Posted inଖେଳ

ଗଲ୍ଫରୁ ଅର୍ଜୁନ ପାଇଁ ରଶିଦ୍‌, ଆଦିତି, ଦୀକ୍ଷା

ନୂଆଦିଲ୍ଲୀ, ୫ା୬ (ପି.ଟି.)-ଚଳିତବର୍ଷର ଅର୍ଜୁନ ପୁରସ୍କାର ପାଇଁ ଗଲ୍ଫ ଖେଳର ଜାତୀୟ ଫେଡେରେଶନ ରଶିଦ୍‌ ଖାନ୍‌, ଆଦିତି ଅଶୋକ ଏବଂ ଦୀକ୍ଷା ଡାଗରଙ୍କ ନାମ ସୁପାରିସ କରିଛି। ବିଶ୍ୱ ର଼୍ୟାଙ୍କିଙ୍ଗରେ ରଶିଦ୍‌ ହେଉଛନ୍ତି ସର୍ବୋଚ୍ଚ ର଼୍ୟାଙ୍କିଙ୍ଗପ୍ରାପ୍ତ ଭାରତୀୟ ପୁରୁଷ ଖେଳାଳି। ୨୦୧୬ ରିଓ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିଥିବା ଆଦିତି ଦେଶର ଏକମାତ୍ର ମହିଳା ଗଲ୍ଫ ଖେଳାଳି ଭାବେ ଯୁକ୍ତରାଷ୍ଟ୍ର ଆମେରିକାରେ ଲେଡିଜ ପିଜିଏ ଟୁର୍‌ରେ ଭାଗ ନେବାକୁ ଯାଉଛନ୍ତି। ଲେଡିଜ୍‌ ୟୁରୋପିଆନ ଟୁର୍‌ରେ ସେ ୩ଟି ବିଜୟ ହାସଲ କରିଛନ୍ତି। ଦୀକ୍ଷା ୨୦୧୭ରେ ଡିଫ୍ଲାଇମ୍ପିକ୍ସରେ ରୌପ୍ୟ ଜିତିଥିବାବେଳେ ସାଉଥ୍‌ ଆଫ୍ରିକାନ ଓପନ୍‌ ମଧ୍ୟ ଜିତିଛନ୍ତି। ସେ ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ ତାଙ୍କ ପାଇଁ ନିଶ୍ଚିତ ଥିଲା। ପ୍ରଫେସନାଲ ଗଲ୍ଫ ଟୁର୍‌ ଅଫ୍‌ ଇଣ୍ଡିଆ (ପିଜିଟିଆ) ଏବଂ ଓମେନ୍ସ ଗଲ୍ଫ ଆସୋସିଏଶନ ଅଫ୍‌୍‌ ଇଣ୍ଡିଆ (ଡବ୍ଲ୍ୟୁଜିଏଆଇ) ଏହି ଖେଳାଳିମାନଙ୍କ ନାମ ସୁପାରିସ କରିବା ଲାଗି ଇଣ୍ଡିଆନ ଗଲ୍ଫ୍ଲ୍‌ ୟୁନିୟନ (ଆଇଜିୟୁ)କୁ ଅନୁରୋଧ କରିଥିଲା। କୋଭିଡ୍‌-୧୯ ମହାମାରୀ ବାହାରି ନ ଥିଲେ। ଏହି ୩ ଜଣ ଟୋକିଓ ଅଲିମ୍ପିକ୍ସ ଟିମ୍‌ରେ ସ୍ଥାନ ପାଇବା ନିଶ୍ଚିତ ଥିଲା। ଗୁଆଙ୍ଗ୍‌ଝୋ ଏସିଆନ ଗେମ୍ସ ୨୦୧୦ରେ ରଶିଦ୍‌ ଗୋଟିଏ ଶଟ୍‌ ପାଇଁ ବ୍ୟକ୍ତିଗତ ବ୍ରୋଞ୍ଜ ପଦକ ହାସଲରୁ ବଞ୍ଚତ୍ତ ହୋଇଥିଲେ। କିନ୍ତୁ ଭାରତୀୟ ଦଳକୁ ରୌପ୍ୟ ଜିତାଇବାରେ ତାଙ୍କର ବିଶେଷ ଭୂମିକା ରହିଥିଲା। ଏସିଆରେ ସେ ହେଉଛନ୍ତି ଭାରତର ସର୍ବୋଚ୍ଚ ର଼୍ୟାଙ୍କିଙ୍ଗପ୍ରାପ୍ତ ଖେଳାଳି ଭାବେ ୧୦ମ ସ୍ଥାନରେ ରହିଥିବା ବେଳେ ବିଶ୍ୱ ର଼୍ୟାଙ୍କିଙ୍ଗରେ ସେ ୧୮୫ତମ ସ୍ଥାନରେ ରହିଛନ୍ତି। ୨୦୧୪ରେ ଏସିଆନ ଟୁର୍‌ରେ ସେ ଦୁଇଟି ଟାଇଟଲ ହାସଲ କରିଥିଲେ। ସେ ୮ଥର ଘରୋଇ ଟୁର୍‌ରେ ମଧ୍ୟ ସଫଳତା ଅର୍ଜନ କରିଛନ୍ତି। ସେ ୨୦୧୯ ସିଜନ ସମେତ ଘରୋଇ ପିଜିଟିଆଇ ଟୁର୍‌ରେ ୩ ଥର ଭାରତର ନମ୍ବର ଓ୍ବାନ ଖେଳାଳି ବିବେଚିତ ହୋଇ ପାରିଛନ୍ତି। କୋଭିଡ୍‌-୧୯ ଯୋଗୁ ଟୁର୍ନାମେଣ୍ଟ ସ୍ଥଗିତ ରଖାଯିବା ପୂର୍ବରୁ ନିକଟରେ ସେ ଏସିଆନ ଟୁର୍‌ରେ ଟପ୍‌ ୧୦ରେ ରହିଥିଲେ। ୧୯ବର୍ଷୀୟା ଦୀକ୍ଷା ଜଣେ ଉଦୀୟମାନ ପ୍ରତିଭାସମ୍ପନ୍ନ ଖେଳାଳି। ୨୦୧୯ରେ ପ୍ରଫେସନାଲ ହେବା ପୂର୍ବରୁ ସେ ୨୦୧୮ ଜାକର୍ତ୍ତା ଏସିଆନ ଗେମ୍ସରେ ଭାରତରୁ ପ୍ରତିନିଧିତ୍ୱ କରିଥିଲେ। ଆଦିତିଙ୍କ ଭଳି ଦୀକ୍ଷା ୨୦୧୯ରେ ଲେଡିଜ ୟୁରୋପିଆନ ଟୁର୍‌ ଜିତିଥିଲେ। ସେ ଓମେନ୍ସ ସାଉଥ ଆଫ୍ରିକାନ ଓପନ ମଧ୍ୟ ଜିତିଥିଲେ। ଭାରତର ଜଣେ ସର୍ବକନିଷ୍ଠ ଖେଳାଳି ହିସାବରେ ଏହି ସଫଳତା ହାସଲ କରିଥିଲେ। ଏପର୍ଯ୍ୟନ୍ତ ୧୭ ଭାରତୀୟ ଗଲ୍ଫ ଖେଳାଳି ଅର୍ଜୁନ ପୁରସ୍କାର ଜିତିଛନ୍ତି। ସେମାନଙ୍କ ମଧ୍ୟରେ ୩ ମହିଳା ଅଛନ୍ତି। ଶେଷ ଥର ପାଇଁ ନୋନିତା ଲାଲ୍‌ ଏହି ପୁରସ୍କାର ୧୯୮୭ରେ ପାଇଥିଲେ। ଅନ୍ୟ ଦୁଇଜଣ ଅର୍ଜୁନ ପୁରସ୍କାର ବିଜୟିନୀ ହେଲେ ଅଞ୍ଜଳି ଦେଶାଇ (୧୯୭୨) ଏବଂ ସୀତା ରଲି (୧୯୭୭)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଗୋଟିଏ IPL ମ୍ୟାଚ ଖେଳି ଏତେ ଟଙ୍କା ରୋଜଗାର କରନ୍ତି ବୈଭବ, ଜାଣିଲେ ଉଡିଯିବ ହୋସ୍‌

ନୂଆଦିଲ୍ଲୀ,୧୧।୪: ଆଇପିଏଲ ୨୦୨୬ର ୧୬ ତମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ଆରସିବିକୁ ୬ ଉଇକେଟ୍‌ରେ ପରାସ୍ତ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ରାଜସ୍ଥାନ ରୟାଲ୍ସର ପ୍ରତିନିଧିତ୍ୱ କରୁଥିବା…

ବୈଭବ ସୂର୍ଯ୍ୟବଂଶୀଙ୍କ ପାଇଁ ସ୍ବତନ୍ତ୍ର ବାର୍ତ୍ତା ଲେଖିଲେ କୋହଲି, ୨ଟି ଶବ୍ଦରେ କହିଦେଲେ…

ନୂଆଦିଲ୍ଲୀ,୧୧।୪: ବିଶ୍ୱର ପ୍ରସିଦ୍ଧ ବୋଲରଙ୍କ ବିରୋଧରେ ମଧ୍ୟ ପ୍ରଥମ ବଲରୁ ଷ୍ଟ୍ରାଇକ କରିବାର କ୍ଷମତା ପାଇଁ ବୈଭବ ସୂର୍ଯ୍ୟବଂଶୀଙ୍କୁ ବ୍ୟାପକ ପ୍ରଶଂସା ମିଳୁଛି। ଏହି ବ୍ୟାଟସମ୍ୟାନଙ୍କୁ ଦେଖିଲେ…

ବିସ୍ଫୋରକ ବ୍ୟାଟିଂ ପଛର ରାଜ୍‌ ଖୋଲିଲେ ବୈଭବ ସୂର୍ଯ୍ୟବଂଶୀ: କହୁ କହୁ କହିଦେଲେ…

ନୂଆଦିଲ୍ଲୀ,୧୧।୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ୭୮ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ମାତ୍ର ୨୬ ବଲ ଖେଳି ସେ ୭ଟି ଛକା…

କାହାକୁ ଚିୟର କରିବେ ଗିଲ୍‌ ନା ଅର୍ଜୁନ: ଏମିତି ପ୍ରତିକ୍ରିୟା ଦେଲେ ସାରା ତେନ୍ଦୁଲକର, ଦେଖନ୍ତୁ VIDEO

ଲକ୍ଷ୍ନୌ,୧୧।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ରେ ଆଜି ଦୁଇଟି ମ୍ୟାଚ ଖେଳାଯିବ। ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ଏବଂ ଗୁଜରାଟ ଟାଇଟାନ୍ସ ଖେଳିବେ। ମ୍ୟାଚ ପୂର୍ବରୁ ସାରା ତେନ୍ଦୁଲକରଙ୍କ ଏକ…

ଏମିତି ଛକା ମାରିଲେ ମୁକୁଲ: ଖୁସିରେ ଡେଇଁଲେ ମାଲିକ, ଦେଖନ୍ତୁ ଭିଡିଓ…

ନୂଆଦିଲ୍ଲୀ,୧୦।୪: ଆଇପିଏଲ୍‌ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ ପାଇଁ ଖେଳୁଥିବା ମୁକୁଲ ଚୌଧୁରୀ KKR ବିପକ୍ଷରେ ଏମିତି ଏକ ଛକା ମାରିଥିଲେ, ଯାହା ଅତ୍ୟନ୍ତ କଷ୍ଟକର କୃତିତ୍ୱ ବୋଲି…

ପର୍ପଲ-ଅରେଞ୍ଜ୍‌ କ୍ୟାପ୍‌ ରେସ୍‌ରେ ଅଛନ୍ତି ଏହି ଖେଳାଳି: IPL ୨୦୨୬ର ୧୫ ମ୍ୟାଚ୍‌ ପରେ…

ନୂଆଦିଲ୍ଲୀ,୧୦।୪: କୋଲକାତାର ଇଡେନ ଗାର୍ଡେନରେ କୋଲକାତା ନାଇଟ ରାଇଡର୍ସ (KKR) ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ମଧ୍ୟରେ IPL ୨୦୨୬ର ୧୫ତମ ମ୍ୟାଚ ଖେଳାଯାଇଥିଲା। ଏହି…

IPL ମଧ୍ୟରେ ଦୁଃଖଦ ଖବର: ପରଲୋକରେ ପୂର୍ବତନ ଭାରତୀୟ କ୍ରିକେଟର

ନୂଆଦିଲ୍ଲୀ,୧୦।୪: ପୂର୍ବତନ ଭାରତୀୟ କ୍ରିକେଟର ଚିଙ୍ଗଲପୁତ ଦୋରାଇକାନୁ ଗୋପୀନାଥ (ସିଡି ଗୋପୀନାଥ)ଙ୍କର ୯୬ ବର୍ଷ ବୟସରେ ପରଲୋକ ଘଟିଛି। ସେ ୧୯୫୨ରେ ଇଂଲଣ୍ଡ ବିପକ୍ଷରେ ଭାରତର ପ୍ରଥମ…

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri