ଗାଈକୁ ବଞ୍ଚାଇବାକୁ ଯାଇ ସୁବର୍ଣ୍ଣପୁର ଏସ୍‌ପିଙ୍କ ଗାଡ଼ି ଦୁର୍ଘଟଣାଗସ୍ତ, ୨୦ ଫୁଟ ତଳକୁ ଖସିଲା

ସୋନପୁର,୨୨।୧(ନି.ପ୍ର): ସୁବର୍ଣ୍ଣପୁର ଏସ୍‌ପି ଦେବୀପ୍ରସାଦ ଦାଶଙ୍କ ଗାଡ଼ି ବୁଧବାର ସକାଳେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏସ୍‌ପି ସମ୍ବଲପୁର ଆର୍‌ଡିସିଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ହେବାକୁ ଥିବା ସଦାଚାର କମିଟି ବୈଠକରେ ଯୋଗ ଦେବାକୁ ଯାଉଥିଲେ। ସିଂଢ଼ୋଲ ନିକଟରେ ଏକ ଗାଈକୁ ବଞ୍ଚାଇବାକୁ ଯାଇ ତାଙ୍କ ଗାଡ଼ିର ଡ୍ରାଇଭର ଭାରସାମ୍ୟ ହରାଇଥିଲେ। ଫଳରେ ଏସ୍‌ପିଙ୍କ ବୋଲେରୋଟିି ରାସ୍ତା ପାର୍ଶ୍ୱକୁ ଓଲଟି ପଡ଼ି ୨୦ ଫୁଟ ତଳକୁ ଖସିପଡ଼ିଥିଲା। ସେହି ସମୟରେ ଉକ୍ତ ବାଟ ଦେଇ ଏକ କାର୍‌ ଯାଉଥିଲା। କାର୍‌ରେ ଥିବା ବ୍ୟକ୍ତିମାନେ ଏସ୍‌ପିଙ୍କ ସହ ଅନ୍ୟ ଦୁଇଜଣଙ୍କୁ ଉଦ୍ଧାର କରିଥିଲେ। ସମସ୍ତଙ୍କୁ ସୁବର୍ଣ୍ଣପୁର ଜିଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା। ତେବେ ସିଟ୍‌ ବେଲ୍ଟ ବାନ୍ଧିଥିବା ଯୋଗୁ ଗାଡ଼ିରେ ଥିବା ୩ଜଣଙ୍କ ବିଶେଷ କ୍ଷତି ହୋଇନାହିଁ। ସାମାନ୍ୟ ଆଘାତ ଲାଗିଥିବାରୁ ପ୍ରାଥମିକ ଚିକିତ୍ସା ପରେ ସେମାନେ ଫେରିଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ସଂଯୋଗ ନ ଥାଇ ଆସୁଛି ବିଦ୍ୟୁତ୍‌ ବିଲ୍‌

ଢେଙ୍କାନାଳ ଅଫିସ, ୩୦।୪ଢେଙ୍କାନାଳ ଜିଲାରେ ସୌଭାଗ୍ୟ ଯୋଜନାରେ ବିଦ୍ୟୁତ୍‌ ଯୋଗାଣ କାର୍ଯ୍ୟକ୍ରମ ସମୀକ୍ଷା ହେଉନାହିଁ। ବିଦ୍ୟୁତ୍‌ ସଂଯୋଗ ନ ଥାଇ ପ୍ରତିମାସରେ ବିଲ୍‌ ଆସୁଛି। ଏହାକୁ...

କରୋନା ମୁକାବିଲା: ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୫ଲକ୍ଷ ଦେଲା ଓଟିଡିସି

ଭୁବନେଶ୍ୱର, ୨୫।୩(ବ୍ୟୁରୋ): କରୋନା(କୋଭିଡ୍‌-୧୯)ର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି(ସିଏମ୍‌ଆର୍‌ଏଫ୍‌)କୁ ଓଟିଡିସି ସହଯୋଗ କରିଛି। ଓଟିଡିସି ସିଏମ୍‌ଆର୍‌ଏଫ୍‌ ପାଣ୍ଠିକୁ ୫ ଲକ୍ଷ ଟଙ୍କା ସହାୟତା ପ୍ରଦାନ...

କୋଭିଡ ତଦାରଖ କାର୍ଯ୍ୟରେ ନିୟୋଜିତ ହେଲେ ୬୨ ଶିକ୍ଷକ

ଜି. ଉଦୟଗିରି, ୧୫।୪(ଡି.ଏନ୍‌.ଏ.): ଜି.ଉଦୟଗିରି ବ୍ଲକରେ କୋଭିଡ୍‌ ନିୟନ୍ତ୍ରଣ ତଦାରଖ କାର୍ଯ୍ୟରେ ୬୨ ଜଣ ଶିକ୍ଷକଙ୍କୁ ବ୍ଲକ ପ୍ରଶାସନ ପକ୍ଷରୁ ନିୟୋଜିତ କରାଯାଇଛି ବୋଲି ଜି.ଉଦୟଗିରି...

ଉପକୂଳ, ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର,୨୯ା୪(ବ୍ୟୁରୋ) ଛତିଶଗଡ଼ ଓ ଏହାର ଆଖପାଖ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏଥିସହିତ ସମୁଦ୍ର ପତ୍ତନରୁ ୯ କି.ମି. ଉପରେ ଦକ୍ଷିଣ ଛତିଶଗଡ଼ରୁ ଦକ୍ଷିଣ...

ଦିନ ମଜୁରିଆଙ୍କ ଝିଅ ରଖିଲେ ୮୮.୫% ମାର୍କ

ଢେଙ୍କାନାଳ ଅଫିସ, ୨୩।୫: ପ୍ରତିକୂଳ ପରିସ୍ଥିତି ଆସିଲେ ଅନେକେ ଆଶା ଛାଡ଼ିଦିଅନ୍ତି। ଦାୟିତ୍ୱରୁ ମୁହଁ ଫେରାଇ ପିଠି ପଛ କରି ଫେରିଆସନ୍ତି। ସମାଜରେ ଏପରି ଉଦାହରଣର ଅଭାବନାହିଁ।...

ଭାଜପା ପକ୍ଷରୁ ୧୨ ଘଣ୍ଟିଆ ଅନୁଗୋଳ ବନ୍ଦ ପାଳନ: ବଅଁରପାଳରେ ପ୍ରଭାବ

ବଅଁରପାଳ,୨୪।୭(ଡି.ଏନ୍‌.ଏ.): ମୃତଦେହ ବ୍ୟବଚ୍ଛେଦ, ସଂରକ୍ଷଣ ଗୃହରୁ ୨ ମୃତଦେହରୁ ଆଖି ଗାଏବ, ନାବାଳିକାଙ୍କୁ ବଳାତ୍କାର ଓ ଅନୁଗୋଳ ସହରରେ ଆବର୍ଜନା ଭର୍ତ୍ତି ହେବା ଆଦି ଘଟଣାକୁ...

ନିଜକୁ ଖବରଦାତା କହି ଠକୁଥିବା ବ୍ୟକ୍ତି ଗିରଫ

ବଡ଼ଗାଁ,୮।୪ (ଡି.ଏନ.ଏ.): ସୁନ୍ଦରଗଡ଼ ଜ଼ିଲା ବଡ଼ଗାଁ ବ୍ଲକ ଅନ୍ତର୍ଗତ ବରଙ୍ଗକଛାର ଗାଁରେ ନିଜକୁ ଖବରଦାତା ବୋଲି ପରିଚୟ ଦେଇ ଲୋକଙ୍କୁ ଠକୁଥିବାବେଳେ ଜଣେ ବ୍ୟକ୍ତି ଗିରଫ...

ଅଗ୍ନିକାଣ୍ଡ: ୨୦ ଲକ୍ଷ ଟଙ୍କାର ସମ୍ପତ୍ତି ନଷ୍ଟ

ମାଲକାନଗିରି,୨୭ା୫(ଡି.ଏନ୍‌.ଏ.)- ମାଲକାନଗିରି ସଦର ମହକୁମାରେ ଥିବା ଏକ ବ୍ୟବସାୟ ପ୍ରତିଷ୍ଠାନରେ ମଙ୍ଗଳବାର ରାତିରେ ଅଗ୍ନିକାଣ୍ଡ ଘଟି ୨୦ ଲକ୍ଷ ଟଙ୍କାର ସମ୍ପତ୍ତି ପୋଡିଯାଇଛି। ଖବରପାଇ ଅଗ୍ନିଶମ...

Coronavirus Update

Archives

Model This Week

Why Dharitri