ଗୁମର ଖୋଲିଲେ ଶୈଫାଲୀ: ‘ବିଗ୍‌ ବସ୍‌’ ଘରେ ହୁଏ ଚୋରି

ବମ୍ବେ: ଲୋକପ୍ରିୟ ରିଆଲିଟି ଶୋ’ ବିଗ୍‌ ବସ୍‌ର କ୍ରେଜ୍‌ ପୁଣି ଥରେ ଦର୍ଶକଙ୍କୁ ମତୁଆଲା କରିଛି। ସବୁଥର ଭଳି ଚଳିତ ଥର ମଧ୍ୟ ଶୋ’ ନିର୍ମାତା ଏହାକୁ ଅଧିକ ରୋମାଞ୍ଚକର କରିବା ଲାଗି କେବଳ ସେଲିବ୍ରିଟିମାନଙ୍କୁ ଘରକୁ ଆଣିଛନ୍ତି। ଏଥିସହ ଏହା ଆରମ୍ଭ ହେବାର ଚାରି ସପ୍ତାହ ପରେ ପ୍ରଥମ ଗ୍ରାଣ୍ଡ ଫିନାଲେ ଅନୁଷ୍ଠିତ ହୋଇଛି। ଏଥିରେ ଶୋ’ରୁ ବାହାର ହୋଇଥିଲେ ଶୈଫାଲୀ ବଗ୍ଗା। ଏବେ ସେ ନିଜର ୟୁଟ୍ୟୁବ୍‌ ଚ୍ୟାନେଲ୍‌ରେ ଶୋ’ ସହ ଜଡ଼ିତ କିଛି ଗୁମର ସମସ୍ତଙ୍କ ସହ ଶେୟାର କରିଛନ୍ତି।

‘ବିଗ୍‌ ବସ’ ଘରକୁ ଯିବା ପୂର୍ବରୁ ପ୍ରତିଯୋଗୀମାନଙ୍କୁ ଏକ ଗୁପ୍ତ ନାମ ଦିଆଯାଇଥାଏ। ଏପରିକି ସେମାନେ ନେଇ ଯାଉଥିବା ସୁଟ୍‌କେଶରେ ତାହା ଲେଖାଯାଇଥାଏ। ସେହିଭଳି ସେଠାକୁ ଫୋନ୍‌ ନେଇ ଯିବାକୁ ବାରଣ ଥାଏ। ଘର ଭିତରକୁ ଯିବା ପୂର୍ବରୁ ପ୍ରତିଯୋଗୀମାନଙ୍କଠାରୁ ଫୋନ ରଖାଯାଇଥାଏ। ବିଗ୍‌ ବସ୍‌ ଘରେ ପାର୍ଲରର କୌଣସି ସୁବିଧା ନାହିଁ। ପ୍ରତିଯୋଗୀମାନେ ପ୍ରତିଦିନ ନିଜେ ନିଜେ ପ୍ରସ୍ତୁତ ହେବା ସହ ଅନ୍ୟମାନଙ୍କ ସହାୟତା କରିଥାନ୍ତି। ହେଲେ ସବୁଠାରୁ ମଜାଲାଗେ ବିଗ୍‌ ବସ୍‌ ଘରେ ଚୋରି ଘଟଣା। ସାମଗ୍ରୀ କମ୍‌ ଏବଂ ଲୋକ ଅଧିକା ହେତୁ ସେଠାରେ ବିଶେଷକରି ଏଭଳି ଚୋରି ହୁଏ। ପ୍ରତିଯୋଗୀମାନେ କିଛି କିଛି ଜିନିଷ ଲୁଚାଇ ରଖି ପରେ ବ୍ୟବହାର କରିଥାନ୍ତି। ଏନେଇ ଶୈଫାଲୀ ଖୁଲାସା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜୁବାବୁ ଓ ଓଡ଼ିଆ ଚଳଚ୍ଚିତ୍ର

ଜଣେ ଦୃଢ଼ମନା ରାଜନୀତିଜ୍ଞ ଏବଂ ଦକ୍ଷ ପ୍ରଶାସକ ଭାବେ ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କର ଯଥେଷ୍ଟ ଖ୍ୟାତି ରହିଛି। ଜୀବନର ଅନ୍ତିମ ମୁହୂର୍ତ୍ତ ପର୍ଯ୍ୟନ୍ତ ସେ ସକ୍ରିୟ...

ଭାରତର ୫ମ ପୋଷ୍ଟର ରିଲିଜ୍‌

ମୁମ୍ବାଇ,୧୯।୪: ଅଲୀ ଅବ୍ବାସ ଜଫରଙ୍କ ଆଗାମୀ ଫିଲ୍ମ ଓ ସଲମାନଙ୍କ ବହୁ ପ୍ରତିକ୍ଷିତ  ଫିଲ୍ମ ଭାରତର ୫ମ ପୋଷ୍ଟର ରିଲିଜ୍‌ ହୋଇଛି। ପୂର୍ବରୁ ଏହି ଫିଲ୍ମର...

ରିୟାଙ୍କ ନୂଆ ଦାବି: ସୁଶାନ୍ତଙ୍କ ସମ୍ପତ୍ତି ଭାବରେ ପାଖରେ ଅଛି କେବଳ ଡାଏରୀ, ସିପର୍‌

ବମ୍ବେ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଘଟଣାରେ ଛନ୍ଦି ହୋଇଛନ୍ତି ପ୍ରେମିକା ରିୟା ଚର୍କବର୍ତ୍ତୀ। ଇତିମଧ୍ୟରେ ସେ ଇଡି ଅଫିସରେ ହାଜର ହୋଇସାରିଛନ୍ତି। ଟଙ୍କା...

ବଲିଉଡ୍‌ ହାଲଚାଲ

*ଚଳିତବର୍ଷ ଅକ୍ଷୟ କୁମାରଙ୍କ ଆଉ ଏକ ଫିଲ୍ମ ବକ୍ସ ଅଫିସରେ ରେକର୍ଡ ସୃଷ୍ଟି କରିଛି। ତାଙ୍କ ଅଭିନୀତ ‘ହାଉସଫୁଲ-୪’ ୨୦୦ କୋଟି କ୍ଲବରେ ପ୍ରବେଶ କରିଛି।...

ପ୍ରଶଂସକଙ୍କୁ ଘାଇଲା କରୁଛି ଦିଶାଙ୍କ ଫଟୋ

ନୂଆଦିଲ୍ଲୀ,୩୦।୧୨: ଦିଶା ପଟାନିଙ୍କ ଅନ୍ତିମ ଇନ୍‌ଷ୍ଟାଗ୍ରାମ ପୋଷ୍ଟ ପାଇଁ ପ୍ରଶଂସା ବ୍ୟବହାର ହେଉଥିବା ଶ୍ରେଷ୍ଠ ଶବ୍ଦ ମଧ୍ୟ କମ୍‌ ପଡ଼ିପାରେ। ଫଟୋଟି ହିଁ କିଛି ଏମିତି।...

ଅନ୍ଧବିଶ୍ୱାସ ଯୋଗୁ ସାରା ଜୀବନ ଅବିବାହିତ ରହିଥିଲେ ଏହି ଅଭିନେତା

ବଲିଉଡ ଅଭିନେତା ସଞ୍ଜୀବ କୁମାର ଜଣେ ଅତୁଳନୀୟ ଅଭିନେତା ଥିଲେ। ୧୯୩୮ ମସିହା ଜୁଲାଇ ୯ରେ ଗୁଜୁରାଟର ସୁରଟରେ ଜନ୍ମଗ୍ରହଣ କରିଥିବା ସଞ୍ଜୀବ ଜଣେ ଚମତ୍କାର...

ପିଲାଦିନେ ଏମିତି ଦିଶୁଥିଲେ ସୁଶାନ୍ତ ସିଂ ରାଜପୁତ, ଫଟୋ ଶେୟାର କଲେ ଭଉଣୀ

ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ବର୍ତ୍ତମାନ ରହସ୍ୟ ଘେରରେ। ଏହାକୁ ନେଇ ବିବାଦ ବଢ଼ୁଥିବା ବେଳେ, ଚେର ଲମ୍ବିବାରେ ଲାଗିଛି। ତେବେ ସୁଶାନ୍ତଙ୍କୁ ସର୍ବଦା ମନେ...

ସଲମାନ୍‌ଙ୍କୁ ‘ସଲ୍ଲୁ’ ନାମ ଦେଇଥିଲେ ଏହି ଅଭିନେତା

ବଲିଉଡ୍‌ର ସୁପରଷ୍ଟାର ସଲମାନ୍‌ ଖାନ୍‌। କେହି ତାଙ୍କୁ ଭାଇଜାନ୍‌ କହି ଡାକିଥାନ୍ତି ତ ଆଉ କେହି ସଲ୍ଲୁ। କିନ୍ତୁ ଭାଇଜାନ୍‌ଙ୍କୁ ସଲମାନ୍‌ ଡାକିଲେ ସେ ବେଶି...

Play 250+ Trending Games
Archives

Model This Week

Why Dharitri