Posted inଜାତୀୟ

ଗୁଜରାଟ ସରକାରଙ୍କ ଘୋଷଣା: ସହରରେ ହେଲ୍‌ମେଟ ପିନ୍ଧିବା ଇଚ୍ଛାଧୀନ

ଅହମଦାବାଦ,୫ା୧୨: ନୂଆ ମୋଟରଯାନ ଆଇନ, ୨୦୧୯କୁ ସାରା ଦେଶରେ କଡ଼ାକଡ଼ି ଭାବେ ଲାଗୁ କରିବା ପାଇଁ ଉଦ୍ୟମ ଚାଲିଥିବାବେଳେ ଭାଜପା ଶାସିତ ଗୁଜରାଟରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ବାଇକ୍‌ ଆରୋହୀଙ୍କ ସୁରକ୍ଷା ପାଇଁ ଉଦ୍ଦିଷ୍ଟ ହେଲ୍‌ମେଟକୁ ରାଜ୍ୟର ସହରଗୁଡ଼ିକରେ ଇଚ୍ଛାଧୀନ କରାଯାଇଛି। ଫଳରେ ଯାହାଙ୍କ ଇଚ୍ଛାହେବ ସେ ପିନ୍ଧିବେ। ଇଚ୍ଛା ନ ହେଲେ ପିନ୍ଧିବେ ନାହିଁ। ଆଇନ ଉଲ୍ଲଂଘନକାରୀଙ୍କୁ ଜରିମାନା କୋହଳ କରିବା ପରେ ଗୁଜରାଟ ସରକାର ସହରୀ ବାଇକ୍‌ ଆରୋହୀଙ୍କ ପାଇଁ ନିୟମ ଆହୁରି କୋହଳ କରିଛନ୍ତି। ପୌରପାଳିକା ଓ ମହାନଗର ନିଗମ ଅଞ୍ଚଳରେ ବାଇକ୍‌ ଚଳାଉଥିବା ବ୍ୟକ୍ତି ନିଜ ଇଚ୍ଛା ମୁତାବକ ହେଲ୍‌ମେଟ ପିନ୍ଧିବେ ବୋଲି ବୁଧବାର କ୍ୟାବିନେଟ ବୈଠକରେ ସରକାର ନିଷ୍ପତ୍ତି ନେଇଥିବା ପରିବହନ ମନ୍ତ୍ରୀ ଆର୍‌.ସି. ଫାଲଦୁ ସୂଚନା ଦେଇଛନ୍ତି। ସହରାଞ୍ଚଳରେ ଲୋକେ ବାଇକ୍‌ରେ ବେଶି ଦୂରକୁ ଯାଉ ନ ଥିବାରୁ ଏପରି ନିଷ୍ପତ୍ତି ହୋଇଥିବା ସେ କହିଛନ୍ତି। ତେବେ ସହର ବାହାରକୁ କିମ୍ବା ଜାତୀୟ ଅଥବା ରାଜ୍ୟ ରାଜପଥରେ ଯିବାବେଳେ ହେଲ୍‌ମେଟ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏସ୍‌ଏସ୍‌ସି ପେପର୍‌ ଲିକ୍‌ ମାମଲା: ଏପ୍ରିଲ ୧୯ ଯାଏ ନ୍ୟାୟିକ ହେପାଜତକୁ ଗଲେ ବନ୍ଦି ସଞ୍ଚୟ

ହାଇଦ୍ରାବାଦ,୫।୪: ଏସ୍‌ଏସ୍‌ସି(ମାଧ୍ୟମିକ ବିଦ୍ୟାଳୟ ସାର୍ଟିଫିକେଟ) ପେପର୍‌ ଲିକ୍‌ ମାମଲାରେ ଗିରଫ ହୋଇଥିବା ତେଲଙ୍ଗାନା ଭାଜପା ସଭାପତି ବନ୍ଦି ସଞ୍ଚୟ କୁମାରଙ୍କୁ ବୁଧବାର ଏପ୍ରିଲ ୧୯ ଯାଏ...

ବିହାରରେ ବ୍ୟାପୁଛି ମସ୍ତିଷ୍କଜ୍ୱର:୧୦୦ ଊର୍ଦ୍ଧ୍ୱ ଶିଶୁଙ୍କ ପ୍ରାଣ ଗଲାଣି

ପାଟନା,୧୭ା୬: ବିହାରର ମୁଜାଫରପୁରରେ ଆକ୍ୟୁଟ ଏନ୍ସେଫାଲାଇଟିସ ସିଣ୍ଡ୍ରୋମ (ଏଇଏସ) ଏବଂ ଜାପାନିଜ ଏନ୍ସେଫାଲାଇଟିସ (ଜେଇ) ରୋଗର ପ୍ରକୋପ ଜାରି ରହିଛି। ଗତ ୨୪ ଘଣ୍ଟାରେ ଏଠାରେ...

ହରତାଳରେ ବସିଲେ ୩ ଲକ୍ଷ ଡାକ୍ତର

ନୂଆଦିଲ୍ଲୀ, ୩୧।୭: ନ୍ୟାଶ୍‌ନାଲ ମେଡିକାଲ କାଉଂସିଲ୍‌ ବିଲ୍‌ ୨୦୧୯କୁ ବିରୋଧ କରି ବୁଧବାର ଇଣ୍ଡିଆନ୍‌ ମେଡିକାଲ ଆସୋସିଏସନ୍‌(ଆଇଏମଏ) ପକ୍ଷରୁ ଦେଶବ୍ୟାପୀ ହଡତାଳ ଘୋଷଣା କରାଯାଇଛି। ଏଥିରେ...

କାଞ୍ଝାଓ୍ବାଲା ମାମଲା: ୪ଦିନିଆ ରିମାଣ୍ଡରେ ୫ଅଭିଯୁକ୍ତ

ନୂଆଦିଲ୍ଲୀ,୫।୧: ଦିଲ୍ଲୀ କାଞ୍ଝାଓ୍ବାଲାରେ ହିଟ୍‌ ଆଣ୍ଡ ରନ୍‌ ମାମଲା ଏବେ ଚର୍ଚ୍ଚାରେ ରହିଛି। ଏହି ମାମଲାରେ ଏଭଳି ଅନେକ ପ୍ରଶ୍ନ ରହିଛି ଯାହାର ଉତ୍ତର ଏପର୍ଯ୍ୟନ୍ତ...

ରାଜସ୍ଥାନ ମୁଖ୍ୟମନ୍ତ୍ରୀ ପଦକୁ ନେଇ ସସପେନ୍ସ?

ନୂଆଦିଲ୍ଲୀ,୨୯ ।୯: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ ଗୁରୁବାର କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କୁ ତାଙ୍କ ବାସ ଭବନ ୧୦ ଜନପଥରେ ଭେଟିଥିଲେ । ଏହାଥିଲା...

ଗଲଓ୍ବାନ ଘାଟି ଯିବେ ୩୦ ଜଣିଆ ସଂସଦୀୟ ପ୍ରତିରକ୍ଷା କମିଟି

ନୂଆଦିଲ୍ଲୀ,୧୩।୨: ପୂର୍ବ ଲଦାଖର ଗଲଓ୍ବାନ ଘାଟି ଏବଂ ପୋଙ୍ଗଙ୍ଗ ହ୍ରଦ ଗସ୍ତରେ ସଂସଦୀୟ ଦଳ ଯିବେ। ଏନେଇ ଶନିବାର ସଂସଦୀୟ ପ୍ରତିରକ୍ଷା କମିଟି ଅଧ୍ୟକ୍ଷ ଜୁଏଲ୍‌...

ଅନୁଚ୍ଛେଦ ୩୭୦ ଯୋଗୁ ବିବାହ ପରେ ଏହି ଅଭିନେତ୍ରୀ ହରାଇଥିଲେ କଶ୍ମୀର

ଶ୍ରୀନଗର,୬।୮: ଜମ୍ମୁ-କଶ୍ମୀରରୁ ଧାରା ୩୭୦ ହଟିବା ପରେ ସାରା ଦେଶରେ ମିଶ୍ରିତ ପ୍ରତିକ୍ରିୟା ମିଳିଛି। ଏନେଇ ବଲିଉଡ୍‌ରୁ ଆରମ୍ଭ କରି ଟେଲି କଳାକାରମାନେ ସରକାରଙ୍କ ଏହି...

ଧର୍ମ-ଜାତୀୟତାବାଦ ନେଇ ବିଭାଜିତ ହେବାରେ ଲାଗିଛନ୍ତି ପ୍ରବାସୀ ଭାରତୀୟ…

ନୂଆଦିଲ୍ଲୀ,୧୭।୧୦ : ହିନ୍ଦୁ ଜାତୀୟତାବାଦ କାରଣରୁ ଭାରତରେ ଚାଲିଥିବା ଉତ୍ତେଜନା ଧୀରେଧୀରେ ବ୍ରିଟେନ, ଆମେରିକା, କାନାଡା, ଅଷ୍ଟ୍ରେଲିଆର ଆଦି ସ୍ଥାନରେ ପହଞ୍ଚିଛି। ଧର୍ମ-ଜାତୀୟତାବାଦ ନେଇ ପ୍ରବାସୀ...

Advertisement
Archives

Model This Week