ଗଭୀର ନଳକୂଅ ଖନନ ଟଙ୍କା ମିଳିଲାନି: ବିଷପାନ କରିଥିବା ଚାଷୀଙ୍କୁ ନେଇ ୪ ଘଣ୍ଟା ଗଣଧାରଣା

କେସିଙ୍ଗା,୧୦।୯(ଡି.ଏନ.ଏ.): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ପଥର୍ଲା ଗ୍ରାମପଞ୍ଚାୟତ ବାହାଦୂରପଦର ଗ୍ରାମର ଡମ୍ବରୁଧର ପୋଢ଼ (୪୦) ଜଳନିଧି ଯୋଜନାରେ ଗଭୀର ନଳକୂଅ ଖନନ କରିଥିଲେ। ୪ ବର୍ଷ ହେଲା ଏ ବାବଦ ଟଙ୍କା ନ ମିଳିବାରୁ ସେ ଗତ ଅଗଷ୍ଟ ୧୮ ତାରିଖରେ ବିଷପାନ କରି ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଖବର ପାଇ ପରିବାର ଲୋକେ ଭବାନୀପାଟଣା ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ। ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବୁର୍ଲାକୁ ସ୍ଥାନାନ୍ତରିତ କରାଯାଇଥିଲା। ବୁର୍ଲାରେ ଚିକିତ୍ସିତ ହୋଇ ଘରକୁ ଫେରିବା ପରେ ମଙ୍ଗଳବାର ଗ୍ରାମର ପ୍ରାୟ ୪୫ ଜଣ ଚାଷୀ ଆତ୍ମହତ୍ୟା ଉଦ୍ୟମ କରିଥିବା ଚାଷୀ ଡମ୍ବରୁଧରଙ୍କୁ ଧରି କେସିଙ୍ଗା ସହକାରୀ କୃଷି କାର୍ଯ୍ୟାଳୟ ଭିତରେ ୪ ଘଣ୍ଟା ଧରି ଗଣଧାରଣା ଦେଇଥିଲେ । ସହକାରୀ କୃଷି ଅଧିକାରୀ, ତହସିଲଦାର ଓ ଆଇଆଇସି ଏବଂ କୃଷି ବିଭାଗର ତିନି ଜଣିଆ ଦଳ ଗୁରୁବାର ଗ୍ରାମକୁ ଯାଇ ତଦନ୍ତ କରି ବିଚାର କରାଯିବ ବୋଲି ଲିଖିତ ପ୍ରତିଶ୍ରୁତି ଦେବା ପରେ ଚାଷୀମାନେ ଗଣଧାରଣାରୁ ଓହରି ଯାଇଥିଲେ।

ସୂଚନାଯୋଗ୍ୟ ଯେ, ଗତ ୨୦୧୬ରେ ବାହାଦୂରପଦର ଗ୍ରାମର ବାସୁଦେବ ପୋଢ଼ (୫୫)ଙ୍କ ନାମରେ କେସିଙ୍ଗା ସହରକାରୀ କୃଷି କାର୍ଯ୍ୟାଳୟ ଆଦେଶନାମା ନଂ. ୪୦୪ ତା. ୨୦।୨।୨୦୧୬ରେ ଜଳନିଧି ଯୋଜନା ପକ୍ଷରୁ ୭୫ ହଜାର ବ୍ୟୟ ଅଟକଳରେ ଗଭୀର ନଳକୂଅ ଖୋଲିବାକୁ ଆଦେଶ ଦିଆଯାଇଥିଲା। ଉକ୍ତ ଗ୍ରାମର ୪ଜଣଙ୍କ ମଧ୍ୟରୁ ୨ଜଣଙ୍କୁ ଖୋଲା ବାବଦକୁ ବିଲ କରାଯାଇ ଟଙ୍କା ଦିଆଯାଇଛି। କିନ୍ତୁ ବାସୁଦେବ ପୋଢ଼ଙ୍କ ପୁଅ ଡମ୍ବରୁଧର ପୋଢ଼ ଉଧାର ଓ କରଜ ଆଣି ଜେସିବି ମେଶିନରେ କୂଅ ଖୋଲିଥିଲେ। ସମସ୍ତ କାଗଜଜାତ ଭବାନୀପାଟଣାସ୍ଥିତ ଜିଲା କୃଷି କାର୍ଯ୍ୟାଳୟରେ ଜମା କରିଥିଲେ। ଯେଉଁ ୨ଜଣ କୃଷି ବିଭାଗ ଇଞ୍ଜିନିୟରଙ୍କୁ ମୋଟା ଅଙ୍କରେ ଉତ୍କୋଚ ଦେଲେ ସେମାନଙ୍କ ବିଲ ପାସ କରି ଦିଆଗଲା । ଡମ୍ବରୁଧରଙ୍କୁ ଆଜି ମିଳିବ କାଲି ମିଳିବ ବୋଲି ୪ ବର୍ଷ ବିତିଗଲା ସିନା ଟଙ୍କା ନ ମିଳିବାରୁ ଗତ ଅଗଷ୍ଟ ୧୮ ତାରିଖ ଗଭୀର ନଳକୂଅ ନିକଟରେ ଆତ୍ମହତ୍ୟା କରିବା ପାଇଁ ବିଷ ପାନ କରିଥିଲେ। ଖବର ପାଇ ପରିବାର ଲୋକେ ଭବାନୀପାଟଣା ସରକାରୀ ହସ୍ପିଟାଲକୁ ନେଇ ଚିକିତ୍ସା କରାଇଥିଲେ । ଅତି ସଙ୍କଟାପନ୍ନ ହେବାରୁ ବୁର୍ଲାକୁ ସ୍ଥାନାନ୍ତରିତ କରାଯାଇଥିଲା ।
ଏହି ଗଣଧାରଣାରେ ଡମ୍ବରୁଧରଙ୍କ ସମେତ ତାଙ୍କ ସ୍ତ୍ରୀ, ୨ଟି ଝିଅ ଓ ଗୋଟିଏ ନାବାଳକ ପୁଅଙ୍କ ସମେତ ଗ୍ରାମର ଗୋପି ମାଝି, ସତ୍ୟନାରାୟଣ ଖରସେଲ, ବିରଞ୍ଚତ୍ ନାରାୟଣ ଖରସେଲ, ଭୁବନ ପୋଢ଼, ନରୋତ୍ତମ ଭାଟି, ନେପାଳ ଭାଟ ପ୍ରମୁଖ ଗ୍ରାମବାସୀ ସାମିଲ ହୋଇଥିଲେ । ଏ ସଂକ୍ରାନ୍ତରେ କେସିଙ୍ଗା ସହକାରୀ କୃଷି ଅଧିକାରୀ ବିଶ୍ୱନାଥ ମହାପାତ୍ରଙ୍କୁ ପଚାରିବାରୁ ଜିଲାପାଳଙ୍କୁ ମେସେଜ ଦିଆଯାଇଛି ବୋଲି ପ୍ରକାଶ କରିଥିଲେ


Enter your email to get our daily news in your inbox.

All Right Reserved By Dharitri.Com

ଜାଣି ରଖନ୍ତୁ କିପରି କିଡ୍‌ନୀକୁ ରଖିବେ ସୁସ୍ଥ

ଆମ ଶରୀରର ଅନ୍ୟତମ ମୁଖ୍ୟ ଓ ଦରକାରୀ ଅଙ୍ଗ ହେଉଛି କିଡ୍‌ନୀ। ଶରୀରରେ ପ୍ରବାହିତ ହେଉଥିବା ରକ୍ତକୁ ଏହା ବିଶୋଧନ କରି ଅଦରକାରୀ ତତ୍ତ୍ୱକୁ ନିଷ୍କାସନ...

ୟୁନୁସ ଭାରତ ବିରୋଧରେ…ବାଂଲାଦେଶ ସରକାରଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ଶେଖ ହାସିନା

ଢାକା,୨୨।୧୨: ବାଂଲାଦେଶର ରାଜଧାନୀ ଢାକାର ପରିସ୍ଥିତି ସାମ୍ପ୍ରତିକ ହିଂସା ଏବଂ ପ୍ରତିବାଦ ପରେ ଶାନ୍ତ ହେଉଥିବା ପରି ମନେ ହେଉଛି। ତଥାପି ରାଜନୈତିକ ମହଲରେ ଉତ୍ତେଜନା...

୨ ଦଳ ମିଶି କଲେ ମାତ୍ର ୨୩ ରନ: ଅନ୍ତର୍ଜାତୀୟ ଟି-୨୦ରେ ସବୁଠୁ ଲଜ୍ଜାଜନକ ରେକର୍ଡ

ନୂଆଦିଲ୍ଲୀ,୨୨।୧୨: ଅନ୍ତର୍ଜାତୀୟ ଟି-୨୦ କ୍ରିକେଟ ସାଧାରଣତଃ ଦ୍ରୁତ ରନ, ବଡ଼ ଛକା ଏବଂ ବଡ଼ ସ୍କୋର ପାଇଁ ଜଣାଶୁଣା। ଏହି ଫର୍ମାଟ କେତେକ ସମୟରେ ବ୍ୟାଟସମ୍ୟାନଙ୍କ...

ଶ୍ମଶାନରେ ଗୁଣିଆଙ୍କ ତନ୍ତ୍ର ସାଧନା: ପ୍ରେମିକାଙ୍କ ନାଁରେ ଭୁବନେଶ୍ୱରରେ ଯୁବକ କିଣିଥିଲେ ପ୍ଲଟ ଓ ଆଉ ଗାଡ଼ି, ଧରାଛୁଆଁ ନ ଦେବାରୁ…

ବାଲିକୁଦା,୨୨।୧୨(ତାପସ ସ୍ବାଇଁ): ବାଲିକୁଦା ବ୍ଲକ ମରିଚପୁର ଗ୍ରାମ୍ୟ ଶ୍ମଶାନରେ ଶନିବାର ବିଳମ୍ବିତ ରାତିରେ କୌଣସି ଗୁଣିଆ ତନ୍ତ୍ର ସାଧନା କରିଥିବା ସ୍ଥାନୀୟ ଲୋକେ ସନ୍ଦେହ କରିଛନ୍ତି।...

୨୫ରୁ ଧର୍ମଶାଳା ମହୋତ୍ସବ: ବ୍ୟବସାୟ ପାଇଁ ରସିଦ୍‌ ଆଣିବାକୁ ବ୍ୟବସାୟୀଙ୍କ ଅସମ୍ଭାଳ ଭିଡ଼

ଧର୍ମଶାଳା,୨୨ା୧୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲାର ଐତିହ୍ୟ ପରମ୍ପରା, ଧର୍ମଶାଳା ମହୋତ୍ସବ ଆସନ୍ତା ୨୫ ତାରିଖରେ ଧର୍ମଶାଳା ମହୋତ୍ସବର ପଡ଼ିଆରେ ଆରମ୍ଭ ହୋଇ ଜାନୁଆରୀ ୭ରେ...

ରୁଷିଆ ପୋଲିସ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ଭାରତୀୟ ଯୁବକ: ମୋଦିଙ୍କୁ କଲେ ଏମିତି ନିବେଦନ

ନୂଆଦିଲ୍ଲୀ,୨୨।୧୨: ରୁଷିଆ ଏବଂ ୟୁକ୍ରେନ ଦୀର୍ଘ ସମୟ ଧରି ଯୁଦ୍ଧ ଚାଲିଛି। ଦୁଇ ଦେଶ ମଧ୍ୟରେ ଯୁଦ୍ଧବିରାମ ପାଇଁ ମଧ୍ୟସ୍ଥତା ପାଇଁ ପ୍ରୟାସ ଜାରି ରହିଛି।...

ଘର ଆଗରେ ପଡ଼ିଛି ଅବସରପ୍ରାପ୍ତ ମହିଳା ଏଏନ୍‌ଏମ୍‌ଙ୍କ ମୃତଦେହ, ଏକାକୀର ସୁଯୋଗ ନେଇ…

ଭବାନୀପାଟଣା,୨୨ା୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଧର୍ମଗଡ଼ ଥାନା ଅନ୍ତର୍ଗତ ଗଡ଼ିଆଜୋର ଗ୍ରାମରୁ ସୋମବାର ସକାଳୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଘରେ ଏକାକୀ...

ବଡ଼ଦିନ ପାଇଁ ସଜେଇ ହେଉଛି ଦାରିଙ୍ଗବାଡ଼ି, ପର୍ଯ୍ୟଟକଙ୍କ ଆଗମନକୁ ଦୃଷ୍ଟିରେ ରଖି…

ଦାରିଙ୍ଗବାଡ଼ି,୨୨ା୧୨(ଅରୁଣ ସାହୁ): ଆଉ ମାତ୍ର ୨ ଦିନର ଅପେକ୍ଷା ସାରା ବିଶ୍ୱରେ ଦେଖାଦେବ ଖୁସି ଓ ଆନନ୍ଦ। ପ୍ରଭୁ ଯୀଶୁଖ୍ରୀଷ୍ଟ ଜନ୍ମ ନେବେ ଏଥିପାଇଁ ଚାରିଆଡ଼େ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri