ଗୁଆହାଟୀ ଫିଲ୍ମ ଫେଷ୍ଟିଭାଲରେ ‘ଅନ୍ତର୍ଧ୍ୱନୀ’

ଶାନ୍ତନୁ ଏବଂ ଶାଲିନୀ ଦୁଇ ଜଣ ସାଙ୍ଗ। ଦିନେ ହଠାତ୍‌ ଶାଲିନୀ ଅନ୍ତର୍ଦ୍ଧାନ ହୋଇଯାଉଛି। ତାକୁ କିପରି ଠାବ କରିବ ସେଥିପାଇଁ ଶାନ୍ତନୁ ନିଜ ଜୀବନକୁ ବାଜି ଲଗାଇ ଦେଇଛି। ତା’ପରେ କ’ଣ ଘଟୁଛି ଏବଂ ଶାଲିନୀକୁ ଶାନ୍ତନୁ ପାଉଛି କି ନାହିଁ ସେପରି ଏକ ଉତ୍କଣ୍ଠାପୂର୍ଣ୍ଣ କାହାଣୀକୁ ଆଧାରକରି ନିର୍ମିତ ହୋଇଛି କଳାତ୍ମକ ଚଳଚ୍ଚିତ୍ର ‘ଅନ୍ତର୍ଧ୍ୱନୀ’। ଜଙ୍ଗଲ ଏବଂ ପ୍ରାକୃତିକ ବାତାବରଣର ଛାପ ଏଥିରେ ମଧ୍ୟ ରହିଛି। ଖାସ୍‌ କଥା ହେଲା, ଏହାର ୯୫ ପ୍ରତିଶତ ଶୁଟିଂ କେବଳ ଜଙ୍ଗଲରେ ହିଁ ହୋଇଛି। ପୁଣି ସମ୍ପୂର୍ଣ୍ଣ ପ୍ରାକୃତିକ ଆଲୋକରେ ଶୁଟିଂ କରାଯାଇଛି। ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ନିର୍ଦ୍ଦେଶକ ଅପୂର୍ବ କୁମାର ବୀର ନିର୍ଦ୍ଦେଶନା ଦେଇଥିବା ବେଳେ ପ୍ରଯୋଜନା କରିଛନ୍ତି ରାକେଶ ମହାନ୍ତି। ଅକ୍ଟୋବର ୩୧ରୁ ନଭେମ୍ବର ୬ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଗୁଆହାଟୀ ଫିଲ୍ମ ଫେଷ୍ଟିଭାଲରେ ଏହା ଓପନିଂ ଫିଲ୍ମ ଭାବରେ ପ୍ରଦର୍ଶିତ ହେବା ଯୋଜନା ରହିଛି। ଏହାପୂର୍ବରୁ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଉକ୍ତ ସିନେମା ପ୍ରଦର୍ଶିତ ହୋଇ ପ୍ରଶଂସିତ ହୋଇଛି। ଆଗକୁ ବର୍ଲିନ ଫିଲ୍ମ ଫେଷ୍ଟିଭାଲ ଏବଂ ଲୋକାର୍ନୋ ଫିଲ୍ମ ଫେଷ୍ଟିଭାଲରେ ଫିଲ୍ମଟି ପ୍ରଦର୍ଶିତ ହେବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି। ୨୪ ଏଫ୍‌ପିଏସ୍‌ ବ୍ୟାନରରେ ନିର୍ମିତ ‘ଅନ୍ତର୍ଧ୍ୱନୀ’ର ମୁଖ୍ୟ ଭୂମିକାରେ ଗୌରବ ପାଶଓ୍ବାଲ ଏବଂ ସ୍ବପ୍ନା ପତି ଅଭିନୟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ବିବାହିତ ଅଭିନେତାଙ୍କ ପ୍ରେମରେ ପାଗଳ ଥିଲେ ଶ୍ରଦ୍ଧା କପୁର: ତାଙ୍କ ସହ ଏକତ୍ର ରହିବା ପାଇଁ କରିଥିଲେ ଏମିତି କିଛି…

ବର୍ତ୍ତମାନ ସମୟରେ ବଲିଉଡ୍‌ର ଶ୍ରେଷ୍ଠ ଅଭିନେତ୍ରୀଙ୍କ ମଧ୍ୟରେ ଜଣେ ଶ୍ରଦ୍ଧା କପୁର। ବର୍ତ୍ତମାନ ପର୍ଯ୍ୟନ୍ତ ସେ ଅନେକ ଛୋଟ ଏବଂ ବଡ ବଜେଟ ସିନେମାରେ କାମ...

ଆଜି ହାତକୁ ଦି’ ହାତ ହେବେ କନିକା

ବଲିଉଡର ପ୍ରସିଦ୍ଧ ଗାୟିକା କନିକା କପୁରଙ୍କ ଆଜି ଦ୍ୱିତୀୟ ବିବାହ କରିବାକୁ ଯାଉଛନ୍ତି। ସେ ତାଙ୍କ ପ୍ରେମିକ ଗୌତମ ହାଥିରମାନୀଙ୍କ ସହ ହାତକୁ ଦି’ ହାତ...

ଭଉଣୀଙ୍କ ସହ ରୋମାନ୍ସ କରୁଥିବା ଏହି ଅଭିନେତା ହିରୋଙ୍କଠାରୁ ପାଉଥିଲେ ଅଧିକ ପାରିଶ୍ରମିକ

ହିନ୍ଦୀ ସିନେମା ଜଗତରେ ଏପରି ଜଣେ ହାସ୍ୟ ଅଭିନେତା ଯିଏ ଫିଲ୍ମରେ ହିରୋଙ୍କ ଅପେକ୍ଷା ଅଧିକ ପାରିଶ୍ରମିକ ପାଉଥିଲେ। ସେ ହେଉଛନ୍ତି  ମହମୁଦ୍‌ । ତାଙ୍କର...

ଝଲକ୍‌ ଦିଖ୍‌ଲା ଜା’ରେ ନଜର ଆସିବେ କପିଲଙ୍କ ‘ଦାଦି’

ବମ୍ବେ: ଖୁବ୍‌ଶୀଘ୍ର ଟେଲି ପରଦାରେ ପ୍ରସାରିତ ହେବ ଲୋକପ୍ରିୟ ରିଆଲିଟି ଶୋ’ ‘ଝଲକ ଦିଖ୍‌ଲା ଜା-୧୦’। ଧିରେ ଧିରେ ଏଥିରେ ଭାଗ ନେବାକୁ ଥିବା ପ୍ରତିଯୋଗୀଙ୍କ...

୭୯ରେ ଶେହନଶାହ

ମୁମ୍ବାଇ: ବଲିଉଡ୍ ମହାନାୟକ ଅମିତାଭ ବଚ୍ଚନ ୭୯ ବର୍ଷରେ ପାଦ ରଖିଛନ୍ତି । ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବାକୁ ରବିବାର ରାତିରୁ ମୁମ୍ବାଇ ସ୍ଥିତ ତାଙ୍କ...

ବିଗ୍‌ବସ୍‌ର ପ୍ରଥମ ଓ୍ବାଇଲ୍ଡ କାର୍ଡ ପ୍ରତିଯୋଗୀ ରାଜୀବ କିଏ? ଶିଳ୍ପା ସେଟ୍ଟୀଙ୍କ ସହ ରହିଛି…

ବମ୍ବେ: ବିଗ୍‌ବସ୍‌ ଘରେ ପ୍ରଥମ ଓ୍ବାଇଲ୍ଡ କାର୍ଡ ଭାବେ ଏଣ୍ଟ୍ରି କରିଛନ୍ତି ରାଜୀବ ଅଦାତିଆ। ଶନିବାର ଷ୍ଟେଜ୍‌ ଉପରେ ସେ କିଛି ସମୟ ହୋଷ୍ଟ ସଲମାନଙ୍କ...

ବୟସ ୪୦ ପାର୍‌, ହେଲେ ଆଜି ବି କୁଆଁରୀ

ବମ୍ବେ: ପରଦାରେ ରୋମାନ୍ସ କଲେ ହେଁ ବ୍ୟକ୍ତିଗତ ଜୀବନରେ ଏକାକି ଅନେକ ଟେଲି ଅଭିନେତ୍ରୀ। ସେମାନଙ୍କ ମଧ୍ୟରେ ରହିଛନ୍ତି ଶିଳ୍ପା ସିନ୍ଦେଙ୍କଠାରୁ ଆରମ୍ଭ କରି ଅନେକ...

ଭିଡ଼ିଓ ମାଧ୍ୟମରେ କରୋନା ସଚେତନତା ବାର୍ତ୍ତା ଦେଉଛନ୍ତି ଶାହାରୁଖ, ଅକ୍ଷୟ

ମୁମ୍ବାଇ: ବଲିଉଡ୍‌ ବାଦଶାହା ଶାହାରୁଖ ଖାଁ କରୋନା ଭାଇରସ ସଂକ୍ରମଣକୁ ନେଇ ସଚେତନତା ବାର୍ତ୍ତା ଦେଇଛନ୍ତି। କରୋନା ଭାଇରସ ଏବେ ମହାମାରୀରେ ପରିଣତ ହୋଇଥିବା ବେଳେ...

Advertisement
Archives

Model This Week