Posted inବରଗଡ଼

ଗାଁକୁ ପଶି ପାରିଲେନି, ପରିବା କିଆରୀରେ ତମ୍ବୁ ଟାଣି ଆଶ୍ରୟ ନେଲେ

ବରଗଡ଼ ଅଫିସ୍‌,୩୧ା୫-ବରଗଡ଼ ଜିଲା ପାଇକମାଲ ବ୍ଲକ ମିଠପାଲି ପଞ୍ଚାୟତ ଅନ୍ତର୍ଗତ ବୁଟୁରାଖମାର ଗ୍ରାମର ୨ଜଣ ତାମିଲନାଡ଼ୁରୁ ଫେରିବା ପରେ ହଟହଟାର ସମ୍ମୁଖୀନ ହୋଇଛନ୍ତି। ନିଜ ଅଞ୍ଚଳକୁ ଫେରି ସେମାନେ ଆଶ୍ୱସ୍ତି ଲାଭ କରିଛନ୍ତି ସତ, କିନ୍ତୁ ଏପର୍ଯ୍ୟନ୍ତ ନିଜ ଘରେ ପାଦ ଥାପି ପାରି ନ ଥିବା ଯୋଗୁ ମନରେ ଅବସାଦ ଲାଗି ରହିଛି। ତାମିଲନାଡ଼ୁରୁ ଫେରିବା ପରେ ସେମାନଙ୍କୁ ମିଠାପାଲି କ୍ବାରାଣ୍ଟାଇନ ସେଣ୍ଟରରେ ରଖାଯାଇଥିଲା। ତେବେ ସେଠାରେ ୭ଦିନ ରହିବା ପରେ ସେମାନଙ୍କୁ ଶନିବାର କ୍ବାରାଣ୍ଟାଇନ ସେଣ୍ଟରରୁ ଛଡ଼ାଯାଇଥିଲା। ହେଲେ ସଂକ୍ରମଣ ଭୟରେ କେତେକ ଲୋକେ ସେମାନଙ୍କୁ ଗ୍ରାମକୁ ନ ଆସିବାକୁ କହିଥିଲେ । ଫଳରେ ସେମାନେ ବାଧ୍ୟ ହୋଇ ଗାଁ ବାହାରେ ଏକ ପରିବା କିଆରୀରେ ତମ୍ବୁ ଗାଡ଼ି ଆଶ୍ରୟ ନେବା ଭଳି ଘଟଣା ପଦାକୁ ଆସିଛି ।


Enter your email to get our daily news in your inbox.

All Right Reserved By Dharitri.Com

ଚାଷୀଙ୍କ ଚେତାବନୀ: ୨୦ ସୁଦ୍ଧା ସମସ୍ତ ଟୋକନ ନ ଆସିଲେ ଆନ୍ଦୋଳନ ତୀବ୍ରତର

ଅତାବିରା/ଗୋଡ଼ଭଗା , ୧୯ା୧୨(ଯୁଧିଷ୍ଠିର ମହାପାତ୍ର/ସୁରେଶ ଦାସ):ଧାନର ଅଭାବୀ ବିକ୍ରି ସହ ୪ ଦଫା ଦାବି ନେଇ ରାଜ୍ୟ କୃଷକ ସଂଗଠନ ଗତ ୯ ତାରିଖ ଏନ୍‌ଏଚ୍‌...

ମଣ୍ଡିରୁ ଉଠୁନି ଧାନ, ଚାଷୀ ଅସନ୍ତୋଷ: ଦିନ ରାତି ଜଗି ବସିଛନ୍ତି ଚାଷୀ

ଅତାବିରା, ୧୯ା୧୨(ଯୁଧିଷ୍ଠିର ମହାପାତ୍ର):ବରଗଡ଼ ଜିଲାରେ ଗତ ମାସ ୨୮ ତାରିଖରୁ ମଣ୍ଡି ଖୋଲିଥିବା ବେଳେ ବର୍ତ୍ତମାନ ମଧ୍ୟ ଧାନ କିଣା ବିକା ସ୍ବାଭାବିକ ହୋଇପାରି ନାହିଁ...

ବରଗଡ଼ ଧନୁଯାତ୍ରା ମହୋତ୍ସବ: ମନ ଜିଣୁଛି କଳାକାରଙ୍କ ପୂର୍ବାଭ୍ୟାସ

ବରଗଡ଼,୧।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବକୁ ଆଉମାତ୍ର ଏକ ସପ୍ତାହ ବାକି। ଆସନ୍ତା ୨୪ତାରିଖରୁ ଏହି ମହୋତ୍ସବ ଆରମ୍ଭ ହେବ। ଦୀର୍ଘ ୧୧ଦିନ ବ୍ୟାପୀ ୨୦୨୬...

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

୪୮ ଘଣ୍ଟା ପୂରିଲାନି: ଧରାପଡିଲେ ୨ଅଭିଯୁକ୍ତ, ଉଦ୍ଧାର ହେଲା ସାମଗ୍ରୀ

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସଦର ଥାନା ଅନ୍ତର୍ଗତ ଗାଇସୀମାସ୍ଥିତ ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ରରୁ ଗତ ୧୬ତାରିଖ ବିଳମ୍ବିତ ରାତିରେ ହୋଇଥିବା ଚୋରି ଘଟଣାର ପର୍ଦ୍ଧାଫାସ ହୋଇଛି।...

ଧାନରେ ଇନ୍‌ପୁଟ୍‌ ଆସିଷ୍ଟାଣ୍ଟ ହ୍ରାସ, ବଢ଼ିଲା ଅସନ୍ତୋଷ

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଖରିଫ୍‌ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। ଆଉ ୨ଦିନ ପରେ ଜିଲାରେ ଧାନ ସଂଗ୍ରହ ପ୍ରକ୍ରିୟାକୁ ୩ସପ୍ତାହ ପୂରିବ। ଅଥଚ ଏପର୍ଯ୍ୟନ୍ତ...

ଛତୁଚାଷ ଦେଇଛି ପରିଚୟ: ଆତ୍ମନିର୍ଭର ସହ ୧୫ ପରିବାର ଚଳାଉଛନ୍ତି ଦୀନେଶ

ଅତାବିରା, ୧୬ା୧୨(ଯୁଧିଷ୍ଠିର ମହାପାତ୍ର):ଛତୁ କିଲୋ ପିଛା ଶହ ଶହ ଟଙ୍କାରେ ବିକ୍ରି କରି ନିଜର ଆର୍ଥିକ ସ୍ଥିତି ସୁଦୃଢ଼ କରିପାରିବା ସହ ଅନ୍ୟ ୨୭ ଜଣ...

୯ ଘଣ୍ଟା ହେବ ବିଦ୍ୟୁତ୍‌ କାଟ: ଏହି ଦିନ ସକାଳ ୮ଟାରୁ କଟିଯିବ….

ବରଗଡ଼,୧୫।୧୨(ପ୍ରେମାନନ୍ଦ ଖମାରୀ): ଓଡ଼ିଶା ବିଦ୍ୟୁତ ଶକ୍ତି ସଞ୍ଚାରଣ ନିଗମ ଲିମିଟେଡ (ଓପିଟିସିଏଲ) ପକ୍ଷରୁ ୧୩୨/୩୩ କେ.ଭି. ଭଟଲି ଏବଂ ଘେଁସ ଗ୍ରୀଡ ସବଷ୍ଟେଶନରେ ବାର୍ଷିକ ରକ୍ଷଣାବେକ୍ଷଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri