ଗାଁରେ ଉଚ୍ଚା ଘର ପାଇଁ ନେବାକୁ ପଡ଼ିବ ଅନୁମତି

ଭୁବନେଶ୍ୱର, ୧୨।୧୧(ବ୍ୟୁରୋ): ଏଣିକି ସହରପରି ଗାଁରେ ମନଇଚ୍ଛା ଘର କରିହେବ ନାହିଁ। ସେଥିପାଇଁ ପଞ୍ଚାୟତ ସମିତିର ଅନୁମତି ନେବାକୁ ପଡ଼ିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ଗେଜେଟରେ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ମଙ୍ଗଳବାର ନଗର ଉନ୍ନୟନମନ୍ତ୍ରୀ ପ୍ରତାପ ଜେନା ଏହି ସୂଚନା ଦେଇଛନ୍ତି।
ସେ କହିଛନ୍ତି, ଜି+୨ ବା ତିନି ମହଲାର ଘର କରିବା ପାଇଁ ପଞ୍ଚାୟତ ସମିତିର ଅନୁମତି ନେବାକୁ ପଡ଼ିବ। ୫୦୦ ବର୍ଗ ମିଟର ଅଞ୍ଚଳର ଘର କରୁଥିଲେ ଅନୁମତି ନେବାକୁ ପଡିବ। ଏଥିପାଇଁ ଉପଯୁକ୍ତ ପ୍ଲାନିଂ ସହ ପଞ୍ଚାୟତ ସମିତି ପାଖରେ ଆବେଦନ କରିବାକୁ ପଡ଼ିବ। ଏହାର ଆପ୍ରୁଭାଲ ପାଇଁ ପଞ୍ଚାୟତ ପକ୍ଷରୁ ଜିଲା ପ୍ଲାନିଂ ୟୁନିଟକୁ ପଠାଯିବ। ଜିଲା ପ୍ଲାନିଂ ୟୁନିଟ ଅନୁମୋଦନ କଲେ ଘର ନିର୍ମାଣ କରାଯାଇପରିବ।
ମନ୍ତ୍ରୀ କହିଛନ୍ତି, ଗାଁଗୁଡିକରେ ଯେଉଁ ଘର କରାଯାଉଛି ସେଥିରେ ଡ୍ରେନେଜ ଓ ସ୍ବରେଜ ପ୍ଲାନ କରାଯାଉ ନାହିଁ। ସେଥିପାଇଁ ଏହି ନିୟମ ଲାଗୁ କରାଯାଇଛି। ଯଦି କେହି ସରକାରୀ ନିୟମ ମୁତାବକ ଘର ନ କରନ୍ତି ତେବେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବେତନ ବୃଦ୍ଧି ଦାବି କଲା ରାଜସ୍ବ ଅମଲା ସଂଘ

ଢେଙ୍କାନାଳ ଅଫିସ, ୧୮।୨ – ବେତନ ବୃଦ୍ଧି ଦାବି କରିଛି ଢେଙ୍କାନାଳ ଜିଲା ରାଜସ୍ବ ଅମଲା ସଂଘ। ଏ ନେଇ ସୋମବାର ଅପରାହ୍ନ ସାଢ଼େ ୪ଟାରେ...

ଅନ୍ଧବିଶ୍ୱାସ: ବଜ୍ରପାତରେ ମୃତ ବୃଦ୍ଧଙ୍କୁ ଗୋବରରେ ପୋତି ଦେଲେ ପରିବାର ଲୋକେ

ପାଟଣା,୯।୧୦(ସ୍ବ.ପ୍ର.) :କେନ୍ଦୁଝର ଜିଲା ପାଟଣା ଥାନା ମାଛଗଡ ପଞ୍ଚାୟତ ଅନ୍ତର୍ଗତ ଦୁଧିନାଳି ଗ୍ରାମରେ ବଜ୍ରପାତରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଛି। ମୃତକ ଜଣକ ହେଉଛନ୍ତି ଜଙ୍ଗରାଇ...

ନୂଆପଡାରେ ପୁଣି ୮କରୋନା ପଜିଟିଭ

ନୂଆପଡା ଅଫିସ,୬ା୬-ନୂଆପଡା ଜିଲାରେ ପୁଣି ୮ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ଏବେସୁଦ୍ଧା ମୋଟ କରୋନା ପଜିଟିଭ ସଂଖ୍ୟା ୬୭ରେ ପହଞ୍ଚିଛି।...

ସାମାଜିକ ଦୂରତ୍ୱ ନ ଥିଲେ ୧ ହଜାର ଜରିମାନା ଦେବେ ଦୋକାନୀ: ଜିଲାପାଳ

ଛତ୍ରପୁର,୨୩ା୪(ଡି.ଏନ୍‌.ଏ.): କରୋନା ସଂକ୍ରମଣ ପ୍ରତିହତ ପାଇଁ ଦୋକାନ ସମ୍ମୁଖରେ ଗ୍ରାହକମାନେ ନିଜ ମଧ୍ୟରେ ୨ ମିଟର ସାମାଜିକ ଦୂରତ୍ୱ ଅବଲମ୍ବନ କରିବା ବାଧ୍ୟତାମୂଳକ। ଦୋକାନୀମାନେ ଏପରି...

ଗଞ୍ଜାମ ଜିଲାସ୍ତରୀୟ ପୋଲିସ ଶହୀଦ ଦିବସ

ଛତ୍ରପୁର, ୨୧।୧୦(ଡି.ଏନ୍‌.ଏ.): ଗଞ୍ଜାମ ଜିଲାସ୍ତରୀୟ ପୋଲିସ ଶହୀଦ ଦିବସ ସୋମବାର ପାଳିତ ହୋଇଯାଇଛି। ଛତ୍ରପୁରସ୍ଥିତ ପୋଲିସ ପଡ଼ିଆରେ ଆୟୋଜିତ ପରେଡ୍‌ରେ ଗଞ୍ଜାମ ଏସ୍‌ପି ବ୍ରିଜେଶ କୁମାର...

ଲୋକଙ୍କ ସମସ୍ୟା ବୁଝିଲେ ଗୃହ ବିଭାଗ ପ୍ରମୁଖ ସଚିବ

ଜି.ଉଦୟଗିରି,୧୧ା୧୨(ଡି.ଏନ.ଏ.)-ଗୃହ ବିଭାଗର ପ୍ରମୁଖ ସଚିବ ତଥା କନ୍ଧମାଳ ଜିଲା ନୋଡାଲ ଅଫିସର ସଞ୍ଜୀବ ଚୋପ୍ରା ମଙ୍ଗଳବାର ଜି.ଉଦୟଗିରି ବ୍ଲକର ବିଭିନ୍ନ ଗ୍ରାମ ଗସ୍ତକରି ଲୋକଙ୍କ ସମସ୍ୟା...

ଆନ୍ଧ୍ରର ବିରାଟ ଚକ୍ରାନ୍ତ: ମହେନ୍ଦ୍ରତନୟା ପାଣି ଓଡିଶାରେ କମୁଛି, ଆନ୍ଧ୍ରରେ ବଢୁଛି

ପାରଳାଖେମୁଣ୍ଡି, ୧୨ା୭(ସ୍ବ.ପ୍ର.) – ବିଭିନ୍ନ ସମୟରେ ଓଡିଶାର ବାଲି, ନଦୀ, ଜଙ୍ଗଲ ଓ ଖଣିଜ ସମ୍ପଦ ଉପରେ ଲୋଲୁପ ଦୃଷ୍ଟି ରଖିଆସିଥିବା ଆନ୍ଧ୍ର ସରକାର ଏବେ...

ଆବର୍ଜନାର ପୁରୀ

ପୁରୀ ଅଫିସ,୧୫-୧:ପୁରୀ ହେବ ବିଶ୍ୱର ଐତିହ୍ୟ ସହର। ବଦଳିବ ଏହାର ରୂପରେଖ। ବିଭିନ୍ନ କ୍ଷେତ୍ରରେ ଭିତ୍ତିଭୂମିର ବିକାଶ କରାଯିବ। ବହୁତଳ ପାର୍କିଂ, ନୂଆ ମାର୍କେଟ କମ୍ପ୍ଲେକ୍ସ,...

Coronavirus Update


Archives

Model This Week

Why Dharitri