ଗରିବ ହୋଇଯାଇଛନ୍ତି ଦୀପିକା !

ମୁମ୍ବାଇ: ବଲିଉଡ୍‌ ନାୟିକା ଦୀପିକା ପାଦୁକୋନ୍‌ ଏବେ ତାଙ୍କ ଅପକମିଙ୍ଗ ପ୍ରୋଜେକ୍ଟ ପାଇଁ ବ୍ୟସ୍ତ ଅଛନ୍ତି। ହେଲେ ଏହାରି ଭିତରେ ବି ସେ ସମୟ ବାହାର କରି ତାଙ୍କ ବେଷ୍ଟ ଫ୍ରେଣ୍ଡ ଉର୍ବଶୀ କୋଶଓ୍ବାନୀଙ୍କ ବିବାହରେ ଯୋଗ ଦେଇ ଆସିଛନ୍ତି ଚର୍ଚ୍ଚାକୁ। ନିକଟରେ ଏହି ବିବାହ ଅନୁଷ୍ଠିତ ହୋଇଥିବା ବେଳେ ଦୀପିକା ତାଙ୍କ ସ୍ବାମୀ ରଣବୀର ସିଂ ଓ ସାନ ଭଉଣୀ ଅନିଷା ପାଦୁକୋନଙ୍କ ସହ ମିଶି ଏହି ଉତ୍ସବରେ ଯୋଗ ଦେଇଥିଲେ।

ଏହି ସମୟରେ ଦୀପିକା ଏକ ଗୋଲ୍‌ଡେନ୍‌ କଲର ଶାଢୀରେ ଖୁବ୍‌ ସୁନ୍ଦର ଲାଗୁଥିଲେ। ହେଲେ ବିବାହ ଉତ୍ସବରୁ ଫେରିବା ପରେ ଦୀପିକାଙ୍କର କିଛି ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଯାହାକୁ ଦେଖିବା ପରେ ୟୁଜର୍ସ ଭିନ୍ନ ଭିନ୍ନ ପ୍ରକାରର କମେଣ୍ଟ ଦେଉଛନ୍ତି। କିଏ କହୁଛି ଦୀପିକା ବିବାହ ପରେ ଗରିବ ହୋଇ ଯାଇଛନ୍ତି ତ ଆଉ କିଏ କହୁଛି ଦୀପିକାଙ୍କ ପାଖେ ଆଉ ନୂଆ ଶାଢୀ ନାହିଁ। ଅସଲ ଘଟଣା ହେଲା କେବେବି ନିଜ ଡ୍ରେସ୍‌ ଅବା ଶାଢୀ ବାରମ୍ବାର ପିନ୍ଧିବାକୁ ଚାହୁଁ ନ ଥିବା ଦୀପିକା କୁଆଡେ ଉକ୍ତ ବିବାହ ଉତ୍ସବରେ ପୁରୁଣା ଶାଢୀ ପିନ୍ଧିଥିଲେ। ଅର୍ଥାତ୍‌ ସେ ତାଙ୍କ ବିବାହ ସମୟରେ ବେଙ୍ଗାଲୁରୁ ରିସେପଶନରେ ପିନ୍ଧିଥିବା ଶାଢିଟିକୁ କୁଆଡେ ସେଦିନ ବିବାହରେ ପିନ୍ଧି ଦେଇଥିଲେ। ହେଲେ ଏହାକୁ ନେଇ ଏପର୍ଯନ୍ତ ଦୀପିକା କିଛି କହି ନାହାଁନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସିଲ୍‌ ହେଲା ଧର୍ମେନ୍ଦ୍ରଙ୍କ ‘ହି ମ୍ୟାନ’ ରେସ୍ତୋରାଁ

ହରିୟାଣା,୮।୩: ବଲିଉଡ୍‌ର ହି ମ୍ୟାନ ଭାବେ ପରିଚିତ ଭେଟେରାନ ଆକ୍ଟର ଧର୍ମେନ୍ଦ୍ର ଭାଲେଣ୍ଟାଇନ୍ସ ଡେ’ ଅବସରରେ ଏକ ରେସ୍ତୋରାଁ ଖୋଲିଥିଲେ। ଆଉ ଏହାର ନାଁ ରହିଥିଲେ...

ବିଗ୍‌ ବି ପାଇବେ ଦାଦା ସାହେବ୍‌ ଫାଲ୍‌କେ ପୁରସ୍କାର

ମୁମ୍ବାଇ: ବଲିଉଡ୍‌ ଅଭିନେତା ଅମିତାଭ ବଚ୍ଚନ ପାଇବେ ଭାରତୀୟ ସିନେମାର ସର୍ବୋଚ୍ଚ ସମ୍ମାନ ଦାଦା ସାହେବ ଫାଲ୍‌କେ ପୁରସ୍କାର। ସିନେମା ଜଗତକୁ ଜୀବନ ବ୍ୟାପି ଅବଦାନ...

ଅଧୁରା ପ୍ରେମ କାହାଣୀ

ମୁମ୍ବାଇ: ବଲିଉଡ୍‌ରେ ରହିଛି ଅନେକ ପ୍ରେମ କାହାଣୀ। ଅର୍ଥାତ୍‌ ଏଠାରେ ପରଦାରେ ନାୟକ ନାୟିକାର ଭୂମିକାରେ ଆସିଥିବା କେତେଜଣ କଳାକାର ରିୟଲ ଲାଇଫରେ ପତ୍ନୀପତିଭାବେ ଗଢିଛନ୍ତି...

ପ୍ରତିଦିନ ଗୋ-ମୂତ୍ର ପିଉଛନ୍ତି ବଲିଉଡ୍‌ ଅଭିନେତା ଅକ୍ଷୟ କୁମାର

ନୂଆଦିଲ୍ଲୀ, ୧୦।୯: ବଲିଉଡ୍‌ର ଷ୍ଟାର୍‌ ଅଭିନେତା ଅକ୍ଷୟ କୁମାରଙ୍କ ସୁନ୍ଦର ଫିଟ୍‌ନେସ ଲାଗି ତାଙ୍କର କୋଟି କୋଟି ପ୍ରଶଂସକ ସୃଷ୍ଟି କରିପାରିଛନ୍ତି। ୫୩ ବର୍ଷରେ ମଧ୍ୟ...

ଝିଅ ଆରାଧ୍ୟା ପାଇଁ ସବୁଦିନ ଏହି କାମ କରିଥାନ୍ତି ଐଶ୍ୱର୍ଯ୍ୟା

ପରଦାରେ ଅଭିନେତ୍ରୀ ଏବଂ ବାସ୍ତବ ଜୀବନରେ ମା’ର ଭୂମିକା ଉଭୟଙ୍କୁ ଅତି ସୁନ୍ଦର ଭାବେ କରିଥାନ୍ତି ଐଶ୍ୱର୍ଯ୍ୟା ରାୟ ବଚ୍ଚନ। ଫିଲ୍ମ ଏବଂ ନିଜ କାମରେ...

କେବିସି ମଞ୍ଚରେ ଭାବୁକ ହେଲେ ଅମିତାଭ, ଆଖି ହେଲା ଓଦା

ମୁମ୍ବାଇ: ଶୁକ୍ରବାର ଅର୍ଥାତ ଅକ୍ଟୋବର ୧୧ ହେଉଛି ମହାନାୟକ ଅମିତାଭ ବଚ୍ଚନଙ୍କ ଜନ୍ମଦିବସ। ୭୭ ବର୍ଷରେ ପାଦ ଦେବେ ବିଗ୍‌ ବି। ଏହି ଦିନଟକୁ ଆହୁରୀ...

କରୋନା ସହ ଲଢ଼ୁଥିବା ରଓ୍ବୋ ରାଜକୁମାରୀ ବଖାଣିଲେ ହସ୍ପିଟାଲର ଅନୁଭୂତି

ମୁମ୍ବାଇ,୮।୬: ଟେଲି ଅଭିନେତ୍ରୀ ତଥା ମଧ୍ୟପ୍ରଦେଶର ରଓ୍ବୋ ରାଜକୁମାରୀ ମୋହେନା କୁମାରୀ ସିଂହ ଓ ତାଙ୍କ ପୁରା ପରିବାର ଏବେ କରୋନା କବଳରେ। ମୋହେନାଙ୍କ ସହ...

ସଲ୍‌ମାନଙ୍କ ବଦାନ୍ୟତା

ମୁମ୍ବାଇ: କରୋନା ବିରୋଧରେ ଚାଲିଥିବା ଲଢ଼େଇରେ ଦେଶବାସୀଙ୍କୁ ତଥା ସରକାରଙ୍କୁ ଆର୍ଥିକ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି ଅନେକ ବଲିଉଡ୍‌ ତାରକା। ଏଥିମଧ୍ୟରେ ସୁପରଷ୍ଟାର୍‌ ସଲ୍‌ମାନ...

Coronavirus Update


Archives

Model This Week

Why Dharitri