ଗୋଇଠିରେ ଫୁଟ୍‌ବଲ

ନୂଆଦିଲ୍ଲୀ: ଫୁଟବଲ୍‌ ଖେଳର ବିଭିନ୍ନ କୌଶଳକୁ ଆପଣାଇ ବେଳେବେଳେ ଲୋକେ ଚର୍ଚ୍ଚିତ ହୋଇଥାନ୍ତି। ତେବେ ଫୁଟବଲକୁ ନିଜ ଗୋଇଠିରେ ଚଲାଇବାର ଏକ ସ୍ବତନ୍ତ୍ର ତଥା ଅଦ୍ଭୁତ କଳା ପ୍ରଦର୍ଶନ କରି ଇଣ୍ଟରନେଟ୍‌ରେ ଲୋକପ୍ରିୟ ହୋଇଛନ୍ତି ଜଣେ ମହିଳା ରକୁଲ୍‌ ବେନେଟି।
ରକୁଲ୍‌ ହେଉଛନ୍ତି ବ୍ରାଜିଲର ମୂଳ ବାସିନ୍ଦା, କିନ୍ତୁ ଏବେ ସେ ଇଣ୍ଟରନେଟ୍‌ରେ ଢେର୍‌ ଲୋକପ୍ରିୟତା ହାସଲ କରିଛନ୍ତି। ରକୁଲଙ୍କୁ ଫୁଟବଲ୍‌ ଖେଳ ପ୍ରତିଭା କ୍ଷେତ୍ରରେ ରାଣୀ ବୋଲି କୁହାଯାଉଛି। ତେବେ ତାଙ୍କର ଏହି ପ୍ରକାର ଗୋଇଠିରେ ଫୁଟବଲ ଚଲାଇବାର ଦକ୍ଷତା ପାଇଁ ସେ ଏତେ ଲୋକପ୍ରିୟ ହୋଇଛନ୍ତି ଯେ, ଇଣ୍ଟରନେଟ୍‌ରେ ସେ ନିଜର ଏକ ଆକାଉଣ୍ଟ ଖୋଲି କେବଳ ଫୁଟବଲ୍‌ର କୌଶଳ ସମ୍ପର୍କରେ ଶିକ୍ଷା ଦେଉଛନ୍ତି। ରକୁଲଙ୍କ ଫୁଟବଲ୍‌ ନେଇ ଏଭଳି ଦକ୍ଷତା ବହୁଦିନର ଏବଂ ସେ ଇଣ୍ଟରେ୍‌ନଟରେ ସେ ବହୁଦିନରୁ ସ୍ବତନ୍ତ୍ରତା ସୃଷ୍ଟି କରିଛନ୍ତି। କିନ୍ତୁ ଏବେ ହଠାତ୍‌ ତାଙ୍କର ଏ ସମ୍ପର୍କିତ ଏକ ଭିଜୁଆଲ ଭାଇରାଲ୍‌ ହୋଇଛି। ମାତ୍ର ଦୁଇଘଣ୍ଟା ଭିତରେ ତାଙ୍କ ଭିଡିଓକୁ ବହୁସଂଖ୍ୟାରେ ଲୋକେ ଲାଇକ୍‌ କରିବା ସହ କମେଣ୍ଟ ବି ଦେଇଛନ୍ତି। ଏମିତିକି କ୍ରୀଷ୍ଟିନା ରୋନାଣ୍ଡୋ ଏବଂ ଲିଓନେଲ୍‌ ମେସିଙ୍କ ଭଳି ଫୁଟବଲ୍‌ ଖେଳାଳି ମଧ୍ୟ ତାଙ୍କୁ ପ୍ରଶଂସା କରି ତାଙ୍କ ଭିଡିଓକୁ ନିଜ ଆକାଉଣ୍ଟରେ ଶେୟାର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟି-୨୦ ବିଶ୍ୱକପ୍‌ରେ ପ୍ରଥମ: ଦକ୍ଷିଣ ଆଫ୍ରିକା-ଆଫଗାନିସ୍ତାନ ମଧ୍ୟରେ ୨ ସୁପର ଓଭର, ଜାଣନ୍ତୁ କିଏ ମାରିଲା ବାଜି

ଅହମ୍ମଦାବାଦ,୧୧।୨: ଅହମ୍ମଦାବାଦରେ ଦକ୍ଷିଣ ଆଫ୍ରିକା ଏବଂ ଆଫଗାନିସ୍ତାନ ମଧ୍ୟରେ ଖେଳାଯାଇଥିବା ମ୍ୟାଚ ଟାଇ ହୋଇଛି। ପ୍ରଥମେ ବ୍ୟାଟିଂ କରି ଦକ୍ଷିଣ ଆଫ୍ରିକା ୨୦ ଓଭରରେ ୬ ଉଇକେଟ…

ଦ୍ୱିତୀୟ ମହଲାରେ ହଠାତ୍‌ ଲାଗିଲା ନିଆଁ, ଆଉ ତା’ ପରେ…

ଗୁଣପୁର,୧୧ା୨(ସଙ୍କେତ ପାତ୍ର): ରାୟଗଡ଼ା ଜିଲା ଗୁଣପୁର ସହରର ବଳରାମ ନଗର ଅଞ୍ଚଳର ଶ୍ରୀରାମନଗରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ସ୍ଥାନୀୟ ନିବାସୀ ପ୍ରଫୁଲ୍ଲ ସେନାପତିଙ୍କ ଦ୍ୱିତୀୟ ମହଲାରେ…

ୟୁ ଟର୍ନ ପାର୍ଟ ୨! ବିଶ୍ୱକପରୁ ବାହାରି ଯିବାକୁ ନେଇ ବାଂଲାଦେଶ ଦେଲା ବଡ଼ ବୟାନ, ଖେଳାଳିଙ୍କ ଉପରେ ଲଗାଇଲା ‘ଅଭିଯୋଗ’

ନୂଆଦିଲ୍ଲୀ,୧୧।୨: ୨୦୨୬ ଟି୨୦ ବିଶ୍ୱକପରୁ ବାଂଲାଦେଶର ଓହରିଯିବା ପ୍ରସଙ୍ଗ ଏବେ କେବଳ କ୍ରୀଡା ପର୍ଯ୍ୟନ୍ତ ସୀମିତ ନୁହେଁ, ବରଂ ରାଜନୈତିକ ବୟାନବାଜିର ରୂପ ନେଇଛି। ସଦ୍ୟତମ ଘଟଣାକ୍ରମରେ,…

ବାଂଲାଦେଶ ନିର୍ବାଚନରେ ପୁରୁଣା ହୋଇଗଲା ‘ବ୍ୟାଟେଲ ଅଫ ବେଗମ୍ସ’, ଏବେ ରହମାନଙ୍କ ମଧ୍ୟରେ ସିଧା ଟକ୍କର

ଢାକା,୧୧।୨: ବାଂଲାଦେଶରେ ଫେବୃଆରୀ ୧୨, ୨୦୨୬ ରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଏଥର, ପାରମ୍ପରିକ ‘ଦୋ ବେଗମ’ ରାଜନୀତି ପରିବର୍ତ୍ତେ, ଦୁଇ ରହମାନଙ୍କ ମଧ୍ୟରେ…

କେଉଁଦିନ ହେବ ମହାବିନାଶକାରୀ ରାତି? ଜଣାପଡିଲା ପ୍ରଳୟର ତାରିଖ!

ବିଶ୍ୱାସ, ଇତିହାସ ଏବଂ ରାଜନୀତି ଉପରେ ହେଉଥିବା ବିତର୍କରେ ପ୍ରାୟତଃ ବିନାଶକାରୀ ରାତିର ଉଲ୍ଲେଖ କରାଯାଏ। ସମ୍ପ୍ରତି, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ…

ବର ସାଜିବେ ସଚିନ ତେନ୍ଦୁଲକରଙ୍କ ପୁଅ: ଜାଣନ୍ତୁ ଅର୍ଜନୁଙ୍କ ମୋଟ ସମ୍ପତ୍ତି କେତେ

ନୂଆଦିଲ୍ଲୀ,୧୧।୨:ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକର ଖୁବ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି। ବିବାହ କାର୍ଡ ବଣ୍ଟାଉଛି। ସଚିନ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ସମେତ ଅନେକ ପ୍ରମୁଖ…

ଟ୍ରେଡ ଡିଲରେ ଆମେରିକା ଚୁପଚାପ କରିଦେଲା ଘୋଟାଲା! କ’ଣ ପରିବର୍ତ୍ତନ ହେଲା? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ଓ୍ବାଶିଂଟନ,୧୧।୨: ଭାରତ ଏବଂ ଆମେରିକା ମଧ୍ୟରେ ସମ୍ପ୍ରତି ଘୋଷିତ ମଧ୍ୟବର୍ତ୍ତୀକାଳୀନ ବାଣିଜ୍ୟ ଚୁକ୍ତିନାମାକୁ ନେଇ ଏକ ନୂଆ ବିବାଦ ସୃଷ୍ଟି ହୋଇଛି। ହ୍ବାଇଟ ହାଉସ ଚୁପ ଚାପ…

ବିଜେଡିରୁ ଇସ୍ତଫା ଦେଲେ ଜିଲା ଉପସଭାପତି, ଏହି କାରଣ ଦର୍ଶାଇ…

ରାୟଗଡା,୧୧।୨(ଆଶିଷ ରଞ୍ଜନ ପଣ୍ଡା): ଜିଲାରେ ବିଜେଡି ପାଇଁ ବଢୁଛି ଅଡ଼ୁଆ। ଜିଲା କମିଟି ଘୋଷଣା ହେବା ପରେ ଦାୟିତ୍ୱ ପାଇଥିବା ଜଣେ ଉପସଭାପତି ତାଙ୍କ ପଦବୀରୁ ଇସ୍ତଫା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri