ଭଞ୍ଜନଗର,୨୩।୬(ଡି.ଏନ.ଏ.)-ଗଞ୍ଜାମ ଜିଲା ଗାଲେରୀ ଫାଣ୍ଡି ପୋଡ଼ି ମାମଲା ଓ ଏହାପରେ ଗସମା ଜଙ୍ଗଲରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ହୋଇଥିବା ଗୁଳି ବିନିମୟ ମାମଲାର ଶୁକ୍ରବାର ଓ ଶନିବାର ସାକ୍ଷୀମାନଙ୍କ ବୟାନ ରେକର୍ଡ଼ ଭଞ୍ଜନଗର ଏଡ଼ିଜେଙ୍କ କୋର୍ଟରେ ହୋଇଥିଲା। ୬ଜଣ ପୋଲିସ ବା ସ୍ବତନ୍ତ୍ର ଅପରେଶନ ଗ୍ରୁପ୍ କର୍ମଚାରୀ ଉକ୍ତ ଗୁଳି ବିନିମୟ ଏବଂ ଫାଣ୍ଡି ପୋଡ଼ି ମାମଲାରେ ସାକ୍ଷୀ ଦେଇଛନ୍ତି । ସେଥିମଧ୍ୟରୁ କେତେକ ଯବାନ ସବ୍ୟସାଚୀଙ୍କ ବିରୋଦ୍ଧରେ ସାକ୍ଷୀ ଦେଇଛନ୍ତି ବୋଲି ସରକାରୀ ଓକିଲ ଡ଼. ସୁଶାନ୍ତ କୁମାର ତ୍ରିପାଠୀ ସୁଚନା ଦେଇଛନ୍ତି । ଏହାପରେ ସବ୍ୟସାଚୀଙ୍କୁ କଡ଼ା ସୁରକ୍ଷା ମଧ୍ୟରେ ବ୍ରହ୍ମପୁର ଜେଲକୁ ପଠାଇ ଦିଆଯାଇଛି । ସରକାରଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଏମ୍.ତାଜ୍ ଆଦେନୀ, ସୁଶାନ୍ତ ତ୍ରିପାଠୀ,ବିମ୍ବାଧର ଷଡଙ୍ଗୀ ଓ ମୁଦଲାଙ୍କ ପକ୍ଷରୁ ଦଣ୍ଡପାଣି ସ୍ବାଇଁ, ସମୀର ନାୟକ ମକଦ୍ଦମା ପରିଚାଳନା କରୁଛନ୍ତି । ଗସମା ଘଟଣାରେ ୯୨ଜଣ ସାକ୍ଷୀ ଥିବାବେଳେ ଶନିବାର ସୁଦ୍ଧା ୨୨ଜଣ ସାକ୍ଷୀ ଦେଇଛନ୍ତି । ସେହିଭଳି ଗାଲେରୀ ଫାଣ୍ଡି ପୋଡ଼ି ମାମଲାରେ ୫୭ଜଣ ସାକ୍ଷୀ ଥିବାବେଳେ ୧୧ ସାକ୍ଷୀ ଦେଇଛନ୍ତି ।
ପ୍ରକାଶଯେ, ୨୦୦୮ ଫେବୃୟାରୀ ୧୫ ତାରିଖ ରାତିରେ ମାଓବାଦୀମାନେ ନୟାଗଡ଼ ଅସ୍ତ୍ରାଗାର ଲୁଟିବା ପରେ ଗଞ୍ଜାମ ଜିଲା ଗାଲେରୀ ଫାଣ୍ଡି ଅଭିମୁଖେ ଆସିଥିଲେ। ୧୬ ତାରିଖ ପ୍ରତ୍ୟୁଷରେ ପୋଲିସର ଲକ୍ଷ୍ୟ ଭ୍ରଷ୍ଟ କରିବା ପାଇଁ ଗାଲେରୀ ଫାଣ୍ଡିକୁ ବୋମା ପକାଇ ଉଡ଼ାଇ ଦେଇଥିଲେ। ଏହାପରେ ମାଓବାଦୀମାନେ ଗଞ୍ଜାମ- କନ୍ଧମାଳ ଜିଲା ସୀମାବର୍ତ୍ତୀ ଗସମା ଜଙ୍ଗଲକୁ ଚାଲିଯାଇଥିଲେ। ଏହାପରେ ପୋଲିସ ପକ୍ଷରୁ କୋମ୍ବିଂ ଅପରେଶନ କରାଯାଇଥିଲା। ଏଥିରେ ୩ଜଣ ଯବାନ ଶହୀଦ ହୋଇଥିଲେ । ଏଥିସହ ୨୦ ମାଓବାଦୀଙ୍କ ମୃତ୍ୟୁ ଘଟିଥିବା ପୋଲିସ ପକ୍ଷରୁ ସେ ସମୟରେ ଦାବି କରାଯାଇଥିଲା । କିନ୍ତୁ ପୋଲିସ ଗୋଟିଏ ବି ମୃତଦେହ ମାଓବାଦୀଙ୍କର ଠାବ କରି ପାରି ନ ଥିଲା। ଏହାପରେ ଗଜପତି ଜିଲାରେ ୨ଜଣ ମାଓବାଦୀ ଏହି ଗୁଳି ବିନିମୟରେ ମୃତ୍ୟୁ ବରଣ କରିଥିବା ଘୋଷଣା କରାଯାଇଥିଲା । ପୋଲିସ ନୟାଗଡ଼ ପୋଲିସ ଅସ୍ତ୍ରାଗାରରୁ ଲୁଟ୍ ଅସ୍ତ୍ରଶସ୍ତ୍ର ମଧ୍ୟରୁ ଅଧିକାଶଂ ଅସ୍ତ୍ରଶସ୍ତ୍ର ଜବତ କରିବାରେ ସକ୍ଷମ ହୋଇଥିଲା ।
ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ସରିଲା ଯୁକ୍ତ ୩ ପରୀକ୍ଷା: ଫଳାଫଳକୁ ଅପେକ୍ଷା
ଭଞ୍ଜନଗର,୧୩।୪(ବାବୁଲା ପ୍ରଧାନ): ବ୍ରହ୍ମପୁର ବିଶବିଦ୍ୟାଳୟ ପକ୍ଷରୁ ଗତ ୪ ତାରିଖରୁ ଆରମ୍ଭ ହୋଇଥିବା ଯୁକ୍ତ ୩ କଳା, ବାଣିଜ୍ୟ, ବିଜ୍ଞାନ ପରୀକ୍ଷା ସୋମବାର ସରିଛି। ଖୁବଶୀଘ୍ର ପରୀକ୍ଷା…
ଗତକାଲି ହଠାତ୍ ଘରୁ ନିଖୋଜ ହୋଇଯାଇଥିଲେ ୧୦ମ ଶ୍ରେଣୀ ଛାତ୍ରୀ, ଆଜି ଜଙ୍ଗଲରୁ ଉଦ୍ଧାର ହେବା ପରେ…
ଦିଗପହଣ୍ଡି,୧୩।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ଏକ ଗାଁରୁ ୧୦ମ ଶ୍ରେଣୀ ପରୀକ୍ଷା ଦେଇଥିବା ଜଣେ ୧୬ ବର୍ଷୀୟା ଛାତ୍ରୀ ରବିବାର ଘରୁ…
ଦଣ୍ଡନାଚରେ ଲଙ୍କା ଦହନ ବେଳେ ଅଘଟଣ, ଗଛ ଉପରେ ଚଢି ଅଚେତ ହୋଇପଡ଼ିଲେ ହନୁମାନ
ବୁଗୁଡ଼ା,୧୩ା୪(କାଳିଚରଣ ଦାଶ): ଗଞ୍ଜାମ ଜିଲା ବୁଗୁଡା ବ୍ଲକ ଅଧୀନ ସଂକୁରୁ ଗ୍ରାମରେ ଦଣ୍ଡନାଚରେ ଲଙ୍କା ଦହନ ବେଳେ ଅଘଟଣ ଘଟିଛି। ରାମାୟଣ ପରିବେଷଣ ବେଳେ ଗଛ ଉପରେ…
କୀର୍ତ୍ତନ ଦାସଙ୍କ ଉପରେ ଭରସା କଲା ଭାଜପା, ଦେଲା ଏହି ଗୁରୁଦାୟିତ୍ୱ: ଚାରିଆଡୁ ଛୁଟୁଛି ଶୁଭେଚ୍ଛା
ଗଞ୍ଜାମ,୧୩।୪(ଅନାଥ ତରାଇ): ଭାରତୀୟ ଜନତା ପାର୍ଟିର ଜଣେ ଦକ୍ଷ ତଥା ନିଷ୍ଠାପର ସଂଗଠକ ଭାବେ ପରିଚିତ କୀର୍ତ୍ତନ ଦାସଙ୍କୁ ଦ୍ୱିତୀୟଥର ପାଇଁ ଗଞ୍ଜାମ ଜିଲା ଭାଜପା ଅନୁସୂଚିତ…
ଭଞ୍ଜନଗର ବ୍ଲକ ଓଷ୍ଟାର ନୂତନ କର୍ମକର୍ତ୍ତା ମନୋନୀତ: ଜାଣନ୍ତୁ ସେମାନେ ସବୁ କିଏ…
ଭଞ୍ଜନଗର,୧୩।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପିଏମଶ୍ରୀ ୟୁ. ବି. ହାଇସ୍କୁଲଠାରେ ବ୍ଲକର ଓଷ୍ଟା ଖବରଦାତା ସମ୍ମିଳନୀ ସୋମବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ସଭାପତି ଦିଲ୍ଲୀପ କୁମାର…
ଭାଜପା ଏସସି ମୋର୍ଚ୍ଚା ଜିଲା ସଭାପତି ଘୋଷଣା: ଗନ୍ଧମାର୍ଦ୍ଦନ ଉପରେ ପୁଣି ଭରସା କଲା ଭାଜପା
ଭଞ୍ଜନଗର,୧୩।୪(ବାବୁଲା ପ୍ରଧାନ): ଭାଜପା ଅନୁସୂଚିତ ଜାତି (ଏସ୍ସି) ମୋର୍ଚ୍ଚା ଜିଲା ସଭାପତି ସୋମବାର ଘୋଷଣା ହୋଇଛି। ଏଥିରେ ଭାଜପା ଭଞ୍ଜନଗର ସାଂଗଠନିକ ଜିଲା (ଘୁମୁସର) ଏସସି ମୋର୍ଚ୍ଚା…
ଦଣ୍ଡନାଚରେ ଗୋଷ୍ଠୀ ସଂଘର୍ଷ: ଗୋଟିଏ ପରିବାରର ୩ ଜଣଙ୍କୁ
ଆସିକା,୧୩।୪(ସୁରେନ୍ଦ୍ର ନାଥ ସାହୁ): ଗଞ୍ଜାମ ଜିଲା ଆସିକା ଥାନା ଅନ୍ତର୍ଗତ ଖଣ୍ଡଦେଉଳି ଗ୍ରାମରେ ଶନିବାର ରାତିରେରେ ଦଣ୍ଡନାଚ ଚାଲିଥିଲା ବେଳେ ଗଣ୍ଡଗୋଳ ହୋଇଥିଲ। ଏହି ଗଣ୍ଡଗୋଳରେ ଗୋଟିଏ…
ବୃଦ୍ଧି ପାଉଛି ତାପମାତ୍ରା : ପଥଚାରୀଙ୍କୁ ପଣା ବଣ୍ଟନ କଲେ ଛାତ୍ରୀଛାତ୍ର
ଭଞ୍ଜନଗର,୧୩।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବିସମ୍ରାଟ ଉପେନ୍ଦ୍ରଭଞ୍ଜ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟରେ ସୋମବାର ଜଳଛତ୍ର ଖୋଲାଯାଇ ପଥଚାରୀଙ୍କୁ ପଣା ବଣ୍ଟନ କରାଯାଇଛି। ମହାବିଦ୍ୟାଳୟ ଅଧ୍ୟକ୍ଷ ଡକ୍ଟର…
Archives

