ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ରୀୟ ପଦବୀରେ ଓଡ଼ିଆ

ଭୁବନେଶ୍ୱର,୯।୩(ବ୍ୟୁରୋ): ଓଡ଼ିଶାରେ ଜନ୍ମିତ ବହୁ ପ୍ରଶାସନିକ ଅଧିକାରୀ ବର୍ତ୍ତମାନ କେନ୍ଦ୍ରରେ ଗୁରୁତ୍ୱପୂର୍ଣ୍ଣ ପଦବୀରେ କାର୍ଯ୍ୟ କରୁଛନ୍ତି। ସ୍ବାଧୀନତା ପରବର୍ତ୍ତୀ ସମୟଠାରୁ ଅନୁଧ୍ୟାନ କଲେ ବର୍ତ୍ତମାନ ସମୟରେ ଏକାଧିକ ଓଡ଼ିଆ ଅଫିସର କେନ୍ଦ୍ର ତଥା ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଦାୟିତ୍ୱ ତୁଲାଉଛନ୍ତି। ସେମାନଙ୍କ ମଧ୍ୟରୁ କେତେଜଣ ଦକ୍ଷତାର ସହ ନିଜ ଦାୟିତ୍ୱ ତୁଲାଇ ପ୍ରଶଂସା ମଧ୍ୟ ସାଉଁଟିବାର ନଜିର ରହିଛି।
ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍‌ଓ) ସବୁଠୁ ପ୍ରଭାବଶାଳୀ ଅଫିସ। ଦେଶର ସବୁ ଗୁରୁତ୍ୱପୂର୍ଣ୍ଣ ନୀତିଗତ ନିଷ୍ପତ୍ତି ସେହିଠାରେ ହୋଇଥାଏ। ସମ୍ପ୍ରତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରମୁଖ ଶାସନ ସଚିବ ଭାବେ ପ୍ରମୋଦ କୁମାର ମିଶ୍ର ଅବସ୍ଥାପିତ ହୋଇଛନ୍ତି। ପ୍ରମୋଦ ଓଡ଼ିଶାର ସମ୍ବଲପୁର ବାସିନ୍ଦା। କୌଣସି ଓଡ଼ିଆ ଭାବେ ଦେଶର ସବୁଠୁ ପ୍ରଭାବଶାଳୀ ପ୍ରଶାସନିକ କାର୍ଯ୍ୟାଳୟରେ କାର୍ଯ୍ୟ କରିବା ରାଜ୍ୟ ପାଇଁ ଗୌରବର ବିଷୟ। ୧୯୭୧ ବ୍ୟାଚ୍‌ର ଆଇଏଏସ୍‌ ଅଧିକାରୀ ପ୍ରମୋଦ ପୂର୍ବରୁ ପିଏମ୍‌ଓର ଅତିରିକ୍ତ ଶାସନ ସଚିବ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ। ନୃପେନ୍ଦ୍ର ମିଶ୍ର ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପଦରୁ ଇସ୍ତଫା ଦେବା ପରେ ପ୍ରମୋଦଙ୍କୁ ଏହି ଦାୟିତ୍ୱ ମିଳିଥିଲା। ପ୍ରମୋଦ କ୍ୟାବିନେଟ ସେକ୍ରେଟାରିଏଟ୍‌ ଆଇନ ମନ୍ତ୍ରଣାଳୟ କାର୍ଯ୍ୟ ମଧ୍ୟ ଅନୁଧ୍ୟାନ କରୁଛନ୍ତି। ଦେଶର ଯେ କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ରୂପାୟନରେ ତାଙ୍କର ସକ୍ରିୟ ଅଂଶଗ୍ରହଣ ରହୁଛି। ପ୍ରଧାନମନ୍ତ୍ରୀ ମୋଦି ଗୁଜରାଟର ମୁଖ୍ୟମନ୍ତ୍ରୀ ଥିବାବେଳେ ପ୍ରମୋଦ ସେହି ରାଜ୍ୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରଶାସନିକ ପଦରେ କାର୍ଯ୍ୟ କରିଥିଲେ।
ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଆର୍‌ବିଆଇ) ଗଭର୍ନର ଶକ୍ତିକାନ୍ତ ଦାସ ଆଉ ଜଣେ ଓଡ଼ିଆ। ଦେଶର ଅର୍ଥନୀତି ଏକ ବିଶେଷ ପରିସ୍ଥିତି ଦେଇ ଗତି କରୁଥିବାବେଳେ ୧୯୮୦ ବ୍ୟାଚ୍‌ ଆଇଏଏସ୍‌ ଅଧିକାରୀ ଶକ୍ତିକାନ୍ତଙ୍କ ନିଯୁକ୍ତି ଅନେକ ଗୁରୁତ୍ୱ ବହନ କରୁଛି। ଶକ୍ତିକାନ୍ତ ପୂର୍ବରୁ ଭାରତ ସରକାରଙ୍କ ଅର୍ଥନୈତିକ ବ୍ୟାପାର, ରାଜସ୍ବ ଏବଂ ଶିଳ୍ପ ମନ୍ତ୍ରଣାଳୟରେ କାର୍ଯ୍ୟ କରିସାରିଛନ୍ତି। ଆରବିଆଇ ଗଭର୍ନର ଭାବେ ଉର୍ଜିତ ପଟେଲ ଇସ୍ତଫା ଦେବା ପରେ ଭୁବନେଶ୍ୱରରେ ଜନ୍ମିତ ଶକ୍ତିକାନ୍ତଙ୍କୁ ଏହି ଦାୟିତ୍ୱ ମିଳିଥିଲା। ସେହିପରି ରାଜ୍ୟକୁ ଗୌରବାନ୍ବିତ କରିଥିବା ଅନ୍ୟ ଜଣେ ଓଡ଼ିଆ ହେଉଛନ୍ତି ଡ. ମୃତ୍ୟୁଞ୍ଜୟ ମହାପାତ୍ର। ମୃତ୍ୟୁଞ୍ଜୟଙ୍କ ଘର ଭଦ୍ରକ ଜିଲାରେ। ସେ ବର୍ତ୍ତମାନ ଭାରତୀୟ ପାଣିପାଣ ସଂସ୍ଥାନର ନିର୍ଦ୍ଦେଶକ ଭାବେ ଅବସ୍ଥାପିତ। ୨୦୧୯ର ଭୟାନକ ସାମୁଦ୍ରିକ ଝଡ଼ ‘ଫନୀ’ର ବହୁ ପୂର୍ବରୁ ସୂଚନା ସଂଗ୍ରହ କରିବା, ତା’ ଗତିପଥର ସବିଶେଷ ସୂଚନା ରଖିବା ଏବଂ ଏହାର ସଫଳ ମୁକାବିଲା କରିବା ପାଇଁ ଓଡ଼ିଶା ଓ ଭାରତ ସରକାରଙ୍କୁ ମୃତ୍ୟୁଞ୍ଜୟ ଆବଶ୍ୟକ ସହଯୋଗ କରିଥିଲେ। ଆଗାମୀ ଦିନରେ ବହୁ ପୂର୍ବରୁ ପାଣିପାଗ ନିର୍ଣ୍ଣୟ ଏବଂ ଉଚ୍ଚତର ଗବେଷଣା ପାଇଁ ସେ ନିଜର ଅଧ୍ୟବସାୟ ଜାରି ରଖିଛନ୍ତି। ପ୍ରାକୃତିକ ବିପର୍ଯ୍ୟୟ ପ୍ରବଣ ରାଜ୍ୟ ଓଡ଼ିଶାରୁ ମୃତ୍ୟୁଞ୍ଜୟଙ୍କ ପ୍ରତିନିଧିତ୍ୱ ନିହାତି ଗୌରବର କଥା।
ଜମ୍ମୁ ଓ କଶ୍ମୀରରେ ଲାଗୁ ହୋଇଥିବା ସମ୍ବିଧାନର ଅନୁଚ୍ଛେଦ ୩୭୦କୁ କେନ୍ଦ୍ର ସରକାର ଗତବର୍ଷ ଅଗଷ୍ଟ ୫ରେ ଉଚ୍ଛେଦ କରିଥିଲେ। ଏହାପରେ ଜମ୍ମୁ ଓ କଶ୍ମୀର ଏବଂ ଲଦାଖ ୨ଟି କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ ହୋଇଥିଲା। ଏହାପରେ ଗୁରୁତ୍ୱପୂର୍ଣ୍ଣ ଜମ୍ମୁ ଓ କଶ୍ମୀରର କିଏ ଲ୍ୟୁଟନାଣ୍ଟ ଗଭର୍ନର ହେବେ, ତାହା ଉପରେ ସାରା ଦେଶର ନଜର ରହିଥିଲା। ଶେଷରେ ଏହି ଗୁରୁତ୍ୱପୂର୍ଣ୍ଣ ପଦ ପାଇଁ ୧୯୮୫ ବ୍ୟାଚ୍‌ର ଗୁଜରାଟ କ୍ୟାଡର ଓଡ଼ିଆ ଆଇଏଏସ୍‌ ଅଫିସର ଗିରୀଶ ଚନ୍ଦ୍ର ମୁର୍ମୁଙ୍କୁ ମନୋନୀତ କରାଯାଇଥିଲା। ଏହି ନିଯୁକ୍ତି ପୂର୍ବରୁ ମୋଦିଙ୍କ ଗୁଜରାଟ ମୁଖ୍ୟମନ୍ତ୍ରିତ୍ୱ ସମୟରେ ଗିରୀଶ ଏକାଧିକ ଗୁରୁତ୍ୱପୂର୍ଣ୍ଣ ପଦରେ କାର୍ଯ୍ୟ କରିଥିଲେ। ଉପରୋକ୍ତ ୪ ଅଧିକାରୀଙ୍କୁ ବାଦ୍‌ ଦେଲେ ଆହୁରି ଅନେକ ଓଡ଼ିଆ ବିଭିନ୍ନ ଦାୟିତ୍ୱରେ ରହିଛନ୍ତି। ଯେପରି ନ୍ୟାଶନାଲ କାଉନସିଲ ଅଫ୍‌ ଏଜୁକେଶନାଲ ରିସର୍ଚ୍ଚ ଆଣ୍ଡ ଟ୍ରେନିଂ (ଏନ୍‌ସିଇଆରଟି)ର ନିର୍ଦ୍ଦେଶକ ଡ. ହୃଷୀକେଶ ସେନାପତି। ନିକଟରେ ୟୁପି କ୍ୟାଡର ଓଡ଼ିଆ ଆଇଏଏସ୍‌ ଅଫିସର ଦେବାଶିଷ ପଣ୍ଡା ଗୁରୁତ୍ୱପୂର୍ଣ୍ଣ ଅର୍ଥ ମନ୍ତ୍ରଣାଳୟର ସଚିବ ଭାବେ କିଛିଦିନ ଦାୟିତ୍ୱ ତୁଲାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୃତଦେହରୁ ଆଖି ଗାଏବ: ଅନୁଗୋଳ ସିଡିଏମ୍‌ଓ ଅଫିସ ଆଗରେ ଧାରଣା

ଅନୁଗୋଳ ଅଫିସ, ୨୩।୭: ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟ ଶବାଗାରରେ ଥିବା ମୃତଦେହରୁ ଆଖି ଗାଏବ ହୋଇଯାଉଛି। ଗତ ୪ ଦିନ ମଧ୍ୟରେ ଏପରି ୨ଟି...

ମୁକୁଳା ପଡିଛି ବିଦ୍ୟୁତ୍‌ ଟ୍ରାନ୍ସଫର୍ମର: ୨ ମାସରେ ମଲେଣି ୨୦ରୁ ଊର୍ଦ୍ଧ୍ୱ ଗୋରୁ, ଛେଳି

ରଣପୁର,୨୫ା୫(ସ୍ବ.ପ୍ର.): ନିରାପଦରେ ଲୋକଙ୍କୁ ବିଦ୍ୟୁତ୍‌ ସେବା ଯୋଗାଇବା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ କେତେକ ଅସାଧୁ ଅଧିକାରୀ ଓ କର୍ମଚାରୀଙ୍କ...

ପାଇଖାନା ନିର୍ମାଣ ଦୁର୍ନୀତିରେ ୨ ବିଡିଓ, ଯନ୍ତ୍ରୀ ନିଲମ୍ବିତ

ମାଲକାନଗିରି/ଚିତ୍ରକୋଣ୍ଡା/ଝରିଗାଁ,୧୬ା୧: ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ସ୍ବାଭିମାନ ଅଞ୍ଚଳରେ ପାଇଖାନା ନିର୍ମାଣରେ ଦୁର୍ନୀତି ହୋଇଥିବା ଅଭିଯୋଗର ତଦନ୍ତ ପରେ ଶନିବାର ଚିତ୍ରକୋଣ୍ଡା ବିଡିଓ ଲରିମନ...

ମାଓବାଦୀ କ୍ୟାମ୍ପରେ ଚଢ଼ାଉ: ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ

ମାଲକାନଗିର/ଚିତ୍ରକୋଣ୍ଡା,୨୮।୧୦(ଡି.ଏନ୍‌.ଏ.): ମାଲକାନଗିରି ଜିଲା ପୋଲିସକୁ ମିଳିଛି ବଡ଼ ସଫଳତା। ମାଓବାଦୀ କ୍ୟାମ୍ପରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ସାମଗ୍ରୀ ଜବତ ହୋଇଛି। ସ୍ବାଭିମାନ ଅଞ୍ଚଳରେ ଦୁଇଦିନ...

ହାତ ଦେଖାଇଲେ ଆପେ ସ୍ପ୍ରେ ହେବ ସାନିଟାଇଜର

କଟକ ଅଫିସ,୨୧।୫: କରୋନା ମୁକାବିଲା ପାଇଁ ଦେଶର ବିଭିନ୍ନ କ୍ଷେତ୍ରରୁ ପ୍ରୟାସ ଚାଲିଛି। ଏହି କ୍ରମରେ କରୋନା ଲଢ଼େଇରେ ସାମିଲ ହୋଇଛି କଟକସ୍ଥିତ ଖପୁରିଆ ସରକାରୀ...

ଭୁବନେଶ୍ୱରରେ ମିଳିବ ପ୍ରଶାସନିକ ସେବା ଲାଗି କୋଚିଂ- ଜୁନ୍‌ ୨୪ରୁ କ୍ଲାସ୍‌ ଆରମ୍ଭ

ଭୁବନେଶ୍ୱର,୧୧।୬(ବ୍ୟୁରୋ)-ଏଣିକି ପ୍ରଶାସନିକ ସେବା କୋଚିଂ ଲାଗି ବାହାର ରାଜ୍ୟକୁ ଯିବାକୁ ପଡ଼ିବନି। ପ୍ରତିଭାବାନ ଆଶାୟୀଙ୍କୁ ଭୁବନେଶ୍ୱରରେ ଉନ୍ନତମାନର କୋଚିଂ ଦିଆଯିବ। ପ୍ରଶାସନିକ ସେବାରେ ଓଡ଼ିଆଙ୍କ ସଫଳତା...

ଓ୍ବେବ୍‌ସାଇଟ୍‌ରେ ଶ୍ରୀମନ୍ଦିରର ଭୁଲ୍‌ ଚିତ୍ର: କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ, ସଚିବଙ୍କ ବିରୋଧରେ ଏତଲା

ପୁରୀ ଅଫିସ,୯ା୧୨: କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରଣାଳୟ ୱେବ୍‌ସାଇଟ୍‌ରେ ଶ୍ରୀମନ୍ଦିର ସମ୍ପର୍କରେ ଭୁଲ୍‌ ତଥ୍ୟ ପ୍ରଦାନ କରାଯାଇଛି। ଶ୍ରୀମନ୍ଦିରକୁ ଏଥିରେ ଭୁଲ୍‌ ଚିତ୍ରଣ କରାଯାଇଥିବା ଅଭିଯୋଗ ହୋଇଛି।...

ଗଞ୍ଜାମରେ ଅଣାୟତ୍ତ ଡେଙ୍ଗୁ

ବ୍ରହ୍ମପୁର ଅଫିସ,୧୩।୧୦:ଗଞ୍ଜାମ ଜିଲାର ୧୯ ବ୍ଲକ ଓ ବ୍ରହ୍ମପୁର ମହାନଗର ନିଗମରେ ଅକ୍ଟୋବର ୧୨ ତାରିଖ ସୁଦ୍ଧା ୧୫୨ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ଜିଲା...

Advertisement
Archives

Model This Week