ଗର୍ଭରେ ପିଲାଙ୍କୁ ସଂସ୍କାରି କରିବା ପାଇଁ ଏହି ରାଜ୍ୟ ସରକାର ଆପଣାଇଲେ ନିଆରା ପଦକ୍ଷେପ

ଲକ୍ଷ୍ନୌ,୩।୧୨: ମହିଳାଙ୍କ ଗର୍ଭରେ ବଢ଼ୁଥିବା ପିଲାଙ୍କ ଭିତରେ ସଂସ୍କାର ଆଣିବା ପାଇଁ ଉତ୍ତରପ୍ରଦେଶ ସରକାର ଏକ ନିଆରା ପଦକ୍ଷେପ ଆପଣାଇଛନ୍ତି। କାନପୁରର ଛତ୍ରପତି ସାହୁଜି ମହାରାଜ ବିଶ୍ୱବିଦ୍ୟାଳୟ (ସିଏମ୍‌ଜେଏମ୍‌ୟୁ) ପକ୍ଷରୁ ଏନେଇ ଏକ ଅଭିଯାନ ଆରମ୍ଭ କରାଯାଇଛି। ଗର୍ଭାବସ୍ଥାରେ ଶିଶୁଙ୍କୁ ସଂସ୍କାରି କରିବା ପାଇଁ ମା’ମାନଙ୍କୁ କୌଶଳ ଶିଖାଇବା ପାଇଁ ଶିକ୍ଷା ଦିଆଯିବ। ଗର୍ଭବତୀ ମହିଳାଙ୍କ ଗର୍ଭରେ ହିଁ ଶିଶୁଙ୍କୁ ସଂସ୍କାର ଦିଆଯିବ। ଜାନୁୟାରୀ ପହିଲାରୁ ଆରମ୍ଭ ହେବାକୁ ଥିବା ଏହି ପାଠ୍ୟକ୍ରମରେ ଗର୍ଭବତୀ ଥିବା ମହିଳାଙ୍କ ସହ ଅବିବାହିତ ଯୁବତୀଙ୍କୁ ମଧ୍ୟ ଶିକ୍ଷାଦାନ କରାଯିବ। ବର୍ତ୍ତମାନ ସମୟରେ ସଂସ୍କାରକୁ ଗୁରୁତ୍ୱ ଦିଆଯାଉ ନ ଥିବା ବେଳେ ସମାଜରେ ଆପରାଧିକ ମାମଲା ବଢ଼ି ବଢ଼ି ଚାଲିଛି। ତେଣୁ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ଏହି ପାଠ୍ୟକ୍ରମ ଆରମ୍ଭ କରାଯାଉଛି ବୋଲି ସିଏମ୍‌ଜେଏମ୍‌ୟୁର କୁଳପତି ପ୍ରୋ ନୀଳିମା ଗୁପ୍ତା କହିଛନ୍ତି। ଏହି ପାଠ୍ୟକ୍ରମର ଅବଧି ୩ ଓ ୬ ମାସ ରହିବ। ଏଥିସହ ପଢ଼ା ସରିବା ପରେ ଶିକ୍ଷାର୍ଥୀଙ୍କୁ ଏକ ସାର୍ଟିଫିକେଟ ପ୍ରଦାନ କରାଯିବ। ଏଥିରେ ପ୍ରବେଶ ପାଇଁ ଗର୍ଭବତୀ ମହିଳାଙ୍କ ସହ ସାଧାରଣ ମହିଳା ମଧ୍ୟ ଆବେଦନ କରିପାରିବେ। ଦ୍ୱାଦଶ ପାଠପଢ଼ା ପରେ ଯୁବତୀମାନେ ଏଥିରେ ଆବେଦନ କରିପାରିବେ। ଏକାଡେମୀ ପରିଷଦ ବୈଠକରେ ଏହି ପାଠ୍ୟକ୍ରମକୁ ଅନୁମୋଦନ ମିଳିବା ପରେ ଜାନୁୟାରୀ ପହିଲାରୁ କ୍ଲାସ୍‌ ଆରମ୍ଭ ହେବ ବୋଲି କୁଳପତି ନୀଳିମା ସୂଚନା ଦେଇଛନ୍ତି। ତେବେ ସିଏସ୍‌ଜେଏମ୍‌ୟୁ ରାଜ୍ୟର ପ୍ରଥମ ବିଶ୍ୱବିଦ୍ୟାଳୟ, ଯେଉଁଠାରେ ଏଭଳି ଶିକ୍ଷାଦାନ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

୩ ବର୍ଷରେ କରୋନା ନେଲାଣି ୬୦ ଲକ୍ଷ ଜୀବନ

ବ୍ୟାଙ୍କକ୍‌,୬।୩ କୋଭିଡ୍‌ ମହାମାରୀ ତୃତୀୟ ବର୍ଷରେ ପହଞ୍ଚତ୍ଥିବା ବେଳେ ରବିବାର ରାତି ସୁଦ୍ଧା ବିଶ୍ୱରେ ମୃତ୍ୟୁସଂଖ୍ୟା ୬୦ ଲକ୍ଷ ଅତିକ୍ରମ କରିଛି। ଆମେରିକାରେ କୋଭିଡ୍‌ ମୃତ୍ୟୁସଂଖ୍ୟା...

କଶ୍ମୀର ସେଓକୁ ଝୁରୁଛନ୍ତି ଲାଲୁ

ରାଞ୍ଚି,୧୨।୮: ଜେଲ୍‌ରେ ବନ୍ଦୀ ଥିବା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆରଜେଡ଼ି ମୁଖ୍ୟ ଲାଲୁ ପ୍ରସାଦ ଯାଦବ ବର୍ତ୍ତମାନ ନିଜ ପସନ୍ଦର କଶ୍ମୀର ସେଓକୁ ଝୁରୁଥିବା...

ଶୁଭେନ୍ଦୁ ଅଧିକାରୀଙ୍କ ନାମାଙ୍କନ ଖାରଜ ପାଇଁ ଦାବି କଲା ଟିଏମ୍‌ସି

କୋଲକାତା,୧୭।୩: ଭାଜପାର ଶୁଭେନ୍ଦୁ ଅଧିକାରୀଙ୍କ ଭୋଟର ଷ୍ଟାଟସ୍‌ରେ ସେ ନନ୍ଦିଗ୍ରାମରେ ରହୁଥିବା ଦର୍ଶାଇଛନ୍ତି। ସେ ଏଠାରେ ରହୁ ନାହାନ୍ତି ଓ ରେସିଡେନ୍ସ ବିବରଣୀରେ ମିଥ୍ୟା ପ୍ରମାଣପତ୍ର...

ଆତଙ୍କବାଦର ପ୍ରତିରୋଧ ଜାତୀୟ ଇଣ୍ଟେଲିଜେନ୍ସ ଗ୍ରୀଡ୍‌ ଗଠନ ପାଇଁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟକୁ ପରାମର୍ଶ…

ନୂଆଦିଲ୍ଲୀ, ୧୯।୩ : ଦେଶରେ ବୃଦ୍ଧି ପାଉଥିବା ଆତଙ୍କବାଦୀ ଘଟଣାକୁ ଦୃଷ୍ଟିରେ ରଖି ଏହାର ପ୍ରତିରୋଧ ପାଇଁ ଜାତୀୟ ଇଣ୍ଟେଲିଜେନ୍ସ ଗ୍ରୀଡ୍‌ (ନାଟଗ୍ରୀଡ) ଗଠନ ଲାଗି...

ହ୍ୟାରିପୋଟର୍‌ ଝାଡୁ

ହ୍ୟାରିପୋଟର୍‌ ଚଳଚ୍ଚିତ୍ର ଯେଉଁମାନେ ଦେଖିଛନ୍ତି ସେମାନେ ନିଶ୍ଚିତଭାବେ ଦେଖିଥିବେ ହ୍ୟାରିପୋଟର୍‌ ଏକ ଯାଦୁ ଝାଡୁ ଉପରେ ବସି କିଭଳି ଉଡି ବୁଲୁଥିଲେ। ଅନେକ ପାଶ୍ଚାତ୍ୟ କାହାଣୀରେ...

ତେଜସ୍ବୀଙ୍କ ଅଡୁଆ ବଢ଼ିଲା, …

ପାଟନା, ୨୬।୯ : ଆଇଆରସିଟିସି ହୋଟେଲ ସ୍କାମ ନେଇ ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବଙ୍କ ଅଡୁଆ ବଢ଼ିବାରେ ଲାଗିଛି। ପୂର୍ବତନ ରେଳମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ,...

ତେଲ୍‌ଗୀଙ୍କ ଉପରେ ଓ୍ବେବ୍‌ସିରିଜ୍‌ ବନ୍ଦ ଆବେଦନ ଖାରଜ

ମୁମ୍ବାଇ,୨୪।୧୨: ଅବଦୁଲ୍‌ କରିମ୍‌ ଲାଲା ତେଲ୍‌ଗୀଙ୍କ ମାମଲା ଉପରେ ହଂସଲ ମେହେଟ୍ଟାଙ୍କ ସ୍କାମ୍‌ ୨୦୦୩ ଓ୍ବେବ୍‌ସିରିଜ୍‌ ମୁକ୍ତିଲାଭ ଉପରେ ସାମୟିକ ନିଷେଧାଜ୍ଞା ଜାରି ନିମନ୍ତେ ହୋଇଥିବା...

ଅଧ୍ୟକ୍ଷ ଦୌଡରେ ଦିଗ୍‌ବିଜୟ ସାମିଲ

ନୂଆଦିଲ୍ଲୀ,୨୮।୯:କଂଗ୍ରେସ ସଭାପତି ପଦ ଦୌଡ଼ରେ ଲଗାତର ନୂଆ ନାମ ଯୋଡାଯାଉଛି। ବର୍ତ୍ତମାନ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂଙ୍କ ନାମ ମଧ୍ୟ ଏହି ଦୌଡ଼ରେ ସାମିଲ...

Advertisement
Archives

Model This Week