ପାଟନା,୨୩।୨: ଭାରତର କେତେକ ସ୍ଥାନରେ କିଛି ରହସ୍ୟ ରହିଛି ତାହାର ସମାଧାନ ବର୍ତ୍ତମାନ ସୁଦ୍ଧା ଆଧୁନିକ ବିଜ୍ଞାନ ଦ୍ୱାରା ବି ସମ୍ଭବ ହୋଇ ପାରିନି। ଏଭଳି ଏକ ରହସ୍ୟ ବିହାରର ରାଜଗିରିରେ ଥିବା ସୋନ ଭଣ୍ଡାର ଗୁମ୍ଫାରେ ରହିଛି। ସ୍ଥାନୀୟ ଲୋକେ କୁହନ୍ତି କେଉଁ ରାଜରାଜୁଡ଼ା କାଳରୁ ଏଥିରେ ବହୁ ଅଳଙ୍କାର ସୁନା ରୁପା ଜମା ହୋଇ ରହିଛି। ତେବେ ଏହାର ରହସ୍ୟମୟ ପଥର ଫାଟକ କେହି ବି ଖୋଲିବାକୁ ଅସମର୍ଥ। ଇଂରେଜ ଶାସନ ସମୟରେ ଲୋଭରେ ପଥର ଫାଟକ ଖୋଲିବା ପାଇଁ ତୋପ ମାଡ଼ କରାଯାଇଥିଲା। କିନ୍ତୁ ଫାଟକ ଖୋଲି ନ ଥିଲା। । ଇତିହାସରୁ ଜଣାପଡ଼େ ରାଜଗିରି ମଗଧର ରାଜଧାନୀ ଥିଲା। ଏଠାରେ ବୁଦ୍ଧଦେବ ବିମ୍ବିସାରଙ୍କୁ ଧର୍ମଉପଦେଶ ଦେଇଥିଲେ। ସେତେବେଳେ ବୁଦ୍ଧଦେବଙ୍କୁ ବିପୁଳ ପରିମାଣର ଅଳଙ୍କାର ଉପହାର ଭାବେ ମିଳିଥିଲା। ଏସବୁକୁ ଏହି ଗୁମ୍ଫାରେ ଗଚ୍ଛିତ ରଖାଯାଇଥିବା କୁହାଯାଏ। ତେବେ ଗୁମ୍ଫାରେ ଥିବା ଧନସମ୍ପତ୍ତି ନେଇ ଲୋକେ ଭିନ୍ନ ଭିନ୍ନ ମତ ମଧ୍ୟ ଦେଇଥାନ୍ତି। ଏହାର ଫାଟକରେ କିଛି ଲେଖାଯାଇଛି। କ’ଣ ଲେକା ଯାଇଛି ଏହା କେହି ଏପର୍ଯ୍ୟନ୍ତ ପଢ଼ିପାରି ନାହାଁନ୍ତି। ବୋଧ ହୁଏ ଏହା ଗୁମ୍ଫାରେ ପ୍ରବେଶ କରିବା ସମ୍ପର୍କରେ ସୂଚନା ଦେଉଥିବାର କେହି କେହି କୁହନ୍ତି। ମାତ୍ର ଏହି ଅବୋଧ ଲିପି ପଢ଼ିବାକୁ ସଭିଏଁ ଅସମର୍ଥ।
କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍ର ପ୍ରଥମ ବିଜୟ
କୋଲକାତା,୨ା୪: ହେନରିଚ୍ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍(ଏସ୍ଆର୍ଏଚ୍) ୬୫ ରନରେ କୋଲକାତା ନାଇଟ୍ ରାଇଡର୍ସ (କେକେଆର)କୁ ପରାସ୍ତ…
ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?
ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…
ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ
ବୋକାଜାନ୍,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…
ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’
ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…
ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ
ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…
ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…
ଭୁବନେଶ୍ୱର,୨।୪: ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…
ବିଚ୍ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର
ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…
ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…
ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…
Archives

