ଏସ୍‌ଡିପିଓ ରାଜୀବଲୋଚନ ପଣ୍ଡା, ଏସ୍‌ପି ନୀତିଶେଖର, ମହାକାଳପଡ଼ା ଆଇଆଇସି ମନୋରଞ୍ଜନ ଚୌଧୁରୀ ଏବଂ ସାଇଣ୍ଟିଫିକ୍‌ ଟିମ୍‌ ସହ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ତଦନ୍ତ ଚଳାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଫେଲ୍ ମାରିଛି ବସୁଧା ଯୋଜନା, ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି ଲୋକେ

ଆର ଉଦୟଗିରି,୨୪।୪(ମନୋଜ କୁମାର ପାଢୀ): ଗ୍ରାମାଞ୍ଚଳରେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କରିବା ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ରସରକାର ବିଭିନ୍ନ ଯୋଜନା ମାଧ୍ୟମରେ କୋଟି କୋଟି…

ସପ୍ତାହେ ହେଲା କର୍ଲିପାର୍ଟ ଜଳ ଯୋଗାଣ ପ୍ରକଳ୍ପ ଅଚଳ: ପିଇବା ପାଣି ପାଇଁ ହନ୍ତସନ୍ତ

ଲୋଇସିଂହା,୨୪।୪(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ନବଗଠିତ ଏନଏସି ଅଧୀନ କର୍ଲିପାର୍ଟ ଜଳ ଯୋଗାଣ ପ୍ରକଳ୍ପ ଗୋଟିଏ ସପ୍ତାହ ହେଲା ଅଚଳ ହୋଇପଡ଼ିଛି। ପ୍ରକଳ୍ପର କେବୁଲକୁ କେହି ଦୁର୍ବୃତ୍ତ…

ପାଣି ପାଇଁ ଡହଳବିକଳ ହେଉଛନ୍ତି ଲୋକେ: ସ୍ଥାୟୀ ସମାଧାନ ଦାବି

ପଦ୍ମପୁର,୨୪ା୪ (ପ୍ରଦୀପ୍ତ ଦାଶ):ପଦ୍ମପୁରରେ ଚିରାଚରିତ ସମସ୍ୟାରେ ପରିଣତ ହୋଇସାରିଛି ପାନୀୟ ଜଳ ସମସ୍ୟା। ଦୀର୍ଘ ବର୍ଷ ଧରି ଏହି ସମସ୍ୟା ଲାଗି ରହିଥିବା ବେଳେ ଏହାର ସ୍ଥାୟୀ…

ଘରେ କେହି ନଥିବା ସୁଯୋଗ ନେଇ ଲୁଟିନେଲେ ଦୁର୍ବୃତ୍ତ, ୩ ଲକ୍ଷ ସହ ସୁନା ଗହଣା…

କଲ୍ୟାଣସିଂହପୁର,୨୪।୪(ଦୀପକ କୁମାର ପରିଡା): ରାୟଗଡା ଜିଲାରେ ଦିନକୁ ଦିନ ଚୋରି ଓ ଲୁଟ୍ ଘଟଣା ବୃଦ୍ଧି ପାଉଛି । କଲ୍ୟାଣସିଂହପୁର ବ୍ଲକର ଦାନୁ ସାହିରେ ଘରେ କେହି…

ଚାଷୀନେତାଙ୍କୁ ଉଠାଇ ନେଲା ପୋଲିସ: ଧାନ ସଂଗ୍ରହ କମିଟି ବୈଠକ ପୂର୍ବରୁ ଘଟିଲା..

ବରଗଡ,୨୪।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଶୁକ୍ରବାର ପୂର୍ବାହ୍ନ ୧୧ଟାରେ ଜିଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ରହିଛି। ତେବେ ଏହି ବୈଠକ ପୂର୍ବରୁ…

ଯୌତୁକ ପାଇଁ ହତ୍ୟା, ସ୍ତ୍ରୀର ପେଟକୁ ଗୋଇଠା ମାରି ଜୀବନ ନେଇଗଲେ ସ୍ବାମୀ

ମୋରଡ଼ା,୨୪।୪(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ଥାନା ଅଞ୍ଚଳରେ ଯୌତୁକ ଦାବିରେ ସ୍ତ୍ରୀଙ୍କ ପେଟକୁ ଗୋଇଠା ମାରି ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏନେଇ ପୋଲିସ…

ଜନଗଣନାରେ ବାଧା ଦେଲେ ୩ ବର୍ଷ ଜେଲଦଣ୍ଡ: ଜାରି ହେଲା ଏସ୍‌ଓପି

ଭୁବନେଶ୍ୱର,୨୪।୪ (ରବିନାରାୟଣ ଜେନା):ରାଜ୍ୟରେ ଏପ୍ରିଲ ୧୬ରୁ ଆରମ୍ଭ ହୋଇଥିବା ଜନଗଣନାକୁ କିଭଳି ଶୃଙ୍ଖଳିତ କରାଯିବ ସେନେଇ ସରକାରଙ୍କ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଏନେଇ ରାଜସ୍ବ ମନ୍ତ୍ରୀ…

ପ୍ରଥମେ ନର୍କ କହିଲେ ଏବେ ପ୍ରଶଂସା କଲେ, ଭାରତକୁ ସମାଲୋଚନା କରିବା ପରେ ନରମିଲା ଟ୍ରମ୍ପଙ୍କ ସ୍ବର

ଓ୍ବାଶିଂଟନ,୨୪।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କିଛି ରାଷ୍ଟ୍ରକୁ “ନର୍କଗହ୍ୱର” ବୋଲି ବର୍ଣ୍ଣନା କରିବା ନେଇ ଭାରତରେ ଏକ ବିବାଦ ଦେଖାଦେଇଛି । ଟ୍ରମ୍ପ ଏକ ବାର୍ତ୍ତାଳାପର ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri