ଗାନ୍ଧୀ ଗାଥାର ହେବ ଗନ୍ତାଘର

ଅନୁଗୋଳ ଅଫିସ, ୩୦।୭ ‘ବ୍ଲାକ ଡାଇମଣ୍ଡ’ରେ ଗୁଞ୍ଜରିତ ହେବ ବାପୁଙ୍କ ବାର୍ତ୍ତା। ଜାତିର ପିତାଙ୍କ ଜୀବନୀ, ନୀତି, ଆଦର୍ଶ ସମ୍ପର୍କରେ ଏଠାରୁ ଅଧିକ ଜାଣିବେ ଜଗତବାସୀ। ସ୍ବାଧୀନତା ସଂଗ୍ରାମରେ ଏହି ମହାପୁରୁଷଙ୍କ ଅବିସ୍ମରଣୀୟ ଅବଦାନର ତଥ୍ୟ ରହିବ ଅନୁଗୋଳର ଗାନ୍ଧୀ ପ୍ରକୋଷ୍ଠରେ। ମହାତ୍ମାଙ୍କ ଉପରେ ବିଶ୍ୱରେ ଲିଖିତ ବିଭିନ୍ନ ପୁସ୍ତକ ଏଠାରେ ପାଇପାରିବେ ପର୍ଯ୍ୟଟକ। ଅନୁଗୋଳର ଐତିହ୍ୟକୁ ଆଲୋକିତ କରିବାକୁ ଯାଉଥିବା ‘ବ୍ଲାକ ଡାଇମଣ୍ଡ’ ଗାନ୍ଧୀ ଗାଥାର ଏକ ଗନ୍ତାଘର ହେବ। ହୁଲୁରିସିଂହାଠାରେ ନିର୍ମାଣର ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ଏହି ସଂଗ୍ରହାଳୟ ଓ ବିଶ୍ୱସ୍ତରୀୟ ଲାଇବ୍ରେରି ଖୁବ୍‌ଶୀଘ୍ର ଉଦ୍‌ଘାଟନ ହେବ ବୋଲି ଅନୁଗୋଳ ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ କହିଛନ୍ତି।
କୋଇଲା ଆକୃତ୍ତିର ଏହି ଦୁଇ ମହଲା ବିଶିଷ୍ଟ ବ୍ଲାକ ଡାଇମଣ୍ଡର ପ୍ରଥମ ମହଲାରେ ଥିବା ସଂଗ୍ରହାଳୟରେ ଅନୁଗୋଳର କଳା, ସଂସ୍କୃତି, ସାହିତ୍ୟ ଓ ଐତିହ୍ୟକୁ ସାଇତି ରଖାଯିବ। ଅତୀତରେ ଅନୁଗୋଳର ବିଭିନ୍ନ ଗଡ଼ଜାତରେ ରାଜୁତି କରୁଥିବା ରାଜାଙ୍କ ପ୍ରତିମୂର୍ତ୍ତି ଏଥିରେ ସ୍ଥାନ ପାଇବ। ଅନୁଗୋଳର ମାଟି ତଳୁ ବାହାରିଥିବା ପ୍ରାଚୀନ ତାମ୍ର ଫଳକ, ବୁଦ୍ଧମୂର୍ତ୍ତି, ପ୍ରସ୍ତର ଯୁଗର ସାମଗ୍ରୀ, କାରୁକାର୍ଯ୍ୟ ଆଦିକୁ ରଖାଯାଇ ପ୍ରଦର୍ଶିତ କରାଯିବ। ରାଜା, ପାଇକଙ୍କ ଦ୍ୱାରା ବ୍ୟବହୃତ ଅସ୍ତ୍ରଶସ୍ତ୍ର ବର୍ଚ୍ଛା, ୭ ପ୍ରକାରର ଖଣ୍ଡା, ଛୁରି, ଢାଲ, ତରୱାଲ ଆଦି ରଖାଯିବ। ଅନୁଗୋଳ, ତାଳଚେର, ଆଠମଲ୍ଲିକ ଓ ପାଲଲହଡ଼ା ରାଜ ପ୍ରାସାଦର ବିଭିନ୍ନ ସାମଗ୍ରୀ, ପୋଷାକ ସଂଗ୍ରହାଳୟର ଶୋଭା ବଢ଼ାଇବା ସହ ଶିକ୍ଷା କ୍ଷେତ୍ରରେ ସହାୟକ ହୋଇପାରିବ, ଯାହାକି ଆଗାମୀ ପିଢ଼ି ପାଇଁ ଗର୍ବ ଓ ଗୌରବର ବିଷୟ ହେବ। ସେହିପରି ଅନୁଗୋଳରେ ବ୍ରିଟିଶ ଶାସନ ଠାରୁ ଆରମ୍ଭ କରି ସ୍ବାଧୀନତା ସଂଗ୍ରାମ, ପ୍ରଜାମଣ୍ଡଳ ଆନ୍ଦୋଳନ ସମ୍ପର୍କରେ ତଥ୍ୟ ସାଇତି ରଖାଯିବ। ଜିଲାର ବରପୁତ୍ରମାନଙ୍କ ତୈଳ ଚିତ୍ର ଠାରୁ ଆରମ୍ଭ କରି ବିଭିନ୍ନ ସମୟର ମୁଦ୍ରା, ପୋଥି, ଲୋକ ସଂସ୍କୃତି ସମ୍ବନ୍ଧିତ ବସ୍ତୁକୁ ସଂଗ୍ରହ କରାଯାଇ ପ୍ରଦର୍ଶିତ କରାଯିବ। ଅନୁଗୋଳର ପୁରାତନ କଳା ରାବଣଛାୟାକୁ ଏଠାରେ ସ୍ବତନ୍ତ୍ର ସ୍ଥାନ ଦିଆଯିବ। ଜିଲାର ଟେରାକୋଟା, କଂସା, ଚାନ୍ଦୁଆ, ବାଉଁଶ, ବେତରେ ପ୍ରସ୍ତୁତ ସାମଗ୍ରୀ, ପଟ୍ଟଚିତ୍ର, ବାଲୁକା କଳା, ତାରକଶି, ପଥର ଖୋଦେଇ ଓ ହସ୍ତତନ୍ତକୁ ସାଇତି ରଖାଯିବ। ଫଳରେ ପର୍ଯ୍ୟଟକ ଓ ସାଧାରଣ ଲୋକମାନେ ପ୍ରାଚୀନ କଳା, ସଂସ୍କୃତି ଓ ବିଜ୍ଞାନକୁ ନେଇ ଏକ ସ୍ପଷ୍ଟ ଧାରଣା ଏଠାରୁ ପାଇପାରିବେ। ଦ୍ୱିତୀୟ ମହଲାରେ ଏକ ଅତ୍ୟାଧୁନିକ ସମ୍ମିଳନୀ କକ୍ଷ ରହିବ। ଏଠାରେ ଅନୁଗୋଳର ଇତିହାସ ସମ୍ପର୍କିତ କ୍ଷୁଦ୍ର ସିନେମା ପ୍ରଦର୍ଶିତ କରାଯିବ। ଏଥିସହ ପ୍ରସ୍ତୁତ ହେଉଥିବା ବିଶ୍ୱସ୍ତରୀୟ ପାଠାଗାର ବିଭିନ୍ନ ବିଷୟରେ ଗବେଷଣା କରୁଥିବା ଛାତ୍ରୀଛାତ୍ରଙ୍କ ଜ୍ଞାନ ବୃଦ୍ଧି କରିପାରିବ। ଏହି ଇ- ଲାଇବ୍ରେରିରେ ଓଡ଼ିଆ, ଇଂଲିଶ, ହିନ୍ଦୀ, ସଂସ୍କୃତ ଓ ବିଭିନ୍ନ ଭାଷାରେ ଲିଖିତ ଲେଖକଙ୍କ ପୁସ୍ତକମାନ ଉପଲବ୍ଧ ହେବ। ପୁରୁଣା ହେଉ କି ନୂଆ, ଡିଜିଟାଲ ବ୍ୟବସ୍ଥାରେ ଏହାକୁ ମାତ୍ର କେଇ ସେକେଣ୍ଡରେ ପାଇହେବ। ତେବେ ଜାତିର ପିତାଙ୍କ ଜୀବନାଦର୍ଶନର ପ୍ରଦର୍ଶନ ନିମନ୍ତେ ଏକ ସ୍ବତନ୍ତ୍ର ପ୍ରକୋଷ୍ଠର ବ୍ୟବସ୍ଥା ହୋଇଛି। ଅନୁଗୋଳ ଜିଲାକୁ ଗାନ୍ଧୀଙ୍କ ଆଗମନ ଓ ତାଙ୍କ ନୀତି ଆଦର୍ଶ ଆଧାରିତ ପୁସ୍ତକମାନ ଏଠାରେ ରଖାଯିବ। ଏଥିସହ ସୂଚନା ଆଧାରିତ ଫଟୋଚିତ୍ରମାନ ଲଗାଯାଇ ପର୍ଯ୍ୟଟକଙ୍କ ବୁଝିବାକୁ ଅଧିକ ସହଜ କରିଦିଆଯିବ। ଏଠାରେ ପିଲାଙ୍କ ପାଇଁ କିଡ଼୍ସ ଜୋନ୍‌, ମ୍ୟୁଜିୟମ୍‌ ଡିସ୍‌ପ୍ଲେ ଜୋନ୍‌, କ୍ୟାପିଟ୍‌ ଏରିଆ, ପ୍ରତୀକ୍ଷା ଲାଉଞ୍ଜ ଆଦିର ବ୍ୟବସ୍ଥା କରାଯାଇଥିବା ଜିଲା ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୨ ବାଇକ୍‌ ମୁହାଁମୁହିଁ ଧକ୍କା: ଚାଲିଗଲା ୩ ଜୀବନ, ୪ ଗୁରୁତର 

ପଟ୍ଟାଙ୍ଗି,୮ା୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ ସୁଙ୍କି-ଅମ୍ପାବାଲି ପଞ୍ଚାୟତ ବୋରିଗୁଡ଼ା ଛକ ନିକଟରେ ରବିବାର ୨ ବାଇକ୍‌ ମୁହାଁମୁହିଁ ଧକ୍କା ହୋଇ ୩ଜଣଙ୍କ…

୧୨ରେ ଧର୍ମଘଟକୁ ସମର୍ଥନ କରିବ କଂଗ୍ରେସ: ଭକ୍ତ

ଭୁବନେଶ୍ୱର,୮।୨: କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଚଳିତ ୪ଟି ଶ୍ରମ କୋଡ୍‌ ବାତିଲ ସହିତ  ବିଭିନ୍ନ ଜନବିରୋଧୀ ନୀତିକୁ ନେଇ ୧୦ଟି କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନ ପକ୍ଷରୁ ଆସନ୍ତା…

ପୁଅଙ୍କୁ ଛୁରି ଭୁସି ମାରିଦେଲେ ପିଶାଚ ବାପା

କାମାକ୍ଷାନଗର,୮।୨: ଢେଙ୍କାନାଳ ଜିଲା କଙ୍କଡ଼ାହାଡ଼ ଥାନା କମ୍ପୁଲେଇ ପୁରୁଣାସାହି ଗାଁରେ ରବିବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ବାପା ନିଜ ପୁଅଙ୍କୁ ଛୁରି ଭୁସି…

ବିଦ୍ୟାଳୟରୁ ଛାତ୍ର ନିଖୋଜ ଘଟଣା: ନିଆଁ ପୁଉଁଥିବାବେଳେ ଏମିତି ପଡ଼ିଲେ ଧରା

ଦାରିଙ୍ଗବାଡ଼ି,୮ା୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ସରକାରୀ ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରୁ ନବମ ଛାତ୍ର ନିଖୋଜ ଛାତ୍ର କିଷାନ ବେହେରା ୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ…

୧୩ ବରିଷ୍ଠ ରାଜସ୍ବ ସହାୟକଙ୍କୁ ସେକ୍ସନ ଅଫିସର ପଦବୀକୁ ପଦୋନ୍ନତି

କୋରାପୁଟ,୮ା୨(ଅମିତାଭ ବେହେରା): କୋରାପୁଟ ଜିଲାର ବିଭିନ୍ନ ବିଭାଗରେ କାର୍ଯ୍ୟ କରୁଥିବା ବରିଷ୍ଠ ରାଜସ୍ବ ସହାୟକଙ୍କ ମଧ୍ୟରୁ ୧୩ ଜଣଙ୍କୁ ଜିଲାପାଳ ମନୋଜ ସତ୍ୟବାନ ମହାଜନ ସେକ୍ସନ ଅଫିସର…

ଶିକ୍ଷକ କର୍ମଶାଳା ପାଲଟିଲା ରଣାଙ୍ଗନ: ପ୍ରଧାନଶିକ୍ଷକଙ୍କ ଉନ୍ମତ୍ତ କାଣ୍ଡ, ଅଶ୍ଳୀଳ ଭାଷା କହି…

ପରଜଙ୍ଗ,୮ା୨(ନିଗମାନନ୍ଦ ଦଳବେହେରା): ବିଦ୍ୟାଳୟରେ ଚାଲିଥିଲା ପାଞ୍ଚଦିନିଆ ଶିକ୍ଷକ କର୍ମଶାଳା। ଭାଗ ନେଇଥିଲେ ୫୦ରୁ ଊର୍ଦ୍ଧ୍ୱ ଶିକ୍ଷକ ଓ ଶିକ୍ଷୟିତ୍ରୀ। କିନ୍ତୁ ହଠାତ୍‌ କର୍ମଶାଳା ପାଲଟିଲା ରଣାଙ୍ଗନ। ନିଶାସକ୍ତ…

ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୮ା୨: ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ଚିକିଟି ବ୍ଲକ ଅନ୍ତର୍ଗତ ସୁନପୂରର ୨ ମୃତକଙ୍କ ପରିବାରକୁ ୪ ଲକ୍ଷ ଲେଖାଏ ଅନୁକମ୍ପା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ…

ରୋଗୀଙ୍କୁ ଚିକିତ୍ସା ପାଇଁ ନେଉଥିଲେ ବିଶାଖାପାଟଣା, ବାଟରେ ଘଟିଲା ବଡ଼ ଅଘଟଣ, ଚାଲିଗଲା ୨ ଜୀବନ

ପାତ୍ରପୁର/ଚିକିଟି,୮ା୨(ଉମାଚରଣ ନେପାକ/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ଲକ ଅନ୍ତର୍ଗତ ପାତିସୁନପୁର ଗ୍ରାମର ଗୋଟିଏ ପରିବାରର ୬ ଜଣ ବିଶାଖାପାଟଣା ଯାଉଥିବା ବେଳେ ରବିବାର ଅପରାହ୍ନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri