ଗୃହିଣୀରୁ କ୍ଷୁଦ୍ର ଶିଳ୍ପୋଦ୍ୟୋଗୀ

ଭଦ୍ରକ ଅଫିସ,୧୬।୩-ଘରର ଚାରିକାନ୍ଥ ମଧ୍ୟରେ ଆଉ ସୀମିତ ହୋଇ ରହିନାହାନ୍ତି ମହିଳା। ପ୍ରତ୍ୟେକ କ୍ଷେତ୍ରରେ ସେମାନେ ଆଗରେ। ପାଠ ଠାରୁ ଆରମ୍ଭ କରି କ୍ରୀଡ଼ା ସବୁଠି ସେମାନେ ପୁରୁଷଙ୍କ ଭଳି ପ୍ରତିଭା ପ୍ରଦର୍ଶନ କରୁଛନ୍ତି। ଏପରିକି ଚାଷ କ୍ଷେତ୍ରରେ ମଧ୍ୟ ଆଗକୁ ବଢ଼ି ସ୍ବାବଲମ୍ବୀ ହୋଇପାରୁଛନ୍ତି। ଯେକୌଣସି କାମ ହେଉ କିଛି କରିବାର ଦୃଢ଼ ମନୋବଳ ଥିଲେ ତାହା ରାସ୍ତା ଦେଖାଏ। ଏଭଳି ସାହସ ଓ ଉଦ୍ୟମ ଜାରି ରଖି ବୈଜୟନ୍ତୀ ରଣା ନାମ୍ନୀ ଜଣେ ଗୃହିଣୀ ଟେଲରିଂକୁ ରୋଜଗାରର ପନ୍ଥା ଭାବେ ଆପଣାଇ ଆଗକୁ ବଢ଼ି ଚାଲିଛନ୍ତି। ଏଥିରେ ନିଜ ପରିବାର ଚଳାଇ ଅନ୍ୟ ୨୫ ମହିଳା ଓ ପୁରୁଷଙ୍କୁ ରୋଜଗାର ଦେଇ ସେମାନଙ୍କ ପରିବାରକୁ ସ୍ବାବଲମ୍ବୀ କରାଇ ପାରିଛନ୍ତି। ଏଭଳି ଦକ୍ଷତା ଓ କାର୍ଯ୍ୟ ପାଇଁ ଓଡ଼ିଶା ସରକାରଙ୍କ ପକ୍ଷରୁ ରାଜ୍ୟପାଳଙ୍କ ଦ୍ୱାରା ସର୍ବପ୍ରଥମ ମହିଳା ଅଣୁ, କ୍ଷୁଦ୍ର ଶିଳ୍ପ ଉଦ୍ୟୋଗୀ ଭାବେ ସମ୍ମାନିତ ହୋଇଛନ୍ତି।
ବୈଜୟନ୍ତୀଙ୍କ ଘର ଭଦ୍ରକ ପୌରାଞ୍ଚଳ ଅଧୀନ ଅପର୍ତ୍ତିବିନ୍ଧା କୁମ୍ଭାରସାହିରେ। ସ୍ବାମୀ ବିଜୟ କୁମାର ରଣା ଓ ପୁଅ ରାଜାକୁ ନେଇ ତାଙ୍କ ପରିବାର। ତାଙ୍କ ସ୍ବାମୀ ଜଣେ ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀ। ବୈଜୟନ୍ତୀ ୨୦୦୮ରେ ଏକ ଘରୋଇ ଆଇଟିଆଇରେ ଟେଲରିଂ ଶିକ୍ଷାଲାଭ କରିଥିଲେ। ଏହାର ଦୁଇବର୍ଷ ପରେ ନିଜ ଘରେ ଆରମ୍ଭ କରିଥିଲେ ଏକ ଛୋଟ ସିଲେଇ କେନ୍ଦ୍ର। ଅନ୍ୟମାନେ ଏହାକୁ ଦେଖି କେବେ ଭାବି ନ ଥିଲେ ଯେ, ଏହି କେନ୍ଦ୍ର ଦିନେ ଶିଳ୍ପ ରୂପ ନେବ। ବର୍ତ୍ତମାନ ଏହି କେନ୍ଦ୍ରରୁ ମହିଳାଙ୍କ ଅନ୍ତଃବସ୍ତ୍ରଠାରୁ ଆରମ୍ଭ କରି ଛୋଟ ପିଲାଙ୍କ ପ୍ୟାଣ୍ଟ ଓ ବାନିଆନ୍‌ ଭଳି ୨୩ ପ୍ରକାର ବସ୍ତ୍ର ପ୍ରସ୍ତୁତ କରାଯାଇ ୩ଟି ଜିଲାକୁ ବିକ୍ରି ପାଇଁ ପଠାଯାଉଛି। କଲିକତା, ଦିଲ୍ଲୀ ଓ ମାଡ୍ରାସରୁ କପଡ଼ା ଆଣି ସେ କର୍ମଚାରୀଙ୍କ ଦ୍ୱାରା ଚାହିଦା ମୁତାବକ ସାମଗ୍ରୀ ପ୍ରସ୍ତୁତ କରି ବେଶ୍‌ ପ୍ରଶଂସା ସାଉଣ୍ଟିଛନ୍ତି। ବିଭିନ୍ନ ପ୍ରଦର୍ଶନୀ ଓ ବାଣିଜ୍ୟ ମେଳାରେ ଷ୍ଟଲ୍‌ ଖୋଲି ବ୍ୟବସାୟକୁ ପ୍ରସାର କରାଇପାରିଛନ୍ତି। ଆଗକୁ ଅଧିକ ଜିଲାକୁ ପ୍ରସ୍ତୁତ ବିଭିନ୍ନ ସାମଗ୍ରୀ ଯୋଗାଇବାକୁ ଆଶା ରଖିଥିବା କହିଛନ୍ତି। ୧୨ ବର୍ଷ ତଳେ ସେ ଖୋଲିଥିବା ସିଲେଇ କେନ୍ଦ୍ର ୨୫ ପରିବାର ଚଳାଇ ଆସୁଥିବାରୁ ଏହି ଖୁସି ତାଙ୍କୁ ବିମୋହିତ କରୁଛି। ଦୃଢ଼ ଇଚ୍ଛାଶକ୍ତି ଓ ପରିଶ୍ରମ ଏଭଳି ସଫଳତା ଆଣି ଦେଇଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ନାଁରେ ଠକେଇ: ଖୋର୍ଦ୍ଧା କୋର୍ଟରେ ଜାମିନ ଆବେଦନ କଲେ ଗିରଫ ଜୟଦୁର୍ଗା ଫାଉଣ୍ଡେଶନ ଅଧ୍ୟକ୍ଷା, ୨୦ରେ… 

ହାଟଡିହୀ,୧୭l୨(ଶୁଭକାନ୍ତ ନାୟକ): ୨୨ ଲକ୍ଷ ଟଙ୍କା  ଠକେଇ ମାମଲାରେ ଗିରଫ ହୋଇଥିବା ଜୟଦୁର୍ଗା ଫାଉଣ୍ଡେଶନ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଗିରଫ ପରେ ଜାମିନ ପାଇଁ ଖୋର୍ଦ୍ଧା…

ଜାତୀୟ ରାଜପଥରେ ପଡି ରହିଛି ପୋଡ଼ା କାର୍‌: ନିଆଁ ଲଗାଇ ଦିଆଯାଇଥିବା ସନ୍ଦେହ

ଧୂଷୁରୀ,୧୭।୨(ଦୀପ୍ତି ରଞ୍ଜନ ନାୟକ): ଧୂଷୁରୀ ଥାନା ଆରଡି ଫାଣ୍ଡି ଅଧୀନ ସାଠିବାଙ୍କୁଡା ନିକଟରେ ୨୦ ନମ୍ବର ଜାତୀୟ ରାଜପଥ ପାଶର୍‌ବରେ ଏକ କାର୍‌ ପୋଡିଯାଇ ପଡି ରହିଥିବା…

ଜଙ୍ଗଲରେ ଚାଲିଥିଲା ବଡ଼ ଧରଣର ଜୁଆ ଆଡ୍ଡା: ଗୋଡ଼ାଇ ଗୋଡ଼ାଇ ୨୦ ଜୁଆଡ଼ିଙ୍କୁ ଗିରଫ କଲା ପୋଲିସ

ଖୋର୍ଦ୍ଧା,୧୭।୨(ପ୍ରଭାତ ): ଟାଙ୍ଗୀ ପୋଲିସ ମଙ୍ଗଳବାର ଏକ ବଡ଼ଧରଣର ଜୁଆ ଆଡ୍ଡା ଉପରେ ଚଢାଉ କରିଛି। ଚଢାଉ ବେଳେ ପୋଲିସ ଜୁଆ ଆଡ୍ଡାରୁ ୧୦ଲକ୍ଷ ୩୮ ହଜାର…

ଆଉ ୨ଦିନ କଲବଲ କରିବ କୁହୁଡ଼ି

ଭୁବନେଶ୍ୱର,୧୭।୨: ପାଣିପାଗ କେନ୍ଦ୍ର ପକ୍ଷରୁ ମଙ୍ଗଳବାର ଏକ ବଡ଼ ସୂଚନା ଜାରି କରାଯାଇଛି। ରାଜ୍ୟର ବିଭିନ୍ନ ଜିଲାରେ ଆଉ ୨ ଦିନ ପର୍ଯ୍ୟନ୍ତ ଘନ କୁହୁଡ଼ି ରହିବ…

ଦଶମ ଶ୍ରେଣୀ ଦିବ୍ୟାଙ୍ଗ ଛାତ୍ରଙ୍କ ବୋର୍ଡ ପରୀକ୍ଷାକୁ ନେଇ ଅନିଶ୍ଚିତତା, କର୍ତ୍ତୃପକ୍ଷଙ୍କୁ ଦୃଷ୍ଟି ଦେବାକୁ ଦାବୀ           

ଦିଗପହଣ୍ଡି,୧୭।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଲିଙ୍ଗି ଗ୍ରାମ ସରକାରୀ ହାଇସ୍କୁଲର ୧୦ମ ଶ୍ରେଣୀ ଛାତ୍ର ଗୌତମ ମହାନ୍ତିଙ୍କ ମାଟ୍ରିକ ପରୀକ୍ଷାକୁ ନେଇ ଅନିଶ୍ଚିତତା…

ରକ୍ତରେ ଭିଜିଲା ସପ୍ତାମାତୃକା ଶୈବପୀଠ, ଶହ ଶହ ପଶୁପକ୍ଷୀଙ୍କୁ ଦିଆଗଲା ବଳି

ତୁଣ୍ଡଲା,୧୭।୨(ଫିରୋଜ କୁମାର ଦାଶ): କଳାହାଣ୍ଡି ଜିଲାର କେସିଙ୍ଗା ବ୍ଲକ ବେଲଖଣ୍ଡି ସ୍ଥିତ ତେଲ ଓ ଉତେଇ ନଦୀର ସଙ୍ଗମରେ ଥିବା ସର୍ବପୁରାତନ ତଥା ଐତିହାସିକ ସପ୍ତମାତୃକା ଶୈବପୀଠ…

ଥୁଆମୂଳ ରାମପୁର: DMF ପାଣ୍ଠି ପାଇଁ ବିଡିଓଙ୍କୁ ସ୍ମାରକପତ୍ର

ଥୁଆମୂଳ ରାମପୁର,୧୭।୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକକୁ ସମ୍ପୂର୍ଣ୍ଣ ଭାବେ ଜିଲା ଖଣିଜ ପ୍ରତିଷ୍ଠାନ (DMF) ପାଣ୍ଠିରେ ଅନ୍ତର୍ଭୁକ୍ତ କରିବା ସହ ସରପଞ୍ଚମାନଙ୍କୁ କ୍ଷମତା…

ପୂର୍ବତନ ବିଧାୟକଙ୍କ ବିବାଦୀୟ ଫାର୍ମ ହାଉସରେ ମାପଚୁପ ଆରମ୍ଭ, ଜବରଦଖଲ ଅଭିଯୋଗରେ ହୋଇଥିଲା ନୋଟିସ

ଧର୍ମଶାଳା,୧୭।୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ତହସିଲ ଅନ୍ତର୍ଗତ ମଧୁପୁରଗଡ଼ ଗ୍ରାମପଞ୍ଚାୟତସ୍ଥିତ ପନ୍ତୁରୀ ଠାରେ ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତ ରାୟଙ୍କ ଫାର୍ମହାଉସରେ ଆରମ୍ଭ ହୋଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri