Posted inଜାତୀୟ

ଗାନ୍ଧୀ ଜୟନ୍ତୀରେ ମୁକୁଳିବେ ୬୦୦ ବନ୍ଦୀ

ନୂଆଦିଲ୍ଲୀ,୩୦ା୯(ପି.ଟି.): ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମବାର୍ଷିକୀ ଅବସରରେ ଅକ୍ଟୋବର ୨ରେ ବିଭିନ୍ନ ଜେଲରେ ଥିବା ପାଖାପାଖି ୬୦୦ ବନ୍ଦୀଙ୍କୁ ମୁକ୍ତକରିବା ଲାଗି ସରକାର ନିଷ୍ପତ୍ତି ନେଇଛନ୍ତି। ରାଜ୍ୟ ସରକାର ଓ କେନ୍ଦ୍ରଶାସିତ ଅଞ୍ଚଳ ପ୍ରଶାସନ ସହଯୋଗରେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ବନ୍ଦୀମାନଙ୍କ ତାଲିକା ପ୍ରସ୍ତୁତ କରୁଛି। ତେବେ ହତ୍ୟା, ବଳାତ୍କାର କିମ୍ବା ଦୁର୍ନୀତି ମାମଲାରେ ଦୋଷୀସାବ୍ୟସ୍ତ ବନ୍ଦୀଙ୍କୁ ଛଡ଼ାଯିବ ନାହିଁ। ଗାନ୍ଧିଜୀଙ୍କ ଜନ୍ମବାର୍ଷିକୀ ଅବସରରେ ସ୍ବତନ୍ତ୍ର କ୍ଷମା ଯୋଜନାରେ ପୂର୍ବରୁ ୨୦୧୮ ଅକ୍ଟୋବର ୨ ଓ ୨୦୧୯ ଏପ୍ରିଲ ୬ରେ ମଧ୍ୟ କେତେଜଣ ବନ୍ଦୀଙ୍କୁ ମୁକ୍ତ କରାଯାଇଥିଲା। ୫୫ ବର୍ଷରୁ ଊର୍ଦ୍ଧ୍ୱ ମହିଳା ଓ ୬୦ ବର୍ଷରୁ ଊର୍ଦ୍ଧ୍ୱ ପୁରୁଷ ବନ୍ଦୀ, ଯେଉଁମାନେ ସେମାନଙ୍କ ଦଣ୍ଡାଦେଶର ଅଧା ସମୟ ଜେଲ୍‌ରେ କାଟିସାରିଥିବେ ସେମାନଙ୍କୁ ମୁକ୍ତ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ସେହିପରି ୫୫ ବର୍ଷରୁ ଊର୍ଦ୍ଧ୍ୱ କିନ୍ନର ଏବଂ ୭୦ ପ୍ରତିଶତ ଭିନ୍ନକ୍ଷମ ଥିବା ବନ୍ଦୀଙ୍କୁ ମଧ୍ୟ ଏହି ଯୋଜନାର ଫାଇଦା ମିଳିବ।


Enter your email to get our daily news in your inbox.

All Right Reserved By Dharitri.Com

ଶପଥ ଗ୍ରହଣ ପରେ ମନଖୋଲି କଥା ହେବେ ଗୋଗୋଇ

ନୂଆଦିଲ୍ଲୀ,୧୭।୩: ଭାରତର ପୂର୍ବତନ ପ୍ରଧାନ ବିଚାରପତି (ସିଜେଆଇ) ରଞ୍ଜନ ଗୋଗୋଇଙ୍କୁ ସରକାର ରାଜ୍ୟ ସଭାକୁ ମନୋନୀତ କରିଛନ୍ତି। ଏନେଇ ସୋମବାର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି...

ଆସାମରେ ଜାପାନିଜ୍‌ ଏନ୍‌ସେଫାଲାଇଟିସ୍‌ ନେଲାଣି ୫୬ ଜୀବନ: ସ୍ବାସ୍ଥ୍ୟ ବିଭାଗର ସମସ୍ତ କର୍ମଚାରୀଙ୍କ ଛୁଟି ବାତିଲ

ଦିଶପୁର,୮।୭: ଆସାମରେ ଜାପାନିଜ୍‌ ଏନ୍‌ସେଫାଲାଇଟିସ୍‌ ଆତଙ୍କ ଦେଖାଦେଇଛି। ଗତ ଏପ୍ରିଲରୁ ଏବେ ପର୍ଯ୍ୟନ୍ତ ଏହି ରୋଗରେ ୫୬ଜଣଙ୍କ ଜୀବନ ଯାଇଥିବା ସୂଚନା ମିଳିଛି। ସେହିପରି ଗତ...

ଗଞ୍ଜେଇ ଗଛ ନଷ୍ଟ ପାଇଁ ମହିଳା ସଂଗଠନ ଭିଡ଼ିଲା ଅଣ୍ଟା

ଶିମଲା,୧୧।୮: ହିମାଚଳପ୍ରଦେଶର ଏକ ମହିଳା ସଂଗଠନ ଗଞ୍ଜେଇ ଗଛ ନଷ୍ଟ ପାଇଁ ଅଣ୍ଟା ଭିଡ଼ିଛି। ରାମପୁର ଭୁଶହାହର ସ୍ଥିତ ଡାକୋଲାଡ୍‌ ଗାଁରେ ଥିବା ମହିଳା ସଂଗଠନ...

ଅଯୋଧ୍ୟା ରାମମନ୍ଦିରରେ ଲଗାଯିବ ୨୧ ଶହ କିଲୋଗ୍ରାମ୍‌ ଓଜନର ଘଣ୍ଟା: ତିଆରି କରୁଛନ୍ତି ମୁସଲମାନ୍‌ କାରିଗର ଇକବାଲ୍‌

ଲକ୍ଷ୍ନୌ,୧୪।୧୧: ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ ହେବ। ଏଥିପାଇଁ ଉତ୍ତରପ୍ରଦେଶ ଇଟା ଜିଲାର ଜାଲେସରର ମୁସଲମାନ୍‌ କାରିଗର ଇକବାଲ୍‌ ୨୧ ଶହ କିଲୋଗ୍ରାମ୍‌ ଓଜନର ଏକ ବଡ଼...

ନାଗରିକତା ସଂଶୋଧନ ବିଲ୍‌ : ରାଜ୍ୟ ସଭାରେ ଭାଜପା ପାଇଁ ନମ୍ବର ଗେମ୍‌ ୧୨୧

ନୂଆଦିଲ୍ଲୀ,୧୦।୧୨: ନାଗରିକତା ସଂଶୋଧନ ବିଲ୍‌ ଲୋକ ସଭାରେ ଗୃହୀତ ହୋଇଛି। ଏବେ ବିଲ୍‌କୁ ରାଜ୍ୟ ସଭାରେ ଆଗତ କରାଯିବ। ରାଜ୍ୟ ସଭାର ସଦସ୍ୟ ସଂଖ୍ୟା ୨୪୫।...

ଆଖିରେ ଆଖିଏ ସ୍ବପ୍ନ: ପାଉଁଶଗଦାରେ ପ୍ରିୟ ପରିଜନଙ୍କୁ ଖୋଜୁଛନ୍ତି ଲୋକେ

ନୂଆଦିଲ୍ଲୀ,୧।୩: ଦିଲ୍ଲୀ ହଂସାରେ ମୃତ୍ୟୁ ସଂଖ୍ୟା ଇତିମଧ୍ୟରେ ୪୫ରେ ପହଞ୍ଚିଛି। ତେବେ ବି ବହୁ ଲୋକ ନିଖୋଜ ରହିଛନ୍ତି। ଆଖିରେ ଆଖିଏ ସ୍ବପ୍ନ ନେଇ ପ୍ରିୟ...

ପ୍ରସିଦ୍ଧ କବି ରାହତ ଇନ୍ଦୋରୀ କରୋନା ପଜିଟିଭ

ନୂଆଦିଲ୍ଲୀ,୧୧।୮: ପ୍ରସିଦ୍ଧ ଉର୍ଦ୍ଦୁ କବି ରାହତ ଇନ୍ଦୋରୀ କରୋନା ଭାଇରସ ଦ୍ୱାରା ସଂକ୍ରମିତ ହୋଇଛନ୍ତି। କିଛି ଘଣ୍ଟା ତଳେ ସେ ନିଜ ଫେସବୁକ୍‌ ମାଧ୍ୟମରେ ଏହି...

ରୋଜଗାରର ବାଟ ଫିଟାଇବ ବୁନ୍ଦେଲଖଣ୍ଡ ଏକ୍ସପ୍ରେସ୍‌ ଓ୍ବେ: ପ୍ରଧାନମନ୍ତ୍ରୀ

ଚିତ୍ରକୂଟ,୨୯।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ପ୍ରାୟ ୨୯୬ କିଲୋମିଟର ଲମ୍ବା ବୁନ୍ଦେଲଖଣ୍ଡ ଏକ୍ସପ୍ରେସ୍‌ ଓ୍ବେର ଶିଳାନ୍ୟାସ କରିଛନ୍ତି। ପାଖାପାଖି ୧୫ ହଜାର କୋଟି ଟଙ୍କା...

Advertisement


Archives

Model This Week