Posted inଜାତୀୟ

ଗୋଗୋଇଙ୍କୁ ଶିବଲ୍‌ଙ୍କ ୫ ପ୍ରଶ୍ନ

ନୂଆଦିଲ୍ଲୀ,୧୮।୩: ସୁପ୍ରିମ୍‌କୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ରାଜ୍ୟ ସଭା ସଦସ୍ୟ ଭାବେ ମନୋନୀତ କରିଛନ୍ତି। ଗୋଗୋଇଙ୍କ ରାଜ୍ୟ ସଭା ସଦସ୍ୟତା ନେଇ ନାନା ଆରୋପ-ପ୍ରତ୍ୟାରୋପ ଜାରି ରହିଛି। ଏନେଇ କଂଗ୍ରେସ ପକ୍ଷରୁ କପିଲ୍‌ ଶିବଲ୍‌ ବୁଧବାର ଟୁଇଟ୍‌ କରି ଗୋଗୋଇଙ୍କୁ ୫ଟି ପ୍ରଶ୍ନ ପଚାରିଛନ୍ତି। ଏବେ ଏହାକୁ ନେଇ ସୋସିଆଲ୍‌ ମିଡ଼ିଆ ସରଗରମ ହେବାରେ ଲାଗିଛି। ଶିବଲ୍‌ ପଚାରିଛନ୍ତି ନିଜ ମାମଲାରେ ଗୋଗୋଇ ଫଇସଲା କାହିଁକି ନିଜେ ନେଇଛନ୍ତି? ଲଫାପା ବନ୍ଦ ନ୍ୟାୟିକ ପ୍ରଣାଳୀ କାହିଁିକି?, ନିର୍ବାଚିତ ବୋର୍ଡର ନିଷ୍ପତ୍ତି କାହିଁକି ଗ୍ରହଣ କରାଗଲାନି?, ରାଫାଲ ମାମଲାରେ କାହିଁକି କ୍ଲିନ୍‌ ଚିଟ୍‌ ଦିଆଗଲା? ସିବିଆଇ ନିର୍ଦ୍ଦେଶକଙ୍କୁ କାହିଁକି ହଟାଗଲା?। ତେବେ ଗୋଗୋଇ ଶପଥ ନେବା ପରେ ସମସ୍ତ ପ୍ରଶ୍ନର ଉତ୍ତର ଦେବେ ବୋଲି କହିଛନ୍ତି। ସୂଚନାଯୋଗ୍ୟ, ଅବସର ଗ୍ରହଣପରେ ପୁଣି ବିଭିନ୍ନ ପଦବୀ ଗ୍ରହଣ କରିବାକୁ ନିନ୍ଦନୀୟ ଘଟଣା ବୋଲି ପ୍ରଧାନ ବିଚାରପତି ଭାବେ କାର୍ଯ୍ୟ କରୁଥିବା ସମୟରେ ଗୋଗୋଇ କହିଥିଲେ। ମାତ୍ର ଏବେ ସେ ଏଭଳି କରୁଥିବାରୁ ବିଭିନ୍ନ ମହଲରୁ ତାଙ୍କୁ ବିରୋଧ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଆସାମ ଜେଲକୁ ଗଲେ ଅମ୍ରିତପାଲଙ୍କ ଘନିଷ୍ଠ ସହଯୋଗୀ ପପଲପ୍ରୀତ

ଚଣ୍ଡିଗଡ,୧୧।୪: ଫେରାର ଖାଲିସ୍ତାନୀ ନେତା ଅମ୍ରିତପାଲଙ୍କ ଘନିଷ୍ଠ ସହଯୋଗୀ ପପଲପ୍ରୀତଙ୍କୁ ମଙ୍ଗଳବାର ଆସାମର ଦିବ୍ରୁଗଡ ଜେଲକୁ ପଠାଯାଇଛି। ଅମ୍ରିତପାଲଙ୍କ ଅନ୍ୟ ସହଯୋଗୀମାନେ ମଧ୍ୟ ଆସାମର ଏହି...

ନାବାଳିକା ହତ୍ୟାକାରୀ ସାହିଲ ଗିରଫ, ୪୦ଥର ଛୁରୀ ଭୁଷି ଗର୍ଲଫ୍ରେଣ୍ଡଙ୍କୁ କରିଥିଲେ ହତ୍ୟା

ନୂଆଦିଲ୍ଲୀ,୨୯।୫: ଦିଲ୍ଲୀର ଶାହବାଦ ଡେୟରି ଅଞ୍ଚଳରେ ଜଣେ ଯୁବକ ତାଙ୍କ ଗର୍ଲଫ୍ରେଣ୍ଡଙ୍କୁ ଛୁରୀ ଭୁଷି ହତ୍ୟା କରିଛନ୍ତି। ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।...

ଏମସିଡି ନିର୍ବାଚନ ପାଇଁ ଏଏପିର ପ୍ରଥମ ପ୍ରାର୍ଥି ତାଲିକାରେ ୧୩୪ ଜଣଙ୍କ ନାମ

ନୂଆଦିଲ୍ଲୀ,୧୨ ।୧୧: ଦିଲ୍ଲୀର ଶାସନ କ୍ଷମତାରେ ଥିବା ଆମ ଆଦମୀ ପାର୍ଟି(ଏଏପି) ଶନିବାର ରାତିରେ ଏମସିଡି ବା ଦିଲ୍ଲୀ ନଗର ନିଗମ ନିର୍ବାଚନ ଲାଗି ପ୍ରାର୍ଥି...

ଅଲ୍‌ କାଏଦା ଆତଙ୍କବାଦୀ ଜଓ୍ବାହିରିଙ୍କ ଧମକପୂର୍ଣ୍ଣ ଲେଖା: କଶ୍ମୀରକୁ ଭୁଲ ନାହିଁ

ନୂଆଦିଲ୍ଲୀ,୧୦।୭: ଅଲ୍‌ କାଏଦା ଆତଙ୍କବାଦୀ ଅଲ୍‌ ଜଓ୍ବାହିରିଙ୍କ ଏକ ଧମକପୂର୍ଣ୍ଣ ଲେଖା ଜାରି ହୋଇଛି। ଏଥିରେ ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପ ବୃଦ୍ଧି ପାଇଁ କୁହାଯାଇଛି। କଶ୍ମୀରକୁ...

ତଙ୍ଗଧାରରେ ଅସ୍ତ୍ରଶସ୍ତ୍ର ଚୋରା କାରବାରର ପର୍ଦ୍ଦାଫାଶ୍‌

ଶ୍ରୀନଗର, ୧୩।୧୦: ଜମ୍ମୁ-କଶ୍ମୀରର ଭାରତ ପାକିସ୍ତାନ ନିୟନ୍ତ୍ରଣ ରେଖାରେ ଉତ୍ତେଜନା ବଢ଼ିବାରେ ଲାଗିଛି। ପାକିସ୍ତାନ ଲଗାତାର ଏଲ୍‌ଓସି ବାଟ ଦେଇ ଅସ୍ତ୍ରଶସ୍ତ୍ର ଚୋରା ଚାଲାଣର ଉଦ୍ୟମ...

କ୍ୟୁଆରଏସଏଏମ୍‌ ସର୍ଫେସ-ଟୁ-ଏୟାର କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ…

ନୂଆଦିଲ୍ଲୀ/ବାଲେଶ୍ୱର, ୮।୯(ବ୍ୟୁରୋ) : ଡିଆରଡିଓ ବୈଜ୍ଞାନିକ ଏବଂ ଭାରତୀୟ ସେନା ପକ୍ଷରୁ ଗୁରୁବାର ସଫଳତାର ସହ କ୍ୟୁଆରଏସଏଏମ୍‌ ସର୍ଫେସ-ଟୁ-ଏୟାର କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରାଯାଇଛି। ପରୀକ୍ଷଣ...

ନାତୁଣୀ ବାହାଘରରେ ନାଚୁଥିବାବେଳେ ହୃଦ୍‌ଘାତରେ ଆଖିବୁଜିଲେ ଜେଜେ ମା’

ଭୋପାଳ,୧୬।୧୨: ମଧ୍ୟପ୍ରଦେଶ ସେଓନିର ବାନ୍ଦୋଲ ପୋଲିସ ଷ୍ଟେଶନ ଅଧୀନରେ ଥିବା ବଖରୀ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ନାତୁଣୀ ବାହାଘରରେ ନାଚୁଥିବାବେଳେ ହୃଦ୍‌ଘାତରେ ମୃତ୍ୟୁବରଣ...

ଆ-କା-ମା-ବୈ ଉଚ୍ଚାରଣରେ କମ୍ପିଲା ହାଇଦ୍ରାବାଦ

ହାଇଦ୍ରାବାଦ,୮।୧୧: ଉତ୍କଳୀୟ ନୌବାଣିଜ୍ୟ ପରମ୍ପରାକୁ ମନେ ପକାଇବା ପାଇଁ ପ୍ରତିବର୍ଷ କାର୍ତ୍ତିକ ପୂର୍ଣ୍ଣିମାରେ ପାଳନ ହୁଏ ବୋଇତ ବନ୍ଦାଣ ଉତ୍ସବ। ଏଥିପାଇଁ ମଙ୍ଗଳବାର ପୁରପଲ୍ଲୀରୁ ଆରମ୍ଭ...

Advertisement
Archives

Model This Week