ଗୋଆରେ ମିଳୁଛି ‘ଉର୍ବଶୀ ରୌଟେଲା-ଶଟ୍‌’

ମୁମ୍ବାଇ: ବି-ଟାଉନ୍‌ ତାରକାଙ୍କୁ ନେଇ କ୍ରେଜ୍‌ କିଛି ନୂଆ କଥା ନୁହେଁ। ନିଜ ମନପସନ୍ଦ ଅଭିନେତ୍ରୀ, ଅଭିନେତାଙ୍କ ପାଇଁ ବେଳେ ବେଳେ ଫ୍ୟାନ୍‌ମାନେ କିଛି ବି କରିବାକୁ ପ୍ରସ୍ତୁତ ଥାଆନ୍ତି। ଆଉ ଦର୍ଶକଙ୍କ ଏହି ଦୁର୍ବଳତା ଅନେକ ସମୟରେ ବ୍ୟବସାୟୀଙ୍କୁ ଫାଇଦା ଦେଇଥାଏ। ସେଲିବ୍ରିଟିଙ୍କ ନାଁ ଯୋଡ଼ି ବ୍ୟବସାୟୀମାନେ ସ୍ମାର୍ଟ ବ୍ୟବସାୟ କରି ଲାଭବାନ ହୋଇଥାନ୍ତି। ଏପରି ଅନେକ ଉଦାହରଣ ଆପଣ ନିଜେ ମଧ୍ୟ ଦେଖିଥିବେ। ଏହିଭଳି ଏକ ନଜିର ମିଳିଛି ଗୋଆର ଏକ କ୍ଲବ୍‌ରେ। ଏଠାରେ ବି-ଟାଉନ୍‌ର ବୋଲ୍ଡ ଅଭିନେତ୍ରୀ ଉର୍ବଶୀ ରୌଟେଲାଙ୍କ ନାମରେ ମିଳୁଛି ମାଦକ ମିଶ୍ରିତ ପାନୀୟ। ଗୋଆର ଏହି କ୍ଲବରେ ଉପଲବ୍ଧ ହେଉଛି ଏକ ନୂତନ ମାଦକ-ପାନୀୟ, ଯାହାର ନାମ ରଖାଯାଇଛି ‘ଉର୍ବଶୀ ରୌଟେଲା-ଶଟ୍‌’। ବୋଲ୍ଡ ଉର୍ବଶୀଙ୍କ ବ୍ୟକ୍ତିତ୍ୱ ଅନୁଯାୟୀ ଏହି ମାଦକ ମିଶ୍ରିତ ପାନୀୟକୁ କ୍ଲବ୍‌ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ଜଣାପଡ଼ିଛି। ଏହାଛଡ଼ା ଉର୍ବଶୀଙ୍କ ଫ୍ୟାନ୍‌ମାନଙ୍କୁ କ୍ଲବ୍‌କୁ ଟାଣିଆଣିବାକୁ ଏବଂ ବ୍ୟବସାୟିକ ସଫଳତା ଦୃଷ୍ଟିରୁ ଏଭଳି ଉପାୟ ବାହାର କରିଥିବା କ୍ଲବ ପକ୍ଷରୁ କୁହାଯାଇଛି। ଗୋଆର ପରିବେଶ ଅନୁସାରେ ଏଭଳି ରୌଟେଲା-ଶଟ୍‌ ଗ୍ରାହକଙ୍କୁ ନିଶ୍ଚୟ ଆକୃଷ୍ଟ କରିବ ବୋଲି କ୍ଲବ୍‌ ମାଲିକଙ୍କ ଆଶା ରହିଛି। ତେବେ କ୍ଲବ୍‌ରେ ନିଜ ନାଁରେ ଏଭଳି ମାଦକ ମିଶ୍ରିତ ପାନୀୟ ମିଳୁଥିବା ଜାଣିବା ପରେ ଉର୍ବଶୀ ବହୁତ ଖୁସି ଜାହିର କରିଛନ୍ତି। ସେ କହିଛନ୍ତି, ଏହା ଏକ ଭଲ ପ୍ରୟାସ। କ୍ଲବ୍‌ ମାଲିକ ଯେଉଁ ଉଦ୍ଦେଶ୍ୟ ରଖି ମୋ ନାଁରେ ଶଟ୍‌ ବିକ୍ରି ଆରମ୍ଭ କରିଛନ୍ତି, ତାଙ୍କର ସେହି ଚେଷ୍ଟା ସଫଳ ହେଉ। ଅନ୍ୟପକ୍ଷରେ ଉର୍ବଶୀ ଖୁବ୍‌ଶୀଘ୍ର ମଲ୍‌ଟି ଷ୍ଟାରର ଫିଲ୍ମ ‘ପାଗଲପନ୍ତି’ରେ ନଜରକୁ ଆସିବେ। ଏଥିରେ ଅନିଲ କପୁର, ଜନ୍‌ ଆବ୍ରାହମ୍‌, ଇଲିୟାନା ଡିକ୍ରୁଜ୍‌, କ୍ରିତି ଖରବନ୍ଦା ଏବଂ ଅରଶଦ୍‌ ଓ୍ବାରସୀଙ୍କୁ ମଧ୍ୟ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ।


Enter your email to get our daily news in your inbox.

All Right Reserved By Dharitri.Com

IPLରେ ଇତିହାସ ରଚିଲା RCB: ଦ୍ୱିତୀୟ ଥର ପାଇଁ ହାତେଇଲା ଟାଇଟଲ

ଅହମଦାବାଦ, ୩୧।୫- ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ଖେଳାଯାଇଥିବା ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୯ତମ ସଂସ୍କରଣର ଫାଇନାଲ ମ୍ୟାଚ୍‌ରେ ଇତିହାସ ରଚିଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆର୍‌ସିବି)।…

ବିସ୍ଫୋରକ ଗଚ୍ଛିତ ଥିବା ଗୋଦାମରେ ଭୟଙ୍କର ବିସ୍ଫୋରଣ, ୫୦ରୁ ଅଧିକ ମୃତ

ମିଆଁମାରର ନମଖାମର ଏକ ଗୋଳାବାରୁଦ ଡିପୋରେ ଭୟଙ୍କର ବିସ୍ଫୋରଣ ହୋଇଛି । ଏଥିରେ ପ୍ରାୟ ୫୦ରୁ ଉର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ ହୋଇଥିବା ନେଇ ଅନୁମାନ କରାଯାଉଛି ।…

ବରଗଡ଼ ଆସୁଛନ୍ତି ଓଏସସିପିସିଆର୍‌ ସଭ୍ୟା, ଛତୁଆ କେନ୍ଦ୍ରରେ ତଦନ୍ତ କରିବ ଶିଶୁ ସୁରକ୍ଷା ଆୟୋଗ

ବରଗଡ଼,୩୧ା୫(ପ୍ରେମାନନ୍ଦ ଖମାରୀ):  ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ (ଓଏସସିପିସିଆର୍‌) ସଭ୍ୟା କଳ୍ପନା ଲେଙ୍କା ସୋମବାର ବରଗଡ଼ ଗସ୍ତରେ ଆସୁଥିବା ସୂଚନା ମିଳିଛି । ସେ…

ରାଜପଥରେ ଲୁଟ୍‌ପାଟ୍‌: ଡ୍ରାଇଭରଙ୍କଠାରୁ ଲୁଟି ବନ୍ଧାହେଲେ ୩ ଅଭିଯୁକ୍ତ

ବରଗଡ଼,୩୧ା୫(ପ୍ରେମାନନ୍ଦ ଖମାରୀ): ଲୁହାପାତ୍ର(ଆଇରନ୍‌ ଭେସେଲ୍‌) ବୋଝେଇ କରି ଏକ ଗାଡ଼ି ରାୟପୁରରୁ ଅନୁଗୁଳ ଅଭିମୁଖେ ଯାଉଥିଲା । ଶନିବାର ରାତିରେ ୫୩ନମ୍ବର ଜାତୀୟ ରାଜପଥର ବରଗଡ଼ ଗ୍ରାମାଞ୍ଚଳ…

ମମତା ବାନାର୍ଜୀଙ୍କ ବୈଠକରେ ୮୦ରୁ ୬୦ ବିଧାୟକ ଗାୟବ, ଟିଏମସିରେ ହେବକି…..

କୋଲକାତା,୩୧ା୫: ୨୦୨୬ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ​​ଏକ ବଡ଼ ପରାଜୟ ପରେ, ତୃଣମୂଳ କଂଗ୍ରେସ (ଟିଏମସି) ଏକ ନୂତନ ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଥିବା ପରି ମନେ ହେଉଛି…

ବିସ୍ଫୋରକ ଇନିଂସ, ୬ ବଲରେ ୬ ଛକା

ନୂଆଦିଲ୍ଲୀ, ୩୧ା୫: ନେପାଳର କୁଶାଲ ଭୁର୍ତେଲ ରବିବାର ଚାଇନା ବିପକ୍ଷ ୨୦୨୬ ଏସିଆନ ଗେମ୍ସ ଟି୨୦ଆଇ କ୍ୱାଲିଫାୟର ମ୍ୟାଚ୍‌ରେ ୬ ବଲରେ ୬ ଛକା ମାରିଛନ୍ତି। ସେ…

IPL Final: ୧୫୫ ରନ୍‌ରେ ଅଟକିଲା ଗୁଜରାଟ, ଟାଇଟଲ ଲକ୍ଷ୍ୟରେ ବେଙ୍ଗାଲୁରୁ

ଅହମଦାବାଦ, ୩୧ା୫- ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୯ତମ ସଂସ୍କରଣର ଫାଇନାଲ ମ୍ୟାଚ୍‌ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆର୍‌ସିବି) ଏବଂ ଗୁଜରାଟ ଟାଇଟନ୍ସ(ଜିଟି)…

ହରିଣ ମାରି ମାଂସ କାଟୁଥିବା ବେଳେ ମାଡ଼ି ବସିଲା ବନ ବିଭାଗ, ଧନୁ ତୀର…

ପାଟଣା/କେନ୍ଦୁଝର,୩୧।୫(ବୀର କିଶୋର ଦାଶ/ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ତଣ୍ଡୋବିଟ ଅଟେଇ ସଂରକ୍ଷିତ ବଣମହୁଲଡିହା ନିକଟରୁ ରବିବାର ସକାଳୁ ଏକ ଅଣ୍ଡିରା ହରିଣକୁ ଶିକାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri