Posted inଜାତୀୟ

ଗାନ୍ଧୀ ଜୟନ୍ତୀରେ ପ୍ରଧାନମନ୍ତ୍ରୀଙ୍କ ଘୋଷଣା : ଭାରତ ବାହ୍ୟ ମଳମୁକ୍ତ

ଅହମଦାବାଦ,୩ା୧୦(ପି.ଟି.): ଭାରତ ଏବେ ସମ୍ପୂର୍ଣ୍ଣ ବାହ୍ୟ ମଳମୁକ୍ତ ହୋଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଘୋଷଣା କରିଛନ୍ତି। ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମବାର୍ଷିକୀ ଅବସରରେ ଗୁଜରାଟର ଅହମଦାବାଦଠାରେ ‘ସ୍ବଚ୍ଛ ଭାରତ ଦିବସ’ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ ସେ କହିଥିଲେ, ୫ ବର୍ଷ ମଧ୍ୟରେ ୬୦ କୋଟିରୁ ଊର୍ଦ୍ଧ୍ୱ ଲୋକଙ୍କୁ ପାଇଖାନା ଯୋଗାଇଦିଆଯାଇଛି। ଭାରତର ଏହି ପଦକ୍ଷେପକୁ ସାରା ବିଶ୍ୱ ପ୍ରଶଂସା କରୁଛି। ୨୦୧୪ ଅକ୍ଟୋବର ୨ରେ ପ୍ରଧାନମନ୍ତ୍ରୀ ସ୍ବଚ୍ଛ ଭାରତ ଅଭିଯାନର ଶୁଭାରମ୍ଭ କରିଥିଲେ। ୨୦୧୯ ଅକ୍ଟୋବର ୨ରେ ଭାରତ ସମ୍ପୂର୍ଣ୍ଣ ବାହ୍ୟ ମଳମୁକ୍ତ ହୋଇପାରିଛି। ଗାନ୍ଧିଜୀ ସ୍ବଚ୍ଛତା ଉପରେ ସର୍ବାଧିକ ଗୁରୁତ୍ୱ ଦେଉଥିଲେ। ଦେଶବାସୀ ତାହାକୁ ଆଗେଇନେବାକୁ ସେ ଚାହୁଁଥିଲେ। ଗ୍ରାମୀଣ ଭାରତ ଓ ଏହାର ଗ୍ରାମଗୁଡିକ ନିଜକୁ ବାହ୍ୟମଳମୁକ୍ତ ଘୋଷଣା କରିସାରିଛନ୍ତି। ୬୦ ମାସରେ ୧୧ କୋଟିରୁ ଅଧିକ ପାଇଖାନା ନିର୍ମାଣ ହୋଇଛି, ଯାହାକୁ ନେଇ ବିଶ୍ୱ ବିସ୍ମିତ ବୋଲି ମୋଦି କହିଛନ୍ତି। ପ୍ଲାଷ୍ଟିକ୍‌ ଏବେ ମାନବଜାତି ପାଇଁ ବଡ଼ ବିପଦ ଭାବେ ଉଭାହୋଇଛି। ୨୦୨୨ ସୁଦ୍ଧା ଦେଶକୁ ଏକକ ବ୍ୟବହୃତ ପ୍ଲାଷ୍ଟିକ୍‌ ମୁକ୍ତ କରିବା ଲକ୍ଷ୍ୟ ପୂରଣ କରିବାକୁ ହେବ।
ସ୍ବାର୍ଥ ପାଇଁ ଯଦି ପ୍ରତ୍ୟେକ ଭାରତୀୟ ଗୋଟିଏ ସଂକଳ୍ପ କରନ୍ତି ତେବେ ଗାନ୍ଧିଜୀଙ୍କର ଆତ୍ମନିର୍ଭରଶୀଳ ଭାରତ ସ୍ବପ୍ନ ସତ୍ୟରେ ପରିଣତ ହୋଇପାରିବ ବୋଲି ସାବରମତୀଠାରେ ପ୍ରଧାନମନ୍ତ୍ରୀ କହିଛନ୍ତି। ଦେଶ ପାଇଁ ସମସ୍ତେ ସଂକଳ୍ପ ନେବାକୁ ସେ ସମସ୍ତଙ୍କୁ ଅନୁରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଶଂସା ସାଉଁଟିଲେ ସୁଲୋଚନା: ଦୀର୍ଘ ୩୭ ବର୍ଷ ଶିକ୍ଷାଦାନ କରି ଶେଷରେ….

ମହାକାଳପଡ଼ା, ୨ା୬(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବାୟାବାବା କଲେଜ ଅଧ୍ୟକ୍ଷା ପଦରୁ ମେ ୩୧ରେ ପ୍ରାଧ୍ୟାପିକା ସୁଲୋଚନା ଦାଶ ଅବସରଗ୍ରହଣ କରିଛନ୍ତି। ଏହା ପରେ…

ଭାଲୁଡୁଙ୍ଗୁରୀ ୟୁପି ସ୍କୁଲରୁ ବ୍ୟାପକ ଚୋରି, ରାତି ଅଧରେ କବାଟ ଭାଙ୍ଗି ନେଇଗଲେ…

ଅମରପାଲି,୨।୬(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ସୁବଳୟା ଥାନା ଅନ୍ତର୍ଗତ ବହଳପଦର ପଞ୍ଚାୟତର ଭାଲୁଡ଼ୁଙ୍ଗୁରି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ସୋମବାର ରାତିରେ ବ୍ୟାପକ ଜିନିଷ ଚୋରି ହୋଇଥିବା ଅଭିଯୋଗ…

ଆସୁଛି ବଡ଼ ‘ବିପର୍ଯ୍ୟୟ’: ଏଲ ନିନୋ ତାଣ୍ଡବ ସୃଷ୍ଟି କରିବାକୁ ପ୍ରସ୍ତୁତ, ଭାରତ ଉପରେ ପକାଇବ‘ଗମ୍ଭୀର’ ପ୍ରଭାବ

ନୂଆଦିଲ୍ଲୀ,୨।୬: ଆମେରିକାର ଜାତୀୟ ସମୁଦ୍ର ଏବଂ ବାୟୁମଣ୍ଡଳୀୟ ପ୍ରଶାସନ (NOAA)ର ପାଣିପାଗ ବିଶେଷଜ୍ଞମାନେ ପୂର୍ବାନୁମାନ କରିଛନ୍ତି ଯେ ଏହି ବର୍ଷର ଆଟଲାଣ୍ଟିକ ବାତ୍ୟା ଋତୁ ସାଧାରଣ ଅପେକ୍ଷା…

ମଙ୍ଗଳବାରରେ ଏହି ରାଶି ଉପରେ ରହିବ ହନୁମାନଙ୍କ କୃପା, ସବୁ କାର୍ଯ୍ୟରେ ସଫଳତା

ଆଜି ଜ୍ୟେଷ୍ଠ ମାସ କୃଷ୍ଣ ପକ୍ଷର ଦ୍ୱିତୀୟା ତିଥି ପାଳନ କରାଯାଏ । ଏହି ମଙ୍ଗଳବାର ଦିନ ଜ୍ୟେଷ୍ଠ ମାସ ମଧ୍ୟରେ ପଡୁଥିବାରୁ, ଏହାକୁ ବଡ଼ ମଙ୍ଗଳ…

ଆନ୍ଦୋଳନ ଚେତାବନୀ ଦେଲେ ଚାଷୀ: ଟୋକନ ସମସ୍ୟାର ସମାଧାନ ନ ହେଲେ…

ବରଗଡ଼,୨।୬(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ରବିଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। ତେବେ ଅନ୍ୟବର୍ଷ ଅପେକ୍ଷା ଏଥର ଧାନବିକ୍ରି ଟୋକନରେ ହୋଇଥିବା ଅନିୟମିତତା ଚାଷୀଙ୍କୁ ଅଡୁଆରେ ପକାଇ ଦେଇଛି। ଅନେକ…

ଏହି ଦେଶର ଉପ-ପ୍ରଧାନମନ୍ତ୍ରୀ ବିରାଟଙ୍କର ଜଣେ ବଡ଼ ଫ୍ୟାନ, IPL ମ୍ୟାଚ ବିଜୟ ପରେ ସେ କହିଛନ୍ତି…

ନୂଆଦିଲ୍ଲୀ.୨।୬: ଅଷ୍ଟ୍ରେଲିଆର ଉପ-ପ୍ରଧାନମନ୍ତ୍ରୀ ରିଚାର୍ଡ ମାର୍ଲେସ, IPL 2026 ଫାଇନାଲରେ 75 ରନର ଏକ ଚମତ୍କାର ଇନିଂସ ସହିତ RCBକୁ ଚାମ୍ପିୟନସିପ ଟାଇଟଲ ହାସଲ କରିଥିବା ବିରାଟ…

ଇରାନ ଦେଲାଣି ଏମିତି ଚେତାବନୀ ଏବେ ଚୁଲି ଜଳିବା ହେବ ମୁସ୍କିଲ

ତେହରାନ,୨।୬: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସମ୍ପର୍କରେ ଚାଲିଥିବା ଆଲୋଚନା ମଧ୍ୟରେ, କୌଣସି ଦେଶ ଅନ୍ୟକୁ ଭୟଭୀତ କରିବାକୁ କୌଣସି ପ୍ରୟାସ ଛାଡ଼ୁନାହାଁନ୍ତି। ଡୋନାଲ୍ଡ ଟ୍ରମ୍ପଙ୍କ…

ସୁସ୍ମିତା ସେନଙ୍କ ସହ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ଲଳିତ ମୋଦି, କହିଲେ ଏମିତି କଥା ସଭିଏଁ ଚକିତ

ନୂଆଦିଲ୍ଲୀ,୨।୬: ୨୦୨୨ ମସିହାରେ, ଏକ ଇନଷ୍ଟାଗ୍ରାମ ପୋଷ୍ଟ ଏତେ ଝଡ଼ ସୃଷ୍ଟି କରିଥିଲା ଯେ ଏହା ସୋସିଆଲ ମିଡିଆ ଠାରୁ ଆରମ୍ଭ କରି ମନୋରଞ୍ଜନ ଜଗତ ପର୍ଯ୍ୟନ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri