ଗୋଟିଏ ଗାଁରେ ୨୪ ଘଣ୍ଟା ମଧ୍ୟରେ ଡବଲ ମର୍ଡର

ମହାକାଳପଡ଼ା,୨୮।୧୧(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ଥାନା ଅଧୀନ ଜଅଁରା ଗ୍ରାମରେ ୨୪ ଘଣ୍ଟା ମଧ୍ୟରେ ଡବଲ ମର୍ଡର ହୋଇଥିବାବେଳେ ପୃଥକ୍‌ ପୃଥକ୍‌ ଥାନାରେ ଲିଖିତ ଅଭିଯୋଗ ହୋଇଛି।
ସୂଚନାଯୋଗ୍ୟ, ବୁଧବାର ପ୍ରଶାନ୍ତ ସାହୁ(୨୩)ଙ୍କ ମୃତଦେହ  ଝୁଲନ୍ତା ଅବସ୍ଥାରେ ମିଳିଥିବାବେଳେ ମୃତ ପ୍ରଶାନ୍ତଙ୍କ ବାଡ଼ି ପୋଖରୀରେ ଅଶୋକ ପରିଡ଼ା(୩୦)ଙ୍କ ମୃତଦେହ ଭାସୁଥିବା ଖବର ପ୍ରଚାର ପରେ ଅଶୋକଙ୍କ ପରିବାର ଲୋକେ ଏନେଇ ଥାନାରେ ଅଭିଯୋଗ କରିଛନ୍ତି। ମୃତ ଅଶୋକଙ୍କ ପିତା ଫକୀର ପରିଡ଼ା (୬୨) ଏହି ଅଭିଯୋଗ କରିଛନ୍ତି। ମୃତ ପ୍ରଶାନ୍ତଙ୍କ ପରିବାର ଲୋକେ ମିଶି ଅଶୋକଙ୍କୁ ହତ୍ୟାକରି ଫିଙ୍ଗି ଦେଇଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ଖବର ପାଇ କେନ୍ଦ୍ରାପଡ଼ା ଏସ୍‌ଡିପିଓ ରାଜୀବଲୋଚନ ପଣ୍ଡା, ଏସ୍‌ପି ନୀତିଶେଖର, ମହାକାଳପଡ଼ା ଆଇଆଇସି ମନୋରଞ୍ଜନ ଚୌଧୁରୀ ଏବଂ ସାଇଣ୍ଟିଫିକ୍‌ ଟିମ୍‌ ସହ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ତଦନ୍ତ ଚଳାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଥମ ସ୍ତ୍ରୀଙ୍କୁ ସାଥୀରେ ରଖିବାକୁ ଚାହିଁବାରୁ ଆତ୍ମହତ୍ୟା କଲେ ୨ୟ ସ୍ତ୍ରୀ

ଇନ୍ଦୋର, ୧୭।୮: ମଧ୍ୟପ୍ରଦେଶର ଇନ୍ଦୋରରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ବ୍ୟକ୍ତି ତାଙ୍କର ପ୍ରଥମ ସ୍ତ୍ରୀ ଓ ପିଲାଛୁଆଙ୍କୁ ପାଖରେ ରଖିବାକୁ ଚାହିଁବାରୁ...

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ସଂଘବଦ୍ଧ ଆକ୍ରମଣ, ଜଣେ ମୃତ

ଖପ୍ରାଖୋଲ, ୧୬।୧୦(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ଖପ୍ରାଖୋଲ ଥାନା ଧପ୍ତାମୁଣ୍ଡା ପଞ୍ଚାୟତ କଟାପାଲି ଗାଁରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ବୁଧବାର ସକାଳେ ଜଣଙ୍କୁ ଅତି ନିର୍ମମଭାବେ ହତ୍ୟା...

ପଞ୍ଚୁବରାହୀ ପୀଠ ଉନ୍ନତି ପାଇଁ ଖର୍ଚ୍ଚ ହେବ ୨୨ କୋଟି

କେନ୍ଦ୍ରାପଡ଼ା ଅଫିସ/ଆଳି/ରାଜକନିକା/ ରାଜନଗର,୨୯।୪(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ବିକାଶର ସମୀକ୍ଷା ପାଇଁ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତଗିତ ସଚିବ (୫-ଟି) ଭି.କେ. ପାଣ୍ଡିଆନଙ୍କ ୨ଦିନିଆ ଗସ୍ତ ଶୁକ୍ରବାର ଶେଷ ହୋଇଛି।...

ପୁତୁରାଙ୍କୁ ହତ୍ୟା କରିଥିଲେ ଦାଦା

ଗଁଦିଆ, ୧।୧୧: ପାରିବାରିକ କଳହକୁ କେନ୍ଦ୍ରକରି ନାବାଳକ ପୁତୁରାଙ୍କୁ ଅତି ଜଘନ୍ୟ ଭାବେ ତଣ୍ଟିଚିପି ହତ୍ୟା କରିଥିଲେ ସମ୍ପର୍କୀୟ ଦାଦା। ମାମଲା ରଫାଦଫା କରିବାକୁ ମୃତଦେହକୁ ଜଙ୍ଗଲରେ...

ପ୍ରିନ୍ସପାଲଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଭୁବନେଶ୍ୱର/ଲାଞ୍ଜିଗଡ଼,୭ା୩(ବ୍ୟୁରୋ/ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବିଶ୍ୱନାଥପୁର ହୀରାନୀଳା କଲେଜର ପ୍ରିନ୍ସପାଲଙ୍କ ଘରେ ସୋମବାର ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ...

୪ ଭାଇଙ୍କୁ ହତ୍ୟା ଘଟଣା: ୩ ଅଭିଯୁକ୍ତଙ୍କୁ ଦୁଇଦିନିଆ ରିମାଣ୍ଡ ଅନୁମତି

ହିଞ୍ଜିଳିକାଟୁ,୬ା୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ପିତ୍ତଳ ଛକରେ କମେଣ୍ଟ ମରା ଘଟଣାକୁ କେନ୍ଦ୍ର କରି ବଚସା ଓ ପରେ ଯୋଜନାବଦ୍ଧ ଭାବେ ୪ଭାଇଙ୍କୁ ଜଘନ୍ୟ...

ବନ୍ଧୁକ ମୁନରେ ଲୁଟିନେଲେ ୨୩ ଲକ୍ଷ

ଖୋର୍ଦ୍ଧା ଅଫିସ,୨୪।୧: ଖୋର୍ଦ୍ଧା ଆଦର୍ଶ ଥାନା ସତ୍ୟସାଇ ମନ୍ଦିର ରାସ୍ତାରେ ଶୁକ୍ରବାର ଲୁଟ ହୋଇଛି। ୨୩ ଲକ୍ଷ ଏଲ୍‌ଆଇସି ବୀମା ଟଙ୍କା ବ୍ୟାଙ୍କରେ ଜମା କରିବା...

ପାରାଦୀପ-ହରିଦାସପୁର ରେଳପଥ: ଗଡ଼ିଲା ମାଲବାହୀ ଟ୍ରେନ୍‌

ପାରାଦୀପ(ସ୍ବ.ପ୍ର.)/କେନ୍ଦ୍ରାପଡ଼ା ଅଫିସ/ମାର୍ଶାଘାଇ/ମହାକାଳପଡ଼ା (ଡି.ଏନ୍‌.ଏ),୧।୮: ଦୀର୍ଘ ୨୧ ବର୍ଷର ପ୍ରତୀକ୍ଷା ପରେ ଶୁକ୍ରବାର ପ୍ରଥମ କରି ପାରାଦୀପ-ହରିଦାସପୁର ରେଳପଥରେ ମାଲବାହୀ ଟ୍ରେନ୍‌ ଚଳାଚଳ ହୋଇଛି। ପାରାଦୀପରୁ ୫୨୮୨...

Advertisement
Archives

Model This Week