ଗର୍ଭବତୀ ଓ କରୋନା ସତର୍କତା

ବର୍ତ୍ତମାନ ସମଗ୍ର ପୃଥିବୀବାସୀଙ୍କ ଚିନ୍ତାର କାରଣ ସାଜିଛି କରୋନା ଭାଇରସ୍‌। ସମସ୍ତଙ୍କ ଲାଗି ଏହି ରୋଗ ବିପଜ୍ଜନକ ହୋଇଥିଲେ ହେଁ ମଧୁମେହ ରୋଗୀ, ହୃଦ୍‌ରୋଗୀ, ଶ୍ୱାସରୋଗୀ, ବୃଦ୍ଧ ଓ ଛୋଟ ପିଲାମାନଙ୍କ ଠାରେ ଏହି ରୋଗ ହେବାର ଆଶଙ୍କା ବେଶି। ସର୍ବୋପରି ଗର୍ଭବତୀଙ୍କଠାରେ ରୋଗ ପ୍ରତିରୋଧକ ଶକ୍ତି କମ୍‌ ଥିବାରୁ ଏହି ରୋଗର ଆଶଙ୍କାକୁ ଏଡ଼ାଇ ଦିଆଯାଇ ନ ପାରେ। ତେଣୁ ଏ ସମୟରେ ଉଭୟ ମା’ ଏବଂ ଗର୍ଭସ୍ଥ
ଶିଶୁର ସୁରକ୍ଷା ଲାଗି ବିଶେଷ ସତର୍କତା ଅବଲମ୍ବନ
କରିବା ଆବଶ୍ୟକ…

ଖୁବ୍‌ କମ୍‌ ସମୟ ମଧ୍ୟରେ ସମଗ୍ର ପୃଥିବୀରେ ଭୟ ଏବଂ ଦୁଃଖର ବାତାବରଣ ଖେଳାଇ ଦେଇଛି କୋଭିଡ୍‌-୧୯ ଭୂତାଣୁ ବା କରୋନା ଭାଇରସ୍‌। ବିଶେଷକରି ସ୍ପର୍ଶ ମାଧ୍ୟମରେ ସଂକ୍ରମିତ ହେଉଥିବା ଏହି ଛୋଟ ଭୂତାଣୁ ଥରେ ସଂକ୍ରମିତ ହେଲେ ନା କେବଳ ଚିକିସତ୍ା କରିବା କଷ୍ଟସାଧ୍ୟ ହୋଇପଡୁଛି ବରଂ ବର୍ତ୍ତମାନ ସୁଦ୍ଧା ଏହା ହଜାର ହଜାର ଜୀବନହାନିର କାରଣ ସାଜିଛି । ତେବେ ସାଧାରଣ ମଣିଷଙ୍କ ତୁଳନାରେ ମଧୁମେହ ରୋଗୀ, ହୃଦ୍‌ରୋଗୀ, ଶ୍ୱାସରୋଗୀ, ବୃଦ୍ଧ ଓ ଛୋଟ ପିଲା ଏବଂ ସର୍ବୋପରି ଗର୍ଭବତୀଙ୍କ ଠାରେ ରୋଗ ପ୍ରତିରୋଧକ ଶକ୍ତି କମ୍‌ ଥିବାରୁ ଏହି ରୋଗର ଆଶଙ୍କା ବେଶି। ଏହି ମହାମାରୀକୁ ରୋକିବା ଲାଗି ସତେଚନତା ଏବଂ ସତର୍କତା ହିଁ ଏକମାତ୍ର ଅସ୍ତ୍ର। ଜାଣି ରଖନ୍ତୁ ଗର୍ଭାବସ୍ଥାରେ କେଉଁ ସବୁ ଦିଗ ପ୍ରତି ସତର୍କ ରହିବା ଆବଶ୍ୟକ…
ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ବର୍ତ୍ତମାନ ପରିସ୍ଥିତିରେ ଗର୍ଭବତୀଙ୍କୁ ଅତି ଆବଶ୍ୟକ ନ ହେଲେ ଆଦୌ ଘରୁ ବାହାରିବା ଠିକ୍‌ ନୁହେଁ। ବିଶେଷକରି ନିଜକୁ ଜନଗହଳିଠାରୁ ଦୂରେଇ ରଖିବା ଉଚିତ। ବସ୍‌ଷ୍ଟାଣ୍ଡ୍‌, ରେଳ ଷ୍ଟେଶନ ଓ ବିମାନ ବନ୍ଦରକୁ ନ ଯିବା ଭଲ। ଏମିତିକି ସାର୍ବଜନୀନ ଗହଳି ସ୍ଥାନରେ ଯୋଗଦେବା ବି ଠିକ୍‌୍‌ ନୁହେଁ। ଯିବା ନିହାତି ଜରୁରୀ ହେଲେ ମୁହଁ ଓ ନାକରେ ୩ ଲେୟାର ଥିବା ମାସ୍କ ପିନ୍ଧନ୍ତୁ। ତେବେ ସେଠାରେ କୌଣସି ଜିନିଷ ଛୁଇଁବା ଏବଂ ସାଧାରଣ ଜାଗାରେ ପରିବେଷିତ ହେଉଥିବା ଖାଦ୍ୟ ଖାଇବାଠାରୁ ନିଜକୁ ନିବୃତ୍ତ ରଖନ୍ତୁ।
ଗର୍ଭବତୀଙ୍କୁ ଚେକ୍‌ଅପ୍‌ ଲାଗି ଡାକ୍ତରଖାନା ଯିବାକୁ ହେଲେ ମାସ୍କ ପିନ୍ଧିବା ସହ ବିଶେଷ ସତର୍କତା ଅବଲମ୍ବନ କରିବା ଜରୁରୀ। କାରଣ କରୋନା ରୋଗୀଙ୍କ କାଶ ଏବଂ ଛିଙ୍କ ଦ୍ୱାରା ଡ୍ରପ୍‌ଲେଟ୍‌ ସଂକ୍ରମଣ ମାଧ୍ୟମରେ ଲକ୍ଷ ଲକ୍ଷ ଭୂତାଣୁ ସ୍ପ୍ରେଡ୍‌ ହୋଇ ରୋଗ ଆଶଙ୍କା ବୃଦ୍ଧି କରିଥାଏ। ଗର୍ଭବତୀ ନିଜେ ମଧ୍ୟ କାଶିଲେ, ଛିଙ୍କିଲେ ମୁହଁରେ ରୁମାଲ ବା ଟିସୁ ପେପର ଦେବା ଦରକାର।
କିମ୍ବା ବାହାରୁ ଫେରିବା ପରେ ଭଲ ଭାବେ ଧୋଇହେବା ସହ ପିନ୍ଧିଥିବା ପୋଷାକ ସଫା କରିନିଅନ୍ତୁ।
ସାବୁନ କିମ୍ବା ହ୍ୟାଣ୍ଡଓ୍ବାଶ୍‌ରେ ହାତ ଧୋଇବା ଆବଶ୍ୟକ। ଏମିତିକି କବାଟ ହ୍ୟାଣ୍ଡେଲ, ଟେଲିଫୋନ୍‌, କମ୍ପ୍ୟୁଟର କିବୋର୍ଡ, ଟେବୁଲ ବା କୌଣସି ଜୈବିକ ପଦାର୍ଥର ସଂସ୍ପର୍ଶରେ ଆସିଲେ ମଧ୍ୟ ହାତ ସଫା କରିବା ଆବଶ୍ୟକ। ମୋବାଇଲ ଫୋନ୍‌ ଅଧିକ ବ୍ୟବହାର ହେଉଥିବାରୁ ଏହା ସାନିଟାଇଜରରେ ପୋଛିବା ଦରକାର।
ପରିବାରରେ ବା ପଡ଼ିଶାରେ କେହି କରୋନା ପ୍ରଭାବିତ ଦେଶରୁ ଫେରିଥାନ୍ତି ତେବେ ସଂକ୍ରମଣର ଆଶଙ୍କା ଦ୍ୱିଗୁଣିତ ହୋଇଯାଏ। ତେଣୁ ଏଭଳି ପରିସ୍ଥିତିରେ ଗର୍ଭବତୀଙ୍କୁ ସେମାନଙ୍କଠାରୁ ସମ୍ପୂର୍ଣ୍ଣ ଦୂରେଇ ରଖିବା ଆବଶ୍ୟକ।
ସ୍ବାସ୍ଥ୍ୟ ସଂଗଠନର ରିପୋର୍ଟ ମୁତାବକ ଏହି ରୋଗରେ ଆକ୍ରାନ୍ତ ହେଲେ ପ୍ରଥମେ ସାଧାରଣ ଥଣ୍ଡା, ଜ୍ୱର ଭଳି ଲକ୍ଷଣ ଦେଖାଦିଏ। ରୋଗ ବଢ଼ିଲେ ଅତ୍ୟଧିକ ଜ୍ୱର, କାଶ, ଗଳା ଦରଜ, ଛିଙ୍କ, ନାକରୁ ପାଣି ବୋହିବା, କ୍ଳାନ୍ତି, ମୁଣ୍ଡବ୍ୟଥା, ଦେହ ହାତ ଘୋଳା ବିନ୍ଧା, ବାନ୍ତି ହେବା ବା ଲାଗିବା, ଥକିପଡ଼ିବା, ଶୀତ ଲାଗିବା, ପେଟ ଗୋଳମାଳ, ଝାଡ଼ା ଆଦି ଲକ୍ଷଣ ମାନ ଦେଖାଯାଇଥାଏ। ଯଦିଓ ବର୍ତ୍ତମାନ ପାଣିପାଗ ପରିବର୍ତ୍ତନ ଯୋଗୁ ଅନେକଙ୍କଠାରେ ଏଭଳି ସମସ୍ୟା ଦେଖାଦେଉଛି, ତଥାପି ଏଭଳି ଲକ୍ଷଣ ଦେଖାଦେବା ମାତ୍ରେ ଅବହେଳା ନ କରି ମନଇଚ୍ଛା ଔଷଧ ଖାଇବା କିମ୍ବା ଘରୋଇ ଉପଚାର କରିବା ବଦଳରେ ତୁରନ୍ତ ଡାକ୍ତରଙ୍କ ପରାମର୍ଶକ୍ରମେ ସମସ୍ତ ଟେଷ୍ଟ କରାଇବା ଆବଶ୍ୟକ।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

ସ୍କୁଲରେ ଆଡମିଶନ ପାଇଁ ରାତି ଅନିଦ୍ରା

ଖଇରା,୧୦।୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ବ୍ଲକ ଅଡା ହାଇସ୍କୁଲରେ ନବମ ଶ୍ରେଣୀରେ ଆଡମିଶନ ପାଇଁ ଅଭିଭାବକ ଓ ଛାତ୍ରୀଛାତ୍ରମାନଙ୍କୁ ରାତି ଅନିଦ୍ରା ହୋଇ ଅପେକ୍ଷା କରୁଥିବା…

ସାଧାରଣ ଲୋକଙ୍କ ପାଇଁ ଜରୁରୀ ଖବର, ୧୦ହଜାରରୁ ଅଧିକ ପେମେଣ୍ଟ କଲେ ହୋଇଯିବ ହୋଲ୍ଡ…

ନୂଆଦିଲ୍ଲୀ,୧୦।୪: ଡିଜିଟାଲ୍ ଯୁଗରେ ପେମେଣ୍ଟ ସହଜ ହୋଇଥିବା ହେତୁ, ଅନଲାଇନ୍ ଠକେଇ ମାମଲା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଠକମାନଙ୍କଠାରୁ ଆପଣଙ୍କ କଠିନ ଅର୍ଜିତ ଟଙ୍କାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri