କାମାକ୍ଷାନଗର, ୧।୧୧(ଡି.ଏନ.ଏ.)-ଢେଙ୍କାନାଳ ଜିଲା କାମାକ୍ଷାନଗର ବ୍ଲକ ସୋଗର ପଞ୍ଚାୟତରେ ଆବାସ ଯୋଜନାର ବିଲ୍ ପୈଠ ପାଇଁ ବ୍ୟାପକ ଲାଞ୍ଚ କାରବାର ହେଉଛି। ଏଥିରେ ପିଇଓଙ୍କ ସମ୍ପୃକ୍ତି ଥିବା ଚର୍ଚ୍ଚା ହେଉଥିବାବେଳେ ଏ ସମ୍ପର୍କିତ ଫୋନ୍ ରେକର୍ଡିଂ ଲାଗିଛି ଗଣମାଧ୍ୟମ ହାତରେ। ଅନ୍ୟପଟେ ରେକର୍ଡିଂ ଶୁଣିବା ପରେ ଘଟଣାର ତଦନ୍ତ କରାଯିବ ବୋଲି କହିଛନ୍ତି ବିଡିଓ ବିକାଶ କୁମାର ମହାନ୍ତି।
ସୋଗରପାଟଣା ସାହିର ଦିବ୍ୟାଙ୍ଗ ହିମାଂଶୁ ସ୍ବାଇଁଙ୍କ ସ୍ତ୍ରୀ ରଶ୍ମିତା ଅଭିଯୋଗ କରିଛନ୍ତି ଯେ, ଆବାସ ଯୋଜନା ଗୃହ ନିର୍ମାଣ ସମ୍ପର୍କିତ ଶେଷ କିସ୍ତି ବିଲ୍ ପାଇଁ ସେ ନିର୍ବାହୀ ଅଧିକାରୀ (ପିଇଓ) ସୁଶାନ୍ତି ସେଠୀ ସହ ଫୋନ୍ରେ କଥାବାର୍ତ୍ତା ହୋଇଥିଲେ। ଏଥିପୂର୍ବରୁ ବିଲ୍ କରାଇ ଦେବାକୁ ତାଙ୍କଠାରୁ ୩ ହଜାର ଟଙ୍କା ଲାଞ୍ଚ ନିଆଯାଇଥିଲା। ସେଥିରୁ ୨ହଜାର ଟଙ୍କା ଏବିଡିଓଙ୍କୁ ଦିଆଯାଇଥିବା ପିଇଓଙ୍କ ସ୍ବାମୀ ମଧ୍ୟସ୍ଥ ସାଜି ଫୋନ୍ରେ କହିଥିଲେ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ହିତାଧିକାରୀ ୨ଟି କିସ୍ତିରେ ୫୦ ହଜାର ଟଙ୍କା ସରକାରଙ୍କଠାରୁ ପାଇଛନ୍ତି। ଅଥଚ ତାଙ୍କୁ ଅଦ୍ୟାବଧି କାର୍ଯ୍ୟାଦେଶ ପ୍ରଦାନ କରାଯାଇନାହିଁ। ଏ ସମ୍ପର୍କରେ ପଚାରିବାରେ ଗ୍ରାମର ଅନ୍ୟ ୫ଜଣ କାର୍ଯ୍ୟାଦେଶ ନ ପାଇ ଛାତ ପକାଇଲେଣି। ଏଥିପାଇଁ ବ୍ୟସ୍ତ ହେବା ଦରକାର ନାହିଁ। କାର୍ଯ୍ୟାଦେଶ ଦିଆଯିବ ବୋଲି କହୁଛନ୍ତି। ରଶ୍ମିତା କରଜ ଆଣି ଘର ତିଆରି କରୁଥିବା କହିଥିବାବେଳେ ବିଲ୍ ନ କରିବା ପାଇଁ ଚାପ ପଡୁଛି ବୋଲି ନିର୍ବାହୀ ଅଧିକାରୀ କହୁଛନ୍ତି। ଏ ସମ୍ପର୍କିତ ସମସ୍ତ କଥାବାର୍ତ୍ତା ମୋବାଇଲ ଫୋନ୍ରେ ରେକର୍ଡିଂ ହୋଇଛି, ଯାହାକୁ ଗଣମାଧ୍ୟମ ପ୍ରତିନିଧିଙ୍କ ସହାୟତାରେ ରଶ୍ମିତା ବିଡିଓଙ୍କୁ ଶୁଣାଇଛନ୍ତି।
ଏ ନେଇ ପିଇଓଙ୍କ ମୋବାଇଲ (ନଂ.୮୦୧୮୨୫୮୧୦୦)ରେ ଯୋଗାଯୋଗ କରିବାରୁ ସେ କହିଲେ, ଅଭିଯୋଗ ଆଣିଥିବା ହିତାଧିକାରୀ ଘର କରୁଥିବା ଜମିକୁ ନେଇ ବିବାଦ ଅଛି। ତେଣୁ ଫାଇନାଲ ବିଲ୍ କରିବାରେ ବିଳମ୍ବ ହେଉଛି। ହିତାଧିକାରୀ ଆଣିଥିବା ଅଭିଯୋଗ ମିଥ୍ୟା। ରେକର୍ଡ ହୋଇଥିବା ଭଏସ୍ ତାଙ୍କର ନୁହେଁ ବୋଲି ପିଇଓ ନିଜ ପକ୍ଷ ରଖି କହିଛନ୍ତି।
ଅଭିଯୋଗ ସମ୍ପର୍କରେ ଏବିଡିଓ ସୁରେଶ ସାହୁଙ୍କୁ ପଚାରିବାରେ ସେ ଏଥିରେ ସମ୍ପୃକ୍ତ ନ ଥିବା ସ୍ପଷ୍ଟୀକରଣ ରଖିଛନ୍ତି। ଏଥିସହ ସମସ୍ତ ତଦନ୍ତର ସାମ୍ନା କରିବାକୁ ପ୍ରସ୍ତୁତ ଥିବା କହିଛନ୍ତି। ସେହିପରି ରେକର୍ଡିଂ ଶୁଣିବା ପରେ ବିଡିଓ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ଏ ନେଇ ନିର୍ବାହୀ ଅଧିକାରୀଙ୍କୁ ଡାକି ତଦନ୍ତ କରିବେ। ତା’ ସହ ନିୟମ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।
ଗୃହ କାର୍ଯ୍ୟାଦେଶ ବିଲ୍ ପାଇଁ ଲାଞ୍ଚ: ବାର୍ତ୍ତାଳାପ ରେକର୍ଡିଂ ଶୁଣାଇଲେ ହିତାଧିକାରୀ
Posted inଆମ ଜିଲା ଖବର, ଢେଙ୍କାନାଳ View All
ବିଳମ୍ବିତ ରାତିରେ କୋରାପୁଟରେ ଭୂକମ୍ପ ଝଟ୍କା: ଭୟଭୀତ ଅବସ୍ଥାରେ ଘରୁ ବାହାରି ଆସିଲେ ଲୋକେ
କୋରାପୁଟ/ପଟ୍ଟାଙ୍ଗି, ୪।୪(ଅମିତାଭ ବେହେରା/ ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ସମେତ ଆଖପାଖ ଅଞ୍ଚଳରେ ଶନିବାର ମୃଦୁ ଭୂକମ୍ପ ଅନୁଭୂତ ହୋଇଛି।…
ମହେନ୍ଦ୍ରଗିରିରେ ଭୟଙ୍କର ଦୁର୍ଘଟଣା: ଘାଟିରେ ଓଲଟିଲା ପାଣି ଟ୍ୟାଙ୍କର ଟ୍ରାକ୍ଟର, ଚାଲିଗଲା ହେଲ୍ପରଙ୍କ ଜୀବନ, ଚାଳକ…
ଗଜପତି, ୪ା୪(ଗିରିଧାରୀ ପରିଛା): ଗଜପତି ଜିଲା ଗାରାବନ୍ଧ ଥାନା ରାୟଗଡ଼ ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ମହେନ୍ଦ୍ରଗିରିରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ପାଣି ବୋଝେଇ…
ଛତ୍ରପୁରରେ ଜିଲାସ୍ତରୀୟ ପ୍ରବେଶ ଉତ୍ସବ: ଜିଲାପାଳ କଲେ ଖଡ଼ିଛୁଆଁ, ଶିକ୍ଷାବର୍ଷର ଶୁଭାରମ୍ଭ…
ଛତ୍ରପୁର, ୪।୪ (ଦିଲ୍ଲୀପ ସାମଲ): “ଆସରେ ଆସ ସ୍କୁଲ ଯିବା, ସାଙ୍ଗ ପିଲାଙ୍କ ସାଙ୍ଗେ ପାଠ ପଢ଼ିବା”ଏହି ନାରା ସହ ଗଞ୍ଜାମ ଜିଲ୍ଲାରେ ଆଜିଠାରୁ ନୂତନ ଶିକ୍ଷାବର୍ଷର…
ମଦ ପିଇ ବସ୍ ଚଳାଉଥିଲେ ଡ୍ରାଇଭର, ବ୍ରେଥ୍ ଆନାଲାଇଜର୍ରେ ଯାଞ୍ଚ କରି ଧରିଲା ପୋଲିସ, ଡିଏଲ୍ ସସ୍ପେଣ୍ଡ ସହ…
ଛତ୍ରପୁର, ୪।୪(ଦିଲୀପ ସାମଲ): ଯାତ୍ରୀଙ୍କ ଜୀବନ ସହ ଖେଳୁଥିବା ଜଣେ ଦାୟିତ୍ୱହୀନ ବସ୍ ଚାଳକଙ୍କୁ ଧରିଛି ପୋଲିସ। ନିଶାଶକ୍ତ ଅବସ୍ଥାରେ ବସ ଚଳାଇବା ଅଭିଯୋଗରେ ଗାଡ଼ି ଜବତ…
ଫାସଡ୍ ଶୁକତେଲ ନଦୀ ପୋଲତଳକୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ: ଚାଲିଗଲା ଡ୍ରାଇଭରଙ୍କ ଜୀବନ, ହେଲ୍ପର…
ବଲାଙ୍ଗୀର,୪।୪(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ୨୬ ନମ୍ବର ଜାତୀୟ ରାଜପଥ ଲୋଇସିଂହା ଥାନା ଅନ୍ତର୍ଗତ ଫାସଡ୍ ଶୁକତେଲ ନଦୀ…
ଦଶମ ଶ୍ରେଣୀ ନାବାଳିକାଙ୍କୁ ଅପହରଣ କରି କରିଥିଲେ ବଳାତ୍କାର, ମୋବାଇଲ୍ ଟ୍ରାକିଂ କରି ଅଭିଯୁକ୍ତଙ୍କୁ ମାଡ଼ି ବସିଲା…
ଦିଗପହଣ୍ଡି, ୪।୪ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା ଅନ୍ତର୍ଗତ ଏକ ଗ୍ରାମର ଜଣେ ୧୫ ବର୍ଷୀୟା ନାବାଳିକା ଛାତ୍ରୀଙ୍କୁ ଅପହରଣ ଓ ବଳାତ୍କାର…
ଶ୍ରୀରାମ ନବମୀ ଶୋଭାଯାତ୍ରାରେ ଯୁବକଙ୍କୁ ବ୍ଲେଡ୍ରେ ଆକ୍ରମଣ ପରେ ହତ୍ୟା ଉଦ୍ୟମ, ୪ଜଣଙ୍କୁ ବାନ୍ଧି…
ଦିଗପହଣ୍ଡି, ୪।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ କଇଠଖଣ୍ଡି ଗ୍ରାମରେ ଶ୍ରୀରାମ ନବମୀ ଯାତ୍ରା ଅବସରରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଶୋଭାଯାତ୍ରା…
ବରଗଡ଼ରେ ଜିଲାସ୍ତରୀୟ ପ୍ରବେଶ ଉତ୍ସବ, ଖଡ଼ି ଛୁଆଁଇଲେ ଜିଲାପାଳ
ବରଗଡ଼,୪।୪(ପ୍ରେମାନନ୍ଦ ଖମାରୀ)- ଚଳିତ ଶିକ୍ଷାବର୍ଷରେ ନୂତନ ଛାତ୍ରୀଛାତ୍ରମାନଙ୍କ ନାମଲେଖା ଓ ଖଡ଼ିଛୁଆଁ ପାଇଁ ଶନିବାର ଜିଲାସ୍ତରୀୟ ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି।…
Archives

